ବାଲେଶ୍ୱର

ରୁଟ ବଦଳାଇ ଗୋଚାଲାଣ

ରୁଟ ବଦଳାଇ ଗୋଚାଲାଣ
ବାରିପଦା ଅଫିସ/ବଡସାହି(ସ୍ବ.ପ୍ର.),୨।୧- ମୟୂରଭଞ୍ଜ ଜିଲା ବଡସାହି ଥାନା ଅଧୀନ ଭଣ୍ଡାରିକୁଳା ଗଁାର ତୋତ୍ତା ମାର୍ଣ୍ଡି ନାମକ ବ୍ୟକ୍ତିଙ୍କ ଗୁହାଳରୁ ସୋମବାର ରାତିରେ ଚୋରି ହୋଇଥିବା ୨ ବଳଦକୁ ବିଳମ୍ବିତ ରାତିରେ ବାରିପଦା ଟାଉନଥାନା ଅଧୀନ ମୁର୍ଗାବାଡି ଅଞ୍ଚଳରୁ ଉଦ୍ଧାର କରାଯାଇଛି। କେତେକ ଦୁର୍ବୃତ୍ତ ଗୋରୁ ଚୋରି କରି ପଶ୍ଚିମବଙ୍ଗରେ ବିକ୍ରି କରିବାକୁ ନେଉଥିବା ଖବର ପାଇ ତୋତ୍ତା ସେମାନଙ୍କ ପିଛା କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ମୁର୍ଗାବାଡି ଅଞ୍ଚଳରୁ ସମ୍ପୃକ୍ତ ୩ ଜଣଙ୍କୁ କାବୁ କରିଥିଲେ। ପରେ ପିସିଆର ଭ୍ୟାନ ପହଞ୍ଚତ୍ ଗାଡି,ଗୋରୁ ଏବଂ ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଟାଉନଥାନାକୁ ଆଣିଥିଲା। ସେମାନେ ହେଲେ ବେତନଟୀ ଶୁକୁଲାହାର ଅଞ୍ଚଳର ଗାଡି ଡ୍ରାଇଭର ଶିବ ବିନ୍ଧାଣୀ ,ଇନ୍ଦ୍ରନଗର ଅଞ୍ଚଳର ରତିକାନ୍ତ ପରିଡା ଏବଂ ଅମରବଳବନ୍ତ ରାୟ । ତେବେ ବଡସାହି ପୋଲିସ ବାରିପଦା ଟାଉନ ଥାନାରେ ପହଞ୍ଚି ସେମାନଙ୍କୁ ଗିରଫ କରିଛି। ଏନେଇ ବଡ଼ସାହି ଥାନାରେ ଏକ ମାମଲା (ନଂ ୧/୧୮) ରୁଜୁ ହୋଇଛି। ନିୟମିତ ଭାବେ ଏପରି ଘଟଣା ଘଟୁଥିବା ବେଳେ ପୋଲିସ କିଛି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜିଲା ତଥା ଜିଲା ବାହାରୁ ନିୟମିତ ଭାବେ ଗୋରୁ ଚାଲାଣ ହେଉଥିବା ବେଳେ ପୋଲିସ ସବୁ ଜାଣି ଚୁପ ରହୁଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପୂର୍ବରୁ ଭଦ୍ରକ ଜିଲାରୁ ବାଲେଶ୍ୱର ଦେଇ ପଶ୍ଚିମବଙ୍ଗର ଠେଙ୍କା ନାମକ ଏକ ଗୋରୁ ହାଟକୁ ନିୟମିତ ଭାବେ ଗୋରୁ ଚାଲାଣ ହେଉଥିଲା। ହେଲେ ଏହି ରାସ୍ତାରେ ଗୋସୁରକ୍ଷା ବାହିନୀ କର୍ମୀମାନେ ଗୋଚାଲାଣ ଗାଡିକୁ ଅଟକାଇ ପୋଲିସ ହେପାଜତରେ ଦେଉଥିବାରୁ ବେପାରୀମାନେ ସେମାନଙ୍କ ରାସ୍ତା ବଦଳେଇ ଦେଇଛନ୍ତି। ଏବେ ସେମାନେ ମୟୂରଭଞ୍ଜ ଜିଲା ଦେଇ ନିୟମିତ ଭାବେ ଗୋଚାଲାଣ କରୁଛନ୍ତି। ସେମାନେ ଭଦ୍ରକରୁ ନହରପାଟଣା ଛକ ଦେଇ ୧୮ ନଂ ଜାତୀୟ ରାଜପଥରେ ବୈଶିଙ୍ଗା ଥାନା, ବେତନଟି ଥାନା, ବାରିପଦା ଟାଉନ ଥାନା ଓ ଝାରପୋଖରିଆ ଥାନା ଦେଇ ଝାରପୋଖରିଆରୁ ୪୦ କିମି ଦୁର ଠେଙ୍କା ଗୋରୁ ହାଟକୁ ଯାଉଛନ୍ତି। ସପ୍ତାହର ସୋମବାର, ବୁଧବାର ଓ ଶୁକ୍ରବାର ରାତିରେ ୫୦ ରୁ ଊର୍ଦ୍ଧ୍ୱ ବଡ ବଡ କଣ୍ଟେନର ଓ ଟ୍ରକରେ ଗୋରୁ ଚାଲାଣ କରାଯାଉଛି। ଗତ ୨୦୧୬ ମସିହାରେ ଝାରପୋଖରିଆ ଥାନାରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ କଣ୍ଟେନର ଓ ଟ୍ରକରୁ ଗୋରୁ ଜବତ ହେବା ଏହା ପ୍ରମାଣିତ କରୁଛି। ସେହିପରି ୨୦୧୬ରେ ବାରିପଦା ଟାଉନ ଥାନାର ଜଣେ ପୋଲିସ ଅଧିକାରୀ ଗୋରୁ ଗାଡିରୁ ଚାନ୍ଦା ନେଉଥିବା ଘଟଣା ପ୍ରମାଣିତ ହେବା ଫଳରେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ଏହାବ୍ୟତୀତ ଝାରପୋଖରିଆ ଥାନାର ଜଣେ ପୋଲିସ ଅଧିକାରୀ ଜବତ ହୋଇଥିବା ଗୋରୁ ଚାଲାଣ ଗାଡିକୁ ଛାଡିବା ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ଅନ୍ୟପକ୍ଷରେ ବହୁ ଥାନା ଦେଇ ବେଆଇନ ଗୋରୁ ଗାଡି ପାର ହୋଇ ଝାରପୋଖରିଆ ଥାନାରେ ଧରାପଡିବା ପୋଲିସର ସମ୍ପୃକ୍ତିକୁ ପ୍ରମାଣିତ କରୁଛି। ସପ୍ତାହର ଉପରୋକ୍ତ ୩ ଦିନ ବ୍ୟତୀତ ପ୍ରତିଦିନ ୫ ରୁ ୧୦ ଗୋରୁ ଗାଡି ଚାଲାଣ ହେଉଥିବା ମଧ୍ୟ ଜଣାପଡିଛି। ତେବେ କେବଳ ଏହି ଅଞ୍ଚଳରୁ ନୁହେଁ ରାଇରଙ୍ଗପୁର, କରଞ୍ଜିଆ ଓ ଝାରପୋଖରିଆ ଥାନା ଅଞ୍ଚଳ ଦେଇ ନିୟମିତ ଗୋରୁ ଚାଲାଣ ହେଉଛି। ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବାରୁ ଝାରପୋଖରିଆ ପୋଲିସ ଗୋରୁ ଗାଡିକୁ ଧରି କାଯର୍ର୍‌ୟାନୁଷ୍ଠାନ ନେଉଥିଲା। ହେଲେ ଗୋରୁ ବେପାରୀମାନେ ଏବେ ଏକ ସୁରକ୍ଷିତ ବାଟଦେଇ ଯିବା ଆସିବା କରୁଛନ୍ତି। କରଞ୍ଜିଆ ଓ ରାଇରଙ୍ଗପୁର ଅଞ୍ଚରୁ ଆସି ବିଶୋଇ ଥାନା ଅଧୀନ ପାଟପୁର ଠାରୁ ଏକ ପାହାଡିଆ ରାସ୍ତା ଦେଇ ଝାରପୋଖରିଆ ଥାନାର ଉଚା ଗାଁ ଦେଇ ପଶ୍ଚିମବଙ୍ଗକୁ ଯାଉଛନ୍ତି। ପୋଲିସ ସବୁ ଜାଣି ମଧ୍ୟ ନ ଜାଣିଲା ଭଳି ଅଭିନୟ କରୁଛି। ଏ ନେଇ ପୋଲିସର ମତାମତ ନେବାକୁ ଚେଷ୍ଟା କରିବାରରୁ କେହି ମତାମତ ଦେବାକୁ ରାଜି ହୋଇ ନ ଥିଲେ।
All Right Reserved By

