ବ୍ରହ୍ମପୁର

ପାଇଖାନା ଟାଙ୍କିରେ ଖସି ପଡ଼ି ଶିଶୁ ମୃତ

ପାଇଖାନା ଟାଙ୍କିରେ ଖସି ପଡ଼ି ଶିଶୁ ମୃତ
ଦିଗପହଣ୍ଡି,୨।୧(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ପ୍ରେମନଗର ସାହିରେ ପାଇଖାନା ଟାଙ୍କିରେ ଖସିପଡି ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତଶିଶୁ ଜଣକ ଜୁଆଣପଲ୍ଲି ଗ୍ରାମର ବି. ମାଲେଷୁ ପାତ୍ରଙ୍କ ପୁଅ ବି. ସତ୍ୟବାନ ପାତ୍ର (୫)। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ସତ୍ୟବାନ ଓ ସାହିର କେତେକ ଶିଶୁ କୁକୁର ଛୁଆଟିଏ ଧରି ଖେଳୁଥିଲେ। କୁକୁର ଛୁଆକୁ ଗୋଡ଼ାଉଥିବା ବେଳେ ସତ୍ୟବାନ ଓ କୁକୁର ଛୁଆଟି ବ୍ରଜ ଗୌଡଙ୍କ ଢାଙ୍କୁଣି ନ ଥିବା ପାଇଖାନା ଟାଙ୍କିକୁ ଖସି ପଡ଼ିଥିଲେ। ଖେଳୁଥିବା ଅନ୍ୟ ଶିଶୁମାନେ ପାଟି କରିବାରୁ ଆଖପାଖରେ ଥିବା ଲୋକେ ଘଟଣାସ୍ଥଳକୁ ଦୌଡ଼ି ଯାଇ ଟାଙ୍କି ମଧ୍ୟରୁ ମୃତ ଶିଶୁ ଓ କୁକୁର ଛୁଆକୁ ଉଦ୍ଧାର କରିଥିଲେ। ପାଇଖାନା ମଇଳା ପାଣିରେ ବୁଡ଼ିଯିବାରୁ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରି ଫେରିଥିଲେ ସୁଦ୍ଧା ଏନେଇ କୌଣସି ଏତଲା ହୋଇନଥିବା ଜଣାପଡ଼ିଛି। ପରିବାର ଲୋକେ ଶିଶୁଟିର ମୃତଦେହ ସତ୍କାର କରିଦେଇଛନ୍ତି। ପ୍ରକାଶ ଯେ, ବି. ମାଲେଷୁ ତାଙ୍କ ପରିବାର ସହ ଗତ କିଛିବର୍ଷ ହେଲା ଭୀଷ୍ମଗିରି ଗ୍ରାମରେ ସମ୍ପର୍କୀୟଙ୍କ ଘରେ ରହୁଥିଲେ।
All Right Reserved By

ବ୍ରହ୍ମପୁର

ଧାନଗଦା ଜାଳିଦେଲେ ଦୁର୍ବୃତ୍ତ

ଧାନଗଦା ଜାଳିଦେଲେ ଦୁର୍ବୃତ୍ତ

ଧରାକୋଟ,୧୭ା୧୨(ଡି.ଏନ୍‌.ଏ.):ଧରାକୋଟ ପଦ୍ମପୁର ଗ୍ରାମ ସନ୍ନିକଟରେ ୧୬ ଭରଣ ଧାନ ଗଦାକୁ ଦୁର୍ବୃତ୍ତମାନେ  ଶନିବାର ରାତିରେ ଜାଳିଦେଇଛନ୍ତି। ଏଥିରେ ଲକ୍ଷାଧିକ ଟଙ୍କାର ଧାନ ଫସଲ ଜଳିଯାଇଛି। ଧରାକୋଟ ଅଗ୍ନିଶମ ବିଭାଗ ପହଞ୍ଚତ୍ ନିଆଁ ଲିଭାଇଥିଲେ।

ଲ୍ୟାବ୍‌ ଟେକ୍ନିସିଆନ୍‌ଙ୍କ ଆତ୍ମହତ୍ୟା

ଲ୍ୟାବ୍‌ ଟେକ୍ନିସିଆନ୍‌ଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ୍‌,୧୭ା୧୨: ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ମୀନାକ୍ଷୀ ନଗର ତୃତୀୟ ଲେନ୍‌ର ଏକ ଘରୁ ରବିବାର ସକାଳେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ପୋଲିସ ଠାବ କରିଛି । ସେ ହେଲେ ଅଜିତ କୁମାର ପଣ୍ଡା (୫୨)। 

