ବ୍ରହ୍ମପୁର

ଆରମ୍ଭ ହେବ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିର୍ମାଣ

ଆରମ୍ଭ ହେବ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିର୍ମାଣ

ବ୍ରହ୍ମପୁର ଅଫିସ,୨।୧- ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ସାଧାରଣ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷରୁ ପ୍ରସ୍ତାବିତ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ (କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ) ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଏଥିପାଇଁ ମହାନଗର ନିକଟ ମହୁଡ଼ାଠାରେ ପୂର୍ବରୁ ଆବଶ୍ୟକ ଜମି ଚିହ୍ନଟ ହୋଇସାରିଛି ଏବଂ ୪୨.୧୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ତନ୍ମଧ୍ୟରୁ ସରକାର ଗ୍ରାଣ୍ଟ ଆକାରରେ ୨୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ରାଜ୍ୟ ନଗର ଉନ୍ନୟନ ବିଭାଗର ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠିରୁ ୨୦ କୋଟି ଟଙ୍କା ଋଣ ଅଣାଯିବାର ବ୍ୟବସ୍ଥା ହୋଇଛି। ଅବଶିଷ୍ଟ ଅର୍ଥ ବିଏମ୍‌ସି ବହନ କରିବ। ମେୟର କେ. ମାଧବୀ ବୈଠକରେ ଅଧ୍ୟକ୍ଷତା କରି ମହାନଗରର ସର୍ବାଙ୍ଗୀନ ବିକାଶ ନିମନ୍ତେ ଦଳମତ ନିର୍ବିଶେଷରେ କର୍ପୋରେଟରଙ୍କ ସହଯୋଗ କାମନା କରିଥିଲେ। ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗଦେଇ ବ୍ରହ୍ମପୁର ବିକାଶ ପାଇଁ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତିବଦ୍ଧ ହୋଇଥିବାରୁ ବିଭିନ୍ନ ଯୋଜନା ନିମନ୍ତେ ଅର୍ଥ ମଞ୍ଜୁର ହୋଇଥିବା ସେ ଦର୍ଶାଇଥିଲେ। ନିର୍ବାଚିତ କର୍ପୋରେଟରମାନେ ସହଯୋଗ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଡେପୁଟି ମେୟର ଜ୍ୟୋତ୍ସ୍ନା ନାୟକ, କମିଶନର ନିଖିଲ ପୱନ କଲ୍ୟାଣ, ଡେପୁଟି କମିଶନର ସୌରୀନ୍ଦ୍ର କୁମାର ରାଉତରାୟଙ୍କ ସମେତ ଅନ୍ୟ ଅଧିକାରୀ ଏବଂ ନିର୍ବାହୀ ଯନ୍ତ୍ରୀ ଶ୍ୟାମବାବୁ ପାତ୍ର ଓ ବସନ୍ତ ପାଢ଼ୀ ଏବଂ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ। ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ କମିଶନର ପୱନ କଲ୍ୟାଣ। ସହରାଞ୍ଚଳ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଥିବା ଏବଂ ସମୁଦାୟ ୪୦ ୱାର୍ଡ ମଧ୍ୟରୁ ୩୭ ୱାର୍ଡରେ ସଫେଇ କାର୍ଯ୍ୟ ଘରୋଇକରଣ କରାଯାଇଥିବା ସତ୍ତ୍ବେ ସୁଧାର ଆସି ନ ଥିବା କଂଗ୍ରେସ କର୍ପୋରେଟର ବି. ଶ୍ରୀନିବାସ ରାଓ ଅଭିଯୋଗ କରିଥିଲେ। ଘରୋଇକରଣ ଉଚ୍ଛେଦ କରିବା ଏବଂ କାର୍ଯ୍ୟରତ ଘରୋଇ ସଂସ୍ଥାର ସଫେଇ କର୍ମଚାରୀଙ୍କୁ ବିଏମ୍‌ସିରେ ଡିଏଲଆର ଭାବେ ନିୟୋଜିତ କରିବାକୁ ସେ ଦାବି କରିଥିଲେ। ଏହାର ସନ୍ତୋଷଜନକ ଉତ୍ତର ନ ମିଳିବାରୁ ପ୍ରତିବାଦରେ ରାଓଙ୍କ ସମେତ ସମସ୍ତ କଂଗ୍ରେସ କର୍ପୋରେଟର ବୈଠକ ସ୍ଥଳରେ ଧାରଣା ଦେଇଥିଲେ। ବିଧାୟକ, ମେୟର ଓ ଶାସକ ବିଜେଡିର କେତେକ କର୍ପୋରେଟର ବୁଝାଶୁଝା କରିବା ପରେ ସେମାନେ ଧାରଣାରୁ ଉଠିଥିଲେ। ୨୦୧୮ ପୌର ନିର୍ବାଚନ ବର୍ଷ ହୋଇଥିବାରୁ ସମସ୍ତ କର୍ପୋରେଟରଙ୍କ ମଧ୍ୟରେ ସମନ୍ବୟ ପ୍ରତିଷ୍ଠା ହୋଇ ଚାଲିଥିବା ଉନ୍ନୟନ କାର୍ଯ୍ୟଗୁଡ଼ିକ ଶେଷ କରିବାକୁ ବିଧାୟକ ଗୁରୁତ୍ୱ ଦେଇଥିଲେ। ସ୍ବାଧୀନ କର୍ପୋରେଟର ଅଶୋକ କୁମାର ଶୁକ୍ଲ ଓଡ଼ିଶା ପୌର ନିଗମ ଆଇନରେ ନିର୍ବାଚିତ ପ୍ରତିନିଧିଙ୍କ ଅଧିକାର ଓ କ୍ଷମତା କ’ଣ ରହିଛି ସେନେଇ ବୈଧାନିକ ପ୍ରଶ୍ନ କମିଶନରଙ୍କୁ ପଚାରିଥିଲେ। ବିଏମ୍‌ସିର କେତେକ ଅଧିକାରୀ କର୍ପୋରେଟରଙ୍କୁ ଅସମ୍ମାନ କରୁଥିବା ଏବଂ ପ୍ରକୋଷ୍ଠକୁ ୱାର୍ଡ ସମସ୍ୟା ନେଇଗଲେ ସୌଜନ୍ୟତା ଦୃଷ୍ଟିରୁ ବସିବା ପାଇଁ କହୁ ନ ଥିବା ଅଭିଯୋଗ ହୋଇଥିଲା। ନାମ ଉଚ୍ଚାରଣ ନ କରି ସେ ଡେପୁଟି କମିଶନରଙ୍କୁ ଟାର୍ଗେଟ କରି ପ୍ରବଳ ପାଟିତୁଣ୍ଡ କରିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏଥିପାଇଁ କମିଶନର କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଏଣିକି ଏହାର ପୁନରାବୃତ୍ତି ହେବ ନାହିଁ ବୋଲି ସ୍ପଷ୍ଟ କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ରାଜୀବ ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଚଞ୍ଚକତା ହେଉଥିବା ସେ ଅଭିଯୋଗ କରିଥିଲେ। ବିଜେଡି କର୍ପୋରେଟର ସୁରେନ୍ଦ୍ର ମହାରଣା କହିଥିଲେ, ମହିଳା ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ତେବେ ବିଏମ୍‌ସିରେ ଏହା ଫେଲ ମାରିଛି। ବିଭିନ୍ନ ୱାର୍ଡରେ ମହିଳାମାନେ ସ୍ବୟଂ ସହାୟକ ଗୋଷ୍ଠୀ କରି ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ପାଇଁ ପଦକ୍ଷେପ ନେଉଛନ୍ତି। ତେବେ ମହାନଗର ନିଗମରେ ସେମାନଙ୍କ ଆବେଦନଗୁଡ଼ିକ ବିଡ଼ା ବାନ୍ଧି ପକାଇ ଦିଆଯାଉଛି ଏବଂ ଋଣ ଲଗାଣ ଲାଗି ବ୍ୟାଙ୍କଗୁଡ଼ିକୁ ସୁପାରିସ କରାଯାଉ ନ ଥିବା ସେ ଅଭିଯୋଗ କରିଥିଲେ। ସମସ୍ୟାର ତୁରନ୍ତ ସମାଧାନ ପାଇଁ ମହାରଣା ଦାବି କରିଥିଲେ। ଅପରପକ୍ଷରେ କର୍ପୋରେଟରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ କମିଶନର କହିଥିଲେ ବିଭିନ୍ନ ସ୍ଥାନରେ ଆଉ ୪ଟି ଭେଣ୍ଡିଂ ଜୋନ ନିର୍ମାଣ ହେବ ଏବଂ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଓ ଆଧୁନିକୀକରଣ କରାଯିବ। ମୁଖ୍ୟତଃ ବିଜିପୁର, ହରିଡ଼ାଖଣ୍ଡି ପୋଖରୀ ଏବଂ ଶାଳିଆ ବନ୍ଧ, ସୁନାରୀ ବନ୍ଧକୁ ଅଗ୍ରାଧିକାର ଦିଆଯାଇଥିବା କମିଶନର ସୂଚନା ଦେଇଥିଲେ। କର୍ପୋରେଟର ସଂଘମିତ୍ରା ଦଳାଇ, ମମତା ବିଷୋୟୀ, ବୀରେନ ପଟ୍ଟନାୟକ, ଅନିଲ କୁମାର ନାୟକ, ଗୀତା ମାଧୋଇ, ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେବା ସହ ପ୍ରଶ୍ନ ଉପସ୍ଥାପାପନ କରିଥିଲେ।