ବାଲେଶ୍ୱର

ରୂପ୍‌ସାରେ ରାବଣ ପୋଡ଼ି

ରୂପ୍‌ସାରେ ରାବଣ ପୋଡ଼ି

ରୂପ୍‌ସା, ୨୦।୧୦(ଡି.ଏନ୍‌.ଏ.): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ପଦ୍ମକିଶୋର ମହାଦେବ ମନ୍ଦିରଠାରେ ଶୁକ୍ରବାର ରାବଣ ପୋଡ଼ି ଅନୁଷ୍ଠିତ ହୋଇଯାଇଛି। ଆଙ୍କୋ ଶତାବ୍ଦୀ ଯୁବ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସାଂସଦ ରବୀନ୍ଦ୍ର କୁମାର ଜେନା ଯୋଗ ଦେଇଥିଲେ।

 ଶାନ୍ତି ଶୃଙ୍ଖଳା ସହ ଦୁର୍ଗାପୂଜା, ରାବଣପୋଡ଼ି ଅନୁଷ୍ଠିତ

ଶାନ୍ତି ଶୃଙ୍ଖଳା ସହ ଦୁର୍ଗାପୂଜା, ରାବଣପୋଡ଼ି ଅନୁଷ୍ଠିତ

ବଡବିଲ:୨୦।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ-ଯୋଡାରେ ଶାନ୍ତି ଶୃଙ୍ଖଳାର ସହ ପବିତ୍ର ଦୁର୍ଗାପୂଜା ଓ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପୂଜା ମଣ୍ଡପରେ ଦୁର୍ଗତିନାଶିନୀ ମା’ଦୁର୍ଗାଙ୍କ ପୂଜା ଧୁମ୍‌ଧାମ୍‌ର ସହ ପାଳନହୋଇଥିବା ବେଳେ ରାବଣ ପୋଡି ଉତ୍ସବ ଦେଖିବାକୁ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା। 

ନବରାତ୍ରିରେ ପାରମ୍ପରିକ ଓ ଆଧୁନିକ ଦାଣ୍ଡିଆ ନୃତ୍ୟ, ଗୁଜରାଟୀ ପରମ୍ପରାରେ ସାମିଲ ହେଲେ ଅନ୍ୟ ସମ୍ପ୍ରଦାୟର ଲୋକେ

ନବରାତ୍ରିରେ ପାରମ୍ପରିକ ଓ ଆଧୁନିକ ଦାଣ୍ଡିଆ ନୃତ୍ୟ, ଗୁଜରାଟୀ ପରମ୍ପରାରେ ସାମିଲ ହେଲେ ଅନ୍ୟ ସମ୍ପ୍ରଦାୟର ଲୋକେ

ବଡବିଲ:୨୦।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଗୁଜରାଟୀ ସନାତନ ସମାଜରେ ଦାଣ୍ଡିଆ ନୃତ୍ୟରେ ଦର୍ଶକ ବିମୋହିତ ହୋଇଛନ୍ତି। ‘ନବରାତ୍ରି’ ଉତ୍ସବକୁ ଗୁଜରାଟୀ ସମ୍ପ୍ରଦାୟର ଲୋକେ ସପରିବାର ଏକତ୍ର ହୋଇ ଆନନ୍ଦ ଓ ଉଦ୍ଦୀପନା ମଧ୍ୟରେ ପାଳନ କରିଛନ୍ତି। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସଭିଏଁ ଏହି ଉତ୍ସବରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। 

ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ବିଫଳ

ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ବିଫଳ


ଭଦ୍ରକ ଅଫିସ୍‌,୧୯ା୧୦- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ସାବରଙ୍ଗ ବଜାରରେ ଥିବା ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରରୁ ଗୁରୁବାର ଟଙ୍କା ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। 

ଗୋପାଳପୁରରେ ରାବଣ ପୋଡ଼ି ଉତ୍ସବ

ଗୋପାଳପୁରରେ ରାବଣ ପୋଡ଼ି ଉତ୍ସବ

ବାହାନଗା,୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୋପାଳପୁର ଓ ପଣ୍ଡାଶୁଣି ପଞ୍ଚାୟତର ମିଳିତ ଆନୁକୂଲ୍ୟରେ କେର ପଡ଼ିଆରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 

ଭସାଣି ପରେ ତୀରବିନ୍ଧା

ଭସାଣି ପରେ ତୀରବିନ୍ଧା

ଆରଡି,୧୯।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ଗଁାରେ ଶୁକ୍ରବାର ଅପରାହ୍ନରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ବିଜୟାଦଶମୀରେ ନିଆରା ପରମ୍ପରା ଛଡ଼ିବାଡ଼ି ଖେଳ

