ବ୍ରହ୍ମପୁର

ବିଭାଗୀୟ ଅଣଦେଖାରୁ ହଜିବାକୁ ବସିଛି ଔଷଧୀୟ ବୃକ୍ଷ

ବିଭାଗୀୟ ଅଣଦେଖାରୁ ହଜିବାକୁ ବସିଛି ଔଷଧୀୟ ବୃକ୍ଷ

ଦାରିଙ୍ଗବାଡ଼ି, ୨।୧ (ଡି.ଏନ.ଏ.)- ଦାରିଙ୍ଗବାଡ଼ିରେ ଥିବା ନେଚର ପାର୍କର ଅବସ୍ଥା ଶୋଚନୀୟ ଆଡ଼କୁ ଗତି କରୁଛି। ପାର୍କରେ ଥିବା ପ୍ରଜାପତି ଉଦ୍ୟାନ ସମେତ ଔଷଧୀୟ ଗଛ ସବୁ ନଷ୍ଟ ହେବାକୁ ବସିଲାଣି। ଏବେ ଆଉ ପାର୍କ ଭିତରେ ପର୍ଯ୍ୟଟକମାନେ ପ୍ରଜାପତି ଦେଖିବାକୁ ପାଉ ନ ଥିବା ଅଭିଯୋଗ ହେଉଛି। ସେପଟେ ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକମାନେ ହିଲ୍‌ଭିୟୁ ପାର୍କ ସମେତ ଦାସିଂବାଡ଼ି ଜଳପ୍ରପାତ, କଫି ବଗିଚା, ଡୁଲୁରୀ ପାଇନବଣ ଓ କିରିକୁଟି ଠାରେ ଥିବା ଲଭର୍ସପଏଣ୍ଟ, ସାଇଲେଣ୍ଟ ଭ୍ୟାଲିକୁ ଦେଖିବାକୁ ଆସୁଥିବା ବେଳେ ନେଚରପାର୍କ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି। ସେଠାରେ ଫାଇବରରେ ନିର୍ମିତ ବିଭିନ୍ନ ପ୍ରାଣୀଙ୍କ ସମେତ ହାତୀ, ଜନଜାତି ପରମ୍ପରା ସମ୍ପର୍କରେ ଜାଣିବା ପାଇଁ ତାଙ୍କର ମୂର୍ତ୍ତି ସ୍ଥାପନ କରାଯାଇଛି। ସେହିପରି ଫାଉଣ୍ଟେନ, ଜଳପ୍ରପାତ, ଥ୍ରୀଡି ହଲ୍‌ ଆଦି କରାଯାଇଛି। କିନ୍ତୁ ଥ୍ରୀଡି ହଲକୁ ବ୍ୟବହାର କରାଯାଉ ନ ଥିବା ବେଳେ ବହୁ ଦିନ ଧରି ଫାଉଣ୍ଟେନ ମଧ୍ୟ ଅଚଳ ହୋଇ ରହିଛି। ଫଳରେ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ସେହି ପାର୍କରେ ରହିଛି ଚରକଙ୍କ ପଥର ମୂର୍ତ୍ତି ଓ ବିଭିନ୍ନ ପ୍ରକାର ଔଷଧ ଗଛ। କେତେକ ହାତଗଣତି ଏହି ଗଛ ବଞ୍ଚିଥିବା ବେଳେ ବହୁ ଔଷଧ ଗଛ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯାଇଛି। କେବଳ ଫଳକ ବଞ୍ଚି ରହିଥବା ଜଣାପଡ଼ିଛି। ଔଷଧ ଗଛ ମଧ୍ୟରେ ପାତାଳ ଗରୁଡ଼, ଯୁଆଣି, ଧଳା ତୁଳସୀ, ଗାଇଗୋବରା, ଫାଲକୁଡ଼ି, କଇଠ, ତାଳମୂଳି, ପୋଦିନା, ବାହାଡ଼ା, କଞ୍ଚନ, ବେଲ, ମଞ୍ଜୁଆତି, ବେତ, ନରକୋଳି, ଅରଖ, ପିପଳି, ସତାବରୀ, ଭ୍ରୁଙ୍ଗରାଜ, ଗୁଳୁଚି, ଅନ୍ନପୂର୍ଣ୍ଣା, ଧନ୍ବନ୍ତରୀ, କରଞ୍ଜ, ଲେମ୍ବୁ, ଘିକୁଅଁାରୀ, ମେହେଗାନୀ, ଅମରପୋଇ, ଗୁଡ଼ମାରୀ, ଅକନବିନ୍ଦି, ଦେବସଣ୍ଠ, ବାସଙ୍ଗ, ରୁଜମାରୀ, ଗଙ୍ଗଶିଉଳି, କଟକିଧନିଆ, ଗନ୍ଧସୁଣ୍ଠି, ଅକରକରା, କର୍ପୂର ତୁଳସୀ, ଦାସକେରେଣ୍ଡା, କଳା ସାରୁ, ବ୍ରାହ୍ମୀ, ହାଡ଼ଭଙ୍ଗା, ଧଳାପିତାପାରୁ, ମହାନିମ, ଅଶୋକ, କୁଚିଲା, ଡାଲଚିନ୍‌, ପୁତ୍ରଦିମ୍ବା, ବଉଳ, ଫଣଫଣା, ରକ୍ତଚନ୍ଦନ, ସଦା ବିହାରୀ, ଦୟାଣା, ବଣହଳଦୀ, ବଣତୁଳସୀ ଓ କଳାତୁଳସୀ ଭଳି ଆୟୁର୍ବେଦ ବୃକ୍ଷ ରହିଛି। ଏହାର ଉଦ୍ଦେଶ୍ୟ ଲୋକେ ଔଷଧୀୟ ଗଛ ସହ ପରିଚିତ ହେବା। ଆୟୁର୍ବେଦ ପଦ୍ଧତି ଉପରେ ଆଗ୍ରହ ରହିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନେଚରପାର୍କରେ ଔଷଧୀୟ ପାର୍କ ମଧ୍ୟ କରାଯାଇଛି। ଏହି ବୃକ୍ଷ ମଧ୍ୟରୁ ଅନେକ ଏବେ ଏହି ପାର୍କରୁ ହଜିବାକୁ ବସିଲାଣି। ସେହିପରି ପାର୍କ ଭିତରେ ପ୍ରଜାପତିଙ୍କ ପାଇଁ ଲାଗିଥିବା ବିଭିନ୍ନ ଗଛ ମଧ୍ୟ ରକ୍ଷଣାବେକ୍ଷଣ ଓ ପାଣିପାଗର ପରିବର୍ତ୍ତନ ଯୋଗୁ ନଷ୍ଟ ହୋଇଯାଇଛି। ପ୍ରଜାପତିଙ୍କ ପାଇଁ ଥିବା ଗଛ ମଧ୍ୟରେ ବେର୍ବେନା,ପେଣ୍ଟାସ୍‌, ଜକ୍ରପା, ପ୍ଲାଣ୍ଟିନା, ପାଇରସ୍‌, କନିଅର, ଟେକମା ଓ ଏକଜେରା