ବାଲେଶ୍ୱର

ଅଙ୍ଗନଓ୍ବାଡି କେନ୍ଦ୍ର ବୁଲିଲେ ଶାସନ ସଚିବ: ଶିଶୁ ସୁରକ୍ଷା ଯୋଜନାର ସମୀକ୍ଷା କଲେ

ଅଙ୍ଗନଓ୍ବାଡି କେନ୍ଦ୍ର ବୁଲିଲେ ଶାସନ ସଚିବ: ଶିଶୁ ସୁରକ୍ଷା ଯୋଜନାର ସମୀକ୍ଷା କଲେ

ଭଦ୍ରକ ଅଫିସ,୨।୧- ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ ଚିତ୍ରାଅରୁ ମୁଗମ ମଙ୍ଗଳବାର ସକାଳେ ୩ ଦିନିଆ ଭଦ୍ରକ ଗସ୍ତରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସଚିବଙ୍କ ସମେତ ଜିଲାପାଳଙ୍କ ନେତୃତ୍ୱରେ ଉପଜିଲାପାଳ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟାହ୍ନରେ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ପହଞ୍ଚି ଅଙ୍ଗନୱାଡି କେନ୍ଦ୍ର ବୁଲି ଦେଖିଥିଲେ। କିଭଳି ଏହି ଯୋଜନା ମାଧ୍ୟମରେ ପିଲାମାନେ ଉପକୃତ ହେଉଛନ୍ତି, ଉପସ୍ଥାନ ହାର, କେନ୍ଦ୍ରର ପରିଷ୍କାର ପରିଚ୍ଛନ୍ନତା, ଶିଶୁ ଖାଦ୍ୟ ବଣ୍ଟନ ଓ ଗର୍ଭବତୀଙ୍କୁ ଛତୁଆ ବଣ୍ଟନ ସମ୍ପର୍କରେ ସଚିବ ନିଜେ ପଚାରି ବୁଝିଥିଲେ । ସଚିବ ଯଶୋଟିକିରି ଅଙ୍ଗନୱାଡି କେନ୍ଦ୍ର ଓ ପାଟୁଳୀ ଗ୍ରାମର ମେଗା ପାଇପ ପ୍ରୋଜେକ୍ଟ ନିକଟରେ ପହଞ୍ଚି କାର୍ଯ୍ୟର ତଦାରଖ କରିଥିଲେ। ସଚିବ ବୁଧବାର ଜିଲାର ଅନ୍ୟାନ୍ୟ ବ୍ଲକକୁ ସମୀକ୍ଷା କରିବା ପାଇଁ ଯିବେ ବୋଲି ଜଣାପଡିଛି। ବୁଧବାର ସେ ଜିଲାରେ କାର୍ଯ୍ୟକାରୀ ହେଉଥିବା ଶିକ୍ଷା ବିଭାଗ ,କୃଷି, ଜଳସେଚନ, ଉଦ୍ୟାନ, ପଶୁଚିକିସତ୍ା , ମମତା ଯୋଜନା, ସାମାଜିକସୁରକ୍ଷା,ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କଯୋଜନା, କୃଷିଋଣ, ଉଠାଜଳସେଚନ , ଇନ୍ଦିରାଆବାସ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମ୍ୟଉନ୍ନୟନ ବିଭାଗ, ଏନଆରଜିଏସ, ସ୍ବଚ୍ଛଭାରତ ମିଶନ , ଗ୍ରାମୀଣ ଜଳଯୋଗାଣ ଆଦି ବିଭାଗର କାର୍ଯ୍ୟକାରିତା ସମୀକ୍ଷା କରିବେ । ମୁଖ୍ୟତଃ ଜିଲାରେ କେତେ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ରହିଛି , ମମତା ଯୋଜନା ହିତାଧିକାରୀ,ଶିଶୁ ଯନତ୍ ଅନୁଷ୍ଠାନ ସଂଖ୍ୟା ଓ ସେ ଗୁଡିକର ସ୍ଥିତାବସ୍ଥା ,ଷ୍ଟାଣ୍ଡାଡଅଫ କେୟାର ,ପୋଷ୍ୟ ଗ୍ରହଣ ଯୋଜନାର ସମୀକ୍ଷା କରିବେ ବୋଲି ଜଣାପଡିଛି । ସଚିବଙ୍କ ଏହି ଗସ୍ତ ସମୟରେ ଜିଲାପାଳ ଜ୍ଞାନରଞ୍ଜନ ଦାସ, ଉପଜିଲାପାଳ ନରୋତ୍ତମ ବେହେରା, ଡିଏସଡବ୍ଲ୍ୟୁ ଆଶାଲତା ମହାନ୍ତିଙ୍କ ସମେତ ବହୁ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

