ରାୟଗଡା

୫୦ ଲକ୍ଷ ଋଣ ଦେବାକୁ କହି ଶିକ୍ଷକଙ୍କଠାରୁ ୧୩ ହଜାର ଠକେଇ

୫୦ ଲକ୍ଷ ଋଣ ଦେବାକୁ କହି ଶିକ୍ଷକଙ୍କଠାରୁ ୧୩ ହଜାର ଠକେଇ
ଜୟପୁର,୨।୧(ଡି.ଏନ୍‌.ଏ.): ଜୟପୁର ସହରର ଜଣେ ବ୍ୟକ୍ତିଙ୍କଠାରୁ ଏକ ଫାଇନାନ୍ସ କମ୍ପାନୀ ଋଣ କରାଇଦେବା ନାଁରେ ୧୩ ହଜାର ୫ଶହ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି। ତେବେ ସେ ଥାନାରେ ଏଯାବତ୍‌ ଏତଲା ଦେଇନାହାନ୍ତି। ସୂଚନା ଅନୁଯାୟୀ, ଜୟପୁର ସହର ନିକଟସ୍ଥ ଏକଟାଗୁଡାର ବାସିନ୍ଦା ଥିବା ଶିକ୍ଷକ ବିଚିତ୍ରାନନ୍ଦ କର ବିଜ୍ଞାପନରୁ ଜାଣିବାକୁ ପାଇଥିଲେ ଯେ ୟୁନାଇଟେଡ ଫାଇନାନ୍ସ କମ୍ପାନୀ ୭୨ ଘଣ୍ଟା ମଧ୍ୟରେ ଋଣ ଦେଉଛି। ଏଥିପାଇଁ ସେ ଅନଲାଇନ୍‌ ଆବେଦନ କରିଥିଲେ ା ଉକ୍ତ ସଂସ୍ଥାର ଅରବିନ୍ଦ ସିଂ ନାମକ କର୍ମଚାରୀ ତାଙ୍କ ସହ ଫୋନ୍‌ରେ କଥା ହୋଇ ୩୫୦୦ ଟଙ୍କା ଜମା କରିବା ସହ ଅନଲାଇନରେ ଫର୍ମ ପୂରଣ କରିବାକୁ କହିଥିଲେ । ବିଚିତ୍ରାନନ୍ଦ ଗତ ୨୮ ତାରିଖରେ ଅରବିନ୍ଦ ଦେଇଥିବା ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ । ଏହାପରେ ଅରବିନ୍ଦ ତାଙ୍କୁ ଜଣାଇଥିଲେ ଯେ ଋଣ ମଞ୍ଜୁର ହୋଇଛି, ୧୦ ହଜାର ଟଙ୍କା ଜମା କଲେ ୭୨ ଘଣ୍ଟା ମଧ୍ୟରେ ୫୦ ଲକ୍ଷ ଟଙ୍କା ଋଣ ମିଳିବ। କିନ୍ତୁ ଏହି ସମୟ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ଋଣ ଟଙ୍କା ଜମା ନ ହେବାରୁ ବିଚିତ୍ରାନନ୍ଦ ଫୋନରେ ଅରବିନ୍ଦଙ୍କ ସହ କଥା ହୋଇଥିଲେ। ଏକ ଘଣ୍ଟା ଭିତରେ ୫୦ ଲକ୍ଷ ଋଣ ଟଙ୍କା ଜମା ହୋଇଯିବ; ତା’ ପୂର୍ବରୁ ଆଉ ୨୦ ହଜାର ଟଙ୍କା ଜମା କରିବା ପାଇଁ ଅରବିନ୍ଦ କହିଥିଲେ। ଏଥର ବିଚିତ୍ରାନନ୍ଦଙ୍କ ମନରେ ସନ୍ଦେହ ହେବାରୁ ସେ ଆଉ ଟଙ୍କା ଜମା କରି ନଥିଲେ ।
All Right Reserved By

ରାୟଗଡା

ସୋସିଆଲ ମିଡିଆରେ ଦାବି: ଶହୀଦ ମାଟି ପାଇଁ ଶହେ କୋଟି

କୋରାପୁଟ,୨୩ା୧୦(ସ୍ବ.ପ୍ର.) 
କୋରାପୁଟ ଜିଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକ ନିଜ ଗ୍ରାମ ତେନ୍ତୁଳିଗୁମ୍ମା ଅବହେଳିତ ରହିଥିବା ଦର୍ଶାଇ ଏହି ଗ୍ରାମର ଉନ୍ନତି ପାଇଁ ଶହେ କୋଟି ଟଙ୍କା ଅର୍ଥ ପ୍ରଦାନ କରାଯାଉ। ଫେସବୁକ ଓ ଟ୍ବିଟର ପରି ସାମାଜିକ ଗଣମାଧ୍ୟମରେ ଯୁବକମାନେ ଏଭଳି ଏକ ଅଭିଯାନ ଆରମ୍ଭ କରିଛନ୍ତି। 

ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର୍‌ : ରାସ୍ତା ପାର୍ଶ୍ୱରେ କଟାଯାଉଛି ମାଂସ

ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର୍‌ : ରାସ୍ତା ପାର୍ଶ୍ୱରେ କଟାଯାଉଛି ମାଂସ

ରାୟଗଡା ଅଫିସ୍‌, ୨୩।୧୦- ରାୟଗଡା ସହରର ବିଭିନ୍ନ ଅଞ୍ଚଳରେ  ରାସ୍ତାପାର୍ଶ୍ୱରେ  ମାଂସ କଟା ଯାଇ ବିକ୍ରି କରାଯାଉଛି ା ଦୀର୍ଘବର୍ଷ ଧରି ବ୍ୟବସାୟୀମାନେ ଏଭଳି ବ୍ୟବସାୟ କରି ଆସୁଛନ୍ତି ା

ଡ୍ୟାମ୍‌ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଡ୍ୟାମ୍‌ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

କୋରାପୁଟ,୨୨।୧୦(ସ୍ବ.ପ୍ର.): କୋରାପୁଟ ସଦର ଥାନା ଡଙ୍ଗରି ଗ୍ରାମ ନିକଟରେ ଥିବା ଜଳଭଣ୍ଡାର ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଡଙ୍ଗରୀ ଗ୍ରାମର ରତାଇ ସାଉନ୍ତା (୪୫)। 

ଭାଲୁ କାମୁଡ଼ାରେ ବୃଦ୍ଧ ମୃତ

ଭାଲୁ କାମୁଡ଼ାରେ ବୃଦ୍ଧ ମୃତ

କୋରାପୁଟ,୨୨।୧୦(ସ୍ବ.ପ୍ର.): ଭାଲୁ କାମୁଡ଼ାରେ କୋରାପୁଟ ସଦର ଥାନା ଖାରିଗୁଡ଼ା ଗ୍ରାମର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଖାରିଗୁଡ଼ାର ଲକ୍ଷ୍ମଣ ପରଜା ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିବା ବେଳେ ଭାଲୁ ସହ ମୁହାଁମୁହିଁ ହୋଇଥିଲେ। ଭାଲୁ କାମୁଡ଼ାରେ ସେ ଗୁରୁତର ହୋଇ ପ୍ରଥମେ କୋରାପୁଟ ମେଡିକାଲ କଲେଜ ଓ ପରେ ବିଶାଖାପାଟଣା ସ୍ଥାନାନ୍ତର ହୋଇଥିଲେ। ସୋମବାର ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଓ ଏନେଇ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ସଦର ଥାନା ଏସ୍‌ଆଇ ନଟବର ନନ୍ଦ କହିଛନ୍ତି।

ବିଜୁ ଗାଁ ଗାଡ଼ି ଦାବିକଲେ ୨୦ ଗ୍ରାମବାସୀ

ବିଜୁ ଗାଁ ଗାଡ଼ି ଦାବିକଲେ ୨୦ ଗ୍ରାମବାସୀ

କୋରାପୁଟ,୨୨।୧୦(ସ୍ବ.ପ୍ର.): କୋରାପୁଟ ସଦରରୁ ଦଶମନ୍ତପୁର ବ୍ଲକ ଫଣ୍ଡସ ଗ୍ରାମ ଯାଏଁ ବିଜୁ ଗାଁ ଗାଡ଼ି ଚଳାଇବା ଦାବିକରି ସୋମବାର ୨୦ରୁ ଊର୍ଦ୍ଧ୍ୱ ଗ୍ରାମର ଶତାଧିକ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଛି।