ଭଳି ଗଛ ରହିଛି। ଆଗରୁ ସେଠାକୁ ପ୍ରତିଦିନ ପ୍ରଜାପତି ଆସୁଥିବା ବେଳେ ଏହି ଗଛ ନଷ୍ଟ କାରଣରୁ ପାର୍କକୁ ଆଉ ପ୍ରଜାପତି ଆସୁ ନ ଥିବା ଜଣାପଡ଼ିଛି। ଫଳରେ ବିଭିନ୍ନ ପ୍ରଜାତିର ପ୍ରଜାପତିଙ୍କୁ ଦେଖିବାରୁ ପର୍ଯ୍ୟଟକ ବଞ୍ଚିତ ହେଉଛନ୍ତି। ଏନେଇ ବଗିଚାରେ କାର୍ଯ୍ୟ କରୁଥିବା ସୁଦଜିନୀ ପ୍ରଧାନ, କ୍ରାନ୍ତି ପ୍ରଧାନ, ଇମୋଜିନି ପ୍ରଧାନ ପ୍ରମୁଖ କହିଛନ୍ତି, ପାର୍କ ନିକଟରେ ବିଭାଗ ପକ୍ଷରୁ କଟେଜ କାର୍ଯ୍ୟ କରାଯାଉଥିଲା। ସେଠାରେ ତାଙ୍କୁ ନିୟୋଜିତ କରାଯିବାରୁ ଏପଟେ ପାର୍କ ବଗିଚାକୁ ସେମାନେ ରକ୍ଷଣାବେକ୍ଷଣ କରିପାରି ନ ଥିଲେ। ଏବେ ପୁଣି ସେମାନେ ବଗିଚା କାମ ଆରମ୍ଭ କରିଛନ୍ତି। ଶୀଘ୍ର ଗଛଗୁଡିକର ପୁନରୁଦ୍ଧାର କରାଯିବ। ସୂଚନାଯୋଗ୍ୟ, ଉକ୍ତ ପାର୍କକୁ ସାରିଙ୍ଗିଇର୍ପିର ବନ ସଂରକ୍ଷଣ ସମିତିକୁ ରକ୍ଷଣା ବେକ୍ଷଣ ଲାଗି ଦିଆଯାଇଛି। ସିମନବାଡ଼ି ବନାଞ୍ଚଳ ଅଧିକାରୀ ଓ ବାଲିଗୁଡ଼ା ଡିଏଫ୍‌ଓଙ୍କ ତତ୍ତ୍ୱାବଧାନରେ ଏହି ପାର୍କଗୁଡ଼ିକ ପରିଚାଳିତ ହେଉଥିବା ବନସଂରକ୍ଷଣ ସମିତି ସଭାପତି ସୁନିଲ କୁମାର ପ୍ରଧାନ କହିଛନ୍ତି। ସେ କହିଛନ୍ତି, ପାର୍କରେ ପର୍ଯ୍ୟଟକଙ୍କ ପାଇଁ ଆହୁରି ଅଧିକ ସୁବିଧା କରିବା ଆବଶ୍ୟକତା ରହିଛି। ବିଶେଷକରି ଶିଶୁମାନଙ୍କୁ ପାର୍କଟି ଆକୃଷ୍ଟ କରୁଥିବାରୁ ଶିଶୁ ଉଦ୍ୟାନର ଆବଶ୍ୟକତା ରହିଛି ବୋଲି ସଭାପତି ପ୍ରଧାନ କହଛନ୍ତି। ପାର୍କରେ ନଷ୍ଟ ହୋଇଥିବା ଔଷଧୀୟ ବୃକ୍ଷକୁ ପ୍ରତିରୋପଣ କରାଯିବା ସହ ଏଠାରେ ଥିବା ସମସ୍ୟାକୁ ଶୀଘ୍ର ଦୂର କରାଯିବ ବୋଲି ବାଲିଗୁଡ଼ା ଡିଏଫଓ କେ.ଏସ୍‌ .ପ୍ରଦୀପ କହିଛନ୍ତି।

