ବାଣିଜ୍ୟ |

ଏକକ ଟିକସ ହାର ଅସମ୍ଭବ: ଜେଟ୍‌ଲୀ

ଏକକ ଟିକସ ହାର ଅସମ୍ଭବ: ଜେଟ୍‌ଲୀ

ନୂଆଦିଲ୍ଲୀ, ୨-୧(ପି.ଟି.)
ସବୁ ପ୍ରକାର ସାମଗ୍ରୀ ଓ ସେବାକୁ ଗୋଟିଏ ଟିକସ ଥାକରେ ରଖାଯାଇ ପାରିବ ନାହିଁ। ବିଳାସମୟ ସାମଗ୍ରୀରେ ସର୍ବୋଚ୍ଚ ଟିକସ ଏବଂ ଖାଦ୍ୟପଦାର୍ଥ ଭଳି ସାମଗ୍ରୀରେ ସର୍ବନିମ୍ନ ଟିକସ ଲାଗୁ କରାଯିବ। ରାଜ୍ୟ ସଭାରେ ମଙ୍ଗଳବାର ପ୍ରଶ୍ନୋତ୍ତର କାଳରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏହା କହିଛନ୍ତି।
ସେ କହିଛନ୍ତି, ଏଭଳି କେତେକ ରାଷ୍ଟ୍ର ଅଛିି ଯେଉଁଠାରେ କି ସବୁ ପ୍ରକାର ସାମଗ୍ରୀରେ ଗୋଟିଏ ଟିକସ ହାର ଲାଗୁ ହେଉଛି। କିନ୍ତୁ ଉକ୍ତ ରାଷ୍ଟ୍ରର ସମସ୍ତ ଜନସାଧାରଣ ଦାରିଦ୍ର୍ୟ ସୀମାରେଖା ଉପରେ ବାସ କରୁଛନ୍ତି।
ଭାରତ କ୍ଷେତ୍ରରେ ଏହା ପାଳନ କରିବା ସମ୍ଭବ ନୁହେଁ। କିନ୍ତୁ ଟିକସ ବିବିଧତାକୁ ହ୍ରାସ କରିବା ପାଇଁ ପ୍ରକ୍ରିୟା ଜାରି ରହିବ। ନିକଟରେ ଜିଏସ୍‌ଟି ପରିଷଦର ୨୩ତମ ବୈଠକରେ ମାତ୍ରାଧିକ ସାମଗ୍ରୀକୁ ୨୮% ଟିକସ ଥାକରୁ ପ୍ରତ୍ୟାହାର କରି ୧୮% ଥାକକୁ ଅଣାଯାଇଛି। ଏହି ପ୍ରକ୍ରିୟା ନିରନ୍ତର ଜାରି ରହିବ ବୋଲି ସେ କହିଛନ୍ତି।

All Right Reserved By

ବାଣିଜ୍ୟ |

ଏଲ୍‌ପିଜି ସବ୍‌ସିଡି ବଦଳରେ ଆସିବ ରନ୍ଧନ ସବ୍‌ସିଡି

ଏଲ୍‌ପିଜି ସବ୍‌ସିଡି ବଦଳରେ ଆସିବ ରନ୍ଧନ ସବ୍‌ସିଡି

ନୂଆଦିଲ୍ଲୀ,୧୬-୭ ବର୍ତ୍ତମାନ ଲିକୁଇଡି ପେଟ୍ରୋଲିୟମ ଗ୍ୟାସ୍‌(ଏଲ୍‌ପିଜି)ରେ କେନ୍ଦ୍ର ସରକାର ପ୍ରଦାନ କରୁଥିବା ସବ୍‌ସିଡିକୁ ପରିବର୍ତ୍ତନ କରି ରନ୍ଧନ ସବ୍‌ସିଡି ବ୍ୟବସ୍ଥା ପ୍ରଚଳନ କରାଯିବ।

