ରାୟଗଡା

୫୦ ମାଳି ପରିବାରର ପେଟ ପୋଷୁଛି ପରିବା ଚାଷ

୫୦ ମାଳି ପରିବାରର ପେଟ ପୋଷୁଛି ପରିବା ଚାଷ

ବୈପାରୀଗୁଡ଼ା,୨।୧(ଡି.ଏନ୍‌.ଏ.): ରାସ୍ତାକଡ଼ରେ କାକର ଭିଜା କୋବି, ମୂଳା, କଖାରୁ, ଶାଗ, ବିନ୍ସ ଭଳିକି ଭଳି ତଟକା ପନି ପରିବା । ଶୀତ ସକାଳରେ ଏସବୁ ବିକିବା ପାଇଁ ବୈପାରୀଗୁଡ଼ାର ରାସ୍ତାକଡ଼ରେ ବସିରହିଛନ୍ତି କେତେକ ଚାଷୀ। ରାସ୍ତାରେ ଯାଉଥିବା ଲୋକେ ନ କିଣିଲେ ମଧ୍ୟ ସେମାନଙ୍କ ଆଖି ପରିବା ଉପରେ ଲାଖିଯିବ ନିଶ୍ଚୟ।
ବୈପାରୀଗୁଡାରୁ ମାତ୍ର ୩/୪ କିମି ଦୂରରେ ରହିଛି ଲକ୍ଷ୍ମୀପୁର ମାଳିଗୁଡା ଗ୍ରାମ ା ସେଠାକାର ବାସିନ୍ଦା ଥିବା ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ମାଳି ସଂପ୍ରଦାୟର ପରିବାର ପରିବା ଚାଷକୁ ହିଁ ନିଜର ବେଉସା ଭାବେ ଗ୍ରହଣ କରିନେଇଛନ୍ତି। ପିଲାଠୁ ବଡ଼ ପର୍ଯ୍ୟନ୍ତ ଚାଷକାମରେ ସମସ୍ତେ ଲାଗିଥାନ୍ତି। ଚାଷ ଜମି ବେଶୀ ନ ଥିଲେ ବି ଯାହା କିଛି ବାଡ଼ି ବଗିଚା ଅଛି, ସେଥିରେ ବର୍ଷ ତମାମ ସେମାନେ ସବୁଜ ପନିପରିବା ଅମଳ କରନ୍ତି। ପାଣି ପାଇଁ ଗଁ। ନିକଟରେ ବହିଯାଉଥିବା ପାହାଡିଆ ନାଳ କୁଲୁ ଗାଡ଼ ଉପରେ ସେମାନେ ନିର୍ଭରଶୀଳ। ଯାହା ଅମଳ ହୁଏ, ସେସବୁକୁ ବୈପାରୀଗୁଡା ବଜାରରେ ଆଣି ବିକନ୍ତି। ବଜାର ଆସିବା ବାଟରେ ପଡେ ବୈପାରୀଗୁଡ଼ା ଥାନା । ସେଠାରେ ଥିବା ବିଏସ୍‌ଏଫ୍‌ କ୍ୟାମ୍ପର ଯବାନମାନେ ମଧ୍ୟ ସକାଳେ ମାଳିଗୁଡ଼ା ଗ୍ରାମର ତଟକା ପନିପରିବା ଅପେକ୍ଷାରେ ଥାଆନ୍ତି। ବଜାରରେ ପରିବା ପସରା ବସିବା କ୍ଷଣି ଗ୍ରାହକଙ୍କ ଗହଳି ଲାଗିଯାଏ। ୨ ଘଣ୍ଟାରେ ପରିବା ଶେଷ ହୋଇଯାଏ । ପରିବା ଚାଷ ସେମାନଙ୍କ ପେଟପାଟଣାର ମାଧ୍ୟମ ହୋଇଥିଲେ ମଧ୍ୟ ଏଥିରେ ଅନେକ ସମସ୍ୟା ସେମାନେ ସାମ୍ନା କରିଆସୁଛନ୍ତି। ଖରା ମାସରେ କୁଲୁ ଗାଡର ନିଅଣ୍ଟିଆ ପାଣି ଚାଷକୁ ପ୍ରଭାବିତ କରେ । ଚାଷୀଙ୍କ ଅଭିଯୋଗ ହେଲା ସେମାନଙ୍କ ଚାହିଦାକୁ ବିଚାର ନ କରି ପ୍ରଶାସନ ପକ୍ଷରୁ ଡ୍ୟାମ୍‌ ନିର୍ମାଣ ଆଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ କେବଳ ଠିକାଦାରଙ୍କୁ ପୋଷାଯାଉଛି ା ଗ୍ରୀଷ୍ମ ଋତୁରେ ପାଣି ଶୁଖି ଯାଉଥିବାରୁ ଚାଷ ମାଡ଼ ଖାଇଯାଉଛି। ତେଣୁ ଡ୍ୟାମ୍‌ ୱାଲର ଉଚ୍ଚତା ବୃଦ୍ଧି କରାଗଲେ ଅଧିକ ପାଣି ସଂରକ୍ଷିତ ହୋଇ ରହିବ ଏବଂ ପରିବା ଚାଷ ପାଇଁ ଏହା ସହାୟକ ହେବ ବୋଲି ସେମାନେ ମତ ରଖିଛନ୍ତି। ପନିପରିବା ବିକିବା ପାଇଁ ବଜାରର ମଧ୍ୟ ବ୍ୟବସ୍ଥା ନାହିଁ । ପିଣ୍ଡି ନ ଥିବା ବେଳେ ଖୋଲା ଆକାଶ ତଳେ ଖରା ବର୍ଷା ଶୀତ କାକରରେ ନିଜକୁ କଷ୍ଟ ଦେଇ ସେମାନେ ତଟକା ପରିବାର ବିକ୍ରି କରିଆସୁଛନ୍ତି। ପ୍ରଶାସନ ସେମାନଙ୍କ ସମସ୍ୟା ସମାଧାନ କରି ପ୍ରୋତ୍ସାହିତ କଲେ, ମାଳିଗୁଡ଼ାର ଚାଷୀ ଅନ୍ୟ ଗ୍ରାମ ପାଇଁ ଉଦାହରଣ ହୋଇପାରିବେ।