All Right Reserved By

Model This Week

Model This Week

ବ୍ରହ୍ମପୁର

ମଦ ବ୍ୟବସାୟୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ, ୧୧ ଗିରଫ

ମଦ ବ୍ୟବସାୟୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ, ୧୧ ଗିରଫ

ଆସିକା,୨୫।୪ (ଡି.ଏନ୍‌.ଏ.)- ଆସିକା ଅଞ୍ଚଳର ମଦ ବ୍ୟବସାୟୀଙ୍କୁ ହତ୍ୟା କରି ତାଙ୍କ ସାମ୍ରାଜ୍ୟ ହାତେଇବାକୁ ଚାଲିଥିବା ଏକ ଷଡ଼ଯନ୍ତ୍ରକୁ ପୋଲିସ ପଣ୍ଡ କରିଛି ା ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ମଙ୍ଗଳବାର ଅପରାହ୍ନରେ ଆସିକା ସହର ଉପକଣ୍ଠ ଝଗଡେଇ ଗୁମ୍ଫା ନିକଟରୁ ୬ ଜଣଙ୍କୁ ପୋଲିସ କାବୁ କରିଥିଲା।

ପୃଥକ୍‌ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

ହିଞ୍ଜିଳିକାଟୁ,୨୫।୪(ଡି.ଏନ୍‌.ଏ.): ହିଞ୍ଜିଳି ଥାନା ଅଞ୍ଚଳରେ ପୃଥକ୍‌ ଦୁର୍ଘଟଣାରେ ମଙ୍ଗଳବାର ବିଳମ୍ବିତ ରାତିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ସୂର୍ଯ୍ୟ ନାରାୟଣ ପ୍ରଧାନ (୪୫) ଓ ହିଞ୍ଜିଳିକାଟୁ ପାଟଣାସାହିର ଗଙ୍ଗା ଦାସ (୩୦)। ଗୁରୁତର ଆହତ ଜଣକ ହେଲେ ଛତ୍ରପୁରର ଧର୍ମେନ୍ଦ୍ର ଦାସ (୨୬)।

ଟିଟିଇଙ୍କୁ ମାଡ଼ ଘଟଣା: ଜିଆରପି ଥାନାଧିକାରୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବ୍ରହ୍ମପୁର ଅଫିସ,୨୫।୪- ଟିଟିଇଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ବ୍ରହ୍ମପୁର ଜିଆରପି ଥାନାଧିକାରୀ ରାଜେନ୍ଦ୍ର କୁମାର ମୁଣ୍ଡାଙ୍କୁ ବୁଧବାର ଏଡିଜେ-୧ କୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ୨୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ସହିତ ମାମଲାରେ ପୋଲିସକୁ ସହାୟତା କରିବା ଓ ଥାନାରେ ହାଜର ହେବାକୁ ଏଡିଜେ-୧ ଜଜ୍‌ ରେଖାପ୍ରସାଦ ରାୟ ପ୍ରକାଶ କରିଛନ୍ତି।

ବାସବୀ କନ୍ୟକା ପରମେଶ୍ୱରୀଙ୍କ ଜନ୍ମୋତ୍ସବ

ବାସବୀ କନ୍ୟକା ପରମେଶ୍ୱରୀଙ୍କ ଜନ୍ମୋତ୍ସବ

ହିଞ୍ଜିଳିକାଟୁ,୨୫।୪(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ରାଜାସାହି କଳିଙ୍ଗ ବୈଶ୍ୟ ସମାଜ ସଂଘ ଗୃହରେ ପୋଚିଲିମା ମହିଳା ସଂଘ ପକ୍ଷରୁ ଜାତିର ଆରାଧ୍ୟ ଦେବୀ ମା’ ବାସବୀ କନ୍ୟକା ପରମେଶ୍ୱରୀଙ୍କ ଜନ୍ମୋତ୍ସବ ବୁଧବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି।

