ବାଣିଜ୍ୟ |

ଆନ୍ତଃ ସଂଯୋଗ ନିୟମ ଜାରି କଲା ଟ୍ରାଇ

ଆନ୍ତଃ ସଂଯୋଗ ନିୟମ ଜାରି କଲା ଟ୍ରାଇ

ନୂଆଦିଲ୍ଲୀ, ୨-୧(ପି.ଟି.)
ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀଗୁଡିକ ଲାଗି ଆନ୍ତଃସଂଯୋଗ ନିୟମ ଜାରି କରିଛି। ନେଟଓ୍ବର୍କ ସଂଯୋଗ ସଂକ୍ରାନ୍ତ ଏହି ନିୟମକୁ ବର୍ତ୍ତମାନ ଟ୍ରାଇ କଡାକଡି କରିଛି। ଟ୍ରାଇର ନିର୍ଦ୍ଦେଶମୁତାବକ ଟେଲିକମ୍‌ କମ୍ପାନୀଗୁଡିକ ୩୦ ଦିନ ଧାର୍ଯ୍ୟ ସମୟ ମଧ୍ୟରେ ଆନ୍ତଃ ସଂଯୋଗ ଚୁକ୍ତିରେ ସାମିଲ ହେବେ। ଏହି ଚୁକ୍ତିରେ କୌଣସି ତାରତମ୍ୟ ତଥା ପାର୍ଥକ୍ୟ ରହିବ ନାହିଁ। ଅପର ପକ୍ଷରେ କମ୍ପାନୀଗୁଡିକ ଯଦି କୌଣସି ସର୍ଭିସ ଏରିଆ ଲାଗି ନିୟମ ଉଲଂଘନ କରନ୍ତି ତେବେ ସେମାନଙ୍କ ଉପରେ ଦୈନିକ ଭିତ୍ତିରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯିବ। ବଜାରକୁ ନୂଆ କରି ଆସିଥିବା ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଓ ଘରୋଇ ବଜାରର ଅନ୍ୟ ଟେଲିକମ୍‌ ସଂସ୍ଥାଗୁଡିକ ମଧ୍ୟରେ ଆନ୍ତଃ ସଂଯୋଗ ପ୍ରସଙ୍ଗ ଏବଂ ଅପର୍ଯ୍ୟାପ୍ତ ପୋର୍ଟ ଭଳି ପ୍ରସଙ୍ଗକୁ ନେଇ ବିବାଦ ଉପୁଜିଥିଲା। ଏହା ପରେ ସରକାର ଉକ୍ତ ପ୍ରସଙ୍ଗକୁ ଗୁରୁତର ଭାବେ ନେବା ସହ ଟେଲିକମ୍‌ ଇଣ୍ଟରକନେକ୍ସନ ରେଗ୍ୟୁଲେଶନ ୨୦୧୮ ଆଇନ୍‌ ଆଣିଛନ୍ତି। ଏହା ଫେବୃୟାରୀ ୧ ଠାରୁ ଲାଗୁ କରିବାକୁ ସମୟ ଧାର୍ଯ୍ୟ ହୋଇଛି।
୨୦୧୬ରେ ଜିଓ ବଜାରକୁ ଆସିବା ପରେ ଅନ୍ୟ କମ୍ପାନୀଗୁଡିକୁ ପର୍ଯ୍ୟାପ୍ତ ପରିମାଣର ପଏଣ୍ଟ ଅଫ୍‌ ଇଣ୍ଟରକନେକ୍ଟ ପ୍ରଦାନକରୁ ନ ଥିବା ଅଭିଯୋଗ ଆଣିଥିଲା। ଅନ୍ୟ କମ୍ପାନୀଗୁଡିକ ଇଣ୍ଟରକନେକ୍ଟ ପ୍ରଦାନ କରୁନ ଥିବା ଯୋଗୁ କଲ୍‌ରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ଆସିଥିଲା। ଅପର ପକ୍ଷରେ ଜିଓ ମାଗଣା କଲ୍‌ ସେବା ପ୍ରଦାନ କରିବା ଦ୍ୱାରା ନେଟଓ୍ବର୍କ ଟ୍ରାଫିକ ଭିଡ ରହିଥିଲା ବୋଲି କମ୍ପାନୀଗୁଡିକ ଅଭିଯୋଗ ଆଣିଥିଲେ। ମାତ୍ର ଏହି ଭଳି ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ଟ୍ରାଇ ନୂଆ ଆଇନ ଆଣିଛି। କୌଣସି ଟେଲିକମ୍‌ ସଂସ୍ଥା ଯଦି ଏହାର ଉଲଂଘନ କରନ୍ତି ତେବେ ଦୈନିକ ଭିତ୍ତିରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବେ ବୋଲି ଟ୍ରାଇ ନିର୍ଦ୍ଦେଶରେ ପ୍ରକାଶ କରିଛି।
ଯେଉଁ ସଂସ୍ଥାଗୁଡିକ ଆନ୍ତଃ ସଂଯୋଗ ଲାଗି ପ୍ରସ୍ତାବ ରଖିଥିବେ ତାର ବିଚାର ୫ ଦିନ ମଧ୍ୟରେ ବିଚାର କରିବାକୁ ଟ୍ରାଇ ଏହାର ଡ୍ରାଫ୍ଟ ପେପରରେ ପ୍ରକାଶ କରିଛି। ର୍ପୂବରୁ ଆନ୍ତଃ ସଂଯୋଗ ଲାଗି ୯୦ ଦିନ ସମୟ ରହିଥିଲେ ମଧ୍ୟ ବର୍ତ୍ତମାନ ଏହାକୁ ୩୦ ଦିନକୁ ହ୍ରାସ କରାଯାଇଛି। ଏହା ସହ ଅନ୍ୟ ନିୟମ ଉପରେ ମଧ୍ୟ ଟ୍ରାଇ ଏହାର ପେପରରେ ଉଲ୍ଲେଖ କରିଛି।