All Right Reserved By

Model This Week

ନିକିତା

ବ୍ରହ୍ମପୁର

ଆମ ପୋଲିସ ସମିତି ପକ୍ଷରୁ ଜଳଛତ୍ର ଉଦ୍‌ଘାଟିତ

ଆମ ପୋଲିସ ସମିତି ପକ୍ଷରୁ ଜଳଛତ୍ର ଉଦ୍‌ଘାଟିତ

ପାଟପୁର,୨୦।୪(ଡି.ଏନ୍‌.ଏ.)- ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ଥାନା ସମ୍ମୁଖରେ ଜଳଛତ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ସାନଖେମୁଣ୍ଡି ତହସିଲଦାର ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା ଉଦ୍‌ଘାଟନ କରିଥିବାବେଳେ ଥାନାଧିକାରୀ ରମେଶ କୁମାର ପ୍ରଧାନଙ୍କ ସମେତ ଆମ ପୋଲିସ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

କୃଷକ ସମ୍ପର୍କ ମେଳା

କୃଷକ ସମ୍ପର୍କ ମେଳା

ଶେରଗଡ,୨୦।୪(ଡି,ଏନ୍‌.ଏ.): ଶେରଗଡ ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା ଧନନ୍ତର ସ୍ଥିତ ନାଥେଶ୍ୱର ପୀଠରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ବ୍ୟାଙ୍କ ଡକାୟତି ଉଦ୍ୟମ ବିଫଳ

ବ୍ୟାଙ୍କ ଡକାୟତି ଉଦ୍ୟମ ବିଫଳ

ବ୍ରହ୍ମପୁର ଅଫିସ,୨୦।୪: ବ୍ରହ୍ମପୁର ଗଜପତିନଗର ଛକ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଡିବି ଖୋଡାସିଙ୍ଗି ଶାଖାରେ ଡକାୟତି ଉଦ୍ୟମ। ବ୍ୟାଙ୍କ ଲକର ଭାଙ୍ଗି ଗୁରୁବାର ରାତିରେ ଡକାୟତି ଉଦ୍ୟମ କରିଥିଲେ ସୁଦ୍ଧା ଏଥିରେ ସେମାନେ ବିଫଳ ହୋଇଛନ୍ତି।

ବୃଦ୍ଧାଙ୍କ ବେକରୁ ସୁନାହାର ଲୁଟିନେଲେ ଦୁର୍ବୃତ୍ତ

ବୃଦ୍ଧାଙ୍କ ବେକରୁ ସୁନାହାର ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ, ୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଆତଙ୍କ ଖେଳାଇଛନ୍ତି। କେତେଜଣ ଦୁର୍ବୃତ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ କାମାରାଜୁ ଗୌଡଙ୍କ ଘରେ ପଶିଥିଲେ।

ବାଲି ଖାଦାନ ଉପରେ ଚଢାଉ: ୬ଟ୍ରକ୍‌ ଜବତ, ୫ ଗିରଫ

ବାଲି ଖାଦାନ ଉପରେ ଚଢାଉ: ୬ଟ୍ରକ୍‌ ଜବତ, ୫ ଗିରଫ

ବ୍ରହ୍ମପୁର ଅଫିସ,୨୦।୪: ରାତି ଅଧିଆ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ବାଲି ଖାଦାନ ଉପରେ ଚଢ଼ାଉ କରାଯାଇଛି।

ବଳାତ୍କାରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିକ୍ଷୋଭ ସମାବେଷ

ବଳାତ୍କାରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିକ୍ଷୋଭ ସମାବେଷ

ବ୍ରହ୍ମପୁର ଅଫିସ, ୨୦।୪: ଅସୀମା ବଳାତ୍କାର ଘଟଣା ସମେତ ଦେଶରେ ବିଗତ କିଛି ଦିନ ହେବ ହୋଇଥିବା ସମସ୍ତ ବଳାତ୍କାରୀ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଶୁକ୍ରବାର ଡିଏସ୍‌ଓ ପକ୍ଷରୁ ବ୍ରହ୍ମପୁର ଖଲିକୋଟ କଲେଜ ସମ୍ମୁଖରେ ବିକ୍ଷୋବ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଗୋଟିଏ ରାତିରେ ୮ ହଜାରରୁ ଊର୍ଦ୍ଧ୍ୱ କଇଁଛଙ୍କ ଗଣ ଅଣ୍ଡାଦାନ