All Right Reserved By

Model This Week

Model This Week

ରାୟଗଡା

ବିଶ୍ୱ ମ୍ୟାଲେରିଆ ଦିବସ: ସଚେତନତା ରୋକିଛି ମ୍ୟାଲେରିଆ

ବିଶ୍ୱ ମ୍ୟାଲେରିଆ ଦିବସ: ସଚେତନତା ରୋକିଛି ମ୍ୟାଲେରିଆ

ରାୟଗଡା ଅଫିସ୍‌, ୨୫।୪- ୨୦୦୮ରୁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାୟଗଡାରେ ଜିଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇ ଆସୁଛି । ରାୟଗଡା ଜିଲା ମ୍ୟାଲେରିଆ ପାଇଁ ଚର୍ଚ୍ଚାର ପରିଧିରେ ରହି ଆସିଥିଲା । ବର୍ତ୍ତମାନ ମ୍ୟାଲେରିଆ ନିରାକରଣ ହୋଇପାରିଛି । ଫଳରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି । ଏନେଇ ଜିଲା ପ୍ରଶାସନ ପକ୍ଷରୁ ‘ଆମ ସଙ୍କଳ୍ପ’, ‘ଦମନ’ କାର୍ଯ୍ୟକ୍ରମ କରାଯାଇ ମଶାରୀ ବଣ୍ଟନ, ମଶାରୀ ବ୍ୟବହାର ପାଇଁ ଆଶା ଓ ଅଙ୍ଗନୱାଡ଼ି କର୍ମୀ ଦ୍ୱାରା ଘଣ୍ଟି ବଜାଇବା, ସ୍କୁଲ କଲେଜ ଛାତ୍ରୀଛାତ୍ରମାନଙ୍କୁ ସଚେତନ କରାଯାଇଥିଲା । ଜିଲାର ପ୍ରାୟ ୫୮୦ଟି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରିବା ସହିତ ଆବଶ୍ୟକ ଔଷଧ ଓ ଚିକିତ୍ସା କରାଯିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି ।

ମାଥିଲିରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା

ମାଥିଲିରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା

ମାଥିଲି, ୨୫।୪ (ଡି.ଏନ୍‌.ଏ.): ଗ୍ରୀଷ୍ମର ପ୍ରକୋପରେ ଲୋକଙ୍କୁ ବୁନ୍ଦାଏ ପାଣି ମିଳିବା କଷ୍ଟକର ହୋଇପଡିଲାଣି । ଏପରି ପରିସ୍ଥିତିରେ ପଦକ୍ଷେପ ନେଉନାହିଁ ଜିଲା ପ୍ରଶାସନ । ଏହାର ଫାଇଦା ନେଉଛି ରାସ୍ତା ନିର୍ମାଣକାରୀ ସଂସ୍ଥା । ମାଲକାନଗିରି ଜିଲା ମାଥିଲି ବ୍ଲକର ଜନ ପ୍ରତିନିଧିମାନେ ଏପରି ଅଭିଯୋଗ ଆଣିଛନ୍ତି । ଗଣମାଧ୍ୟମ ସମ୍ମୁଖରେ ଜିଲା ପ୍ରଶାସନର ଅପାରଗତା ଯୋଗୁ ସାଧାରଣ ଲୋକେ ପାଣି ପାଇଁ ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି । ମାଥିଲି ଜୋନ-୩ର ଜିଲା ପରିଷଦ ସଭ୍ୟ ବାଲରାଜୁ କପେ ଓ ମାଥିଲି ସରପଞ୍ଚ ଗୌରୀ ବଟେ ଏହି ଅଭିଯୋଗ କରିଛନ୍ତି ।

୨ ମାସ ହେଲା ଅସହାୟ ଅବସ୍ଥାରେ ଅଗ୍ନି ବିପନ୍ନ ପରିବାର

୨ ମାସ ହେଲା ଅସହାୟ ଅବସ୍ଥାରେ ଅଗ୍ନି ବିପନ୍ନ ପରିବାର

କୁନ୍ଦୁରା,୨୫।୪(ଡି.ଏନ୍‌.ଏ.): ପୁଅକୁ ବିବାହ କରିବା ନେଇ ବାଜା ବାଜଣାରେ କମ୍ପି ଉଠୁଥିଲା କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଡଙ୍ଗରପାଉଁଶୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଜାହାଣ୍ଡ ଗ୍ରାମର ରାମଚନ୍ଦ୍ର ତାତିଙ୍କ ଘର। ସେଦିନ ଥିଲା ୧୫ ଫେବୃୟାରୀ। କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲା ଭେଜାହାଣ୍ଡି ସ୍ଥିତ ରାମଚନ୍ଦ୍ର ତାତି ଏବଂ ସାନଭାଇ ଗୁପ୍ତ ତାତିଙ୍କ ପରିବାର। ରାମଚନ୍ଦ୍ରଙ୍କ ପୁଅ ମଙ୍ଗରାଜ ତାତିଙ୍କ ବିବାହ ନେଇ ଗାଁ ପୂରାପୂରି ଚଳଚଞ୍ଚଳ ହୋଇଉଠିଥିବା ବେଳେ ବିଦ୍ୟୁତ ସର୍ଟସର୍କିଟ ହୋଇ ଦୁଇଭାଇଙ୍କ ଗୋଟିଏ ପାଖରେ ଥିବା ଚାଳଘର ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଗଲ। ରାମଚନ୍ଦ୍ର ଏବଂ ଗୁପ୍ତ ଦୀର୍ଘ ୧୦ ବର୍ଷ ହେବ ଅର୍ଦ୍ଧପାଗଳ ଅବସ୍ଥାରେ ଜୀବନ ଅତିବାହିତ କରୁଥିଲେ। ରାମଚନ୍ଦ୍ରଙ୍କ ପୁଅଝିଅ ୩ ଏବଂ ନାତି ଥିବାବେଳେ ଗୁପ୍ତଙ୍କର ୩ ପୁଅଝିଅ ରହିଛନ୍ତି।

