ରାଜ୍ୟ |

ବର୍ଷର ପ୍ରଥମ ସୁପରମୁନ୍‌: ୧୦% ବଡ଼, ୨୫% ଉଜ୍ଜ୍ୱଳ

ବର୍ଷର ପ୍ରଥମ ସୁପରମୁନ୍‌: ୧୦% ବଡ଼, ୨୫% ଉଜ୍ଜ୍ୱଳ

ଭୁବନେଶ୍ୱର, ୨।୧(ବ୍ୟୁରୋ)- ମଙ୍ଗଳବାର ଥିଲା ପୂର୍ଣ୍ଣିମା। ଏହି ଦିନ ୨୦୧୮ ମସିହାର ପ୍ରଥମ ‘ସୁପରମୁନ୍‌’ ଦେଖିବାକୁ ମିଳିଥିଲା, ଯାହା ଅନ୍ୟ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ରଠାରୁ ପ୍ରାୟ ୧୦% ବଡ଼ ଓ ୨୫% ଉଜ୍ଜ୍ୱଳ ଥିଲା। ପୃଥିବୀଠାରୁ ଚନ୍ଦ୍ର ପ୍ରାୟ ୩ଲକ୍ଷ ୫୬ ହଜାର ୫୬୫ କିଲୋମିଟର ଦୂରତାରେ ଥିବାବେଳେ ପୂର୍ଣ୍ଣମୀ ପଡ଼ୁଥିବାରୁ ଚନ୍ଦ୍ରଟି ଏପରି ବଡ଼ ଦେଖାଯାଉଛି ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ଏହି ବଡ଼ ଓ ଉଜ୍ଜ୍ୱଳ ଚନ୍ଦ୍ରଟି ‘ସୁପରମୁନ୍‌’ ଭାବେ ପରିଚିତ। ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ପକ୍ଷରୁ ଏହି ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟକୁ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଦେଖିବାର ବ୍ୟବସ୍ଥା କରାଯାଇଥିଲା।
ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ଦୃଶ୍ୟମାନ ହୋଇଥିବା ଏହି ମହାଜାଗତିକ ଘଟଣାଟି ୨୦୧୮ ମସିହାରେ ପ୍ରଥମ ‘ସୁପରମୁନ୍‌’ ଓ ଚଳିତ ୩-ସୁପରମୁନ୍‌ ସିରିଜ୍‌’ର ଦ୍ୱିତିୀୟ। ଏହି ସିରିଜର ପ୍ରଥମ ସୁପରମୁନ୍‌ ଗତ ଡିସେମ୍ବର ୩ ରାତିରେ ଦେଖାଯାଇଥିବା ବେଳେ ଶେଷଟି ଆସନ୍ତା ଜାନୁୟାରୀ ୩୧ ସନ୍ଧ୍ୟାରେ ଦେଖାଯିବ। ଆସନ୍ତା ୩୧ ତାରିଖ ସନ୍ଧ୍ୟାରେ ଦେଖାଯିବାକୁ ଥିବା ସୁପରମୁନ୍‌ ସମୟରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମଧ୍ୟ ସଙ୍ଗଠିତ ହେବ। ଏହା ଭାରତ ସହିତ ପୃଥିବୀର କିଛି ଅଞ୍ଚଳକୁ ଦୃଶ୍ୟମାନ ହେବ। ସେହିପରି ଜାନୁୟାରୀରେ ଦୁଇଟି ପୂର୍ଣ୍ଣମୀ ପଡ଼ୁଛି। ଗୋଟିଏ ମଙ୍ଗଳବାର ଥିବା ବେଳ ଅନ୍ୟଟି ୩୧ ତାରିଖରେ ପଡ଼ିବ। ୩୧ ତାରିଖରେ ପଡ଼ୁଥିବା ଦ୍ୱିତୀୟ ପୂର୍ଣ୍ଣମୀକୁ ‘ବ୍ଲୁ ମୁନ୍‌ ବା ନୀଳ ଜହ୍ନ’ ବୋଲି କୁହାଯିବ। କିନ୍ତୁ ସେଦିନ ଚନ୍ଦ୍ର ଗ୍ରହଣ ସମୟରେ ଦୃଶ୍ୟ ହେଉଥିବା ଅଞ୍ଚଳରେ ଚନ୍ଦ୍ରଟି ସମ୍ପୂର୍ଣ୍ଣ ଲାଲ ରଙ୍ଗର ଦେଖାଯିବ। ‘ସୁପରମୁନ୍‌’ କିମ୍ବା ‘ନୀଳ-ଲାଲ ଚନ୍ଦ୍ର’ ଓ ଗ୍ରହଣ ଆଦି ଏକ ସାଧାରଣ ମହାଜାଗତିକ ଘଟଣା। ପୃଥିବୀ ତଥା ଆମ ଉପରେ ଏହାର ପ୍ରଭାବ ପଡ଼େ ନାହିଁ। ସମସ୍ତେ ଏହି ସୁନ୍ଦର ଦୃଶ୍ୟଗୁଡ଼ିକୁ ଉପଭୋଗ କରିବା ସହ ଏହା ପଛରେ ରହିଥିବା କାରଣଗୁଡ଼ିକ ଜାଣିବା ଉଚିତ ବୋଲି ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

