Dharitri News
ରାୟଗଡା

ପୌଷ ପୂର୍ଣ୍ଣିମାରେ ଆଦିବାସୀ ପଡ଼ାରେ ଜମିଲା ପୁଷ ପରବ

ପୌଷ ପୂର୍ଣ୍ଣିମାରେ ଆଦିବାସୀ ପଡ଼ାରେ ଜମିଲା ପୁଷ ପରବ ଜୟପୁର/ସେମିଳିଗୁଡ଼ା,୨।୧(ନି.ପ୍ର./ସ୍ବ.ପ୍ର.): ପୌଷ ମାସରେ ଆଦିବାସୀଙ୍କ ପୁଷ ପରବ ପାଇଁ ମଙ୍ଗଳବାର କୋରାପୁଟ ଜିଲା ଉତ୍ସବମୁଖର ହୋଇଛି। ଭତରା, ଗାଧବା, କନ୍ଦ, ଭୂମିଆ, ପରଜା ସମ୍ପ୍ରଦାୟର ଲୋକେ ପୌଷମାସର ଶୁକ୍ଳପକ୍ଷରୁ ଏହି ପରବ ପାଳନ କରିବା ଆରମ୍ଭ କରିବା ପରେ ମଙ୍ଗଳବାର ପୂର୍ଣ୍ଣିମାରେ ଏହା ଉଦ୍‌ଯାପିତ ହୋଇଛି। ଏହି ସମୟରେ ଫସଲ ପ୍ରାୟ ଅମଳ ସରିଥାଏ। ହାତରେ କାମ ନଥାଏ। ତେଣୁ ଆଦିବାସୀ ମନଖୁସିରେ ନାଚ ଗୀତ କରିଥିଲେ। ଆଦିବାସୀ ଗାଁରୁ ଦଳଦଳ ଯୁବକ ରାମ, ଲକ୍ଷ୍ମଣ, ହନୁମାନ, ସୀତା, ପାଣ୍ଡବ ପାଞ୍ଚଭାଇଙ୍କ ବେଶ ହୋଇ ରାମାୟଣ, ମହାଭାରତ ଗାଇଥିଲେ। ନାଚ, ଭୋଜିଭାତ କରି ମଉଜ ମଜଲିସରେ ସେମାନଙ୍କ ସମୟ କଟିଥିଲା। ଧାଙ୍ଗଡା, ଧାଙ୍ଗଡିମାନେ ନୃତ୍ୟଗୀତ କରି ଗାଁ ଗାଁ ବୁଲି ଧାନ ଚାଉଳ ପଇସା ସଂଗ୍ରହ କରିଥିଲେ। ପୌଷ ପୂର୍ଣ୍ଣିମା ପାଇଁ ଆଦିବାସୀ ପଲ୍ଲୀ ଝୁମି ଉଠିଥିଲା। ପୁରୁଷମାନେ ବାଜା ବଜାଉଥିବା ବେଳେ ମହିଳା ଓ ପୁରୁଷ ଏକାଠି ନାଚରେ ମଜ୍ଜିଯାଇଥିଲେ। ସେହିପରି ସେମିଳିଗୁଡ଼ା ବ୍ଲକ ୧୭ଟି ପଞ୍ଚାୟତରେ ପୌଷ ପରବ ପାଳିତ ହୋଇଛି। ବର୍ଷସାରା ଗୋରୁଙ୍କ କାନ୍ଧରେ ଫସଲ ଅମଳ କରାଯାଉଥିବା ବେଳେ ପୁଷ ପରବରେ ସେମାନଙ୍କୁ ପୂଜା କରାଯାଏ। ଜିଲାର ମାଳି, ପାଇକ, କୁମ୍ଭାର, ପରଜା, ଆଦିବାସୀମାନେ ଏହି ପରବ ପାଳନ କରିଆସୁଛନ୍ତି ା ପରବରେ ପ୍ରଥମେ ଗୋରୁଙ୍କୁ ଗାଧୋଇ ତେଲ ଲଗାଯାଏ। ଭାତ, ଡାଲି, ତରକାରୀ, କନ୍ଦମୂଳ, କନ୍ଦା, ପିଟ୍‌ କନ୍ଦା, ନଗଳକନ୍ଦା, ମାଣ୍ଡିଆ ତମ୍ପା ଏହିଭଳି ୧୨ ପ୍ରକାର ପିଠା କରି ଗୋରୁଙ୍କୁ ପ୍ରଥମେ ଖୁଆଇ ନିଜ ପରମ୍ପରା ହିସାବରେ ଏହି ପୌଷ ପରବ ପାଳନ କରାଯାଇଥାଏ। ଗୋରୁଙ୍କ କାର୍ଯ୍ୟ ସାରିବା ପରେ ଗାଁ ଦାଣ୍ଡରେ ପୌଷ ପରବ ପାଇଁ ନାଚଗୀତରେ ମାତିଯାଆନ୍ତି ଲୋକେ।