ନାଗାବଳୀ ନଦୀରେ ବୁଡି ଜଣେ ପର୍ଯ୍ୟଟକ ମୃତ

ନାଗାବଳୀ ନଦୀରେ ବୁଡି ଜଣେ ପର୍ଯ୍ୟଟକ ମୃତ

ରାୟଗଡା ଅଫିସ୍‌, ୨୪।୪- ରାୟଗଡା ସହରରେ ଥିବା ପର୍ଯ୍ୟଟନସ୍ଥଳି ଝୁଲାବ୍ରିଜ୍‌ ତଳେ ପ୍ରବାହିତ ହେଉଥିବା ନାଗାବଳୀ ନଦୀରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ।

ଚଳନ୍ତା ଟ୍ରେନରୁ ୨ ନାବାଳକଙ୍କୁ ଠେଲିଦେଲେ ମଦ୍ୟପ

ଚଳନ୍ତା ଟ୍ରେନରୁ ୨ ନାବାଳକଙ୍କୁ ଠେଲିଦେଲେ ମଦ୍ୟପ

ରାୟଗଡ଼ା ଅଫିସ, ୨୪।୪- ରାୟଗଡା-କୋରାପୁଟ ଇଣ୍ଟରସିଟି ଚଳନ୍ତା ଟ୍ରେନରୁ ଜଣେ ମଦ୍ୟପ ୨ଜଣ ବାଳକଙ୍କୁ ଠେଲିଦେବାରୁ ସେମାନେ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ରାୟଗଡ଼ା ଜିଲା କାଶୀପୁର ବ୍ଲକ ରେଙ୍ଗା ପଞ୍ଚାୟତ ଡାବାଡିଗୁଡା ଗ୍ରାମର ସନ୍ତୋଷ ନାୟକ ଓ ଲଛମନ ନାୟକ।

ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣକାରୀ ସଂସ୍ଥାକୁ ଶିଶୁକନ୍ୟା ହସ୍ତାନ୍ତର

ପାରଳାଖେମୁଣ୍ଡି, ୨୪। ୪(ସ୍ବ.ପ୍ର.)- ଗଜପତି ଜିଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ ଜଣେ ଶିଶୁକନ୍ୟାକୁ ପାରଳାଖେମୁଣ୍ଡିସ୍ଥିତ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣକାରୀ ସଂସ୍ଥା(ସା)କୁ ହସ୍ତାନ୍ତର କରାଯାଇଛି। ଏହି ଶିିଶୁଟି ମାତ୍ର ୧ମାସର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୁମ୍ମା ବ୍ଲକ ପାର୍ସମ୍ବା ପଞ୍ଚାାୟତ ଅନ୍ତର୍ଗତ ତରଙ୍ଗଡା ଗ୍ରାମର ଜଣେ ମହିଳା ଏକମାସ ତଳେ ଶିଶୁକନ୍ୟା ଜନ୍ମ ଦେଇଥିଲେ। ମାତ୍ର ସେ ଏହି ଶିଶୁର ଭରଣପୋଷଣ କରିବାକୁ ଅସମର୍ଥ ଥିବାରୁ ପ୍ରଭା ଚାଇଲ୍ଡ ଲାଇନ୍‌ ଓ ସ୍ଥାନୀୟ ଆଶାକର୍ମୀଙ୍କ ସହାୟତାରେ ତାକୁ ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରିଥିଲେ।

ସଡ଼କ ସୁରକ୍ଷା ସଂକ୍ରାନ୍ତ ସଚେତନତା

ସଡ଼କ ସୁରକ୍ଷା ସଂକ୍ରାନ୍ତ ସଚେତନତା

କାଶୀନଗର, ୨୪।୪(ଡି.ଏନ.ଏ)- ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ମଙ୍ଗଳବାର ଗଜପତି ଜିଲା କାଶୀନଗର ସହରରେ ସଚେତନତା ରଥ ବୁଲିଥିବା ବେଳେ ଛାତ୍ରୀଛାତ୍ରମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରି ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। କାଶୀନଗର ଥାନାଠାରୁ ଏହି ରଥ ଓ ଶୋଭାଯାତ୍ରା ବାହାରିଥିଲା। ଦ୍ରୁତଗତିରେ ଓ ନିଶା ସେବନ କରି ଗାଡ଼ି ନଚଳାଇବା, ହେଲମେଟ ପିନ୍ଧିବା, ଟ୍ରାଫିକ ନିୟମ ମାନିବା ଲାଗି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

