ସମ୍ବଲପୁର

୭ ବର୍ଷ ପରେ ମୃତ ଯୁବକ ଜୀବନ୍ତ ହୋଇଉଠିବ, କବରସ୍ଥଳରେ ଜମିଛି ଭିଡ଼

୭ ବର୍ଷ ପରେ ମୃତ ଯୁବକ ଜୀବନ୍ତ ହୋଇଉଠିବ, କବରସ୍ଥଳରେ ଜମିଛି ଭିଡ଼

ଲହୁଣୀପଡ଼ା,୨।୧(ଡି.ଏନ.ଏ.)- ମୃତ୍ୟୁର ୭ ବର୍ଷ ପରେ କବରରୁ ଜୀବନ୍ତ ହୋଇ ଉଠି ଆସିବ ଯୁବକ। ଖୋଦ୍‌ ଜଣେ ଗୁଣିଆ ପରିବାରବର୍ଗଙ୍କୁ ଦେଇଥିଲା ଏହି ପ୍ରତିଶ୍ରୁତି। ଆଉ ଏଥିପାଇଁ ଗ୍ରାମବାସୀଙ୍କଠାରେ ରଖିଥିଲା ଲକ୍ଷେ ଟଙ୍କାର ଚ୍ୟାଲେଞ୍ଜ୍‌। ଯଦି ଏଥିରେ ବ୍ୟତିକ୍ରମ ଘଟେ ପରିବାର ଲୋକଙ୍କଠାରେ ଲକ୍ଷେ ଟଙ୍କା ଗଣିଦେବ ବୋଲି କହିଥିଲା ଗୁଣିଆଜଣକ। ଏଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗ୍ରାମବାସୀ ଓ ପରିବାର ଲୋକେ ଅପେକ୍ଷା କରିଥିଲେ ସେହି ମୁହୂର୍ତ୍ତକୁ। ମଙ୍ଗଳବାର ସେହି କବରକୁ ଖୋଳି ମୃତ ଯୁବକଙ୍କୁ ଜୀବନ୍ତ ବାହାର କରିବ ବୋଲି କହିଥିଲା ଗୁଣିଆ। ୪ ଦିନ ଧରି ଏହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏ ନେଇ ଶତାଧିକ ଲୋକ କବରସ୍ଥଳରେ ପହଞ୍ଚିଥିଲେ ସକାଳୁ ସକାଳୁ। ହେଲେ ସଞ୍ଜ ନଇଁ ଆସିଥିଲେ ମଧ୍ୟ ଗୁଣିଆର ଦେଖା ନ ଥିଲା। ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ୍‌ କୁଞ୍ଜପାଣି ଗ୍ରାମରେ। ଏହା ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଗୁଣିଆଜଣକ ଲକ୍ଷେ ଟଙ୍କାର ବାଜି ଲଗାଇଥିବାରୁ କୁଞ୍ଜପାଣି ସମେତ ଆଖପାଖ ଜାମୁଡିହି, ରକ୍ସି, କାଲ୍‌ଟା ଅଞ୍ଚଳର ଲୋକମାନେ ମୃତ ଜୀବନ୍ତ ହେବାର ଚମତ୍କାରିତାକୁ ଅଙ୍ଗେ ନିଭାଇବା ପାଇଁ ଗହଳି ଜମାଇଥିଲେ ଗାଁର ସେହି କବରସ୍ଥଳରେ। ଏପରି କି ମୃତ ଯୁବକ ରାଜେଶଙ୍କ ସ୍ତ୍ରୀ ପିଲାଛୁଆ ଧରି ସେହି ସ୍ଥାନରେ ବସି ରହିଥିଲେ। କିନ୍ତୁ ଖବର ଲେଖା ହେବା ପର୍ଯ୍ୟନ୍ତ ରାତି ୯ଟା ସୁଦ୍ଧା ଗୁଣିଆର କୌଣସି ଖୋଜ୍‌ଖବର ନ ଥିଲା। ଗୁଣିଆଜଣକ କିଏ ତାହା ମଧ୍ୟ କାହାରିକୁ ଜଣାନାହିଁ। କବରସ୍ଥଳରେ ଉପସ୍ଥିତ ଲୋକଙ୍କୁ ଗୁଣିଆ କେଉଁଠୁ ଆସିବ ପଚାରିବାରେ କେହି ସଠିକ୍‌ କହିପାରୁ ନ ଥିଲେ। ଗୁଣିଆଜଣକ ରାଉରକେଲାରୁ ଓ କୋଇଡା, ରେଙ୍ଗାଲିବେଡାରୁ ଆସିବ ବୋଲି କବରସ୍ଥଳରେ ଉପସ୍ଥିତ ଲୋକେ କହୁଥିଲେ। ଗ୍ରାମବାସୀ ଓ ପରିବାର ଲୋକଙ୍କ କହିବାନୁଯାୟୀ, ମୃତ ରାଜେଶ ସେହି ଗୁଣିଆଙ୍କୁ ସ୍ବପ୍ନରେ କହିଥିଲା ଯେ ସେ ତାଙ୍କୁ ଏହିଦିନ କବରରୁ ଜୀବନ୍ତ ବାହାର କରିବ। ଏ ନେଇ କେ.ବଲାଙ୍ଗ ଥାନାରେ ଯୋଗାଯୋଗ କରିବାରେ ଆମ ପାଖରେ ଏ ସମ୍ପର୍କିତ ଖବର ନ ଥିତ୍ବା ଥାନା ଅଧିକାରୀ ଜଣାଇଥିଲେ। ଲୋକମାନେ କଥା ହେଉଥିବା ଆମେ ମଧ୍ୟ ଶୁଣିଛୁ। ଏହା ଏକ ଗୁଜୁବ ବୋଲି ସେ କହିଥିଲେ।

