ବ୍ରହ୍ମପୁର

ଏନ୍‌ଏମ୍‌ସିକୁ ଡାକ୍ତରୀ ଛାତ୍ରଙ୍କ ବିରୋଧ

ଏନ୍‌ଏମ୍‌ସିକୁ ଡାକ୍ତରୀ ଛାତ୍ରଙ୍କ ବିରୋଧ

ବ୍ରହ୍ମପୁର ଅଫିସ,୨।୧- ଜାତୀୟ ମେଡିକାଲ୍‌ କମିଶନ୍‌(ଏନ୍‌ଏମ୍‌ସି) ବିରୋଧରେ ମଙ୍ଗଳବାର ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜର ଡାକ୍ତରୀ ଛାତ୍ରମାନେ ଆନ୍ଦୋଳନ କରିବା ସହିତ କଳାବ୍ୟାଜ୍‌ ପିନ୍ଧିଥିଲେ। ଆନ୍ଦୋଳନକାରୀଙ୍କ ଅଭିଯୋଗ ହେଲା, ପୂର୍ବରୁ ଡାକ୍ତରଙ୍କ ସର୍ବୋଚ୍ଚ ସଂସ୍ଥା ଭାବେ ଭାରତୀୟ ମେଡିକାଲ୍‌ ପରିଷଦ(ଏମ୍‌ସିଆଇ) ରହିଥିଲା। ଔଷଧ ଲେଖିବା ପାଇଁ ଏମ୍‌ବିବିଏସ୍‌ ସର୍ବନିମ୍ନ ଯୋଗ୍ୟତା ଥିଲା। କିନ୍ତୁ ଏନ୍‌ଏମ୍‌ସିରେ ଏଥିରେ ପରିବର୍ତ୍ତିନ ହୋଇଛି। ଏମ୍‌ବିବିଏସ୍‌ ଉତ୍ତୀର୍ଣ୍ଣ ହେବା ପରେ ନ୍ୟାଶନାଲ୍‌ ଲାଇସେନ୍ସିଏଟ୍‌ ଏକ୍‌ଜାମ୍‌(ଏନ୍‌ଏଲ୍‌ଇ)ରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ସେହିଭଳି ଡାକ୍ତର ସଂଖ୍ୟା ବଢ଼ାଇବା ପାଇଁ ସରକାର ନେଉଥିବା ପ୍ରତ୍ୟେକ ପଦକ୍ଷେପ ସ୍ବାଗତଯୋଗ୍ୟ। କିନ୍ତୁ ଏନ୍‌ଏମ୍‌ସିରେ ଏମିତି କେତେକ ବ୍ୟବସ୍ଥା ରହିଛି, ଯାହା ଫଳରେ ଘରୋଇ ମେଡିକାଲ୍‌ କଲେଜଗୁଡ଼ିକ ଲାଭବାନ୍‌ ହେବେ। ଘରୋଇ ମେଡିକାଲ୍‌ ଶିକ୍ଷାଦାନ ବ୍ୟବସ୍ଥା ଉପରେ ଏମ୍‌ସିଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିଲା। କୌଣସି ପ୍ରକାର ଅନିୟମିତତା ହୋଇପାରୁ ନ ଥିଲା। ହେଲେ ଏମ୍‌ସିଆଇରେ ଇଚ୍ଛା ମୁତାବକ ଘରୋଇ ମେଡିକାଲ୍‌ କଲେଜ ପାଇଁ ଅନୁମତି ଦିଆଯାଇପାରିବ। ଏପରିକି ଏମ୍‌ବିବିଏସ୍‌ ପାସ୍‌ କରି ନ ଥିବା ଜଣେ ବ୍ୟକ୍ତି ମଧ୍ୟ ଏଲୋପାଥି ଔଷଧ ଲେଖିପାରିବେ। ଯାହା ଫଳରେ ରୋଗୀଙ୍କ ଜୀବନ ସଂକଟ ଆଡ଼କୁ ଚାଲିଯିବ। ଏନ୍‌ଏମ୍‌ସିରେ ୪୦ପ୍ରତିଶତ ସଦସ୍ୟ ମେଡ଼ିକାଲ୍‌ ପେସାର ନୁହନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ମେଡ଼ିକାଲ୍‌ କଲେଜଗୁଡ଼ିକ ଉପରେ ରାଜ୍ୟ ମେଡ଼ିକାଲ୍‌ ପରିଷଦ(ଏସ୍‌ଏମ୍‌ସି)ର ନିୟନ୍ତ୍ରଣ ରହୁଥିଲା। କିନ୍ତୁ ଏନ୍‌ଏମ୍‌ସିରେ ଏ ନେଇ କୌଣସି ବ୍ୟବସ୍ଥା ନାହିଁ। ଏସ୍‌ଏମ୍‌ସିର କୌଣସି ଅଧିକାର ରହୁନାହିଁ। ଏପରିକି ଏନ୍‌ଏମ୍‌ସି ବିଲ୍‌ର ୧୪(୫) ଧାରାରେ ଏହା ଏସ୍‌ଏମ୍‌ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବ ବୋଲି ଉଲ୍ଲେଖ ରହିଛି। ଏହା ସଂଘୀୟ ବ୍ୟବସ୍ଥା ବିରୋଧୀ। କାରଣ ରାଜ୍ୟ ସରକାରଙ୍କ ମେଡ଼ିକାଲ୍‌ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ପରୋକ୍ଷ ନିୟନ୍ତ୍ରଣ ରହିବ। ସେହିଭଳି ଏନ୍‌ଏମ୍‌ସିରେ ଏଭଳି ଅନେକ ବ୍ୟବସ୍ଥା ରହିଛି, ଯାହା ମେଡ଼ିକାଲ୍‌ ପେସା ପ୍ରତି ବିପଦ ସୃଷ୍ଟି କରିବ। ଏପରିକି ରୋଗୀ ସେବା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିବ ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ମେଡ଼ିକାଲ୍‌ ଛାତ୍ର ସଂଘର ସଭାପତି ବିସ୍ମୟ ସାମଲ, ସାଧାରଣ ସମ୍ପାଦକ ଶିବ ପ୍ରସାଦ ପଣ୍ଡା ଏବଂ ସମ୍ପାଦକ ଶାଶ୍ୱତ ପରିଡ଼ାଙ୍କ ସମେତ ବହୁ ଛାତ୍ରୀଛାତ୍ର ଆନ୍ଦୋଳନରେ ଭାଗ ନେଇଥିଲେ।