ବନପ୍ରଭା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ବନପ୍ରଭା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ସୁନାବେଡ଼ା,୨୪।୪(ଡି.ଏନ୍‌.ଏ.): ସୁନାବେଡ଼ା-୨ ସ୍ଥିତ ବନପ୍ରଭା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିରର ଅନ୍ନପୂର୍ଣ୍ଣା ମଣ୍ଡପରେ ହୋଇଥିବା ଏହି ସଭାରେ ପୁସ୍ତକ ଉନ୍ମୋଚନ, ସମ୍ବର୍ଦ୍ଧନା ପର୍ବ ଓ କବିତା ପାଠ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ବନପ୍ରଭାର ମୁଖପତ୍ର ରିମ୍‌ଝିମ୍‌ ବର୍ଷା, ଡ. ସରଳା ବେହେରାଙ୍କ ଗଳ୍ପ ତରଙ୍ଗ, ନାଟ୍ୟଶ୍ରୀ ସୁଦାବ ବିଶୋୟୀଙ୍କ ଅନୁବାଦ ପୁସ୍ତକ ରାଗ ଭୈରବ ଉନ୍ମୋଚନ କରାଯାଇଥିଲା। ସେହିପରି ସମ୍ବର୍ଦ୍ଧନା ପର୍ବରେ ଡ. ପ୍ରଦୀପ କୁମାର ମିଶ୍ର, ବିଜୟ କୁମାର ପ୍ରଧାନ, କୁଳମଣି ଦାସଙ୍କୁ ସମ୍ମାନିତ କରାଯାଇଥିଲା।

କୋରାପୁଟ ଉପଖଣ୍ଡ: କୋଟିଏ ଟଙ୍କା ବିନିମୟରେ କିଣାଯିବ ୧୯ ଡଙ୍ଗା

କୋରାପୁଟ ଉପଖଣ୍ଡ: କୋଟିଏ ଟଙ୍କା ବିନିମୟରେ କିଣାଯିବ ୧୯ ଡଙ୍ଗା

କୋରାପୁଟ,୨୪।୪(ସ୍ବ.ପ୍ର.): କୋରାପୁଟ ଜିଲା ପ୍ରଶାସନକୁ ବର୍ତ୍ତମାନ ଘାରିଛି ଡଙ୍ଗକିଣା ଚିନ୍ତା। କେନ୍ଦ୍ର ପାଣିପାଗ ବିଭାଗ ପକ୍ଷରୁ ଚଳିତ ବର୍ଷ ସ୍ବାଭାବିକ ମୌସୁମୀ ବର୍ଷା ହେବ ବୋଲି ଆଗୁଆ ସୂଚନା ଦିଆଯିବା ପରେ ତଥା ଆଉ ଦୁଇ ମାସ ପରେ ବର୍ଷା ଋତୁ ଆସିବାକୁ ଥିବାବେଳେ ଏବେଠୁ କୋରାପୁଟ ଜିଲା ପ୍ରଶାସନକୁ ଘାରିଛି ଡଙ୍ଗା ଚିନ୍ତା। ଏହାର ମୁକାବିଲା ପାଇଁ ଜିଲା ଜରୁରୀ ବିଭାଗ ପକ୍ଷରୁ ବିଭିନ୍ନ ଡଙ୍ଗା ଘାଟରେ ଉଭୟ ଯନ୍ତ୍ରଚାଳିତ ଓ ଦେଶୀ ଡଙ୍ଗା ସୁବିଧା କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ କୋରାପୁଟ ସବଡିଭିଜନରେ ୧୯ଟି ଡଙ୍ଗା କିଣାଯିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି।

