ବ୍ରହ୍ମପୁର

ବନ୍ଧୁକ ମୁନରେ ଆତଙ୍କ:ଜଣେ ଗିରଫ

ବନ୍ଧୁକ ମୁନରେ ଆତଙ୍କ:ଜଣେ ଗିରଫ
ବ୍ରହ୍ମପୁର ଅଫିସ୍‌,୨।୧: ଲୋଚାପଡ଼ା ଧୋବାସାହିରେ ଥିବା ଏକ ଚିକେନ୍‌ ଦୋକାନଙ୍କୁ ଦାଦା ବଟି ମା ଗିବା ସହ ଟଙ୍କା ନ ଦେଲେ ଜୀବନରେ ମାରିଦେବାକୁ ଧମକ ଦେବା ଘଟଣାରେ ସଦର ଥାନା ପୋଲିସ ଜଣକୁ ଗିରଫ କରିଛି। ସେ ହେଲେ ମୋହନ ରାଓ। ଘଟଣାରେ ବ୍ୟବହୃତ ବାଇକ୍‌କୁ ଜବତ କରାଯାଇଛି। ଏ ନେଇ ନଂ. ୨/୧୮ରେ ଏକ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ, ସୋମବାର ରାତି ପ୍ରାୟ ସାଢ଼େ ୧୦ଟାରେ ଲୋଚାପଡ଼ା ଧୋବାସାହିରେ ଥିବା ଚିକେନ୍‌ ଦୋକାନ ମାଲିକ ନିରଞ୍ଜନ ସେଠୀ ଦୋକାନ ବନ୍ଦ କରୁଥିଲେ। ବାଇକ୍‌ରେ ୨ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚତ୍ ନିରଞ୍ଜନଙ୍କ ମୁଣ୍ଡରେ ବନ୍ଧୁ ଲଗାଇ ୫ହଜାର ଟଙ୍କା ଦାଦା ବଟି ମାଗିଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ।
All Right Reserved By

ବ୍ରହ୍ମପୁର

ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ

ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ

ଦିଗପହଣ୍ଡି,୨୫।୯(ଡି.ଏନ.ଏ.): ଦିଗପହଣ୍ଡି ବ୍ଲଖ ଫାସିଗୁଡ଼ା ପଞ୍ଚାୟତ ଜକମେରିପଲ୍ଲୀ ଓ ଜଲମେରିପଲ୍ଲୀ ଗ୍ରାମର ବହୁ କଂଗ୍ରେସ କର୍ମୀ ସୋମବାର ଦଳ ଛାଡି ବିଜେଡିିରେ ସାମିଲ ହୋଇଥିବା ଘୋଷଣା କରିଛନ୍ତି । 

ଅଶାନ୍ତି ଆଶଙ୍କାରେ ପୋଲିସ ପହରା

ଅଶାନ୍ତି ଆଶଙ୍କାରେ ପୋଲିସ ପହରା

ବ୍ରହ୍ମପୁର ଅଫିସ୍‌,୨୫ା୯-ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । ତଥାପି ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ରାଜନୀତି ଉଷ୍ମ ହେବାରେ ଲାଗିଛି। ଆଶାୟୀମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ନିଜ ସପକ୍ଷରେ ଛାତ୍ରମତ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ କଲେଣି ରଣନୀତି। ଜିଲାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଷ୍ମତା ଦେଖିବାକୁ ମିଳିଛି ।

୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ

୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ

ଫିରିଙ୍ଗିଆ, ୨୫ା୯-କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସ ସୋମବାର ଦୁଇଟି ସ୍ଥାନରେ ଚଢ଼ାଉ କରି ୨ କୁଇଣ୍ଟାଲ ୮ କେଜି ଗଞ୍ଜେଇ ଜବତ କରିଛି ା ଗୋଟିଏ ଘଟଣାରେ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଘଟଣାରେ ୪ ଜଣ ଗାଡି ଛାଡି ଫେରାର ହୋଇଯାଇଛନ୍ତିି ା 

ପୁଣି କୋଟଗଡ଼ରେ ନାବାଳିକାଙ୍କୁ ବଳାତ୍କାର

ପୁଣି କୋଟଗଡ଼ରେ ନାବାଳିକାଙ୍କୁ ବଳାତ୍କାର

ଫୁଲବାଣୀ ଅଫିସ/କୋଟଗଡ,(ଡି.ଏନ.ଏ.), ୨୫ା୯-କନ୍ଧମାଳ ଜିଲା କୋଟଗଡ ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ନେଇ ଉତ୍ତେଜନା ଥମି ନ ଥିବା ବେଳେ ସୋମବାର ପୁଣି ଏକ ବଳାତ୍କାର ଘଟଣା ପଦାକୁ ଆସିଛି।

