ଉପକୂଳ ଓଡିଶା

କଳାକାରଙ୍କ ମେଳରେ ବିଦାୟ ନେଲେ ଅନନ୍ତ: ଭୁବନେଶ୍ୱରରେ ସଂସ୍କୃତି ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

କଳାକାରଙ୍କ ମେଳରେ ବିଦାୟ ନେଲେ ଅନନ୍ତ: ଭୁବନେଶ୍ୱରରେ ସଂସ୍କୃତି ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର(ବ୍ୟୁରୋ)/କେନ୍ଦ୍ରାପଡା ଅଫିସ, ୨।୧- ଶେଷରେ କଳାକାରଙ୍କ ମେଳରେ ବିଦାୟ ନେଇଛନ୍ତି ଓଡ଼ିଆ ଅପେରା ଓ ରଙ୍ଗମଞ୍ଚର ନିଷ୍ଠାପର କଳାସାଧକ ଅନନ୍ତ ଓଝା। ମଙ୍ଗଳବାର ଅପରାହ୍ନରେ ଜନ୍ମସ୍ଥାନ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ବୀରନୀଳକଣ୍ଠପୁର ଶ୍ମସାନରେ ୧୦ ହଜାରରୁ ଊର୍ଦ୍ଧ୍ୱ ନାଟ୍ୟପ୍ରେମୀ, କଳାକାର, ରାଜନେତା, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ସ୍ବେଚ୍ଛାସେବୀ ଓ କଳା ଅନୁଷ୍ଠାନର ସଦସ୍ୟଙ୍କ ଗହଣରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପୁଅ ସବ୍ୟସାଚୀ ଓଝା ମୁଖାଗ୍ନି ଦେଇଥିଲେ। ଅନନ୍ତଙ୍କ ଅନ୍ତିମ ଇଚ୍ଛା ଅନୁଯାୟୀ ଗୋବରୀ ନଦୀ ଜଳରେ ଶବ ସଂସ୍କାର ହୋଇଥିଲା। ସମଗ୍ର ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।
ମଙ୍ଗଳବାର ମଧ୍ୟାହ୍ନରେ ଅନନ୍ତଙ୍କ ମରଶରୀର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ବା ପରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ ଶେଷଦର୍ଶନ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ। ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଭାଜପା ବରିଷ୍ଠ ନେତା ସମୀର ମହାନ୍ତି, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅପରାହ୍ନରେ ଅନନ୍ତଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡାକୁ ଅନ୍ତିମ ସଂସ୍କାର ପାଇଁ ମରଶରୀର ନିଆଯାଇଥିଲା। ସେଠାରେ ଶବାଧାରରେ ବିଜେଡି ନେତା ରବୀନ୍ଦ୍ର ସାମଲ, ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ନାଟ୍ୟକାର ମଳୟ ରାଉତ, ଯାତ୍ରା ଅଭିନେତା ଦୈତାରୀ ପଣ୍ଡା, ତ୍ରିଲୋଚନ ସାହୁ, ଜିଲା ବିଜେଡି ଯୁବ ସଭାପତି ରାଜେଶ ପଣ୍ଡା, ଜିଲା ଭାଜପା ସଭାପତି ଦୁର୍ଯ୍ୟୋଧନ ସାହୁ, ଅଜୟ କୁମାର ରାଉତ, ଧୀରେନ ସାହୁ, ଭୂବନମୋହନ ଜେନା, ବିଧୁଭୂଷଣ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଧନଞ୍ଜୟ ସ୍ବାଇଁ, ଜିଲା ସଂସ୍କୃତି ଅଧିକାରୀ ଦିଲୀପ କୁମାର ନାୟକଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାସହ କେନ୍ଦ୍ରାପଡାର ଚାନ୍ଦୋଳ, ବାଲିଆ, ଅନୁଆପଡା, ଦୁହୁରିଆ, ଗୋପ ଛକ, ଗୋପସ୍ଥିତ ବାସଭବନ ଏବଂ ସହରର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଅନନ୍ତଙ୍କ ଡିମିରିଫୁଲ ବାସଭବନ ଓ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ସୂଚନାଯୋଗ୍ୟ, ଦୀର୍ଘଦିନ ଧରି ମୁଖଗହ୍ବର କର୍କଟ ରୋଗରେ ପୀଡିତ ହୋଇ ବାଙ୍ଗାଲୋରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନନ୍ତଙ୍କର ଗତ ୩୧ ତାରିଖ ଅପରାହ୍ନରେ ମୃତ୍ୟୁ ଘଟିଥିଲା। ହସ୍ପିଟାଲ ବିଲ ପୈଠ ହୋଇ ନ ଥିବାରୁ ତାଙ୍କ ମୃତଦେହ ଅଟକ ରହିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାରେ ହସ୍ତକ୍ଷେପ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବିଲ୍‌ ପଇଠ ହୋଇଥିଲା।