ରାୟଗଡା

ଚିତ୍ରକୋଣ୍ଡାରେ ମାଓବାଦୀ ପୋଷ୍ଟର

ଚିତ୍ରକୋଣ୍ଡାରେ ମାଓବାଦୀ ପୋଷ୍ଟର

ମାଲକାନଗିରି, ୧୮।୧(ସ୍ବ.ପ୍ର.)- କୁକୁଡା ଗାଲି ଓ ହାଟରେ ମଦ ବିକ୍ରି ବନ୍ଦ କରିବା ଆହ୍ବାନରେ ଗୁରୁବାର ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ପାପୁଲୁର ଓ କୁର୍ମାନୁର ପଞ୍ଚାୟତର ବିଭିନ୍ନ ସ୍ଥାନରେ ସିପିଆଇ(ମାଓବାଦୀ) ପକ୍ଷରୁ ପୋଷ୍ଟର ଲଗାଯାଇଛି । ଏହାକୁ ନ ମାନିଲେ ଗାଁର ମୁଖିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

 ମଦ ବିକ୍ରି ବନ୍ଦ କରିବାକୁ ମହିଳା ସଙ୍ଗଠନର ଆହ୍ବାନ

ମଦ ବିକ୍ରି ବନ୍ଦ କରିବାକୁ ମହିଳା ସଙ୍ଗଠନର ଆହ୍ବାନ

ଝରିଗାଁ, ୧୮।୧(ସ୍ବ.ପ୍ର)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ଦେବାଦରା ଗ୍ରାମରେ ଗୁରୁବାର ମଦ ବିରୋଧୀ ସଚେତନତା ଶୋଭାଯାତ୍ରା ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଲଛମନ ଜାନୀଙ୍କ ନେତୃତ୍ୱରେ ୧୨ଟି ମହିଳା ସଂୟ ସହାୟିକା ଦଳର ସଭ୍ୟା ଓ ଗ୍ରାମବାସୀ ମିଶି ଦେଶୀ ଓ ବିଦେଶୀ ମଦ ବିକ୍ରିକୁ ବନ୍ଦ କରିବାକୁ ଲୋକମାନଙ୍କୁ ସଚେତନ କରାଇଛନ୍ତି।

ସ୍ତ୍ରୀ ଓ ଝିଅକୁ ନିଆଁ ଲଗାଇ ଜାଳିଦେଲେ ସ୍ବାମୀ

ସ୍ତ୍ରୀ ଓ ଝିଅକୁ ନିଆଁ ଲଗାଇ ଜାଳିଦେଲେ ସ୍ବାମୀ

ନବରଙ୍ଗପୁର, ୧୮।୧(ବି.ପ୍ର.)- ସ୍ତ୍ରୀ ଓ ଝିଅକୁ କିରୋସିନ ପକାଇ ପୋଡିଦେଲେ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଗୁରୁବାର ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ଥାନା ଅଧୀନ ଚିର୍ମା ଗାଁରେ ଘଟିଛି । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ପେନସନ ଭୋଗୀଙ୍କୁ ଚିନ୍ତା ଆଧାର କାର୍ଡ଼

ମାଲକାନଗିରି,୧୮।୧(ଡି.ଏନ୍‌.ଏ.) ମାଲକାନଗିରି ଜିଲାରେ ଅନେକ ପେନସନଭୋଗୀ ଜୀବନ୍ତ ପ୍ରମାଣପତ୍ର ଦାଖଲ ନକଲେ ପେନସନ ପାଇବାରେ ବଞ୍ଚତ୍ତ ହେବେ। ପୂର୍ବରୁ ଏହି ପ୍ରମାଣପତ୍ର ପାଇଁ କେତେକ ନିର୍ଦ୍ଦିଷ୍ଟ ଫର୍ମରେ ନିଜର ସବିଶେଷ ତଥ୍ୟ ସହ ଭୋଟର କାର୍ଡ଼ ଓ ପେନସନ ବହିର ଜେରକ୍ସ କପି ଷ୍ଟେଟବ୍ୟାଙ୍କରେ ଦାଖଲ କରିବାକୁ ପଡୁଥିଲା।

