Dharitri News
ବାଲେଶ୍ୱର

ଉତ୍ତରଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ଇମ୍‌ତିୟାଜ୍‌ ଖାଁ ମିଷ୍ଟର ବାଲେଶ୍ୱର

ଉତ୍ତରଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ଇମ୍‌ତିୟାଜ୍‌ ଖାଁ ମିଷ୍ଟର ବାଲେଶ୍ୱର ବାଲେଶ୍ୱର ଅଫିସ, ୨।୧-ବାଲେଶ୍ୱରରେ ଉତ୍ତରଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଖାନ୍‌ କ୍ଲବ ପକ୍ଷରୁ କୋହିନୂର ପ୍ୟାଲେସ ପରିସରରେ ଅନୁଷ୍ଠିତ ହୋଇଛି। ପ୍ରତିଯୋଗିତାରେ ୩୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ୪ଟି ବର୍ଗରେ ଅଂଶଗ୍ରହଣ କରିଥିଲେ। ୫୦ରୁ ୬୦ କିଲୋଗ୍ରାମ୍‌ ଓଜନ, ୬୦ରୁ ୭୦ ଏବଂ ୭୦ କିଲୋଗ୍ରାମ୍‌ରୁ ଊର୍ଦ୍ଧ୍ୱ ଓଜନବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସର୍ବଶ୍ରେଷ୍ଠ ପୋଜର ଭାବେ ମହମ୍ମଦ ସୈକତ ଅଲ୍ଲୀ, ସର୍ବଶ୍ରେଷ୍ଠ ମସ୍‌କ୍ୟୁଲାର ଭାବେ ସେଖ ଭୋଲା ଏବଂ ମିଷ୍ଟର ବାଲେଶ୍ୱର ଭାବେ ଇମ୍‌ତିଆଜ ଖାଁ ବିବେଚିତ ହୋଇଛନ୍ତି। ସେମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବଦ୍ଧିର୍ର୍ତ କରାଯାଇଥିଲା। ବିଚାରକ ଭାବେ ମନୋଜ ଦାସ, ମିତା ମାନ୍ନା ପ୍ରମୁଖ ଉପସ୍ଥିତ ଥିବା ବେଳେ ୟା ଅଲ୍ଲୀ କ୍ଲବର ସଭାପତି ବସନ୍ତ ମହାନ୍ତି, ସମ୍ପାଦକ ମିର ଅବଦୁଲ ମଜିଦ୍‌, ଜିଲା ଆଥଲେଟିକ୍‌ ଆସୋସିଏଶନ କୋଷାଧ୍ୟକ୍ଷ ସେଖ୍‌ ସାଦିକ ପ୍ରମୁଖ ସହଯୋଗ କରିଥିଲେ। ଅତିଥି ଭାବେ ଜିଲା କଂଗ୍ରେସର ସାଧାରଣ ସମ୍ପାଦକ ବିକ୍ରମ ପଣ୍ଡା, ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ବରିଷ୍ଠ ଖବରଦାତା ହିମାଂଶୁ ଦାସ, ଯୁବନେତା ମନୋଜ ପୋଦ୍ଦାର, ସେଖ ନାସିରୁଦ୍ଦିନ, ସାମାଜିକ କର୍ମୀ ସଲିମ ରାଜା, ଅର୍ଦ୍ଧେନ୍ଦୁ ଶେଖର ଦାସଦ୍‌ ଓ ପ୍ରମୋଦ ଖେମ୍‌କା ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଷ୍ଟେଜ୍‌ ମାର୍ଶାଲ ଭାବେ ଶେଖ ନସିବଉଲ୍ଲା ଯୋଗଦେଇଥିବା ବେଳେ ଯୁବନେତା ହାଇଦର ଖାନ୍‌ ମଞ୍ଚ ପରିଚାଳନା କରିଥିଲେ। ଫିରୋଜ ଖାନ, ସକିଲ ଖାନ, ଅକମଲ୍‌ ଅଲ୍ଲୀ ଖାଁ, ଶେଖ ପିରୁ, ଶେଖ ନଜିମ, ଶେଖ ଆକବର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