All Right Reserved By

Model This Week

Model This Week

ସମ୍ବଲପୁର

କାର୍ତ୍ତିକ ପ୍ରଧାନ ହତ୍ୟାକାଣ୍ଡ ଘଟଣା:୮ ବର୍ଷ ପରେ ବି ପୋଲିସ ହାତ ଖାଲି

କାର୍ତ୍ତିକ ପ୍ରଧାନ ହତ୍ୟାକାଣ୍ଡ ଘଟଣା:୮ ବର୍ଷ ପରେ ବି ପୋଲିସ ହାତ ଖାଲି

ସମ୍ବଲପୁର,୨୬।୪(ବ୍ୟୁ.ରୋ.): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଡଙ୍ଗାପାଳ ଗ୍ରାମର କାର୍ତ୍ତିକ ପ୍ରଧାନ (୨୫) ହତ୍ୟା ଘଟଣାକୁ ଇତିମଧ୍ୟରେ ୮ ବର୍ଷ ବିତିଛି। ହେଲେ ପୋଲିସ ଅପରାଧୀଙ୍କ ନିକଟରେ ପହଞ୍ଚତ୍ ପାରିନାହିଁ।

ଦେଢ଼ବର୍ଷ ହେଲା ଚାଲିଛି ଶ୍ମଶାନ ଘାଟ ନିର୍ମାଣ

ଦେଢ଼ବର୍ଷ ହେଲା ଚାଲିଛି ଶ୍ମଶାନ ଘାଟ ନିର୍ମାଣ

ଧମା,୨୬।୪(ଡି.ଏନ.ଏ.)ମାନେଶ୍ୱର ବ୍ଲକ ବତେମୁରା ପଞ୍ଚାୟତର ସରଡ଼ାଜୋର ଖଣ୍ଡିରେ ଶ୍ମଶାନ ଘାଟ ନିର୍ମାଣ କାର୍ଯ୍ୟ ଦେଢ଼ ବର୍ଷ ତଳୁ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏଁ ସରିବାର ନଁ। ଧରୁନି। ଏ ନେଇ ବିଭାଗୀୟ ଉଦାସୀନତାକୁ ଗ୍ରାମବାସୀ ଦାୟୀ କରିଛନ୍ତି।