କୁଶନଗୁଡା ଗାଁ:୨ଟି ଅଙ୍ଗନୱାଡି କେନ୍ଦ୍ରରେ ଗ୍ରାମବାସୀ ପକାଇଲେ ତାଲା

କୁଶନଗୁଡା ଗାଁ:୨ଟି ଅଙ୍ଗନୱାଡି କେନ୍ଦ୍ରରେ ଗ୍ରାମବାସୀ ପକାଇଲେ ତାଲା


ନବରଙ୍ଗପୁର,୨୨।୧୦(ବି.ପ୍ର.)-  ନବରଙ୍ଗପୁର ଜିଲା  ତେନ୍ତୁଳିଖୁଣ୍ଟି ବ୍ଲକ ଅଂଳାଭଟା ପଞ୍ଚାୟତ ଅଧୀନ  କୁଶନଗୁଡା ଗାଁର ୨ଟି ଅଙ୍ଗନୱାଡି କେନ୍ଦ୍ରରେ ସୋମବାର ଗ୍ରାମବାସୀ ତାଲା ପକାଇଛନ୍ତି ।  ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆ  ନ ଯିବାରୁ ଏହାର ପ୍ରତିବାଦରେ ଗ୍ରାମବାସୀ ଏପରି ପଦକ୍ଷେପ ନେଇଛନ୍ତି। 

କଂଗ୍ରେସର ମିଶ୍ରଣ ପର୍ବ: ଶତାଧିକ କର୍ମୀ ସାମିଲ

କଂଗ୍ରେସର ମିଶ୍ରଣ ପର୍ବ: ଶତାଧିକ କର୍ମୀ ସାମିଲ

ଝରିଗାଁ,୨୨।୧୦(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କଂଗ୍ରେସ ପକ୍ଷରୁ କରମରୀ ଗ୍ରାମରେ ସୋମବାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। 

ଗଣ୍ଡ ସମାଜର ନୂଆଖାଇ ଭେଟ୍‌ଘାଟ

ଗଣ୍ଡ ସମାଜର ନୂଆଖାଇ ଭେଟ୍‌ଘାଟ

ଝରିଗାଁ,୨୨।୧୦(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ସୋରିପଡ଼ା ଗ୍ରାମରେ ଝରିଗାଁ ବ୍ଲକ ଗଣ୍ଡ ସାଂସ୍କୃତିକ ସମାଜ ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

୧୦ ବର୍ଷ ହେଲା କାର୍ଯ୍ୟକ୍ଷମ ହେଉନି କାଶୀପୁର ସବ୍‌ଜେଲ୍‌

୧୦ ବର୍ଷ ହେଲା କାର୍ଯ୍ୟକ୍ଷମ ହେଉନି କାଶୀପୁର ସବ୍‌ଜେଲ୍‌

ରାୟଗଡା ଅଫିସ୍‌, ୨୨।୧୦- ରାୟଗଡା ଜିଲାରେ ଦିନକୁ ଦିନ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଉଛି  ଏହାକୁ ଦୃଷ୍ଟିରେ ରଖି ୨୦୦୮ରେ ରାୟଗଡା ଜିଲାର କାଶୀପୁରଠାରେ ଏକ ସବ୍‌ଜେଲ୍‌ ନିର୍ମାଣ କରାଯାଇଥିଲା  ଇତିମଧ୍ୟରେ ୧୦ ବର୍ଷ ବିତିଲାଣି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଜେଲ୍‌ କାର୍ଯ୍ୟକ୍ଷମ ହୋଇପାରୁନାହିଁ  ପୋଲିସ ହାଉସିଂ ବୋର୍ଡ ନିଗମଃ ପ୍ରାୟ ୩ କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଥିଲା   ୨୦୧୩ ରେ ଜେଲ୍‌ ବିଭାଗକୁ ଏହା ହସ୍ତାନ୍ତର କରାଯାଇଛିି । ହେଲେ ଉକ୍ତ ସବ୍‌ଜେଲ୍‌ଟି ହସ୍ତାନ୍ତର ହେବାର ଦୀର୍ଘ ୫ବର୍ଷ ବିତିଯାଇଥିଲେ ବି ଏହା   ଉଦ୍‌ଘାଟନ ହୋଇପାରିନାହିଁ  