All Right Reserved By

ବାଲେଶ୍ୱର

ମିଳିଲା ରାସ୍ତାମଝିରୁ ଉଦ୍ଧାର ହୋଇଥିବା ନାବାଳିକାଙ୍କ ପରିଚୟ

ପାଟଣା,୨୩।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ରାଇଡ଼ିଲା ପଞ୍ଚାୟତ ଦେଇ ଯାଇଥିବା ଜାରକାଣିବେଡ଼ା-ରାଇଡ଼ିଲା ନିର୍ମାଣାଧୀନ ରାସ୍ତାରୁ ରବିବାର ରାତିରୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଅଚେତ ହୋଇ ପଡ଼ିଥିବା ନାବାଳିକାଙ୍କ ପରିଚୟ ମିଳିଛି।

ଝୁଲନ୍ତା ମୃତଦେହ ଉଦ୍ଧାର

ଭଣ୍ଡାରିପୋଖରୀ,୨୩।୭(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତଥା ଧାମନଗର ଥାନା ଅନ୍ତର୍ଗତ ନଗୁଆଁ ପଞ୍ଚାୟତର ପାହିମହୁରା ଗ୍ରାମ ନିକଟସ୍ଥ ଏକ ଗଛରୁ ସୋମବାର ସକାଳ ପ୍ରାୟ ୯ଟାରେ ପୋଲିସ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି।

‘ପୁଣି ଦେଖାହେବା’ କବିତା ସଙ୍କଳନ ଉନ୍ମୋଚିତ

‘ପୁଣି ଦେଖାହେବା’ କବିତା ସଙ୍କଳନ ଉନ୍ମୋଚିତ

ତିହିଡ଼ି,୨୩।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଟାଉନ ହଲଠାରେ ରବିବାର ସନ୍ଧ୍ୟାରେ କବି ଭ୍ରମରବର ଦାସଙ୍କ କବିତା ସଙ୍କଳନ ‘ପୁଣି ଦେଖାହେବା’ ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଶିକ୍ଷାବିତ୍‌ ସୋମନାଥ ପାଢ଼ୀ ପୌରହିତ୍ୟ କରିଥିଲେ।

ଝଡ଼ରେ ବୁଡିଲା ୪ଟି ମାଛମରା ଡଙ୍ଗା: ୩୯ ମତ୍ସ୍ୟଜୀବୀ ଉଦ୍ଧାର, ଜଣଙ୍କ ମୃତଦେହ ମିଳିଲା

ଝଡ଼ରେ ବୁଡିଲା ୪ଟି ମାଛମରା ଡଙ୍ଗା: ୩୯ ମତ୍ସ୍ୟଜୀବୀ ଉଦ୍ଧାର, ଜଣଙ୍କ ମୃତଦେହ ମିଳିଲା

ଭୋଗରାଇ/ବାଲିଆପାଳ, ୨୩।୭(ଡି.ଏନ.ଏ.)-ସୁବର୍ଣ୍ଣରେଖା ମୁହାଣ ସଂଲଗ୍ନ ବଙ୍ଗୋପସାଗରରେ ସାମୁଦ୍ରିକ ଝଡର ସମ୍ମୁଖୀନ ହୋଇ ଶନିବାର ବିଳମ୍ବିତ ରାତିରେ ୪ଟି ଯନ୍ତ୍ରଚାଳିତ ମାଛଧରା ଡଙ୍ଗା ବୁଡିଯାଇଛି। ଏସବୁ ଡଙ୍ଗାରେ ୪୪ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ରହିଥିଲେ।

ରଥଯାତ୍ରାରେ ଯୁବତୀଙ୍କୁ ଅସଦାଚରଣ: ୩ ଗିରଫ

ରଥଯାତ୍ରାରେ ଯୁବତୀଙ୍କୁ ଅସଦାଚରଣ: ୩ ଗିରଫ

ବାରିପଦା ଅଫିସ, ୨୩।୭(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବାରିପଦା ରଥଯାତ୍ରା ମେଳାରେ ୨ଜଣ ଯୁବତୀଙ୍କୁ ୪ରୁ ୫ଜଣ ଯୁବକ ଘେରିଯାଇ ଅସଦାଚରଣ କରୁଥିବା ଭିଡିଓ ଭାଇରାଲ ହୋଇଛି। ଏନେଇ କେବଳ ଧରିତ୍ରୀରେ ରବିବାର ଖବର ପ୍ରକାଶ ପାଇବା ପରେ ପୋଲିସର ତତ୍ପରତା ଦେଖାଦେଇଛି।

ବର୍ଷାରେ ପୋଲ ଭୁଶୁଡ଼ିଲା

ବର୍ଷାରେ ପୋଲ ଭୁଶୁଡ଼ିଲା

ସୋର, ୨୩।୭(ଡି.ଏନ.ଏ.)-ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ସୋରର ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଜମି ରହିବା ସହ ଘାଷିପଦା ଗ୍ରାମରେ ଥିବା ପୁରୁଣା ପୋଲ ଭୁଷୁଡ଼ି ପଡ଼ିଛି ।