All Right Reserved By

Model This Week

ନିକିତା

ବ୍ରହ୍ମପୁର

କୃଷକ ସମ୍ପର୍କ ମେଳା

କୃଷକ ସମ୍ପର୍କ ମେଳା

ଶେରଗଡ,୨୦।୪(ଡି,ଏନ୍‌.ଏ.): ଶେରଗଡ ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା ଧନନ୍ତର ସ୍ଥିତ ନାଥେଶ୍ୱର ପୀଠରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ବ୍ୟାଙ୍କ ଡକାୟତି ଉଦ୍ୟମ ବିଫଳ

ବ୍ୟାଙ୍କ ଡକାୟତି ଉଦ୍ୟମ ବିଫଳ

ବ୍ରହ୍ମପୁର ଅଫିସ,୨୦।୪: ବ୍ରହ୍ମପୁର ଗଜପତିନଗର ଛକ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଡିବି ଖୋଡାସିଙ୍ଗି ଶାଖାରେ ଡକାୟତି ଉଦ୍ୟମ। ବ୍ୟାଙ୍କ ଲକର ଭାଙ୍ଗି ଗୁରୁବାର ରାତିରେ ଡକାୟତି ଉଦ୍ୟମ କରିଥିଲେ ସୁଦ୍ଧା ଏଥିରେ ସେମାନେ ବିଫଳ ହୋଇଛନ୍ତି।