ଜୀବିକା ପାଇଁ ୨ ଅସହାୟଙ୍କୁ ସହାୟତା ରାଶି ଦେଲା ପ୍ରଶାସନ

ଜୀବିକା ପାଇଁ ୨ ଅସହାୟଙ୍କୁ ସହାୟତା ରାଶି ଦେଲା ପ୍ରଶାସନ

କୋରାପୁଟ,୨୪।୪(ସ୍ବ.ପ୍ର.): କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦୁଇ ଜଣ ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ଜିଳାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଜରୁରୀ ବିଭାଗ ପକ୍ଷରୁ ଏହି ସହାୟତା ରାଶି ଚେକ ମାଧ୍ୟମରେ ପ୍ରଦାନ କରାଯାଇଛି । ବୋରିଗୁମ୍ମା ବ୍ଲକର ନାରିଗାଁ ଗ୍ରାମର ଶତ ପ୍ରତିଶତ ଦୃଷ୍ଟିହୀନ ବ୍ୟକ୍ତି ସତ୍ୟକାମ ବେହେରା ଜୀବିକା ନିର୍ବାହ ପାଇଁ ଏକ ବାଦ୍ୟଯନ୍ତ୍ର କିଣିବାକୁ ଜିଲା ରେଡକ୍ରସ ପାଣ୍ଠିରୁ ୧୮ ହଜାର ୫୦୦ ଟଙ୍କା ମଞ୍ଜୁର କରିଥିଲେ ଜିଲାପାଳ। ମଙ୍ଗଳବାର ଜିଲା ଜରୁରୀ ଅଧିକାରୀ ଦେବବ୍ରତ କରାତି ଏହି ଅର୍ଥରାଶି ଚେକ ଆକାରରେ ପ୍ରଦାନ କରିଛନ୍ତି।

ସ୍ବତନ୍ତ୍ର ଗ୍ରାମସଭା; ନାରୀ ନିର୍ଯାତନା ବନ୍ଦ କରିବା ପାଇଁ ଶୋଭାଯାତ୍ରା

ସ୍ବତନ୍ତ୍ର ଗ୍ରାମସଭା; ନାରୀ ନିର୍ଯାତନା ବନ୍ଦ କରିବା ପାଇଁ ଶୋଭାଯାତ୍ରା

ମାଥିଲି,୨୪।୪(ଡି.ଏନ୍‌.ଏ.): ମଙ୍ଗଳବାର ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଛି। ମାଥିଲି ସରପଞ୍ଚ ଗୌରୀ ବଟେଙ୍କ ସଭାପତିତ୍ୱରେ ଆୟୋଜିତ ଗ୍ରାମସଭାରେ ମାଥିଲି ପିଇଓ ଅଶୋକ ମହାରଣା, ସମିତିସଭ୍ୟା ପୁଷ୍ପା ବୁରୁଡିଙ୍କ ସମେତ ବିଭିନ୍ନ ଓ୍ବାର୍ଡର ମେମ୍ବର ଉପସ୍ଥିତ ଥିଲେ। ପ୍ରଥମେ ସକାଳେ ବ୍ଲକ କଲୋନୀ ସ୍ଥିତ ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଶୋଭାଯାତ୍ରା ହୋଇଥିଲା। ସରପଞ୍ଚ ଗୌରୀ ବଟେ ମଙ୍ଗ ସମ୍ଭାଳିଥିଲେ। ନାରୀ ନିର୍ଯାତନା ବନ୍ଦ କରିବା, ସ୍ବଚ୍ଛ ଭାରତ ଅଭିଯାନରେ ପ୍ରତ୍ୟେକ ଗାଁ ଓ ପରିବାରଙ୍କୁ ସଚେତନ କରାଇବା ସ୍ଲୋଗାନ ଦେଇ ପିଇଓ ମହାରଣା ଓ ସରପଞ୍ଚ ବଟେଙ୍କ ତତ୍ତ୍ବାବଧାନରେ ଛାତ୍ରୀଛାତ୍ର ବିଭିନ୍ନ ପ୍ଲାକାର୍ଡ ଧରି ମାଥିଲି ପଞ୍ଚାୟତ କାର୍ଯ୍ୟାଳୟରୁ ବାହାରିଥିଲେ। ମାଥିଲି ସଦର ମୁଖ୍ୟରାସ୍ତା, ବ୍ଲକ କଲୋନୀ ପରିକ୍ରମା କରି ପୂର୍ବାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ପହଞ୍ଚତ୍ବା ପରେ ସେଠାରେ ସ୍ବତନ୍ତ୍ର ଗ୍ରାମସଭା ହୋଇଥିଲା।