ଉଜୁଡ଼ା ଘର ସଜାଡ଼ିବାରେ ବ୍ୟସ୍ତ ନାଉଡ଼ାବାସୀ

ଉଜୁଡ଼ା ଘର ସଜାଡ଼ିବାରେ ବ୍ୟସ୍ତ ନାଉଡ଼ାବାସୀ

ଗୁଣପୁର,୨୨।୧୦(ଡି.ଏନ.ଏ)-ସାମୁଦ୍ରିକ ଝଡ଼ ତିତ୍‌ଲି ଆଣି ଦେଇଥିଲା ଲୋକଙ୍କୁ ଅନେକ ଦୁଃଖ ଏବଂ ଦୁର୍ଦ୍ଦଶା  ବର୍ତ୍ତମାନ ସୁଦ୍ଧା ଅନେକ ଗ୍ରାମକୁ  ପାନୀୟ ଏବଂ ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇପାରିନାହିଁ । ଯୁଦ୍ଧକାଳୀନ ଭିତ୍ତିରେ ଅନେକ ଗ୍ରାମରେ କାର୍ଯ୍ୟ ଚାଲୁ ରହିଥିଲେ ମଧ୍ୟ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି  ଏବେ କିଏ ନିଜ ଉଜଡା ଘର ତ ଆଉ କିଏ ନିଜ ଭଙ୍ଗା ଘର ସଜାଡିବାରେ ବ୍ୟସ୍ତ  ଇତିମଧ୍ୟରେ ୧୦ ଦିନ ବିତିଯାଇଥିଲେ ମଧ୍ୟ ସମସ୍ୟା ସୁଧୁରୁନି  ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୁଣପୁର ବ୍ଲକର ନାଉଡା ଗ୍ରାମରେ  

ବିଲ୍ଟ ପେପର ମିଲ୍‌  ଫାଟକ ଖୋଲିବା ଆଶା ଉଜ୍ଜ୍ୱଳ

ବିଲ୍ଟ ପେପର ମିଲ୍‌ ଫାଟକ ଖୋଲିବା ଆଶା ଉଜ୍ଜ୍ୱଳ

ଜୟପୁର, ୨୧।୧୦(ନି.ପ୍ର./ଡି.ଏନ୍‌.ଏ.) 
ଜୟପୁର ବିଲ୍ଟ ପେପର ମିଲ ଦୀର୍ଘ ୪ ମାସ ହେବ ବନ୍ଦ ହୋଇ ପଡିଛି। ମିଲ୍‌ର ୩ଟି ସଂଘ କମ୍ପାନୀର ସମସ୍ତ ନିୟମକୁ ମାନିବାକୁ ପ୍ରସ୍ତୁତ ଥିବା ବେଳେ ବିଏମ୍‌ଏସ୍‌ ନ ମାନିବାରୁ ମିଲ୍‌ ଖୋଲିବା ଆଶଙ୍କା ଦେଖାଯାଇଥିଲା। କିନ୍ତୁ  ମିଲ୍‌କୁ ଅନ୍ୟ ୩ଟି ସଂଘ ସମର୍ଥନ ଦେଉଛି। ମିଲ୍‌ ଓ କର୍ମଚାରିଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଏମ୍‌ଏସ୍‌ ମଧ୍ୟ ମିଲ୍‌ କତ୍ତୃପକ୍ଷକୁ  ସମର୍ଥନ ପତ୍ର ଦେଇଛି ବୋଲି ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ  ସଂଘ  ପକ୍ଷରୁ କୁହାଯାଇଛି। ସେହିପରି ଆସନ୍ତା ୨୫ରେ ସ୍ଥାନୀୟ କାଗଜକଳ ସିଜିଏମ୍‌ ମାଣିକେଶ୍ୱର ରାଓ ଜୟପୁର ପହଞ୍ଚତ୍ବା ପରେ ଏହାର  ପୁନଃ କାର୍ଯ୍ୟକ୍ଷମ ନେଇ ଘୋଷଣା କରିବାର ସମ୍ଭାବନା ରହିଛି। ନଭେମ୍ବର ୧ ସୁଦ୍ଧା କାଗଜକଳର ମୁଖ୍ୟ ଫାଟକ ତାଲା ଖୋଲିବା ନେଇ ସମସ୍ତ  ସଂଘ ଆଶାବାଦୀ ରହିଥିବା  ନେଇ ପ୍ରକାଶ କରିଛନ୍ତି।

ରେଳଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର

ରେଳଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଲକ୍ଷ୍ମୀପୁର, ୨୧।୧୦-ଲକ୍ଷ୍ମୀପୁର ବ୍ଲକ ଗୌଡ଼ଗୁଡା ପଞ୍ଚାୟତର ସାନ ନେର୍କା ଛକ ନିକଟସ୍ଥ ରେଳଧାରଣାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ସେ ହେଲେ ସାନ ନେର୍କା ଗ୍ରାମର ଉରକା ଦାମିଙ୍କ ସ୍ତ୍ରୀ ଚିଙ୍ଗି(୨୮)।  କାକିରିଗୁମ୍ମା ପୋଲିସ ମୃତଦେହ  ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି।  ଏଥିସହ  ୮/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।