ଡିଜେଲ କମିଲା ୧୫ ପଇସା

ଡିଜେଲ କମିଲା ୧୫ ପଇସା

ଭୁବନେଶ୍ୱର,୧୬-୭(ବ୍ୟୁରୋ) ୧୫ ପଇସା ହ୍ରାସ ପାଇଛି ଡିଜେଲ ଏବଂ ୯ ପଇସା ହ୍ରାସ ପାଇଛି ପେଟ୍ରୋଲ। ଫଳରେ ପେଟ୍ରୋଲ ଲିଟର ପିଛା ଦର ଭୁବନେଶ୍ୱରରେ ୭୫ ଟଙ୍କା ୭୭ ପଇସାରୁ ୭୫ ଟଙ୍କା ୬୮ ପଇସାକୁ ହ୍ରାସ ପାଇଛି।

ପ୍ରତିଷ୍ଠା ଦିବସରେ ଗ୍ରେଟ୍‌ ଇଷ୍ଟର୍ନର ଲକି ଡ୍ର କାର୍ଯ୍ୟକ୍ରମ

ପ୍ରତିଷ୍ଠା ଦିବସରେ ଗ୍ରେଟ୍‌ ଇଷ୍ଟର୍ନର ଲକି ଡ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୬-୭(ବ୍ୟୁରୋ) କଲିକତାଭିତ୍ତିକ ପ୍ରମୁଖ ଇଲେକ୍‌ଟ୍ରୋନିକ୍ସ ତଥା କଞ୍ଜ୍ୟୁମର ଡ୍ୟୁରେବ୍‌ଲ ରିଟେଲ୍‌ ଚେନ୍‌ ଗ୍ରେଟ୍‌ଇଷ୍ଟର୍ନ ଶନିବାର ଓଡ଼ିଶାରେ ଏହାର ତୃତୀୟ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଓଡିଶାରେ ଥିବା ଏହାର ମୋଟ୍‌ ୭ଟି ଶୋରୁମ୍‌ରେ ଗ୍ରେଟ୍‌ ଇଷ୍ଟର୍ନ ଜୁଲାଇ ୧୩,୧୪ ଓ ୧୫ରେ ଗ୍ରାହକଙ୍କ ପାଇଁ ଏକ ସ୍ବତନ୍ତ୍ର ଅଫର ଘୋଷଣା କରିଥିଲା।

ଦେଶରେ ପ୍ରତିଷ୍ଠା ହେବ ୫୦ ସ୍କିଲ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌

ଦେଶରେ ପ୍ରତିଷ୍ଠା ହେବ ୫୦ ସ୍କିଲ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌

ଭୁବନେଶ୍ୱର, ୧୬-୭(ବ୍ୟୁରୋ) ବର୍ତ୍ତମାନ ଭାରତ ପାଇଁ ଯୁବପିଢି ଏକ ଶକ୍ତି। ଦେଶରେ ମୋଟ ଜନସଂଖ୍ୟାର ଏକ ସିଂହ ଭାଗ ଯୁବପିଢି ଅକ୍ତିଆର କରିଛନ୍ତି। ଏହି ଦୃଷ୍ଟିରୁ ସେମାନଙ୍କୁ କୌଶଳ ତାଲିମ ପ୍ରଦାନ କରି ଦକ୍ଷ କରାଇବା ଆମର କର୍ତ୍ତବ୍ୟ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ଯେଉଁମାନେ ଛାତ୍ରୀଛାତ୍ରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ସେମାନଙ୍କୁ ଉତ୍ତମ ଟ୍ରେନିଂ ପ୍ରଦାନ ପାଇଁ ସାରା ଦେଶରେ ୫୦ଟି ସ୍କିଲ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ସ୍ଥାପନ କରାଯିବ।