All Right Reserved By

Model This Week

Model This Week

ରାଜ୍ୟ |

ଚେନ ଲୁଟେରା ଗ୍ୟାଙ୍ଗ ଠାବ, ୨ ଗିରଫ, ୪ଟି ସୁନାଚେନ ଓ ମୋଟରସାଇକେଲ ଜବତ

ଚେନ ଲୁଟେରା ଗ୍ୟାଙ୍ଗ ଠାବ, ୨ ଗିରଫ, ୪ଟି ସୁନାଚେନ ଓ ମୋଟରସାଇକେଲ ଜବତ

କଟକ ଅଫିସ,୨୫।୪: ଜାତୀୟ ରାଜପଥ ଉପରୁ ମହିଳାଙ୍କ ବେକରୁ ଚେନ ଲୁଟ କରୁଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଚାଉଳିଆଗଞ୍ଜ ଥାନା ପୋଲିସ ବୁଧବାର ଠାବ କରିଛି।

ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ଅଣାଯିବ: ଡିଜିପି

ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ଅଣାଯିବ: ଡିଜିପି

କଟକ ଅଫିସ,୨୫।୪: ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ ମେହେର ବୋଲି ଜଣାପଡିଛି। ଘଟଣାର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ଏସ୍‌ଆଇଟିର ହସ୍ତଗତ ହୋଇଛି। ପୁଞ୍ଜିଲାଲ ବୋମା ତିଆରି କରି ରାୟପୁରରୁ ପାର୍ସଲ କରିଥିବା ତଦନ୍ତ ବେଳେ ଜଣାପଡିଥିବା ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

କଂଗ୍ରେସର କର୍ମୀ ସମ୍ମିଳନୀ: ୫୦ରୁ ଊର୍ଦ୍ଧ୍ୱ ବିଜେଡ଼ି ଛାଡ଼ିଲେ

କଂଗ୍ରେସର କର୍ମୀ ସମ୍ମିଳନୀ: ୫୦ରୁ ଊର୍ଦ୍ଧ୍ୱ ବିଜେଡ଼ି ଛାଡ଼ିଲେ

ସେମିଳିଗୁଡ଼ା,୨୫।୪(ସ୍ବ.ପ୍ର)- କୋରାପୁଟ ଜିଲା ସେମିଳିଗୁଡ଼ାରେ ବୁଧବାର କଂଗ୍ରେସର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ କର୍ମୀମାନେ ଦାମନଯୋଡ଼ି ଛକ ନିକଟରୁ ଏକ ମୋଟରସାଇକେଲ ରାଲି ଯୋଗେ ବାହାରି ସେମିଳିଗୁଡ଼ା ସହର ପରିକ୍ରମା କରିଥିଲେ।

ବରିଷ୍ଠ ନାଗରିକ ସେଲ୍‌ର ୪ର୍ଥ ବୈଠକ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ବରିଷ୍ଠ ନାଗରିକ ସେଲ୍‌ର ୪ର୍ଥ ବୈଠକ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ପୁରୀ ଅଫିସ,୨୫।୪: ପୁରୀ ଜିଲା ପୋଲିସ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ସେଲ୍‌ର ୪ର୍ଥ ବୈଠକ ବୁଧବାର ରିଜର୍ଭ ପୋଲିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ଅଧ୍ୟକ୍ଷତା କରିଥିଲେ।

 ପିଡିଏସ ଚାଉଳ, କିରୋସିନ ପାଇବାରୁ ବଞ୍ଚିତ ୧୦ ଗ୍ରାମବାସୀ,  ଜିଲାପାଳଙ୍କ ଦ୍ୱାରସ୍ଥ

ପିଡିଏସ ଚାଉଳ, କିରୋସିନ ପାଇବାରୁ ବଞ୍ଚିତ ୧୦ ଗ୍ରାମବାସୀ, ଜିଲାପାଳଙ୍କ ଦ୍ୱାରସ୍ଥ

କୋରାପୁଟ,୨୫ । ୪(ସ୍ବ.ପ୍ର)- ଦୁଇ ମାସ ହେଲା ପିଡିଏସ ଚାଉଳ ଓ କିରୋସିନ ପାଇବାରୁ ବଞ୍ଚିତ ହୋଇଛନ୍ତି ଦଶମନ୍ତପୁର ବ୍ଲକର ୧୦ ଟି ଗ୍ରାମବାସୀ । ସେମାନେ ବୁଧବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ହିଞ୍ଜିଳିକାଟୁ,୨୫।୪(ଡି.ଏନ୍‌.ଏ.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହିଞ୍ଜିଳିକାଟୁ ବ୍ଲକ କଲୋନୀସ୍ଥିତ ଯୁଧିଷ୍ଠିର ଦଳାଇଙ୍କ ବାସଭବନରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ବୁଧବାର ଭୋର ୫ଟାରେ ଚଢ଼ାଉ କରାଯାଇଛି। ସେ ଧରାକୋଟ ବିଇଓ(ଗୋଷ୍ଠୀ ଶିକ୍ଷାଧିକାରୀ) ଭାବେ କାର୍ଯ୍ୟରତ ଅଛନ୍ତି।

ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଜେଲ ଗଲେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ, ନିଲମ୍ବିତ ବି ହେଲେ

ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଜେଲ ଗଲେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ, ନିଲମ୍ବିତ ବି ହେଲେ

କାକଟପୁର,୨୫।୪(ଡି.ଏନ୍‌.ଏ.): ନିଜ ବିଦ୍ୟାଳୟର ୩ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଥିବା ପ୍ରଧାନଶିକ୍ଷକ ମାନସ ମିଶ୍ର ବୁଧବାର ଜେଲ ଯାଇଛନ୍ତି। ଏଥିସହ ମିଶ୍ରଙ୍କୁ ପୁରୀ ଜିଲା ଶିକ୍ଷାମଣ୍ଡଳାଧୀଶ ସଲୀଳା ସେଠୀ ଚାକିରିରୁ ନିଲମ୍ବିତ କରିଛନ୍ତି।

ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ: ଉଷସୀ

ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ: ଉଷସୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଆକ୍ରମଣ ଘଟଣାକୁ ୩ ଦିନ ବିତିଯାଇଛି। ହେଲେ ପୋଲିସ କେବଳ ଅଭିଯୁକ୍ତଙ୍କ ଡ୍ରାଇଭରଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେଣୁ ପୋଲିସ ପ୍ରଶାସନ ଉପରୁ ଭରସା ଉଠିଗଲାଣି। ତେବେ ଉପଯୁକ୍ତ ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ ବୋଲି ସ୍ଥାନୀୟ ଏକ ହୋଟେଲରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିନେତ୍ରୀ ଉଷସୀ ମିଶ୍ର କହିଛନ୍ତି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୩ ପ୍ରକଳ୍ପ ପାଇଁ ୩୫ ଲକ୍ଷ ଅନୁଦାନ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୩ ପ୍ରକଳ୍ପ ପାଇଁ ୩୫ ଲକ୍ଷ ଅନୁଦାନ

ଜଗତ୍‌ସିଂହପୁର ଅଫିସ,୨୫।୪: ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଗୋଡ଼ା ପଞ୍ଚାୟତ ବୁଧବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଭିଡିଓ କନ୍‌ଫରେନ୍ସିଂ ଜରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପଞ୍ଚାୟତବାସୀଙ୍କ ସମସ୍ୟା ବୁଝିଥିଲେ।

କାର୍‌ ଦୁର୍ଘଟଣା: ସ୍ବାମୀ-ସ୍ତ୍ରୀ ମୃତ, ପୁଅ ଗୁରୁତର

କାର୍‌ ଦୁର୍ଘଟଣା: ସ୍ବାମୀ-ସ୍ତ୍ରୀ ମୃତ, ପୁଅ ଗୁରୁତର

ଠାକୁରମୁଣ୍ଡା,୨୫।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଠାକୁରମୁଣ୍ଡାଠାରୁ ୨୧ କି.ମି. ଦୂର ସାତକୋଶିଆ ନିକଟରେ ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଅନୁମୋଦିତ ହେଲା ପୁରୀ ପୌର ବଜେଟ

ଅନୁମୋଦିତ ହେଲା ପୁରୀ ପୌର ବଜେଟ

ପୁରୀ ଅଫିସ,୨୫।୪: ପୁରୀ ପୌର ସଂସ୍ଥାର ସ୍ବତନ୍ତ୍ର କାଉନସିଲ୍‌ ବୈଠକ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୧୮-୧୯ ଆର୍ଥିକ ବର୍ଷର ବଜେଟକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ବଜେଟକୁ ଅନୁମୋଦନ କରାଯାଇଛି। ଚଳିତ ଆର୍ଥିକ ବର୍ଷର ୭୫ କୋଟି ୩୧ଲକ୍ଷ ୯ହଜାର ୬୬୦ଟଙ୍କାର ସମତୁଲ ବଜେଟ ଅନୁମୋଦିତ ହୋଇଛି।

୨୦୦୮ ପରଠାରୁ ନୂଆ ଚିନିକଳ ସ୍ଥାପିତ ହୋଇନାହିଁ

୨୦୦୮ ପରଠାରୁ ନୂଆ ଚିନିକଳ ସ୍ଥାପିତ ହୋଇନାହିଁ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ୨୦୦୮ ପରଠାରୁ ରାଜ୍ୟରେ ନୂତନ ଚିନିକଳ ସ୍ଥାପନ କରାଯାଇନାହିଁ। ପୂର୍ବରୁ ଥିବା ୮ ଚିନିକଳ ମଧ୍ୟରୁ ୫ଟି ବନ୍ଦ ହୋଇ ପଡ଼ିରହିଛି।