ବିଏମ୍‌ସିର ୫ ବର୍ଷରେ ବାଧାପ୍ରାପ୍ତ ହୋଇଛି ବିକାଶ

ବ୍ରହ୍ମପୁର ଅଫିସ,୨୫ା୯-ବ୍ରହ୍ମପୁର ମହାନଗର ନିଗମ ନିର୍ବାଚିତ ପରିଷଦର ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ରେଶମ ନଗରୀ ବିକାଶ ବାଧାପ୍ରାପ୍ତ ହୋଇଛି । ସମୁଦାୟ ୩୯୧,୯୩୮ କ.ମି. ସଡ଼କ ମଧ୍ୟରୁ ଅର୍ଦ୍ଧେକ ଖାଲଖମାରେ ଶୋଚନୀୟ ହୋଇଯାଇଛି। 

୧୩୪ ଅଭିଯୋଗର ଶୁଣାଣି

ବ୍ରହ୍ମପୁର ଅଫିସ୍‌,୨୫ା୯-ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ସୋମବାର ବ୍ରହ୍ମପୁର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୩୪ ଅଭିଯୋଗ ଶୁଣାଣି କରାଯାଇଥିଲା । 

ମାନବ ଅଧିକାର ସୁରକ୍ଷାମଞ୍ଚର ଘଣ୍ଟ ଯାତ୍ରା

ମାନବ ଅଧିକାର ସୁରକ୍ଷାମଞ୍ଚର ଘଣ୍ଟ ଯାତ୍ରା

ବ୍ରହ୍ମପୁର ଅଫିସ୍‌,୨୫ା୯:-୨ ଦଫା ଦାବି ନେଇ ସୋମବାର ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟ ପିଟା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ା 

ଗୃହରକ୍ଷୀଙ୍କ ପାସିଂ ଆଉଟ୍‌ ପରେଡ୍‌

ଗୃହରକ୍ଷୀଙ୍କ ପାସିଂ ଆଉଟ୍‌ ପରେଡ୍‌

ଛତ୍ରପୁର,୨୫ା୯(ଡି.ଏନ.ଏ)-ଗଞ୍ଜାମ ପୋଲିସ ଜିଲାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଗୃହରକ୍ଷୀମାନଙ୍କ ପାସିଂ ଆଉଟ୍‌ ପ୍ୟାରେଡ୍‌ ସୋମବାର ଛତ୍ରପୁରସ୍ଥିତ ପୋଲିସ ପଡିଆରେ ଅନୁଷ୍ଠିତ ହୋଇଥିଲା ା 

ମାପ ଓ ଓଜନ ବିଭାଗର ଚଢାଉ

ଆସିକା,୨୫ା୯ (ଡି.ଏନ୍‌.ଏ.): -ଭଞ୍ଜନଗର ଉପଖଣ୍ଡ ମାପ ଓ ଓଜନ ବିଭାଗ ପକ୍ଷରୁ ସୋମବାର ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା କେତେକ ଚାଉଳ କଳ, ସୁନା ରୁପା ଅଳଙ୍କାର ଦୋକାନ, ପେଟ୍ରୋଲ ପମ୍ପରେ ଚଢାଉ କରାଯାଇଥିଲା ା 

କଲ୍ୟାଣ ଶିକ୍ଷକ,ଶିକ୍ଷା ନିରୀକ୍ଷକଙ୍କ ଜିଲାସ୍ତରୀୟ ସମ୍ମିଳନୀ

କଲ୍ୟାଣ ଶିକ୍ଷକ,ଶିକ୍ଷା ନିରୀକ୍ଷକଙ୍କ ଜିଲାସ୍ତରୀୟ ସମ୍ମିଳନୀ

ରାଇକିଆ,୨୫ା୯(ଡ଼ି.ଏନ.ଏ.)-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ନେଡ଼ିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ କନ୍ଧମାଳ ଶାଖାର ଜିଲାସ୍ତରୀୟ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି ା

‘ଆମେ ଚାହଁୁ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା’

‘ଆମେ ଚାହଁୁ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା’

ଭଞ୍ଜନଗର,୨୫।୯(ଡି.ଏନ.ଏ.)-ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ପକ୍ଷରୁ ଚାଲିଥିବା ପ୍ଲାଷ୍ଟିକ୍‌ ମୁକ୍ତ ଓଡ଼ିଶା ଅଭିଯାନରେ ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ର ସାମିଲ ହେବାପାଇଁ ସୋମବାର ନିଷ୍ପତ୍ତି ନେଇଛନ୍ତି। 

୨୮ରେ ଭଞ୍ଜନଗରରେ ବନ୍ଦ ରହିବ ଦୋକାନ

୨୮ରେ ଭଞ୍ଜନଗରରେ ବନ୍ଦ ରହିବ ଦୋକାନ

ଭଞ୍ଜନଗର,୨୪।୯(ଡି.ଏନ.ଏ.)-ବିଦେଶୀ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ଭାରତରେ ଆସି ବ୍ୟବସାୟ କରିବା ଦ୍ୱାରା ଦେଶର ଛୋଟବଡ଼ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଏହା ପ୍ରତିବାଦରେ ୨୮ ତାରିଖରେ ଦେଶର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଓ ଛୋଟବଡ଼ ଖୁଚୁରା ଦୋକାନ ବନ୍ଦ ରହିବ ।