ବାଣିଜ୍ୟ |

ବଢୁଛି କଏନ୍‌ ସମସ୍ୟା

ବଢୁଛି କଏନ୍‌ ସମସ୍ୟା
ନୂଆଦିଲ୍ଲୀ, ଭୁବନେଶ୍ୱର,୨-୧(ପି.ଟି./ବ୍ୟୁରୋ) କିଛି ମାସ ପୂର୍ବରୁ ଦୋକାନ ବଜାରରେ ଖୁଚୁରା ଅଭାବରୁ କାରବାରରେ ସମସ୍ୟା ଉପୁଜୁଥିଲା। ଖୁଚୁରା ନ ଥିବା କାରଣରୁ ଗ୍ରାହକମାନଙ୍କୁ ବ୍ୟବସାୟୀ ତଥା ଦୋକାନୀମାନେ ଚକୋଲେଟ, ପେନ୍‌ ବା ନିଜ ଦ୍ୱାରା ପ୍ରସ୍ତୁତ ଟୁକନ୍‌ ଗ୍ରହଣ କରିବା ପାଇଁ ବାଧ୍ୟ କରୁଥିଲେ। ହାଟ ବଜାର ସବୁଠି କଏନ୍‌ ଅଭାବ ସକାଶେ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରୁଥିଲେ। କିନ୍ତୁ ବର୍ତ୍ତମାନ ଅବସ୍ଥା ଏପରି ପରିବର୍ତ୍ତନ ହୋଇଛି ଯେ, ବଜାରରେ କଏନ୍‌ ମାତ୍ରାଧିକ ହୋଇଛି। ହାଟ ବଜାର ସବୁଠି ପୁଳାପୁଳା କଏନ୍‌। ଏପରିକି ବେସରକାରୀ କାର୍ଯ୍ୟାଳୟ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂସ୍ଥାଗୁଡିକ ପାଖରେ ବସ୍ତାବସ୍ତା କଏନ୍‌ ଦେଖିବାକୁ ମିଳୁଛି। ବ୍ୟାଙ୍କ ବିରୋଧରେ ଆର୍‌ବିଆଇରେ ଅଭିଯୋଗ ବର୍ତ୍ତମାନ ଏହି କଏନ୍‌ସବୁକୁ କେତେକ ବାଣିଜି୍ୟକ ବ୍ୟାଙ୍କ ଗ୍ରହଣ କରୁ ନାହାନ୍ତି ବୋଲି ଗ୍ରାହକମାନେ ଅଭିଯୋଗ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ସୂଚନା ଅନୁସାରେ ଜନସାଧାରଣଙ୍କଠାରୁ ଏ ସମ୍ପର୍କିତ ବହୁ ଅଭିଯୋଗପୂର୍ଣ୍ଣ ଦରଖାସ୍ତ ଗ୍ରହଣ କରାଯାଇଛି। ଏହାକୁ ଆଧାର କରି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା ମଙ୍ଗଳବାର ରାଜ୍ୟ ସଭାରେ ଲିଖିତ ଉତ୍ତର ଦେଇ କହିଛନ୍ତି, ବ୍ୟାଙ୍କଗୁଡିକ କଏନ୍‌ ଗ୍ରହଣ କରୁନାହାନ୍ତି ବୋଲି ଅଭିଯୋଗ ହୋଇଥିଲେ ହେଁ କୌଣସି ନିର୍ଦ୍ଦିଷ୍ଟ ବ୍ୟାଙ୍କର ନାମ ଉଲ୍ଲେଖ କରାଯାଇ ନାହିଁ। କଏନ୍‌ ଗ୍ରହଣ କାଉଣ୍ଟର ବ୍ୟାଙ୍କଗୁଡିକ ନିଜ ଶାଖାରେ ଗ୍ରାହକଙ୍କ ଠାରୁ ଖୁଚୁରା ଗ୍ରହଣ କରିବା ସହିତ ଏହାକୁ ବିନିମୟ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ବାଣିଜି୍ୟକ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଛି। ସେହିପରି ଆର୍‌ବିଆଇର ଆଞ୍ଚଳିକ କାର୍ଯ୍ୟାଳୟଗୁଡିକୁ ମଧ୍ୟ ଅବଗତ କରାଯାଇଛି ଯେ, ସେମାନଙ୍କ ପରିସର ମଧ୍ୟରେ ଥିବା ବ୍ୟାଙ୍କଗୁଡିକୁ କଏନ୍‌ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଜାରି କରନ୍ତୁ। କେବଳ ସେତିକି ନୁହେଁ, ଆଞ୍ଚଳିକ କାର୍ଯ୍ୟାଳୟରେ କଏନ୍‌ ଗ୍ରହଣ ସୁବିଧା ସକାଶେ ସ୍ବତନ୍ତ୍ର କାଉଣ୍ଟର ଖୋଲିବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି ବୋଲି ଶୁକ୍ଳା କହିଛନ୍ତ। ବିମୁଦ୍ରୀକରଣ ପ୍ରଭାବ ବଜାରରେ କଏନ୍‌ ଗ୍ରହଣକୁ ନେଇ ଉପୁଜିଥିବା ସମସ୍ୟା ସମ୍ପର୍କରେ ସ୍ଥାନୀୟ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଶଣା ପ୍ରତିଷ୍ଠାନ(ନାଇଜର)ର ଅର୍ଥନୀତି ଅଧ୍ୟାପକ ଅମରେନ୍ଦ୍ର ଦାସ କହିଛନ୍ତି, ମୁଦ୍ରାକୁ ଆମେ ମିଡିୟମ ଅଫ୍‌ ଏକ୍ସଚେଞ୍ଜ(ଆଦାନପ୍ରଦାନର ମାଧ୍ୟମ) ବୋଲି କହୁଛେ। ଏହା ଲୋକମାନେ ଧାରଣ କରିବା ପାଇଁ ସହଜ ହୋଇଥିବା ଦରକାର। କିନ୍ତୁ ମାତ୍ରାଧିକ କଏନ୍‌ ଲୋକମାନେ ହାତରେ ଧରି ବୁଲିବା ସହଜ ନୁହେଁ। ବିମୁଦ୍ରୀକରଣ ପରେ କ୍ୟାଶ୍‌ସେଲ୍‌ ଓ ଅନ୍‌ଲାଇନ୍‌ କାରବାର ବଢିଥିବାରୁ ଯେଉଁ ଲୋକମାନେ କଏନ୍‌ ସଂରକ୍ଷିତ କରି ରଖୁଥିଲେ ତାଙ୍କ ଭିତରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି ଯେ, ଆଗକୁ ହୁଏତ ମୁଦ୍ରା ପ୍ରଚଳନ ବନ୍ଦ ହୋଇଯିବ। ବର୍ତ୍ତମାନର ଏହି ମାତ୍ରାଧିକ କଏନ୍‌ ସମସ୍ୟା ପାଇଁ ଏହା ଏକ କାରଣ ହୋଇପାରେ। କଏନ୍‌ କାଉଣ୍ଟିଂ ମେଶିନ୍‌ ଓଡ଼ିଶା ଆସେମ୍ବ୍ଲି ଅଫ୍‌ ସ୍ମଲ୍‌ ଆଣ୍ଡ୍‌ ମିଡିୟମ ଏଣ୍ଟରପ୍ରାଇଜ୍‌ (ଓସ୍‌ମେଇ)ର ମହାସଚିବ ସାତ୍ୱିକ ସ୍ବାଇଁ କହିଛନ୍ତି, ବର୍ତ୍ତମାନ ଯଦି କଏନ୍‌ର ପ୍ରବଳତା ଏକ ସମସ୍ୟା ହୋଇଛି ସେଥିପାଇଁ ବାଣିଜି୍ୟକ ବ୍ୟାଙ୍କଗୁଡିକ ଅଧିକ ମାତ୍ରାରେ ଦାୟୀ। ସେମାନେ ଗ୍ରହଣ କରୁନାହାନ୍ତି। ସେହିପରି ବ୍ୟାଙ୍କ ଶାଖାଗୁଡିକରେ କ୍ୟାଶ୍‌ କାଉଣ୍ଟିଂ ମେଶିନ୍‌ ପରି କଏନ୍‌ କାଉଣ୍ଟିଂ ମେଶିନ୍‌ ନାହିଁ। ଏହାକୁ ମଧ୍ୟ ବିଚାର କରିବା ଉଚିତ। ଅନ୍ୟ ପକ୍ଷରେ ବିଭିନ୍ନ ସ୍ଥାନରେ ଅଯଥା ଗୁଜବ ମଧ୍ୟ ସୃଷ୍ଟି ହୋଇଛି ଯେ, କଏନ୍‌ ଗ୍ରହଣୀୟ ନୁହେଁ। ଫଳରେ ସହଜ କାରବାରରେ ସମସ୍ୟା ସୃଷ୍ଟି ହେଉଛି। ଗ୍ରହଣ ନ କରିବା ଆଇନ ସମ୍ମତ ନୁହେଁ ଏ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ଆର୍‌ବିଆଇ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଗତ ଦୁଇ ମାସରୁ ଏଠାରେ କଏନ୍‌ ଗ୍ରହଣ ପାଇଁ ସ୍ବତନ୍ତ୍ର କାଉଣ୍ଟର ବ୍ୟବସ୍ଥା କରାଯାଇଛି। ସେହିପରି ଯଦି କୌଣସି ବ୍ୟାଙ୍କ କଏନ୍‌ ଗ୍ରହଣ କରୁ ନାହାନ୍ତି ତେବେ ଲିଖିତ ଆକାରରେ ଜଣାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରତି କାରବାରରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ କଏନ୍‌ ଗ୍ରହଣ କରିବା ନିୟମ ରହିଛି। ବିନା କାରଣରେ କଏନ୍‌ ଗ୍ରହଣ ନ କରିବା ଆଇନ୍‌ ସମ୍ମତ ନୁହେଁ। ସୂଚନା ମୁତାବକ ମଙ୍ଗଳବାର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପନ୍‌ ରାଧାକ୍ରିଷ୍ଣନ ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଇଣ୍ଡିଆନ୍‌ କଏନ୍‌ଏଜ୍‌ ଆକ୍ଟ,୨୦୧୧ର ସେକ୍‌ସନ ୬ ଅନୁସାରେ ମୁଦ୍ରାର ବୈଧତା ସମ୍ପର୍କିତ ସଂଜ୍ଞା ଉଲ୍ଲେଖ ରହିଛି।
All Right Reserved By