ଅସହ୍ୟ ହେଲାଣି ସ୍ପଞ୍ଜ ଆଇରନ କାରଖାନା ପ୍ରଦ୍ୟୁଷଣ

ଅସହ୍ୟ ହେଲାଣି ସ୍ପଞ୍ଜ ଆଇରନ କାରଖାନା ପ୍ରଦ୍ୟୁଷଣ

ରାଉରକେଲା ଅଫିସ,୨୬।୪: କଲୁଙ୍ଗା ଶିଳ୍ପାଞ୍ଚଳରେ ଥିବା କେତେକ କାରଖାନାରେ ପ୍ରଦ୍ୟୁଷଣ ମାତ୍ରା ଅସହ୍ୟ ହେଲାଣି । ଏହି କାରଖାନା ଗୁଡିକ ରାଜ୍ୟ ସରକାରଙ୍କ ପ୍ରଦ୍ୟୁଷଣ ବୋର୍ଡ ନିୟମକୁ ଖୋଲାଖୋଲି ଉଲଂଘନ କରୁଛନ୍ତି ।

ମା’ଙ୍କ ମୃତ୍ୟୁ ପରେ ବାପାଙ୍କ ମୃତ୍ୟୁ : ଅସହାୟ ୨ ଅନାଥ ଭଉଣୀ, ସାହା ହେବାକୁ କେହିନାହିଁ

ମା’ଙ୍କ ମୃତ୍ୟୁ ପରେ ବାପାଙ୍କ ମୃତ୍ୟୁ : ଅସହାୟ ୨ ଅନାଥ ଭଉଣୀ, ସାହା ହେବାକୁ କେହିନାହିଁ

ଜୁନାଗଡ,୨୬।୪(ଡି.ଏନ.ଏ.): ପ୍ରଥମେ ଆରପାରିକୁ ଚାଲିଗଲେ ମା’। ବାପା ମୁହଁକୁ ଚାହିଁ ୨ ଭଉଣୀ ଆଶା ଭରସା କରି ରହିଥିଲେ। ଶେଷରେ ବାପା ବି ଚାଲିଯିବା ପରେ ୨ ଭଉଣୀ ହୋଇଗଲେ ଅନାଥ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଜଣେ ଅଟକ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଜଣେ ଅଟକ

ରେଙ୍ଗାଲି,୨୬।୪(ଡି.ଏନ.ଏ.): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ରୁଣିମହୁଲଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ଘଟିଛି। ସୂଚନାଯୋଗ୍ୟ, ବୁଧବାର ଏକ ବରଯାତ୍ରୀ ବସ୍‌ ଯୋଗେ ରୁଣିମହୁଲର ଗଗନ ଦଣ୍ଡସେନା(୨୪) ଯୋଗେ ଫେରୁଥିବାବେଳେ ବସ୍‌ ରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥଲେ।

ଜାତୀୟ ସେବା ଯୋଜନା ପକ୍ଷରୁ ସଚେତନତା ଶିବିର

ସମ୍ବଲପୁର, ୨୬। ୪ (ବ୍ୟୁ.ରୋ.): ଭୁବନେଶ୍ୱର ଜାତୀୟ ସେବା ଯୋଜନା ପକ୍ଷରୁ ମାନେଶ୍ୱରସ୍ଥିତ ମାନଧାତା ବାବା କଲେଜଠାରେ ଗୁରୁବାର ଶିଶୁ ଶ୍ରମିକ ପ୍ରଥା ଶୀର୍ଷକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

କିନ୍ନରଙ୍କ ବହୁଚରୀ ମାତା ପୂଜାର୍ଚ୍ଚନା

କିନ୍ନରଙ୍କ ବହୁଚରୀ ମାତା ପୂଜାର୍ଚ୍ଚନା

ସମ୍ବଲପୁର, ୨୬। ୪ (ବ୍ୟୁ.ରୋ.): ସମ୍ବଲପୁର କିନ୍ନରଙ୍କ ବହୁଚରୀ ମାତା ପୂଜାର୍ଚ୍ଚନା ଗୁରୁବାର ମୁଦିପଡା ସ୍ଥିତ ଶୀତଳଷଷ୍ଠୀ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳସ ଶୋଭାଯାତ୍ରା, କଳସ ଅଧିବାସ, ଗଣପତି ପୂଜା, ବରୁଣ ପୂଜା, ଦେବୀଙ୍କ ଉପଚାର, ନବଗ୍ରହ ପୂଜା, ଦଶଦିଗପାଳ ପୂଜା ହୋଇଥିଲା ।