ବାଲେଶ୍ୱର

ବାରୁଣୀ ଘାଟରେ ଦାମୋଦର ମେଳା

ବାରୁଣୀ ଘାଟରେ ଦାମୋଦର ମେଳା

ବାରିପଦା ଅଫିସ,୧୬।୧- ବାରିପଦା ସହରରେ ଥିବା ୩ଟି ନଦୀ ବୁଢ଼ାବଳଙ୍ଗ, ଜରାଳୀ ଓ ସରାଳୀର ସଙ୍ଗମ ସ୍ଥଳ ହେଉଛି ବାରୁଣୀ ଘାଟ। ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା ଆଦିବାସୀ ସମୁହଙ୍କ ମଧ୍ୟରେ ସାନ୍ତାଳୀ ଜନଜାତି ଅନ୍ୟତମ। ଏହି ଜନଜାତିର ମୃତକଙ୍କ ସମୂହ ଅସ୍ଥି ବିସର୍ଜ୍ଜନକୁ ଦାମୋଦର ମେଳା ତଥା ଦାମୋଦର ଯାତ୍ରା କୁହାଯାଏ। ଏହା ହେଉଛି ମୃତ୍ୟୁ ସଂସ୍କାରର ଶେଷ ପର୍ବ।

ସମ୍ପର୍କ ଯୋଡେ ମହୋତ୍ସବ

ସମ୍ପର୍କ ଯୋଡେ ମହୋତ୍ସବ

ବାଲିଆପାଳ, ୧୬।୧(ଡି.ଏନ.ଏ.)-ମହୋସତ୍ବ ସମ୍ପର୍କ ଯୋଡିବା ସହ ପରସ୍ପରକୁ ଭାଇଚାରାର ଡୋରିରେ ବାନ୍ଧିରଖେ ବୋଲି ଡଗରା ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ମକର ମେଳାରେ ପାରମ୍ପରିକ ଝଲକ

ମକର ମେଳାରେ ପାରମ୍ପରିକ ଝଲକ

ଝୁମ୍ପୁରା, ୧୬।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଗ୍ରାମାଞ୍ଚଳରେ ଅବସ୍ଥିତ ବଡ଼ ଡୁମୁରିଆ ଗାଁ ପାଖ ଚତିରି ପଡ଼ିଆରେ ୩ଦିନ ଧରି ମକର ମେଳା ଅନୁଷ୍ଠିତ ହୋଇଛି।

କାରଖାନା ପରିସରରେ ହାତୀ ଉପଦ୍ରବ

କାରଖାନା ପରିସରରେ ହାତୀ ଉପଦ୍ରବ

କେନ୍ଦୁଝର,୧୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ପଳାସପଗାସ୍ଥିତ ଓଡ଼ିଶା ସ୍ପଞ୍ଜ କାରଖାନା ପରିସରରେ ୧୦ରୁ ଊର୍ଦ୍ଧ୍ୱ ହାତୀ ଉପଦ୍ରବ ଚଳାଇଛନ୍ତି। ବହୁଦିନ ହେବ କାରଖାନା ବନ୍ଦ ରହିଥିବାରୁ କାରଖାନା ପରିସର ଜଙ୍ଗଲରେ ପରିଣତ ହୋଇଛି।

ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ

କେନ୍ଦୁଝର,୧୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ମଜୁରୀପଡ଼ା ଗ୍ରାମର ଜଣେ ଚାଷୀଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଉଠା ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ଦେବାଶିଷ ମହାନ୍ତି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।

୨ ଗାଁ ମଧ୍ୟରେ ସଂଘର୍ଷ: ପୋଲିସକୁ ଆକ୍ରମଣ

୨ ଗାଁ ମଧ୍ୟରେ ସଂଘର୍ଷ: ପୋଲିସକୁ ଆକ୍ରମଣ

ବାଲେଶ୍ୱର ଅଫିସ,୧୬।୧: ବାଲେଶ୍ୱର ଜିଲା ସୀମା ସହଦେବ ଖୁଣ୍ଟା ଥାନା ଅଧୀନ ବାଙ୍କିତିରା ଗାଁ ଏବଂ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କଳମା ଗାଁ ଭିତରେ କିଛିଦିନ ହେବ ଲାଗି ରହିଥିବା ବିବାଦ ମଙ୍ଗଳବାର ଉଗ୍ରରୂପ ଧାରଣ କରିଛି। ସଂଘର୍ଷରେ ୪ ଗ୍ରାମବାସୀ ଆହତ ହୋଇ ବାଲେଶ୍ୱର ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