୨ ବର୍ଷ ତଳୁ କାମ କରୁନି ଟାଙ୍କି: ଆଗକୁ ଜଳ ସଙ୍କଟ ଜଳଜଳ ଦିଶୁଛି

୨ ବର୍ଷ ତଳୁ କାମ କରୁନି ଟାଙ୍କି: ଆଗକୁ ଜଳ ସଙ୍କଟ ଜଳଜଳ ଦିଶୁଛି

ଶିଖାପାଲି,୧୮।୧ ମାଲକାନଗିରି ଜିଲା ଏମ୍‌ଭି-୧୯ ଗାଁରେ ଦୁଇବର୍ଷ ତଳେ ଜିଲା ଗ୍ରାମୀଣ ପାନୀୟ ଜଳ ଯୋଗାଣ ପକ୍ଷରୁ ପାଣିଟାଙ୍କି ନିର୍ମାଣ କରାଯାଇଥିଲା। ମୋଟର ଲାଗିଯିବା ପରେ ମଧ୍ୟ ୧୦୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ଏବେ ଚିନ୍ତା ବଢ଼ାଇଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ସରକାର ଗ୍ରାମରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଛନ୍ତି। ଦୁଇବର୍ଷ ତଳୁ ତାହା ଫେଲ୍‌ ମାରିଛି।

ଚିକିତ୍ସା ପାଇଁ ଅର୍ଥ ବାଧକ

ଚିକିତ୍ସା ପାଇଁ ଅର୍ଥ ବାଧକ

ଡାବୁଗାଁ,୧୮।୧(ଡି.ଏନ.ଏ.) ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାନିଗାଁ ପଞ୍ଚାୟତ ଅଧୀନ ବାଣୁଆଗୁଡା ଗ୍ରାମର ବାସୁଦେବ ଗୌଡଙ୍କ ପୁଅ ଶଙ୍କର ନାୟକ(ଗୌଡ) ୨ ବର୍ଷ ହେଲା ପେଟ ରୋଗରେ ଆକ୍ରାନ୍ତ । ଅର୍ଥ ଅଭାବରୁ ଶଙ୍କର ଚିକିତ୍ସିତ ହୋଇ ପାରୁ ନାହାନ୍ତି। ବାସୁଦେବ କୁଲି ମଜୁରୀ କରି ପରିବାର ଭରଣପୋଷଣ କରୁଥିବାରୁ ପୁଅର ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବପର ହେଉ ନାହିଁ।

ଜଙ୍ଗଲ ଛାଡି ଜନପଥରେ ଭାଲୁ,ହେଟାବାଘ

ମଇଦଲପୁର,୧୮।୧(ଡି.ଏନ.ଏ.) ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ସଦର ମହକୁମା ଠାରେ ଭାଲୁ ଓ ହେଟା ବାଘର ଆତଙ୍କ । ଜନସାଧାରଣ ସନ୍ଧ୍ୟା ହେଲେ ଘରୁ ବାହାରକୁ ବାହାରିବା ମୁସକିଲ ହୋଇ ପଡଛି। ଏବେ କିଛି ଦିନ ହେବ ସନ୍ଧ୍ୟାହେଲେ ୩ଟି ଭାଲୁ ଓ ୨ଟି ହେଟା ବାଘ ଜଙ୍ଗଲ ଆଡୁ ବାହାରି ଗାଁ ମୁହାଁ ହେଉଛନ୍ତିା ଏଥିଯୋଗୁ ପିଲାମାନେ ଟିୟୁସନ,ଗାଁ ଲୋକ ବଜାରରୁ ଘରକୁ ଯିବା ପାଇଁ ଭୟ କରୁଛନ୍ତି ।

ପୂରଣ ହୋଇନି ଧାନ ସଂଗ୍ରହ ଲକ୍ଷ୍ୟ

ରାୟଗଡା ଅଫିସ୍‌, ୧୮।୧ ରାଜ୍ୟ ବେସାମରିକ ଯୋଗାଣ ନିଗମ ପକ୍ଷରୁ ଗତ ନଭେମ୍ବର୨୯ ତାରିଖରୁ ରାୟଗଡ଼ା ଜିଲାରେ ୩୪ଟି ମଣ୍ଡିରେ ଖରିଫ୍‌ ଋତୁ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଜିଲାର ମୋଟ ୧୧ଟି ବ୍ଲକ୍‌ରୁ ୧୦ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ମୋଟ ୬ଲକ୍ଷ ୬୮ହଜାର ୩୫୮.୪୨ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି । ଆସନ୍ତା ଏପ୍ରିଲ୍‌ ୩୦ତାରିଖ ପର୍ଯ୍ୟନ୍ତ ଜିଲାର ଏହି ୩୪ଟି ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିବ । ଏହି ମଣ୍ଡିଗୁଡିକରୁ ଧାନ ସଂଗ୍ରହ ନିମନ୍ତେ ଚଳିତ ବର୍ଷ ଜିଲା ପ୍ରଶାସନ ପକ୍ଷରୁ ୯୨ଜଣ ମିଲରଙ୍କୁ ଧାନ ଉଠାଇବା ନିମନ୍ତେ ନିୟୋଜିତ କରାଯାଇଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ ଜଣାଯାଇଛି ।

ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ପୂର୍ତ୍ତ ବିଭାଗ କର୍ମଚାରୀ

ରାୟଗଡା ଅଫିସ, ୧୭।୧- ଗୋଟିଏ ଦିନ ତଳୁ ନିଖୋଜ ଥିବା ପୂର୍ତ୍ତ ବିଭାଗର ଜଣେ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ବୁଧବାର ସକାଳେ ରାୟଗଡ଼ା ଷ୍ଟେଶନ ନିକଟରୁ ମିଳିଛି । ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ମୃତକ ଜଣକ ହେଲେ ରାୟଗଡ ସହରସ୍ଥିତ ପିଡବ୍ଲ୍ୟୁଡି କଲୋନୀର ବାସିନ୍ଦା ସତ୍ୟ ନାରାୟଣ ବିଶୋଇ (୫୭) ।

ଜୟପୁର ପୌରପାଳିକରେ ଜାଲ ଟିଡିଆର: ଠିକାଦାର ଗୀତାଞ୍ଜଳି ଗିରଫ

ଜୟପୁର,୧୭। ୧ (ନି .ପ୍ର.)- କୋରାପୁଟ ଜିଲା ଜୟପୁର ପୌରପାଳିକାରେ ଜାଲ ଟିଡିଆର ଦାଖଲ କରିଥିବା ମାମଲାରେ ଜଡିତ ଥିବା ଠିକାଦାର ଗୀତାଞ୍ଜଳି ନାୟକ (୪୦)ଙ୍କୁ ଟାଉନ ଥାନା ପୋଲିସ ପୁରୀ ଜିଲା ନିମାପଡା ଅଞ୍ଚଳରୁ ଗିରଫ କରିଛି ।

ନାଗାବଳୀରେ  ମାଆ, ପୁଅ, ଝିଅ ବୁଡିବା ଘଟଣା: ନିଖୋଜ ଅଖିଳଙ୍କ ମୃତଦେହ ଉଦ୍ଧାର

ନାଗାବଳୀରେ ମାଆ, ପୁଅ, ଝିଅ ବୁଡିବା ଘଟଣା: ନିଖୋଜ ଅଖିଳଙ୍କ ମୃତଦେହ ଉଦ୍ଧାର

ରାୟଗଡା ଅଫିସ୍‌, ୧୭।୧- ମଙ୍ଗଳବାର ନାଗାବଳୀ ନଦୀରେ ଆନ୍ଧ୍ରର ପାର୍ବତୀପୁରମ୍‌ ଅଞ୍ଚଳର ଗୋଟିଏ ପରିବାରର ତିନିଜଣ ବୁଡି ଯାଇଥିଲେ । ସେଥିରେ ମା’ ଜେ.ଶାନ୍ତି ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଛଅ ବର୍ଷର ଝିଅ ଜେ.ଇନ୍ଦୁଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲା । ପୁଅ ଜେ. ଅଖିଳ ନିଖୋଜ ଥିଲେ । ବୁଧବାର ତାଙ୍କ ମୃତଦେହ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି ।

ନାଗାବଳୀ ନଦୀରେ ବୁଡ଼ି ମାଆ ମୃତ: ଝିଅ ଗୁରୁତର,ପୁଅ ନିଖୋଜ

ନାଗାବଳୀ ନଦୀରେ ବୁଡ଼ି ମାଆ ମୃତ: ଝିଅ ଗୁରୁତର,ପୁଅ ନିଖୋଜ

ରାୟଗଡା ଅଫିସ୍‌, ୧୬।୧- ରାୟଗଡା ସହରର ଚେକାଗୁଡା ନିକଟ ନାଗାବଳୀ ନଦୀରେ ମଙ୍ଗଳବାର ଗୋଟିଏ ପରିବାରର ମାଆ,ଝିଅ ଓ ପୁଅ ଭାସିଯାଇଛନ୍ତି । ଖବରପାଇ ରାୟଗଡା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ମାଆ ଓ ଝିଅକୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ମାଆଙ୍କ ମୃତ୍ୟୁ ହୋଇଯାଇଥିଲା । ଝିଅ ଗୁରୁତର ଅଛି । ପୁଅର କୌଣସି ପତ୍ତା ମିଳି ନାହିଁ ।