ସ୍ବିସ ବ୍ୟାଙ୍କରେ ୩୦୦ କୋଟି ଭାରତୀୟ ଜମାର ଦାବିଦାର ନାହାନ୍ତି

ସ୍ବିସ ବ୍ୟାଙ୍କରେ ୩୦୦ କୋଟି ଭାରତୀୟ ଜମାର ଦାବିଦାର ନାହାନ୍ତି

ନୂଆଦିଲ୍ଲୀ, ୧୬-୭: ସ୍ବିସ ବ୍ୟାଙ୍କକୁ କଳାଟଙ୍କାର ଭୂସ୍ବର୍ଗ କୁହାଯାଉଥିବା ବେଳେ ବର୍ତ୍ତମାନ ଟିକସ ସୂଚନା ଆଦାନ ପ୍ରଦାନ ଯୋଗୁ ସେଠାରେ ଟଙ୍କା ରଖିବାକୁ ଲୋକମାନେ ଏତେଟା ଆଗ୍ରହୀ ହେଉ ନାହାନ୍ତି। ବିଶେଷ ଭାବେ କଳାଟଙ୍କା ଜମାଲାଗି ଭାରତୀୟମାନେ ସୁଇଜରଲ୍ୟାଣ୍ଡକୁ ଚୟନ କରିଥାନ୍ତି।

ପାସପୋର୍ଟ ଲାଗି ଲାଞ୍ଚ ଦିଅନ୍ତି ୪୬% ଭାରତୀୟ

ପାସପୋର୍ଟ ଲାଗି ଲାଞ୍ଚ ଦିଅନ୍ତି ୪୬% ଭାରତୀୟ

ନୂଆଦିଲ୍ଲୀ, ୧୬-୭: ପାସପୋର୍ଟ ଲାଭ କରିବା ଲାଗି ଭାରତୀୟମାନେ ପୋଲିସ କିମ୍ବା ଅନ୍ୟମାନଙ୍କୁ ଲାଞ୍ଚ ପ୍ରଦାନ କରୁଥିବା ଜଣାଯାଇଛି। ପାସପୋର୍ଟ ପାଇବାକୁ ଥିବା ବେଳେ ୪୬% ଲୋକ ଲାଞ୍ଚ ପ୍ରଦାନ କରୁଥିବା ଏକ ସର୍ଭେରୁ ସାମ୍ନାକୁ ଆସିଛି।

ଜିଏସ୍‌ଟି ପରିସରକୁ ଆସିପାରେ ପ୍ରାକୃତିକ ବାଷ୍ପ, ଏଟିଟିଏଫ

ଜିଏସ୍‌ଟି ପରିସରକୁ ଆସିପାରେ ପ୍ରାକୃତିକ ବାଷ୍ପ, ଏଟିଟିଏଫ

ନୂଆଦିଲ୍ଲୀ, ୧୬-୭(ପି.ଟି) ପ୍ରାକୃତିକ ବାଷ୍ପ ଏବଂ ବିମାନ ଇନ୍ଧନ(ଏଟିଏଫ୍‌)ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିସରକୁ ଆସିପାରେ। ଚଳିତ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି।

ଏମ୍‌ଏସ୍‌ପି ବୃଦ୍ଧିକୁ ବିରୋଧ କରିବେ କୃଷକ ସଂଘ

ଏମ୍‌ଏସ୍‌ପି ବୃଦ୍ଧିକୁ ବିରୋଧ କରିବେ କୃଷକ ସଂଘ

ନୂଆଦିଲ୍ଲୀ, ୧୬-୭: ୨୦୧୮-୧୯ ଆର୍ଥତ୍କ ବର୍ଷ ସରକାର ଖରିଫ ଋତୁ ଲାଗି ଧାନ ସମେତ ବିଭିନ୍ନ ଶଷ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତିକୁ କୃଷକ ସଂଘଗୁଡିକ ପକ୍ଷରୁ ବିରୋଧ କରାଯିବ ବୋଲି ଜଣାଯାଇଛି।