ବୃଦ୍ଧାଙ୍କ ବେକରୁ ସୁନାହାର ଲୁଟିନେଲେ ଦୁର୍ବୃତ୍ତ

ବୃଦ୍ଧାଙ୍କ ବେକରୁ ସୁନାହାର ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ, ୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଆତଙ୍କ ଖେଳାଇଛନ୍ତି। କେତେଜଣ ଦୁର୍ବୃତ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ କାମାରାଜୁ ଗୌଡଙ୍କ ଘରେ ପଶିଥିଲେ।

ବାଲି ଖାଦାନ ଉପରେ ଚଢାଉ: ୬ଟ୍ରକ୍‌ ଜବତ, ୫ ଗିରଫ

ବାଲି ଖାଦାନ ଉପରେ ଚଢାଉ: ୬ଟ୍ରକ୍‌ ଜବତ, ୫ ଗିରଫ

ବ୍ରହ୍ମପୁର ଅଫିସ,୨୦।୪: ରାତି ଅଧିଆ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ବାଲି ଖାଦାନ ଉପରେ ଚଢ଼ାଉ କରାଯାଇଛି।

ବଳାତ୍କାରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିକ୍ଷୋଭ ସମାବେଷ

ବଳାତ୍କାରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିକ୍ଷୋଭ ସମାବେଷ

ବ୍ରହ୍ମପୁର ଅଫିସ, ୨୦।୪: ଅସୀମା ବଳାତ୍କାର ଘଟଣା ସମେତ ଦେଶରେ ବିଗତ କିଛି ଦିନ ହେବ ହୋଇଥିବା ସମସ୍ତ ବଳାତ୍କାରୀ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଶୁକ୍ରବାର ଡିଏସ୍‌ଓ ପକ୍ଷରୁ ବ୍ରହ୍ମପୁର ଖଲିକୋଟ କଲେଜ ସମ୍ମୁଖରେ ବିକ୍ଷୋବ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଗୋଟିଏ ରାତିରେ ୮ ହଜାରରୁ ଊର୍ଦ୍ଧ୍ୱ କଇଁଛଙ୍କ ଗଣ ଅଣ୍ଡାଦାନ

ଗୋଟିଏ ରାତିରେ ୮ ହଜାରରୁ ଊର୍ଦ୍ଧ୍ୱ କଇଁଛଙ୍କ ଗଣ ଅଣ୍ଡାଦାନ

ବ୍ରହ୍ମପୁର ଅଫିସ,୨୦।୪:ଓଡିଶାରେ ଦେବୀ ନଦୀ ମୁହାଣ, ଗହୀରମଥା ଓ ଋଷିକୁଲ୍ୟା ମୁହାଣ କଇଁଛଙ୍କ ଅଣ୍ଡାଦାନର ପ୍ରକୃଷ୍ଟ ସ୍ଥାନ ହୋଇଥିବା ବେଳେ ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାଣ ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଉପଯୁକ୍ତ ସ୍ଥାନ ହୋଇଛି। ତେଣୁ ଚଳିତବର୍ଷ ଏଠାରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ମାତ୍ରାଧିକଭାବେ ବୃଦ୍ଧି ପାଇଛି। ସାଧାରଣତଃ ଫେବୃୟାରୀ ମାସରେ କଇଁଛଙ୍କ ଅଣ୍ଡାଦାନ ସମୟ ରହିଥିବା ବେଳେ ଏବେ ଋଷିକୁଲ୍ୟା ମୁହାଣରେ ହଜାର ହଜାର ସଂଖ୍ୟାର କଇଁଛ ଅଣ୍ଡାଦାନ ପାଇଁ ପହଞ୍ଚୁଛନ୍ତି। ଯାହା ରାଜ୍ୟରେ ଏପରି ଘଟଣା ରେକର୍ଡ ବୋଲି କୁହାଯାଉଛି।