ଗଞ୍ଜେଇ ଜବତ, ଜଣେ ଗିରଫ

ଫିରିଙ୍ଗିଆ,୨୫।୪-କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସ ବୁଧବାର ସକାଳେ ମାଶ୍ରିପଡା ଛକରେ ଚଢ଼ାଉ କରି ଏକ କାର୍‌ ସହ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ଜି.ଉଦୟଗିରିର ତୁମୁସିଙ୍ଗିଆର ଲଛମନ ନାୟକ। କାର ନଂ(ଓଆର ୦୨ ବିୱାଇ ୭୨୪୮)ରେ ଗଞ୍ଜେଇ ଭର୍ତ୍ତି ହୋଇ ଯାଉଥିବା ନେଇ ପୋଲିସକୁ ଖବର ମିଳିଥିଲା। ସକାଳ ପ୍ରାୟ ୬.୧୫ ମିନିଟରେ ପୋଲିସ ମାଶ୍ରିପଡା-କେଲାପଡା ରାସ୍ତା ମାଶ୍ରିପଡା ଛକରେ ଏକ କାରକୁ ଅଟକାଇଥିଲା। ଯାଞ୍ଚ ବେଳେ ସେଥିରୁ ୪୫ କେଜି ୪୦୦ଗ୍ରାମ ଗଞ୍ଜେଇ ମିଳିଥିଲା। ପୋଲିସ ଗଞ୍ଜେଇ ସହ ଗାଡି ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରି ନଂ. ୩୪/୧୮ରେ ମାମଲା ରୁଜୁ କରିଛି।

ସଡ଼କ ସୁରକ୍ଷା ସଚେତନତା ରଥ ପରିକ୍ରମା

ଆର.ଉଦୟଗିରି,୨୫।୪(ଡି.ଏନ.ଏ.)-ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜିଲା ସଡ଼କ ପରିବହନ ଦ୍ୱାରା ପ୍ରସ୍ତୁତ ସଚେତନତା ରଥ ଗଜପତି ଜିଲା ଆର.ଉଦୟଗିରି ଥାନାରେ ବୁଧବାର ଶୁଭାରମ୍ଭ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା । ସ୍ଥାନୀୟ ନୋଡାଲ ଏବଂ ହାଇସ୍କୁଲ ଛାତ୍ରୀ ସଡ଼କ ସୁରକ୍ଷା ନିମନ୍ତେ ସ୍ଲୋଗାନ ଦେଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଚାର ପତ୍ର ଓ ବ୍ୟାନଜର ଲଗାଇ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ତହସିଲଦାର ସୋମନାଥ ମାଝି ଉଦ୍‌ଘାଟନ କରିଥିଲେ । ଆଇଆଇସି ପ୍ରଭାକର ପଣ୍ଡାଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ନିଶା ସେବନ କରି ଗାଡ଼ି ଚାଳନା ନ କରିବା, ହେଲମେଟ ପିନ୍ଧିବା, ଦ୍ରୁତ ଗତିରେ ଗାଡ଼ି ନ ଚଳାଇବା ଏବଂ ଟ୍ରାଫିକ ନିୟମ ପାଳନ ଆଦି ସମ୍ପର୍କରେ ବୁଝାଇଥିଲେ । ଥାନାର ସମସ୍ତ କର୍ମଚାରୀ ଓ ଶିକ୍ଷକମାନେ ସହଯୋଗ କରିଥିଲେ ।

ଉତ୍‌ଥାନ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଜି.ଉଦୟଗିରି,୨୫।୪(ଡି.ଏନ.ଏ.)-ଜି.ଉଦୟଗିରି ହବାକ୍‌ ହାଇସ୍କୁଲରେ ଗତ ୧୭ ତାରିଖରୁ ଚାଲିଥିବା ଉତ୍‌ଥାନ ପ୍ରଶିକ୍ଷଣ ଶିବିର ବୁଧବାର ଉଦ୍‌ଯାପିତ ହୋଇଯାଇଛି। ୩ଟି ପର୍ଯ୍ୟାୟରେ ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ ୬ଷ୍ଠରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ରମାନେ ଯେପରି ତୃତୀୟ ଓ ଚତୁର୍ଥ ଶ୍ରେଣୀ ପାଠକୁ ଠିକ୍‌ ଭାବେ ହାସଲ କରିବେ ସେ ସମ୍ପର୍କରେ ଏକ ପ୍ରତିକାରମୂଳକ ତାଲିମ ଦିଆଯାଇଥିଲା।