ଗୋଟିଏ ରାତିରେ ୮ ହଜାରରୁ ଊର୍ଦ୍ଧ୍ୱ କଇଁଛଙ୍କ ଗଣ ଅଣ୍ଡାଦାନ

ବ୍ରହ୍ମପୁର ଅଫିସ,୨୦।୪:ଓଡିଶାରେ ଦେବୀ ନଦୀ ମୁହାଣ, ଗହୀରମଥା ଓ ଋଷିକୁଲ୍ୟା ମୁହାଣ କଇଁଛଙ୍କ ଅଣ୍ଡାଦାନର ପ୍ରକୃଷ୍ଟ ସ୍ଥାନ ହୋଇଥିବା ବେଳେ ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାଣ ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଉପଯୁକ୍ତ ସ୍ଥାନ ହୋଇଛି। ତେଣୁ ଚଳିତବର୍ଷ ଏଠାରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ମାତ୍ରାଧିକଭାବେ ବୃଦ୍ଧି ପାଇଛି। ସାଧାରଣତଃ ଫେବୃୟାରୀ ମାସରେ କଇଁଛଙ୍କ ଅଣ୍ଡାଦାନ ସମୟ ରହିଥିବା ବେଳେ ଏବେ ଋଷିକୁଲ୍ୟା ମୁହାଣରେ ହଜାର ହଜାର ସଂଖ୍ୟାର କଇଁଛ ଅଣ୍ଡାଦାନ ପାଇଁ ପହଞ୍ଚୁଛନ୍ତି। ଯାହା ରାଜ୍ୟରେ ଏପରି ଘଟଣା ରେକର୍ଡ ବୋଲି କୁହାଯାଉଛି।

ଯୁଗ୍ମ ସଚିବ, ମତ୍ସ୍ୟ  ନିର୍ଦ୍ଦେଶକଙ୍କ ହୁମ୍ମା ଶୁଖୁଆହାଟ ପରିଦର୍ଶନ

ଯୁଗ୍ମ ସଚିବ, ମତ୍ସ୍ୟ ନିର୍ଦ୍ଦେଶକଙ୍କ ହୁମ୍ମା ଶୁଖୁଆହାଟ ପରିଦର୍ଶନ

ଗଞ୍ଜାମ,୧୯।୪(ଡି.ଏନ.ଏ.)- ଗଞ୍ଜାମ ଜିଲାର ହୁମ୍ମା ଶୁଖୁଆ ହାଟ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିଲା । ଏନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବିଭିନ୍ନ ସମୟରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ। ସ୍ଥାନୀୟ ବିଧାୟକ ଡ଼ା. ପ୍ରିୟାଂଶୁ ପ୍ରଧାନ ମଧ୍ୟ ହୁମ୍ମା ଶୁଖୁଆ ହାଟର ଉନ୍ନତୀକରଣ ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗୁରୁବାର ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ ସେନାପତି ଏବଂ ଯୁଗ୍ମ ସଚିବ ଶିବ ନାରାୟଣ ସାହୁ ହୁମ୍ମା ଶୁଖୁଆ ହାଟରେ ପହଞ୍ଚତ୍ ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ। ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ (ଆଇସିଜେଡ୍‌ଏମ୍‌ପି) ବା ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ ଦ୍ୱାରା ହୁମ୍ମା ଶୁଖୁଆ ହାଟର ଉନ୍ନତୀକରଣ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସଚିିବ ସାହୁ ସୂଚନା ଦେଇଛନ୍ତି ।

୭ ବଖରା ଜଳିଗଲା

ଶଙ୍କରାଖୋଲ,୧୯।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତର ଅଟ୍ଟାଙ୍ଗୀ ଗ୍ରାମରେ ଗୁରୁବାର ଦିନ ପ୍ରାୟ ଗୋଟାଏରେ ନିଅଁା ଲାଗି ୭ ବଖରା ପୋଡି ଯାଇଛି। ପଞ୍ଚାନନ ମଲିକ, ସୁଶାନ୍ତ ମଲିକ, ରବିନା ମଲିକଙ୍କର ୨ ବଖରା ଲେଖାଏଁ ଓ କୌଶଲ୍ୟା ମଲିକଙ୍କର ଗୋଟିଏ ବଖରା ପୋଡି ପାଉଁଶ ହୋଇଯାଇଛି। ଚକାପାଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ବା ବେଳକୁ ସମସ୍ତ ଘର ପୋଡି ଯାଇଥିଲା। ଚକାପାଦ ଅତିରିକ୍ତ ତହସିଲଦାର ତପନ ମହାପାତ୍ର, ବ୍ରାହ୍ମଣପାଦ ସରପଞ୍ଚ ଚମ୍ପସ୍ବିନୀ ମଲିକ, ଆର୍‌ଆଇ ପ୍ରଶାନ୍ତ କୁମାର ମହାପାତ୍ର ପହଞ୍ଚତ୍ ବିପନ୍ନଙ୍କୁ ଚୁଡା, ଚିନି, ପଲିଥିନ ଓ ଲୁଗାପଟା ପ୍ରଦାନ କରିଥିଲେ। ବିପନ୍ନମାନେ ବିପିଏଲ ପରିବାରର ହୋଇଥିବାରୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସାଧାରଣରେଦାବି ହେଉଛି।