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ପାଖେ ସ୍କୁଲ ଚାବି, ନବମ ଶ୍ରେଣୀ ଛାତ୍ରୀ ରାନ୍ଧି ଖୁଆଉଛନ୍ତି ମଧ୍ୟାହ୍ନଭୋଜନ

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ପାଖେ ସ୍କୁଲ ଚାବି, ନବମ ଶ୍ରେଣୀ ଛାତ୍ରୀ ରାନ୍ଧି ଖୁଆଉଛନ୍ତି ମଧ୍ୟାହ୍ନଭୋଜନ

ନବରଙ୍ଗପୁର,୨୪।୪(ବି.ପ୍ର.): ସରକାର ଶିକ୍ଷା ବ୍ୟବସ୍ଥା ପାଇଁ ଅନେକ ଯୋଜନା କରୁଛନ୍ତି । ପିଲା ପଢିବେ ଭବିଷ୍ୟତ ଗଢିବେ । କିନ୍ତୁ ସରକାରଙ୍କ ଏହି ଶୈକ୍ଷିକ ବ୍ୟବସ୍ଥା ଭିତରେ ବହୁ ପ୍ରକାର ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଛାତ୍ରୀଛାତ୍ରଙ୍କ ଅନୁପାତରେ କେଉଁ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି ତ ଅନ୍ୟ କେଉଁ ବିଦ୍ୟାଳୟରେ ଜଣେ ଶିକ୍ଷକ ବିଦ୍ୟାଳୟ ଚଳାଉଛନ୍ତି। ନବରଙ୍ଗପୁର ବ୍ଲକ ମାଝୀଗୁଡା ନୂତନ ପ୍ରାଥମିକ ବିଦ୍ୟାଳୟରେ ୧୪ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ୩ ଜଣ ନିୟମିତ ଶିକ୍ଷକ ନିଯୁକ୍ତି କରାଯାଇଛି। ୨୦୦୨ରେ ଏହି ବିଦ୍ୟାଳୟ ଖୋଲାଯାଇଥିଲା। ୩ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ଶିକ୍ଷକ ଅମିୟ ଶିଶିର ବାଘ ସିଆରସିସି ହେବା ପରେ ରବିନ୍ଦ୍ର ବେହେରା ପ୍ରଧାନ ଶିକ୍ଷକ ଓ ପଦ୍ମଲୋଚନ ରଥ ସହାୟକ ଶିକ୍ଷକ ଭାବେ କାମ କରୁଛନ୍ତି। ପଦ୍ମଲୋଚନ ତାଲିମ ପାଇଁ ବିଦ୍ୟାଳୟକୁ ଆସୁନାହାନ୍ତ। ପ୍ରଧାନ ଶିକ୍ଷକ ୬ଟା ଜାଗାରେ ୮ଟାରେ ବିଦ୍ୟାଳୟକୁ ଆସୁଛନ୍ତି। ମଧ୍ୟାହ୍ନ ଭୋଜନ ଦେବା ପରେ ଚାଲି ଯାଉଛନ୍ତି। ପିଲାଙ୍କୁ ଏଯାଏ ପୁସ୍ତକଟିଏ ମଧ୍ୟ ଦିଆଯାଇ ନାହିଁ। ଜଣେ ୫ମ ଶ୍ରେଣୀର ଜଣେ ଛାତ୍ରୀଙ୍କ ପାଖରେ ବିଦ୍ୟାଳୟ ଚାବି ରହୁଛି। ସେ ବିଦ୍ୟାଳୟ ଖୋଲି ପିଲାଙ୍କୁ ଡାକି ବସାଉଛନ୍ତି। ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଜଣେ ନବମ ଶ୍ରେଣୀ ଛାତ୍ରୀ ରହିଛନ୍ତି। ପାଠପଢ଼ା ବୟସରେ ବିଦ୍ୟାଳୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ରୋଷେଇ କରି ଦେଉଛନ୍ତି।