ପିଏନ୍‌ବିର ଏନ୍‌ପିଏ ଅସୁଲିରେ ଉନ୍ନତି

ପିଏନ୍‌ବିର ଏନ୍‌ପିଏ ଅସୁଲିରେ ଉନ୍ନତି

ନୂଆଦିଲ୍ଲୀ, ୧୬-୭: ୧୩,୦୦୦ କୋଟି ଟଙ୍କାର ବ୍ୟାଙ୍କ ଘୋଟାଲା ସାମ୍ନା କରିଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ପକ୍ଷରୁ ଅନାଦାୟ ଋଣ (ଏନ୍‌ପିଏ) ଅସୁଲି ପ୍ରକ୍ରିୟା ଜୋରଦାର ହୋଇଛି। ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ବ୍ୟାଙ୍କ ଅସୁଲି କ୍ଷେତ୍ରରେ ରେକର୍ଡ କରିଛି।

ବେଡ୍‌ରୋଲ୍‌ ଚାର୍ଜ ବଢାଇବ ରେଲଓ୍ବେ

ବେଡ୍‌ରୋଲ୍‌ ଚାର୍ଜ ବଢାଇବ ରେଲଓ୍ବେ

ନୂଆଦିଲ୍ଲୀ, ୧୬-୭: ଗରିବ ରଥ ଏକ୍ସପ୍ରେସରେ ଭଡା ବଢିବ। ବେଡ୍‌ରୋଲ୍‌ କିଟ୍‌ ବାବଦରେ ରେଲଓ୍ବେ ଧାର୍ଯ୍ୟ ଚାର୍ଜରେ ବୃଦ୍ଧି କରିବାକୁ ନିଷ୍ପତ୍ତି ଉପରେ ବିଚାର କରୁଛି। ଏହା ଫଳରେ ଟିକେଟ ମୂଲ୍ୟ ବୃଦ୍ଧି ଘଟିବ। ବେଡ୍‌ରୋଲ୍‌ ଲାଗି ଧାର୍ଯ୍ୟ ହେଉଥିବା ଦେୟ ଗୋଟିଏ ଦଶନ୍ଧି ତଳେ ନିର୍ଦ୍ଧାରଣ ହୋଇଥିଲା।

ଆମ୍ବି ଭ୍ୟାଲି ପରିଚାଳନା କରିପାରିବ ସାହାରା:ସୁପ୍ରିମକୋର୍ଟ

ଆମ୍ବି ଭ୍ୟାଲି ପରିଚାଳନା କରିପାରିବ ସାହାରା:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୬-୭: ମହାରାଷ୍ଟ୍ରର ଆମ୍ବି ଭ୍ୟାଲି ପ୍ରକଳ୍ପକୁ ପୁଣି ଥରେ ସାହାରା ଗ୍ରୁପ ପରିଚାଳନା କରି ପାରିବ। ଆମ୍ବି ଭ୍ୟାଲି ପ୍ରକଳ୍ପ ନିଲାମ ଲାଗି ନିୟୋଜିତ ହୋଇଥିବା ଲିକ୍ୟୁଡେଟର ଏବଂ ରିସିଭର ହଟାଇବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ସାହାରା ଓକିଲ ବିକାଶ ସିଂ ସୂଚନା ଦେଇଛନ୍ତି।

ତନିଷ୍କ ପକ୍ଷରୁ ନୂଆ ଗୁଲନାଜ କଲେକ୍ସନ

ତନିଷ୍କ ପକ୍ଷରୁ ନୂଆ ଗୁଲନାଜ କଲେକ୍ସନ

ଭୁବନେଶ୍ୱର, ୧୬-୭: ପ୍ରମୁଖ ଗହଣା ବ୍ରାଣ୍ଡ ତନିଷ୍କ ପକ୍ଷରୁ ନୂଆ ଗୁଲନାଜ କଲେକ୍ସନ ବଜାରକୁ ଆସିଛି। ଏହି ନୂଆ କଲେକ୍ସନ ମଧ୍ୟରେ ଆକର୍ଷଣୀୟ ଡିଜାଇନ ରହିଛି। ଗୁଲନାଜ କଲେକ୍ସନରେ ଆକର୍ଷଣୀୟ ହୀରା ଗହଣା ରହିଥିବା ବେଳେ ଉନ୍ମୁକ୍ତ ପୋଲକିର କିଛି ଗହଣା ମଧ୍ୟ ରହିଛି।

Model This Week

ରୂପେଶ