ରାଜ୍ୟ ଜଳ ପରିମଳ ଅଧୀକ୍ଷଣ ଯନ୍ତ୍ରୀଙ୍କ ଶେରଗଡ଼ ଗସ୍ତ

ରାଜ୍ୟ ଜଳ ପରିମଳ ଅଧୀକ୍ଷଣ ଯନ୍ତ୍ରୀଙ୍କ ଶେରଗଡ଼ ଗସ୍ତ

ଶେରଗଡ,୧୯।୪ (ଡି.ଏନ୍‌.ଏ.)- ଶେରଗଡ ବ୍ଲକକୁ ରାଜ୍ୟ ଜଳ ପରିମଳ ମିଶନର ଅଧୀକ୍ଷଣ ଯନ୍ତ୍ରୀ ଅଭୟ ବିଶ୍ୱାଳ ପରିଦର୍ଶନରେ ଆସି ବ୍ଲକର ବିଭିନ୍ନ ଗ୍ରାମର ପାନୀୟଜଳ ପ୍ରକଳ୍ପ ବୁଲି ଦେଖିଛନ୍ତି। ପରିଦର୍ଶନ ସମୟରେ ବ୍ଲକର ନରେନ୍ଦ୍ରପୁର, କୁରୁଳା, ପଥରପୁଞ୍ଜି, ଗୋବିନ୍ଦପୁର, ଗୋଠଗାଁରେ ନିର୍ମାଣ ହୋଇଥିବା ପାଇଖାନା ଦେଖିଥିଲେ।

ଏତଲାକାରୀଙ୍କୁ ଥାନାରେ ମାଡ଼ ଅଭିଯୋଗ:କାର୍ଯ୍ୟାନୁଷ୍ଠାନ ଦାବି କଲା ଓକିଲ ସଂଘ

ପାଟପୁର,୧୯।୪(ଡି.ଏନ.ଏ.)-ପାଟପୁର ଥାନା ସେକେଣ୍ଡ ଅଫିସର ଜଣେ ଏତଲାକାରିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ଦିଗପହଣ୍ଡି ଓକିଲ ସଂଘ ପକ୍ଷରୁ ଘଟଣାକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୧୯।୪(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଦେଉଳ ପୋଖରୀରୁ ଗୁରୁବାର ପ୍ରାୟ ଅପରାହ୍ନ ୪ଟାରେ ଜଣେ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ସିଦ୍ଧେଶ୍ୱର ଗ୍ରାମ ଚାଉଳିଆ ସାହିର ପରିବା ବ୍ୟବସାୟୀ ବୁଲୁ ସାହୁଙ୍କ କନ୍ୟା ମାମାଲି (୬)। ସେ ପ୍ରଥମ ଶ୍ରେଣୀରେ ପଢ଼ୁଥିଲେ। ମଧ୍ୟାହ୍ନରେ ଘର ନିକଟ ପୋଖରୀକୁ ସେ ଶୌଚ ପାଇଁ ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମାମାଲିଙ୍କ ସନ୍ଧାନ ମିଳି ନ ଥିଲା। ସମ୍ପର୍କୀୟ ଲୋକେ ପୋଖରୀରେ ପଶି ଖୋଜିବାରୁ ମୃତଦେହ ମିଳିଥିଲା।