All Right Reserved By

ଉପକୂଳ ଓଡିଶା

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର, ୨୧ ଅଭିଯୋଗ ପଞ୍ଜିକୃତ

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର, ୨୧ ଅଭିଯୋଗ ପଞ୍ଜିକୃତ

ଓଡ଼ଗାଁ,୧୬।୭(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ବ୍ଲକରେ ଜିଲପାଳ ଡ. ଏନ. ତିରୁମାଲା ନାୟକଙ୍କ ପ୍ରଥମ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ତଥା ସଚେତନତା ଅଭାବରୁ ମାତ୍ର ୨୧ ଅଭିଯୋଗ ପଞ୍ଜିକୃତ ହୋଇଥିଲା।

ଦିଗହରା ଆବାସ ଯୋଜନା, ପଲିଥିନ ତଳେ ବିତୁଛି ଜୀବନ

ଦିଗହରା ଆବାସ ଯୋଜନା, ପଲିଥିନ ତଳେ ବିତୁଛି ଜୀବନ

ରାହାମା,୧୬।୭(ଡି.ଏନ୍‌.ଏ.): ଗରିବ ପରିବାରକୁ ବାସଗୃହ ଯୋଗାଇ ଦେବା ନିମନ୍ତେ ସରକାର ଆବାସ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ପାରୁନାହିଁ।

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ଓଡ଼ଗାଁ,୧୬।୭(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକରେ ସୋମବାର ଅଭିଯୋଗ ଶୁଣାଣି ଶିବିିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଡ. ଏନ୍‌ ତିରୁମାଲା ନାଏକ, ଏସ୍‌ପି ଆଶିଷ କୁମାର ସିଂ, ଉପ ଜିଲାପାଳ ଜିତେନ୍ଦ୍ର କୁମାର ସାହୁ, ବିଡିଓ ମାୟାଧର ବେହେରା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ।

ଡମ୍ଫର ଧକ୍କାରେ ଯୁବକ ଗୁରୁତର

ଯାଜପୁର ରୋଡ, ୧୬।୭(ନି.ପ୍ର.) ଯାଜପୁର ଜିଲା ୨୦ ନଂ. ଜାତୀୟ ରାଜପଥର ଧନେଶ୍ୱର ମାରୁତି ସୋ’ରୁମ୍‌ ନିକଟରେ ସୋମବାର ପୂର୍ବାହ୍ନରେ ଡମ୍ପର ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି।

ମୋବାଇଲରେ କଥା ହେବାରୁ ଓଲଟିଲା ସ୍କୁଲ ବସ୍‌: ୧୪ ଛାତ୍ରୀଛାତ୍ର ଆହତ

ମୋବାଇଲରେ କଥା ହେବାରୁ ଓଲଟିଲା ସ୍କୁଲ ବସ୍‌: ୧୪ ଛାତ୍ରୀଛାତ୍ର ଆହତ

ଧର୍ମଶାଳା, ୧୬।୭(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁରସ୍ଥିତ ଗୁରୁକୁଳ ପବ୍ଲିକ ସ୍କୁଲର ବସ୍‌ ସୋମବାର ସକାଳ ୭ଟାରେ ସ୍କୁଲଠାରୁ ୧ କି.ମି ଦୂରରେ ଓଲଟି ପଡ଼ିବାରୁ ୧୪ ଛାତ୍ରୀଛାତ୍ର ଆହତ ହୋଇଛନ୍ତି।

ଗ୍ରାମବାସୀଙ୍କ ଉପରେ ମାଡ଼ିଗଲା ବୋଲେରୋ: ୩ ଗୁରୁତର

ଯାଜପୁର ରୋଡ,୧୬।୭ (ନି.ପ୍ର.): ଯାଜପୁର ଜିଲା କୋରେଇ ଥାନା ତଲୁରି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଘରୋଇ ଫାଇନାନ୍ସ କମ୍ପାନୀର ଟିମ୍‌ ଋଣ ଆଦାୟ ପାଇଁ ଆସିଥିବା ବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଗଣ୍ଡଗୋଳ ହୋଇଥିଲା।

ବ୍ଲକସ୍ତରୀୟ ବନମହୋତ୍ସବ

ବ୍ଲକସ୍ତରୀୟ ବନମହୋତ୍ସବ

ରାଜକନିକା, ୧୬।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅନ୍ତର୍ଗତ ଡାଳିକେଏନ୍ଦା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବନମହୋତ୍ସବ କାର୍ଯ୍ୟକ୍ରମ ସୋମବାର ପାଳିତ ହୋଇଯାଇଛି।