  ଚାଷୀଙ୍କୁ ଡିଜିଟାଲ ଠକେଇ

ଚାଷୀଙ୍କୁ ଡିଜିଟାଲ ଠକେଇ

ଭଦ୍ରକ ଅଫିସ,୧୫।୧- ଭଦ୍ରକ ଜିଲାରେ ଅଦିନିଆ ବର୍ଷା ଓ ରୋଗପୋକ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଏବେ ଡିଜିଟାଲ ୱେଟ୍‌ ମେସିନରେ ଧାନ ବିକ୍ରି ବେଳେ ସେବା ସମବାୟ ସମିତିରେ ଓଜନରେ ଠକେଇ କରାଯାଉଛି ।

ପଥର ମୂର୍ତ୍ତି ନିର୍ମାଣରେ ସିଦ୍ଧହସ୍ତ ଉଦୟ

ପଥର ମୂର୍ତ୍ତି ନିର୍ମାଣରେ ସିଦ୍ଧହସ୍ତ ଉଦୟ

ସୋର, ୧୫।୧(ଡି.ଏନ.ଏ.)-ପଥରରେ ନିଖୁଣ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ତିଆରି କରିବାରେ ସିଦ୍ଧହସ୍ତ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଶିଳ୍ପୀ ଉଦୟ ମହାନ୍ତି । ଘରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିବାରୁ ହାଇସ୍କୁଲ ପରେ ଆଉ ଆଗକୁ ମାଡି ପାରି ନ ଥିବା ଉଦୟ ଆଜି ଏହି କଳା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇଛନ୍ତି।

ଫକୀରମୋହନଙ୍କ ସୃଷ୍ଟି କାଳଜୟୀ

ଫକୀରମୋହନଙ୍କ ସୃଷ୍ଟି କାଳଜୟୀ

ବାଲେଶ୍ୱର ଅଫିସ, ୧୫।୧-ଫକୀରମୋହନଙ୍କର ଜୟନ୍ତୀ ଉତ୍ସବ ସୋମବାର ସନ୍ଧ୍ୟାରେ କବିତୀର୍ଥ ଶାନ୍ତିକାନନ ପରିସରରେ ଉଦ୍‌ଯାପିତ ହୋଇଯାଇଛି। ପୂର୍ବାହ୍ନରେ ଫକୀରମୋହନ ସାହିତ୍ୟ ପରିଷଦ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସଭାରେ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ପୌରୋହିତ୍ୟ କରିଥିଲେ।

ହୋଟେଲରେ ପଶି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ହୋଟେଲରେ ପଶି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ରେମୁଣା,୧୫।୧(ଡି.ଏନ.ଏ.)-୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ହୋଟେଲଗୁଡିକ ଉପରେ ଏବେ ଦୁର୍ବୃତ୍ତମାନଙ୍କର ଲୋଲୁପ ଦୃଷ୍ଟି ପଡିଛି । ପୋଲିସ୍‌ ପାଟ୍ରୋଲିଂ କଡ଼ାକଡ଼ି କରାଯାଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।

ଦେବୀ   ହେଲେ ଷ୍ଟ୍ରଙ୍ଗ ଓମେନ ଅଫ ଇଣ୍ଡିଆ

ଦେବୀ ହେଲେ ଷ୍ଟ୍ରଙ୍ଗ ଓମେନ ଅଫ ଇଣ୍ଡିଆ

ବାରିପଦା ଅଫିସ,୧୫।୧- ତାମିଲନାଡୁର କୋଏମ୍ବାଟୁରଠାରେ ଗତ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଜାତୀୟ କନିଷ୍ଠ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲାକୁ ସଫଳତା ମିଳିଛି। ଓଡିଶା ଦଳ ପକ୍ଷରୁ ମୟୂରଭଞ୍ଜ ଜିଲାର ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରି ୪ଟି ସ୍ବର୍ଣ୍ଣ ପଦକ ସମେତ ୭ଟି ପଦକ ହାସଲ କରିଛନ୍ତି।