ବାଣିଜ୍ୟ |

ଆର୍‌ବିଆଇ ଗଭର୍ନର ଉର୍ଜିତ ପଟେଲଙ୍କ ଇସ୍ତଫା

ଆର୍‌ବିଆଇ ଗଭର୍ନର ଉର୍ଜିତ ପଟେଲଙ୍କ ଇସ୍ତଫା

ମୁମ୍ବାଇ,୧୦-୧୨:  ସ୍ବାୟତ୍ତତାକୁ ନେଇ କେନ୍ଦ୍ର ସରକାରଙ୍କ ସହ ମତଭେଦ ଚାଲିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଉର୍ଜିତ ପଟେଲ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ମାଲ୍ୟା ପ୍ରତ୍ୟର୍ପଣ ମାମଲା ରାୟ:  ଆଜି ପ୍ରକାଶ ପାଇପାରେ;ସିବିଆଇ-ଇଡି ଟିମ୍‌ର ଲଣ୍ଡନ ଗସ୍ତ

ମାଲ୍ୟା ପ୍ରତ୍ୟର୍ପଣ ମାମଲା ରାୟ: ଆଜି ପ୍ରକାଶ ପାଇପାରେ;ସିବିଆଇ-ଇଡି ଟିମ୍‌ର ଲଣ୍ଡନ ଗସ୍ତ

ନୂଆଦିଲ୍ଲୀ,୧୦-୧୨:  ସଙ୍କଟ ଦେଇ ଗତି କରୁଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ସୋମବାର ଲଣ୍ଡନସ୍ଥିତ ଓ୍ବେଷ୍ଟ ମିନିଷ୍ଟର ଅଦାଲତରେ ହାଜର ହେବେ। ଏହି ଦିନ ତାଙ୍କର ପ୍ରତ୍ୟର୍ପଣ ନେଇ ବିଚାରପତି ତାଙ୍କ ରାୟ ଶୁଣାଇବେ ବୋଲି ଆଶାକରାଯାଉଛି। 

ପୁଣି କେନ୍ଦ୍ର ବିରୋଧରେ ମୁହଁ ଖୋଲିଲେ ସୁବ୍ରମଣ୍ୟନ

ପୁଣି କେନ୍ଦ୍ର ବିରୋଧରେ ମୁହଁ ଖୋଲିଲେ ସୁବ୍ରମଣ୍ୟନ

ନୂଆଦିଲ୍ଲୀ,୧୦-୧୨:  ଜିଡିପି ବ୍ୟାକ୍‌ ସିରିଜ ଡାଟାକୁ ନେଇ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। 