ନିମ୍ନମାନର ମରାମତିରୁ ବାରମ୍ବାର ଖାଲ ସୃଷ୍ଟି

ନିମ୍ନମାନର ମରାମତିରୁ ବାରମ୍ବାର ଖାଲ ସୃଷ୍ଟି

ମାର୍ଶାଘାଇ,୧୬।୭(ଡି.ଏନ୍‌.ଏ.): ନଂ. ୫(କ) ଜାତୀୟ ରାଜପଥର ମାର୍ଶାଘାଇ କ୍ରସିଂଠାରୁ ନବରକାନ ପୋଲ ମଧ୍ୟବର୍ତ୍ତୀ ସ୍ଥାନରେ ୩ ମାସ ପୂର୍ବରୁ ଏକ ଖାଲ ସୃଷ୍ଟି ହୋଇଥିଲା। ପରେ ରାଜପଥ ପ୍ରାଧିକରଣ ଦ୍ୱାରା ଏହାକୁ ମରାମତି କରାଯାଇଥିଲା।

ନୟାଗଡ଼ ସହରରେ ବାଇପାସ୍‌ ରାସ୍ତା ପ୍ରସଙ୍ଗ: ମାର୍ଚ୍ଚ ୨୦୨୦ ସୁଦ୍ଧା ହୋଇପାରେ କାର୍ଯ୍ୟକାରୀ

ନୟାଗଡ଼ ଅଫିସ,୧୬।୭- ନୟାଗଡ଼ ସହର ଦେଇ ଯାଇଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥ ଓ ୨୧ନଂ. ରାଜ୍ୟ ରାଜପଥ। ତେଣୁ ପ୍ରତିଦିନ ଶତାଧିକ ଯାନବାହନ ଏହି ରାସ୍ତାରେ ଚଳାଚଳ କରୁଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ଯାଇଥିବାରୁ ଅନେକ ସମୟରେ ଭିନ୍ନ ଭିନ୍ନ ସଙ୍ଗଠନ ତରଫରୁ ବିକ୍ଷୋଭ ଓ ଧାରଣା ହୋଇଥାଏ।

ହସ୍ତୀ ସୁରକ୍ଷା ପାଇଁ ଉଦ୍ୟମ: ଆଲୋଚନାଚକ୍ରରେ ସଚେତନତା ସୃଷ୍ଟି କଲା ବନ୍ୟପ୍ରାଣୀ ବିଭାଗ

ହସ୍ତୀ ସୁରକ୍ଷା ପାଇଁ ଉଦ୍ୟମ: ଆଲୋଚନାଚକ୍ରରେ ସଚେତନତା ସୃଷ୍ଟି କଲା ବନ୍ୟପ୍ରାଣୀ ବିଭାଗ

ଗଣିଆ,୧୬।୭(ଡି.ଏନ୍‌.ଏ.)- ପ୍ରାକୃତିକ ପରିବେଶ ଧ୍ୱଂସ ଯୋଗୁ ଦିନକୁ ଦିନ କେତେକ ବନ୍ୟପ୍ରାଣୀଙ୍କ ବଂଶ ଲୋପ ପାଇବାକୁ ବସିଲାଣି। ଉପଯୁକ୍ତ ଆବାସସ୍ଥଳୀ ନଷ୍ଟ ସାଙ୍ଗକୁ ପ୍ରତିକୂଳ ପରିବେଶରେ ନିଜକୁ ଖାପ ଖୁଆଇ ନ ପାରି ଏମାନଙ୍କର ବଂଶ ବିଲୁପ୍ତ ହେବାରେ ଲାଗିଛି। ଡାଇନୋସର ପରେ ବିଶାଳକାୟ ଜୀବ ହାତୀର ଅବସ୍ଥା ସଙ୍ଗିନ ହୋଇପଡିଛି।

ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ନୟାଗଡ଼ ଝିଅ ପ୍ରଥମ

ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ନୟାଗଡ଼ ଝିଅ ପ୍ରଥମ

ନୟାଗଡ଼ ଅଫିସ,୧୬।୭- ଓଡ଼ିଶା ସାହିତ୍ୟ ଏକାଡ଼େମୀର ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ନୟାଗଡ଼ ଏନ୍‌ଏସି ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସ୍ନେହାରାଣୀ ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଭିକ୍ଷାକାରୀ ସାହୁ ଓ ପ୍ରମିଳା ସାହୁଙ୍କ କନ୍ୟା ହେଉଛନ୍ତି ସ୍ନେହାରାଣୀ।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ଖଣ୍ଡପଡା,୧୬।୭(ସ୍ବ.ପ୍ର.)- ସମବାୟ ବିଭାଗର ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଦ୍ୱାରା ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଚାଲୁ ରହିଛି। କୃଷି ଓ କୃଷକର ଉନ୍ନତି ନିମନ୍ତେ ସରକାର ଯୋଗାଇ ଦେଉଥିବା ବିଭିନ୍ନ ସୁବିଧାସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ନୟାଗଡ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଖଣ୍ଡପଡା ଶାଖା ଅଧୀନରେ ଥିବା ବେଣାଗାଡିଆ ଓ ତେନ୍ତୁଳିଆପଲ୍ଲୀ ସେବା ସମବାୟ ସମିତି ପକ୍ଷରୁ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Model This Week

ରୂପେଶ