ବି.କରଡ଼ାବାଡି ପଞ୍ଚାୟତ: ନୂଆ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ

ବି.କରଡ଼ାବାଡି ପଞ୍ଚାୟତ: ନୂଆ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ

ବୁଗୁଡ଼ା,୨୫।୪(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ବି.କରଡ଼ାବାଡି ପଞ୍ଚାୟତର ନୂତନ ସରପଞ୍ଚ ଭାବେ ବିଷ୍ଣୁପ୍ରିୟା ନାୟକ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବୁଗୁଡ଼ା ପ୍ରଥମଶ୍ରେଣୀ ଅଦାଲତର ଆଦେଶ ଏବଂ ଗଞ୍ଜାମ ଜିଲାପାଳଙ୍କ ଚିଠି (ନଂ.୬୯୪/ଜିପି୨୪.୪.୧୮) ଓ ବୁଗୁଡ଼ା ବିଡିଓଙ୍କ ଚିଠି (ନଂ.୯୮୬/୨୪.୪.୧୮) ପ୍ରକାରେ ବିଷ୍ଣୁପ୍ରିୟା ସରପଞ୍ଚ ହୋଇଛନ୍ତି। ଅଦାଲତ ସୋମବାର ବି. କରଡ଼ାବାଡ଼ିର ପୂର୍ବତନ ସରପଞ୍ଚ ସୀମାଞ୍ଚଳ ପ୍ରଧାନଙ୍କ ପଦବୀକୁ ଅସିଦ୍ଧ ଘୋଷଣା କରିବା ସହ ସର୍ବାଧିକ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିବା ବିଷ୍ଣୁପ୍ରିୟାଙ୍କୁ ସରପଞ୍ଚ ଦାୟିତ୍ୱ ଦେବାକୁ ଆଦେଶ ଦେଇଥିଲେ।

ବିଶ୍ୱ ମ୍ୟାଲେରିଆ ଦିବସ

ବିଶ୍ୱ ମ୍ୟାଲେରିଆ ଦିବସ

ତୁମୁଡିବନ୍ଧ,୨୫।୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର କୁର୍ତ୍ତୁମଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ମ୍ୟାଲେରିଆ ଦିବସ ବୁଧବାର ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୁର୍ତ୍ତୁମଗଡ ସରପଞ୍ଚ ବିସନ୍ତି ମଳିକ, ସମ୍ମାନୀତ ଅତିଥିଭାବେ ବରିଷ୍ଠ ନାଗରୀକ ତଥା ଅବସରପ୍ରାପ୍ତ ଶିକ୍ଷକ ସଦାନନ୍ଦ ମଳିକ, ହାଇହୋପ୍‌ ସୋସାଇଟର ସମ୍ପାଦକ ଲିଙ୍ଗରାଜ ପ୍ରଧାନ ଓ ନ୍ୟୁ ଭିଜନ ଅଫ୍‌ ଇଣ୍ଡିଆର ସଭାପତି ବରଦା ପ୍ରସନ୍ନ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଅଟକ

ବେଗୁନିଆପଡ଼ା,୨୫।୪(ଡି.ଏନ.ଏ.)- ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ପଞ୍ଚାୟତ ଉସ୍ତାଳି ଗ୍ରାମରେ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଜନୈକ ସ୍ବାମୀଙ୍କୁ ଅଟକ ରଖିଛି। ମଙ୍ଗଳବାର ଉସ୍ତାଳି ଗ୍ରାମରେ ବାହା ହୋଇଥିବା ତିରିଡ଼ା ଗ୍ରାମର ପ୍ରହଲ୍ଲାଦ ସ୍ବାଇଁଙ୍କ ଝିଅ ସୁଜ୍ଞାନୀଙ୍କର ମୃତ୍ୟୁ ହୋଇଥିଲା।

ଚନ୍ଦ୍ରଗିରି ପଞ୍ଚାୟତରେ ଆମ ଗଁ। ଆମ ବିକାଶ କାର୍ଯ୍ୟକ୍ରମ

ଚନ୍ଦ୍ରଗିରି ପଞ୍ଚାୟତରେ ଆମ ଗଁ। ଆମ ବିକାଶ କାର୍ଯ୍ୟକ୍ରମ

ଚନ୍ଦ୍ରଗିରି,୨୫।୪(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତରେ ଆମ ଗଁା ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚନ୍ଦ୍ରଗିରି ପଞ୍ଚାୟତର ସମସ୍ତ ଜନପ୍ରତିନିଧି ଏବଂ ଜନସାଧାରଣଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ।

ରାଜସ୍ବ ସମୀକ୍ଷା ବୈଠକ

ରାଜସ୍ବ ସମୀକ୍ଷା ବୈଠକ

ଛତ୍ରପୁର,୨୫।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ରାଜସ୍ବ ଲକ୍ଷ୍ୟ ପୂରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।