ରାଜ୍ୟ ବିଦ୍ୟାଳୟସ୍ତରୀୟ ଭଲିବଲ ଚାମ୍ପିୟନଶିପ ଉଦ୍‌ଯାପିତ

ରାଜ୍ୟ ବିଦ୍ୟାଳୟସ୍ତରୀୟ ଭଲିବଲ ଚାମ୍ପିୟନଶିପ ଉଦ୍‌ଯାପିତ

ଫୁଲବାଣୀ ଅଫିସ, ୧୬।୧୨- କନ୍ଧମାଳ ଜିଲା ଫୁଲବାଣୀ କରୋନେଶନ ପଡ଼ିଆରେ ଚାଲିଥିବା ରାଜ୍ୟ ବିଦ୍ୟାଳୟସ୍ତରୀୟ ଭଲିବଲ ଚାମ୍ପିୟନଶିପ ଶନିବାର ଉଦ୍‌ଯାପିତ ହୋଇଯାଇଛି। ବିଦ୍ୟାଳୟସ୍ତରର ୧୭ ବର୍ଷରୁ କମ୍‌ ବାଳିକା ବିଭାଗରେ ଭୁବନେଶ୍ୱର ଟିମ୍‌ ନୂଆପଡ଼ାକୁ ହରାଇ ଚାମ୍ପିୟନ ହୋଇଥିବା ବେଳେ ବାଳକ ବିଭାଗରେ ବାଲେଶ୍ୱରକୁ ହରାଇ କୋରାପୁଟ ଟିମ୍‌ ଚାମ୍ପିୟନ ହୋଇଛି। ସେହିପରି ୧୪ ବର୍ଷରୁ କମ୍‌ ବାଳକମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାର ଫାଇନାଲରେ ମାଲକାନାଗିରି ଟିମ୍‌ ବିପକ୍ଷ କୋରାପୁଟକୁ ହରାଇ ଚାମ୍ପିୟନ ହୋଇଛି। ପୁରସ୍କାର ବିତରଣ ଉତ୍ସବରେ ଜିଲା ଶିକ୍ଷା ବିଭାଗର ଅଧିକାରୀମାନେ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ ଏବଂ ରନର୍ସ ଅପ ଦଳକୁ ପୁରସ୍କୃତ କରିଥିଲେ।

ଗଞ୍ଜାମରେ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ଚଢ଼ାଉ: ୬ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ

ଗଞ୍ଜାମରେ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ଚଢ଼ାଉ: ୬ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ

ଗଞ୍ଜାମ,୧୬।୧୨(ଡି.ଏନ୍‌.ଏ.): ଉପଜିଲାପାଳ ଦେବବ୍ରତ ସାହୁଙ୍କ ନିର୍ଦ୍ଦେଶରେ ମାପ ଓ ଓଜନ ବିଭାଗ ପକ୍ଷରୁ ଶନିବାର ଗଞ୍ଜାମ ଅଞ୍ଚଳର ବିଭିନ୍ନ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ଚଢ଼ାଉ କରାଯାଇଛି।

ଚଳିତ ମାସ ୧୮ରୁ ରୋଲର ସ୍କେଟିଂ ପ୍ରତିଯୋଗିତା: ବ୍ରହ୍ମପୁର ସ୍କେଟରମାନଙ୍କ ବିଶାଖାପାଟଣା ଯାତ୍ରା

ଚଳିତ ମାସ ୧୮ରୁ ରୋଲର ସ୍କେଟିଂ ପ୍ରତିଯୋଗିତା: ବ୍ରହ୍ମପୁର ସ୍କେଟରମାନଙ୍କ ବିଶାଖାପାଟଣା ଯାତ୍ରା

ବ୍ରହ୍ମପୁର ଅଫିସ,୧୬।୧୨: ଚଳିତ ମାସ ୧୮ ତାରିଖଠାରୁ ୨୩ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାଠାରେ ୫୬ତମ ଜାତୀୟ ରୋଲର ସ୍କେଟିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ   ଅଂଶଗ୍ରହଣ କରିବା ପାଇଁ ବ୍ରହ୍ମପୁର ସ୍କେଟରମାନେ ରବିବାର ଟ୍ରେନ ଯୋଗେ ବିଶାଖାପାଟଣା ଯାତ୍ରା କରିଛନ୍ତି।

ଶିକାରୀଙ୍କ ଗୁଳିମାଡରେ ଦନ୍ତାହାତୀ ମୃତ

ଶିକାରୀଙ୍କ ଗୁଳିମାଡରେ ଦନ୍ତାହାତୀ ମୃତ

ଦିଗପହଣ୍ଡି, ୧୬।୧୨(ଡି.ଏନ.ଏ): ଶିକାରୀଙ୍କ ଗୁଳିମାଡରେ ଦନ୍ତାହାତୀର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ଦିଗପହଣ୍ଡି ବ୍ଲକ ନିଜଖଣ୍ଡିପେଣ୍ଠ ଗାଁ ନିକଟରେ। ରବିବାର ଭୋର ପ୍ରାୟ ୪ଟାରେ ଗ୍ରାମର ଦାନବେଡା ପୋଖରୀ ନିକଟରେ ହାତୀର ରକ୍ତାକ୍ତ ମୃତଦେହ ପଡିଥିବା ଗ୍ରାମବାସୀ ଦେଖିବା ପରେ ସରପଞ୍ଚ ବିଭୁତି ଭୂଷଣ ମହାପାତ୍ରଙ୍କୁ ଜଣାଇଥିଲେ। 