ଟିସିଏସ୍‌ ଦ୍ୱାରା ବିକଶିତ ପାନ୍‌ ପ୍ରଣାଳିକୁ ଚରଣ ସିଂହ ମଞ୍ଜୁରୀ ଦେଇ ନ ଥିଲେ

ଟିସିଏସ୍‌ ଦ୍ୱାରା ବିକଶିତ ପାନ୍‌ ପ୍ରଣାଳିକୁ ଚରଣ ସିଂହ ମଞ୍ଜୁରୀ ଦେଇ ନ ଥିଲେ

ନୂଆଦିଲ୍ଲୀ,୧୦-୧୨:  ଭାରତ ୭୦ ଦଶକର ଶେଷାର୍ଦ୍ଧରେ ପୂର୍ଣ୍ଣ କମ୍ପ୍ୟୁଟରୀକୃତ ଟିକସ ବ୍ୟବସ୍ଥାକୁ ଲାଗୁ କରିବାର ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା। ମ୍ୟାନେଜମେଣ୍ଟ ରଣନୀତିକାର ତଥା ଅନୁସନ୍ଧାନକାରୀ ଶଶାଙ୍କ ଶାହଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦ ଟାଟା ଗ୍ରୁପ୍‌: ଫ୍ରମ୍‌ ଟର୍ଚ୍ଚବିୟରର୍ସ ଟୁ ଟ୍ରେଲବ୍ଲେଜର୍ସ’ରେ  ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। 

ବିମୁଦ୍ରୀକରଣ ଲାଗୁ ପ୍ରକ୍ରିୟା ଭୁଲ୍‌ ଥିଲା: ଉଦୟ କୋଟାକ୍‌

ବିମୁଦ୍ରୀକରଣ ଲାଗୁ ପ୍ରକ୍ରିୟା ଭୁଲ୍‌ ଥିଲା: ଉଦୟ କୋଟାକ୍‌

ନୂଆଦିଲ୍ଲୀ,୧୦।୧୨:  ବିମୁଦ୍ରୀକରଣର ୨ ବର୍ଷ ପରେ ଦେଶର ପ୍ରମୁଖ ବ୍ୟାଙ୍କର ଭାବେ ଜଣାଶୁଣା ଉଦୟ କୋଟାକ୍‌ ଏହାକୁ ସମାଲୋଚନା କରିଛନ୍ତି। ବିମୁଦ୍ରୀକରଣ ଲାଗୁ କରିବା ପ୍ରକ୍ରିୟା ଭୁଲ୍‌ ଥିଲା ବୋଲି ସେ କହିଛନ୍ତି। 

ଆର୍‌ବିଆଇ ପାଣ୍ଠି ନେବା ଲୁଟ୍‌ ସଙ୍ଗେ ସମାନ

ଆର୍‌ବିଆଇ ପାଣ୍ଠି ନେବା ଲୁଟ୍‌ ସଙ୍ଗେ ସମାନ

ଅରବିନ୍ଦ ସୁବ୍ରମଣ୍ୟନ ନିଜ ପୁସ୍ତକ ‘ ଅଫ୍‌ କାଉନସିଲ: ଦ ଚ୍ୟାଲେଞ୍ଜେସ ଅଫ୍‌ ଦ ମୋଦି-ଜେଟ୍‌ଲୀ ଇକୋନୋମୀ’ ପୁସ୍ତକର ଉନ୍ମୋଚନ ଉତ୍ସବରେ ଯୋଗ ଦେବାକୁ ଆସି ଆର୍‌ବିଆଇ ସହ ବିବାଦକୁ ନେଇ ସମାଲୋଚନା କରିଛନ୍ତି। 

ନୀତି ଆୟୋଗ ସଦସ୍ୟଙ୍କ ମତ ;  ଋଣଛାଡ଼ର ଫାଇଦା କିଛି ଚାଷୀଙ୍କୁ ମିଳୁଛି

ନୀତି ଆୟୋଗ ସଦସ୍ୟଙ୍କ ମତ ; ଋଣଛାଡ଼ର ଫାଇଦା କିଛି ଚାଷୀଙ୍କୁ ମିଳୁଛି

ନୂଆଦିଲ୍ଲୀ,୧୦।୧୨:  ଫସଲ ବିକ୍ରି ସମେତ ପ୍ରାକୃତିକ ବିପର୍ଯ୍ୟୟ ଜନିତ ସମସ୍ୟା ଯୋଗୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଚାଷୀମାନଙ୍କ ଭିତରେ ଋଣଛାଡ଼ ଦାବି ଜୋର୍‌ ଧରୁଛି। ଏହା ଉପରେ ନୀତି ଆୟୋଗ ସଦସ୍ୟ ରମେଶ ଚାନ୍ଦ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ବିମୁଦ୍ରୀକରଣ ମାସର ନୋଟ ପ୍ରିଣ୍ଟ ତଥ୍ୟ ମଗାଗଲା