ଯୁଗ୍ମ ସଚିବ, ମତ୍ସ୍ୟ  ନିର୍ଦ୍ଦେଶକଙ୍କ ହୁମ୍ମା ଶୁଖୁଆହାଟ ପରିଦର୍ଶନ

ଯୁଗ୍ମ ସଚିବ, ମତ୍ସ୍ୟ ନିର୍ଦ୍ଦେଶକଙ୍କ ହୁମ୍ମା ଶୁଖୁଆହାଟ ପରିଦର୍ଶନ

ଗଞ୍ଜାମ,୧୯।୪(ଡି.ଏନ.ଏ.)- ଗଞ୍ଜାମ ଜିଲାର ହୁମ୍ମା ଶୁଖୁଆ ହାଟ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିଲା । ଏନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବିଭିନ୍ନ ସମୟରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ। ସ୍ଥାନୀୟ ବିଧାୟକ ଡ଼ା. ପ୍ରିୟାଂଶୁ ପ୍ରଧାନ ମଧ୍ୟ ହୁମ୍ମା ଶୁଖୁଆ ହାଟର ଉନ୍ନତୀକରଣ ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗୁରୁବାର ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ ସେନାପତି ଏବଂ ଯୁଗ୍ମ ସଚିବ ଶିବ ନାରାୟଣ ସାହୁ ହୁମ୍ମା ଶୁଖୁଆ ହାଟରେ ପହଞ୍ଚତ୍ ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ। ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ (ଆଇସିଜେଡ୍‌ଏମ୍‌ପି) ବା ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ ଦ୍ୱାରା ହୁମ୍ମା ଶୁଖୁଆ ହାଟର ଉନ୍ନତୀକରଣ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସଚିିବ ସାହୁ ସୂଚନା ଦେଇଛନ୍ତି ।

୭ ବଖରା ଜଳିଗଲା

ଶଙ୍କରାଖୋଲ,୧୯।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତର ଅଟ୍ଟାଙ୍ଗୀ ଗ୍ରାମରେ ଗୁରୁବାର ଦିନ ପ୍ରାୟ ଗୋଟାଏରେ ନିଅଁା ଲାଗି ୭ ବଖରା ପୋଡି ଯାଇଛି। ପଞ୍ଚାନନ ମଲିକ, ସୁଶାନ୍ତ ମଲିକ, ରବିନା ମଲିକଙ୍କର ୨ ବଖରା ଲେଖାଏଁ ଓ କୌଶଲ୍ୟା ମଲିକଙ୍କର ଗୋଟିଏ ବଖରା ପୋଡି ପାଉଁଶ ହୋଇଯାଇଛି। ଚକାପାଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ବା ବେଳକୁ ସମସ୍ତ ଘର ପୋଡି ଯାଇଥିଲା। ଚକାପାଦ ଅତିରିକ୍ତ ତହସିଲଦାର ତପନ ମହାପାତ୍ର, ବ୍ରାହ୍ମଣପାଦ ସରପଞ୍ଚ ଚମ୍ପସ୍ବିନୀ ମଲିକ, ଆର୍‌ଆଇ ପ୍ରଶାନ୍ତ କୁମାର ମହାପାତ୍ର ପହଞ୍ଚତ୍ ବିପନ୍ନଙ୍କୁ ଚୁଡା, ଚିନି, ପଲିଥିନ ଓ ଲୁଗାପଟା ପ୍ରଦାନ କରିଥିଲେ। ବିପନ୍ନମାନେ ବିପିଏଲ ପରିବାରର ହୋଇଥିବାରୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସାଧାରଣରେଦାବି ହେଉଛି।