ବିଜୟାଦଶମୀରେ ନିଆରା ପରମ୍ପରା ଛଡ଼ିବାଡ଼ି ଖେଳ

ଆନନ୍ଦପୁର,୧୯।୧୦(ଡି.ଏନ.ଏ.)-ରାଜରାଜୁଡ଼ା ଅମଳରୁ ରାଜପୁତ ଜାତିର ଏକ ସ୍ବତନ୍ତ୍ର ପରିଚୟ ରହିଛି। ରାଜବଂଶ ଓ ରାଜ୍ୟ ସୁରକ୍ଷାର ଗୁରୁଦାୟିତ୍ୱ ବହନ କରୁଥିବା ଏହି ରାଜପୁତ ଜାତିର ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ପବିତ୍ର ବିଜୟାଦଶମୀରେ ଛଡ଼ିବାଡ଼ି ଖେଳର ନିଆରା ପର୍ବ ପାଳନ କରାଯାଉଛି। ଏହି ଅବସରରେ କେନ୍ଦୁଝର ଜିଲା ଆନନ୍ଦପୁର ରାଜପୁତ ସାହିର ବୟୋଜ୍ୟଷ୍ଠଠାରୁ ଆରମ୍ଭ କରି ଯୁବକ ଓ ଛୋଟଛୁଆ ନିଜ ନିଜ ଘରେ ପୂଜା ପାଇ ଆସୁଥିବା ପାରମ୍ପରିକ ଅସ୍ତ୍ରଶସ୍ତ୍ର ତଥା ଖଣ୍ଡା, ବାନାପାଟା, ମୁଦଗର, ବର୍ଚ୍ଛା, କଟାରୀ, ଛୁରି ଆଦିକୁ ସାହିର ମଧ୍ୟସ୍ଥଳରେ ରଖି ଯଥାରୀତି ପୂଜାର୍ଚ୍ଚନା କରିଛନ୍ତି। ଏଥିସହ ହୋମଯଜ୍ଞ କାର୍ଯ୍ୟ କରାଯାଇଛି। 

୧୫ ମଣ୍ଡପରେ ମା’ ଦୁର୍ଗାଙ୍କ ଦଶମୀ ପୂଜାର୍ଚ୍ଚନା

୧୫ ମଣ୍ଡପରେ ମା’ ଦୁର୍ଗାଙ୍କ ଦଶମୀ ପୂଜାର୍ଚ୍ଚନା

ବାହାନଗା,୧୯।୧୦(ଡି.ଏନ.ଏ.)-ମା’ ଦୁର୍ଗାଙ୍କ ଦଶମୀ ପୂଜା ଅବସରରେ ଶୁକ୍ରବାର ବିଭିନ୍ନ ମଣ୍ଡପରେ ଧୁମ୍‌ଧାମ୍‌ରେ ପୂଜା ଅନୁଷ୍ଠିତ ହୋଇଛି। ବାଲେଶ୍ୱର ଜିଲା ବାହାନଗା ବ୍ଲକର ୧୫ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଛି। 

ଦୁର୍ଘଟଣାରେ ଯୁବକ ଗୁରୁତର

ଦୁର୍ଘଟଣାରେ ଯୁବକ ଗୁରୁତର

ବାରିପଦା ଅଫିସ,୧୯।୧୦-ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ କଇଁଫୁଲିଆ ଛକ ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।

ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ତେଲକୋଇ,୧୯।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତ ଧନୁର୍ଯୟପୁର ଜୁଆଙ୍ଗ ବସ୍ତିରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଘରୋଇ କଳିକୁ କେନ୍ଦ୍ରକରି ସ୍ବାମୀ ସୁକୁରା ଜୁଆଙ୍ଗ(୩୮)ଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁବାରୀ(୩୫)ଙ୍କ ମୃତ୍ୟୁ ଘଟିଛି। 

ପୃଥକ୍‌ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଗଲା

ପୃଥକ୍‌ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଗଲା

କେନ୍ଦୁଝର,୧୯।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ସଦର ଥାନା ଅଧୀନ ପୃଥକ୍‌ ସ୍ଥାନରେ ଗୁରୁବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। 

ଦାଦାବଟି ମାଗିବା ଅଭିଯୋଗରେ ୪ ଗିରଫ

ଦାଦାବଟି ମାଗିବା ଅଭିଯୋଗରେ ୪ ଗିରଫ

ରାଇରଙ୍ଗପୁର,୧୯।୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ବଡ଼ାଞ୍ଚଳ-ବାଙ୍କିରାସ୍ତାର ରାଖାସାହି ଛକଠାରେ ଜଣେ କାର୍‌ ଚାଳକଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଖାସାହିର ମଦନ ମୋହନ ମାରାଣ୍ଡି, ଲକ୍ଷ୍ଣଣ ସୋରେନ, ପୀରୁ ମୁର୍ମୁ ଓ ଦେବ ମାରାଣ୍ଡି।