ବିମୁଦ୍ରୀକରଣ ମାସର ନୋଟ ପ୍ରିଣ୍ଟ ତଥ୍ୟ ମଗାଗଲା

ନୂଆଦିଲ୍ଲୀ,୧୦-୧୨ :ବିମୁଦ୍ରୀ କରଣ ଘୋଷଣା ପରେ ସେହି ମାସ ୩୦ ତାରିଖ ଯାଏ କେତେ ପରିମାଣର ୫୦୦ ଏବଂ ୨୦୦ ଟଙ୍କିଆ ନୋଟ ପ୍ରିଣ୍ଟ ହୋଇଛି ସେ ସମ୍ପର୍କିତ ତଥ୍ୟ ଦେବାକୁ କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି) ସରକାରଙ୍କୁ ନିର୍ଦ୍ଦେଶ ଦେଇଛି। 

କଟକରେ ଆରମ୍ଭ ହେବ ରାପିଡୋ ବାଇକ ଟାକ୍ସି ସେବା

କଟକରେ ଆରମ୍ଭ ହେବ ରାପିଡୋ ବାଇକ ଟାକ୍ସି ସେବା

ଭୁବନେଶ୍ୱର,୧୦-୧୨:ବାଙ୍ଗାଲୋର ଭିତ୍ତିକ ବାଇକ ଟାକ୍ସି ସେବା ପ୍ରଦାନକାରୀ କମ୍ପାନୀ ରାପିଡୋ ପକ୍ଷରୁ କଟକ ସହରରେ ସେବାର ଶୁଭାରମ୍ଭ ହେବ। କମ୍ପାନୀ ବର୍ତ୍ତମାନ ଦେଶର ୧୩ଟି ସହରରେ ଏହି ସେବା ପ୍ରଦାନ କରୁଛି।

କେଟିଏମ୍‌ର ନୂଆ ଶୋ’ରୁମ

କେଟିଏମ୍‌ର ନୂଆ ଶୋ’ରୁମ

ଭୁବନେଶ୍ୱର,୧୦-୧୨: ପ୍ରମୁଖ ରେସିଂ ବାଇକ ନିର୍ମାତା କେଟିଏମ୍‌ ପକ୍ଷରୁ ଭୁବନେଶ୍ୱର ଖଣ୍ଡଗିରି ଛକଠାରେ ଏକ ନୂଆ ଶୋ’ରୁମ ଖୋଲିଛି। ନୂଆ ଶୋ’ରୁମକୁ ମଞ୍ଚେଶ୍ୱର କେଟିଏମ୍‌ର ଏମ୍‌ଡି ସୌରଭ ଅଗ୍ରଓ୍ବାଲ ଉଦଘାଟନ କରିଥିଲେ। 

ଶୀଘ୍ର ଆସିବ ନୂଆ ଶିଳ୍ପ ନୀତି; କ୍ୟାବିନେଟ ମଞ୍ଜୁରୀକୁ ଅପେକ୍ଷା

ଶୀଘ୍ର ଆସିବ ନୂଆ ଶିଳ୍ପ ନୀତି; କ୍ୟାବିନେଟ ମଞ୍ଜୁରୀକୁ ଅପେକ୍ଷା

ପଣଜୀ,୧୦-୧୨: ସରକାର ଦେଶରେ ଶୀଘ୍ର ନୂଆ ଶିଳ୍ପ ନୀତି ଲାଗୁ କରିବେ। ଶିଳ୍ପ ନୀତିକୁ ମଞ୍ଜୁରୀ ପ୍ରଦାନ ଲାଗି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ସମସ୍ତ ପ୍ରକ୍ରିୟାକୁ ଚୂଡାନ୍ତ ପର୍ଯ୍ୟାୟକୁ ନେଇଛି। 

ଆଇଏମ୍‌ଆଇରେ ବାଣିଜ୍ୟ ସମ୍ମିଳନୀ

ଆଇଏମ୍‌ଆଇରେ ବାଣିଜ୍ୟ ସମ୍ମିଳନୀ

ଭୁବନେଶ୍ୱର,୧୦-୧୨: ଇଣ୍ଟରନ୍ୟାଶନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍‌ (ଆଇଏମ୍‌ଆଇ) ଭୁବନେଶ୍ୱର ଓ ଇଗାଡେ ବିଜନେସ ସ୍କୁଲ ମେକ୍ସିକୋର ମିଳିତ ସହଯୋଗରେ ଇଣ୍ଡଷ୍ଟ୍ରୀ ୪.୦ ବିଜନେସ ବିୟଣ୍ଡ ବାଉଣ୍ଡ୍ରିଜ ସଂକ୍ରାନ୍ତ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।