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ

ଫୁଲବାଣୀ ଅଫିସ/ଦାରିଙ୍ଗବାଡି, (ଡି.ଏନ.ଏ.) ୧୬ା୧୨-କନ୍ଧମାଳ ଜିଲାକୁ ଶନିବାର ଦିନିକିଆ ଗସ୍ତରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ କୁମାର ଜେନା ଆସିଥିଲେ। ଫୁଲବାଣୀ ଓ ଦାରିଙ୍ଗବାଡିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଜିଲା ଉଚ୍ଚଶିକ୍ଷା ପରାମର୍ଶଦାତାଙ୍କ କଲେଜ ପରିଦର୍ଶନ

ଜିଲା ଉଚ୍ଚଶିକ୍ଷା ପରାମର୍ଶଦାତାଙ୍କ କଲେଜ ପରିଦର୍ଶନ

ଭଞ୍ଜନଗର,୧୬।୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା ଉଚ୍ଚଶିକ୍ଷା ପରାମର୍ଶଦାତା ଡ. ଲମ୍ବୋଧର ପାଣିଗ୍ରାହୀ ଶନିବାର ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟ ପରିଦର୍ଶନ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ। 

ଚିନିଶିଳ୍ପ କର୍ମଚାରୀଙ୍କ ଧର୍ମଘଟ

ଆସିକା,୧୬ା୧୨(ଡି.ଏନ୍‌.ଏ.)-ଆସିକା ସମବାୟ ଚିନିଶିଳ୍ପରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀମାନେ ୧୬ଦଫା ଦାବିନେଇ ଶନିବାରଠାରୁ ଧର୍ମଘଟ ଆରମ୍ଭ କରିଛନ୍ତି। ଶ୍ରମିକମାନେ କାର୍ଯ୍ୟରେ ଯୋଗ ନ ଦେଇ କାରଖାନା ମୁଖ୍ୟ ଫାଟକ ନିକଟରେ ଧାରଣାରେ ବସିଛନ୍ତି ା

ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ୍‌ ଯୋଗାଣ ଘଟଣା :  ତଦନ୍ତ ନେଇ ରୋଗୀଙ୍କୁ ଡାକରା

ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ୍‌ ଯୋଗାଣ ଘଟଣା : ତଦନ୍ତ ନେଇ ରୋଗୀଙ୍କୁ ଡାକରା

ବ୍ରହ୍ମପୁର ଅଫିସ୍‌,୧୬ା୧୨-ବ୍ରହ୍ମପୁର ବଡ ମେଡିକାଲରେ ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ୍‌ ଯୋଗାଣ ଘଟଣାକୁ ଶନିବାର ୧୭ ଦିନବିତିଛି। ଏଯାବତ୍‌ ବଡ ମେଡିକାଲ କର୍ତ୍ତୃପକ୍ଷଙ୍କ ତଦନ୍ତ ପ୍ରକ୍ରିୟା ଶେଷ ହୋଇନାହିଁ ା 

ଗଞ୍ଜାମରେ ବାର୍ଡ଼ ଫ୍ଲୁ ମୁକାବିଲା : ୨୩ଶହ କୁକୁଡ଼ାଙ୍କୁ ଦିଆଗଲା ଟିକା

ବ୍ରହ୍ମପୁର ଅଫିସ,୧୬ା୧୨-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ଼ ଫ୍ଲୁ ଭୟଙ୍କର ସ୍ଥିତିରେ ପହଞ୍ଚିଛି। ଏହାର ପ୍ରଭାବ ପଡ଼ୋଶୀ ଗଞ୍ଜାମ ଜିଲାରେ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଥିଲା। ବିଶେଷକରି  ଜିଲାର ଗଞ୍ଜାମ ଏବଂ ଖଲ୍ଲିକୋଟ ବ୍ଲକରେ ଏହି ଭୟ ତୀବ୍ର ଭାବେ ଦେଖିବାକୁ ମିଳିଥିଲା ।

ଖାଦ୍ୟରେ ବିଷ ଦେଇ ଲୁଟ୍‌, ହତ୍ୟା ମାମଲା : ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ବ୍ରହ୍ମପୁର ଅଫିସ୍‌,୧୬ା୧୨-ବ୍ରହ୍ମପୁର ବଡ ମେଡିକାଲରେ ରୋଗୀଙ୍କ ପରିବାର ସଦସ୍ୟଙ୍କୁ ଖାଦ୍ୟରେ ବିଷ ଦେଇ ଲୁଟ୍‌ ଏବଂ ହତ୍ୟା ମାମଲାରେ ଜିଲା ଜଜ୍‌ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିବା ଜଣାପଡିଛି ା