ରାଜ୍ୟ ଜଳ ପରିମଳ ଅଧୀକ୍ଷଣ ଯନ୍ତ୍ରୀଙ୍କ ଶେରଗଡ଼ ଗସ୍ତ

ରାଜ୍ୟ ଜଳ ପରିମଳ ଅଧୀକ୍ଷଣ ଯନ୍ତ୍ରୀଙ୍କ ଶେରଗଡ଼ ଗସ୍ତ

ଶେରଗଡ,୧୯।୪ (ଡି.ଏନ୍‌.ଏ.)- ଶେରଗଡ ବ୍ଲକକୁ ରାଜ୍ୟ ଜଳ ପରିମଳ ମିଶନର ଅଧୀକ୍ଷଣ ଯନ୍ତ୍ରୀ ଅଭୟ ବିଶ୍ୱାଳ ପରିଦର୍ଶନରେ ଆସି ବ୍ଲକର ବିଭିନ୍ନ ଗ୍ରାମର ପାନୀୟଜଳ ପ୍ରକଳ୍ପ ବୁଲି ଦେଖିଛନ୍ତି। ପରିଦର୍ଶନ ସମୟରେ ବ୍ଲକର ନରେନ୍ଦ୍ରପୁର, କୁରୁଳା, ପଥରପୁଞ୍ଜି, ଗୋବିନ୍ଦପୁର, ଗୋଠଗାଁରେ ନିର୍ମାଣ ହୋଇଥିବା ପାଇଖାନା ଦେଖିଥିଲେ।

ଏତଲାକାରୀଙ୍କୁ ଥାନାରେ ମାଡ଼ ଅଭିଯୋଗ:କାର୍ଯ୍ୟାନୁଷ୍ଠାନ ଦାବି କଲା ଓକିଲ ସଂଘ

ପାଟପୁର,୧୯।୪(ଡି.ଏନ.ଏ.)-ପାଟପୁର ଥାନା ସେକେଣ୍ଡ ଅଫିସର ଜଣେ ଏତଲାକାରିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ଦିଗପହଣ୍ଡି ଓକିଲ ସଂଘ ପକ୍ଷରୁ ଘଟଣାକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୧୯।୪(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଦେଉଳ ପୋଖରୀରୁ ଗୁରୁବାର ପ୍ରାୟ ଅପରାହ୍ନ ୪ଟାରେ ଜଣେ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ସିଦ୍ଧେଶ୍ୱର ଗ୍ରାମ ଚାଉଳିଆ ସାହିର ପରିବା ବ୍ୟବସାୟୀ ବୁଲୁ ସାହୁଙ୍କ କନ୍ୟା ମାମାଲି (୬)। ସେ ପ୍ରଥମ ଶ୍ରେଣୀରେ ପଢ଼ୁଥିଲେ। ମଧ୍ୟାହ୍ନରେ ଘର ନିକଟ ପୋଖରୀକୁ ସେ ଶୌଚ ପାଇଁ ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମାମାଲିଙ୍କ ସନ୍ଧାନ ମିଳି ନ ଥିଲା। ସମ୍ପର୍କୀୟ ଲୋକେ ପୋଖରୀରେ ପଶି ଖୋଜିବାରୁ ମୃତଦେହ ମିଳିଥିଲା।

ମେଡିକାଲ କଲୋନୀରେ ପାନୀୟଜଳ ସଙ୍କଟ: ବିଡିଓଙ୍କୁ ଅଭିଯୋଗ କଲେ କର୍ମଚାରୀ

ମେଡିକାଲ କଲୋନୀରେ ପାନୀୟଜଳ ସଙ୍କଟ: ବିଡିଓଙ୍କୁ ଅଭିଯୋଗ କଲେ କର୍ମଚାରୀ

ତୁମୁଡିବନ୍ଧ,୧୯।୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ତୁମୁଡିବନ୍ଧ ମେଡିକାଲ କଲୋନୀରେ ପାନୀୟଜଳର ଘୋର ଅଭାବ ଦେଖା ଦେଇଛି। କଲୋନୀରେ ରହୁଥିବା କର୍ମଚାରୀମାନେ ଗୁରୁବାର ପୂର୍ବାହ୍ନ ସାଢେ ୧୧ଟାରେ ବିଡିଓଙ୍କୁ ଏନେଇ ଅଭିଯୋଗ କରିଥିବା ଜଣାପଡିଛି।