ଓଡିଆ ସପ୍ତାହ ପାଳିତ: ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଲେ କର୍ମଚାରୀ

ଓଡିଆ ସପ୍ତାହ ପାଳିତ: ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଲେ କର୍ମଚାରୀ

ସମ୍ବଲପୁର,୨୬।୪ (ବ୍ୟୁ.ରୋ.): ସରକାରୀ ଅଫିସରେ ଓଡ଼ିଆ ଭାଷା ପ୍ରଚଳନର ଆବଶ୍ୟକତା ରହିଛି । ଏହା ଦ୍ୱାରା ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଜନସାଧାରଣ ସରକାରୀ ଯୋଜନା ବିଷୟରେ ଜାଣି ପାରିବେ ।

ବରକାନିରେ ପାନୀୟଜଳ ସମସ୍ୟା

ବଙ୍ଗୋମୁଣ୍ଡା,୨୬।୪:(ଡି.ଏନ୍‌.ଏ.): ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ଗ୍ରାମ ପଞ୍ଚାୟତରେ ବରକାନି ଗଁ।ରେ ପାନୀୟ ଜଳର ସମସ୍ୟା ରହିଥିବାର ପୂର୍ବତନ ସରପଞ୍ଚ ରାଧାମୋହନ ବେହେରା ଅଭିଯୋଗ କରିଛନ୍ତି ।

ଥଣ୍ଡା ପାନୀୟ ଜଳ ଷ୍ଟାଣ୍ଡ ଉଦ୍‌ଘାଟିତ

ଥଣ୍ଡା ପାନୀୟ ଜଳ ଷ୍ଟାଣ୍ଡ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା,୨୬।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଥଣ୍ଡା ପାନୀୟ ଜଳ ଷ୍ଟାଣ୍ଡ ଉଦ୍‌ଘାଟନ ହୋଇଯାଇଛି ।

ସାପକାମୁଡ଼ାରେ ଆକ୍ରାନ୍ତ ସ୍ନେକ୍‌ ହେଲ୍ପଲାଇନ ସଦସ୍ୟ

ଭବାନୀପାଟଣା, ୨୬।୪ (ଡି.ଏନ୍‌.ଏ.): କଳାହାଣ୍ଡି ସ୍ନେକ୍‌ ହେଲ୍ପ ଲାଇନର ସଦସ୍ୟ ବିଶେଶ୍ୱର ସାହୁ ବୁଧବାର ଖବରପାଇ ଜଣଙ୍କ ଘରକୁ ସାପ ଧରିବା ପାଇଁ ଯାଇଥିବାବେଳେ ସାପ କାମୁଡ଼ାର ଶିକାର ହୋଇଛନ୍ତି ।

୪ରୁ ଗ୍ରୀଷ୍ମକାଳୀନ କ୍ରିକେଟ ପ୍ରଶିକ୍ଷଣ ଶିବିର

ଭବାନୀପାଟଣା,୨୬।୪ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସ୍ଥାନୀୟ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମଠାରେ ମେ ୪ ରୁ ୧୩ ପର୍ଯ୍ୟନ୍ତ ୯ ବର୍ଷରୁ ୧୩ ବର୍ଷ ବୟସର ବାଳିକା ଓ ବାଳିକମାନଙ୍କ ପାଇଁ ଏକ ଗ୍ରୀଷ୍ମକାଳୀନ କ୍ରିକେଟ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ ବୋଲି ଜିଲା କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ ଏକ ପ୍ରେସ ବିବୃତ୍ତିରେ ଗୁରୁବାର ପ୍ରକାଶ କରିଛନ୍ତି ।