ଭାଜପା କର୍ମୀ ସମ୍ମିଳନୀ: ନିବାଚନ ପାଇଁ ପ୍ରସ୍ତୁତ ରହିବାକୁ ଗୁରୁତ୍ୱ

ଭାଜପା କର୍ମୀ ସମ୍ମିଳନୀ: ନିବାଚନ ପାଇଁ ପ୍ରସ୍ତୁତ ରହିବାକୁ ଗୁରୁତ୍ୱ

ରେମୁଣା, ୨୩।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆର କୁକୁଡ଼ାପଦାଠାରେ ରବିବାର ଭାଜପା ରେମୁଣା ଶାଖା ତରଫରୁ ନୂତନ କାର୍ଯ୍ୟାଳୟର ଗୃହ ଉଦ୍‌ଘାଟିତ ହୋଇଛି। ଏହି ଅବସରରେ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା।

ଟ୍ରକ୍‌ ଚାପାରେ ଛାତ୍ରୀଛାତ୍ର ମୃତ୍ୟୁ ଘଟଣା: ପୋଲିସ ଗାଡ଼ି ଭଙ୍ଗାରୁଜା ଓ ଟ୍ରକ ପୋଡ଼ି, ଜଣେ ଗିରଫ

ଟ୍ରକ୍‌ ଚାପାରେ ଛାତ୍ରୀଛାତ୍ର ମୃତ୍ୟୁ ଘଟଣା: ପୋଲିସ ଗାଡ଼ି ଭଙ୍ଗାରୁଜା ଓ ଟ୍ରକ ପୋଡ଼ି, ଜଣେ ଗିରଫ

ଭଦ୍ରକ ଅଫିସ,୨୩।୭-ଭଦ୍ରକ ଜିଲାର ରାହାଞ୍ଜ ନିକଟରେ ଗତ ଗୁରୁବାର ଟ୍ରକ ଚାପାରେ ୫ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ରାହାଞ୍ଜ ତଥା ଆଖପାଖ ଅଞ୍ଚଳର ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜାଳି ଦେଇଥିଲେ।

ବଡ଼ସାହି ବ୍ଲକ ଅଫିସ୍‌ ପରିସରରେ ପରିମଳ ବିପର୍ଯ୍ୟସ୍ତ, ପ୍ରତିକାର ନାହିଁ

ବଡ଼ସାହି ବ୍ଲକ ଅଫିସ୍‌ ପରିସରରେ ପରିମଳ ବିପର୍ଯ୍ୟସ୍ତ, ପ୍ରତିକାର ନାହିଁ

ବଡ଼ସାହି,୨୩।୭(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ କାର୍ଯ୍ୟାଳୟ ପରିସରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉ ନ ଥିବାରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କୋଠାଘର ପ୍ରତି ବିପଦ ସୃଷ୍ଟି ହୋଇଛି।

ଶିକ୍ଷକ ଡେପୁଟେଶନକୁ ବିରୋଧ

ଯଶିପୁର, ୨୩।୭ (ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ଯଶିପୁର ଯଶିପୁର ବାଳିକା ଉଚ୍ଚ ବିଦ୍ୟାଳୟର ୨ଜଣ ଶିକ୍ଷକଙ୍କୁ ସପ୍ତାହକୁ ତିନି ଚାରି ଦିନ ପାଇଁ ଅନ୍ୟ ସ୍କୁଲକୁ ଡେପୁଟେସନରେ ପଠାଯିବା ଘଟଣାକୁ ଅଭିଭାବକ ଓ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି।

ଶାଳପତ୍ର, ସବାଇଘାସରୁ ଜିଏସ୍‌ଟି ଛାଡ ନେଇ ଶ୍ରେୟ ଦାବି କଲା ଜେଏମଏମ

ବାରିପଦା ଅଫିସ,୨୩।୭- ମୟୂରଭଞ୍ଜ ଜିଲାରେ ଶାଳପତ୍ର ଓ ସବାଇଘାସ ଗରିବ ଲୋକଙ୍କ ପେଟପାଟଣାର ମୁଖ୍ୟ ଅବଲମ୍ବନ। ଏହାର ବ୍ୟବସାୟ ଅନେକଙ୍କୁ ଦେଇଛି ଜୀବନ ଜୀବିକା। କେନ୍ଦ୍ର ସରକାର ଏହା ଉପରେ ଜିଏସ୍‌ଟି ଲାଗୁ କରିବା ପରେ ସାରା ଜିଲାରେ ବିରୋଧର ସ୍ବର ଉଠିଥିଲା।

କୋଚିଳା ନଦୀବନ୍ଧ ବୁଲି ଦେଖିଲେ ବିଧାୟକ

କୋଚିଳା ନଦୀବନ୍ଧ ବୁଲି ଦେଖିଲେ ବିଧାୟକ

ଧାମନଗର,୨୩।୭(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଶଇଲୋ ଲେଙ୍କାସାହି ନିକଟରେ ଗତ ଦୁଇଦିନ ତଳେ ଦବି ଯାଇଥିବା କୋଚିଳା ନଦୀବନ୍ଧକୁ ରବିବାର ସ୍ଥାନୀୟ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବୁଲି ଦେଖିଛନ୍ତି।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