All Right Reserved By

ବାଣିଜ୍ୟ |

ବିଳମ୍ବରେ ଚାଲିଛି ୩୮% ଟ୍ରେନ୍‌

ବିଳମ୍ବରେ ଚାଲିଛି ୩୮% ଟ୍ରେନ୍‌

ନୂଆଦିଲ୍ଲୀ, ୧୮-୭(ପି.ଟି): ଗତ ତିନି ମାସରେ ୩୮% ଟ୍ରେନ ବିଳମ୍ବରେ ଚାଲିଛି। ଲୋକସଭାକୁ ଏକ ଲିଖିତ ଉତ୍ତରରେ ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହାଇଁ ଏହା କହିଛନ୍ତି। ବିଳମ୍ବରେ ଚାଲିଥିବା ଟ୍ରେନ ହାର ଏପ୍ରିଲରେ ୩୯%, ମେ ମାସରେ ୪୦% , ଜୁନରେ ୩୫% ରହିଛି। ଗତ ତିନି ମାସରେ ହାରା ହାରି ଏହା ୩୮% ବୋଲି ସେ ସୂଚନା ଦେଇଛନ୍ତି।

୫ ମାସର ସର୍ବନିମ୍ନ ସ୍ତରରେ ସୁନା

୫ ମାସର ସର୍ବନିମ୍ନ ସ୍ତରରେ ସୁନା

ନୂଆଦିଲ୍ଲୀ,୧୮-୭(ପି.ଟି.) ଅନ୍ତର୍ଜାତୀୟ ବଜାର ଦୁର୍ବଳ ରହିବା ସହ ଘରୋଇ ବଜାରରେ ଗହଣା ନିର୍ମାତାଙ୍କ ମଧ୍ୟରେ ଉତ୍ସାହ କମିବା ଫଳରେ ବୁଧବାର ସୁନା ଦର ୫ ମାସର ସର୍ବନିମ୍ନ ସ୍ତରକୁ ଖସିଛି। ୧୦ ଗ୍ରାମ ପିଛା ଏଥିରେ ୨୫୦ ଟଙ୍କା ହ୍ରାସ ଘଟିଛି। ଫଳରେ ଏହା ୩୦,୮୦୦ ଟଙ୍କାକୁ ଖସିଆସିଛି।

ଅଧିକ ବ୍ୟାଙ୍କକୁ ପୁଞ୍ଜି ପ୍ରଦାନ କରିବେ ସରକାର

ଅଧିକ ବ୍ୟାଙ୍କକୁ ପୁଞ୍ଜି ପ୍ରଦାନ କରିବେ ସରକାର

ନୂଆଦିଲ୍ଲୀ, ୧୮-୭(ପି.ଟି): ସରକାର ନିକଟରେ ୫ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ପୁଞ୍ଜି ବ୍ୟବସ୍ଥା କରିବା ପରେ ଅଧିକ ୨ରୁ ୩ ବ୍ୟାଙ୍କକୁ ଏହି ଭଳି ପୁଞ୍ଜି ସହାୟତା ନେଇ ବିଚାର କରୁଛନ୍ତି। ସେପ୍ଟେମ୍ବର ସୁଦ୍ଧା ବ୍ୟାଙ୍କଗୁଡିକୁ ଏହି ପୁଞ୍ଜି ପ୍ରଦାନ ପାଇଁ ଅର୍ଥମନ୍ତ୍ରଣାଳୟ ବିଚାର କରୁଥିବା ଜଣାଯାଇଛି।

ୟୁଆଇଡିଏଆଇର ସ୍ପଷ୍ଟୀକରଣ;ଆଧାର ନମ୍ବରର ବିକଳ୍ପ ଭର୍ଚୁଆଲ୍‌ ଆଇଡି

ୟୁଆଇଡିଏଆଇର ସ୍ପଷ୍ଟୀକରଣ;ଆଧାର ନମ୍ବରର ବିକଳ୍ପ ଭର୍ଚୁଆଲ୍‌ ଆଇଡି

ନୂଆଦିଲ୍ଲୀ,୧୮-୭:ଭର୍ଚୁଆଲ୍‌ ଆଇଡି ଓ ୟୁଆଇଡି ଟୋକନ ୧୨ ଟିକିଆ ଆଧାର ନମ୍ବରଠାରୁ ଭିନ୍ନ। ଏହି ଦୁଇ ବ୍ୟବସ୍ଥା ସଦ୍ୟଭାବେ ଲାଗୁ କରାଯାଇଛି। ଆଧାର ନମ୍ବରର ବିକଳ୍ପ ଭାବେ ଏହା କାର୍ଯ୍ୟ କରିବ। ଯେଉଁ ଯେଉଁ ସ୍ଥାନରେ ଆଧାର ନମ୍ବର ଆବଶ୍ୟକ ହେଉଛି ସେଠାରେ ଲୋକମାନେ ଚାହିଁଲେ ଏହି ଭର୍ଚୁଆଲ୍‌ ଆଇଡି ଓ ୟୁଆଇଡି ଟୋକନ ପ୍ରଦାନ କରି ପାରିବେ। ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ଏହି ଦୁଇ ବ୍ୟବସ୍ଥା ନୂତନ ଭାବେ ପ୍ରଚଳନ କରାଯାଇଛି ବୋଲି ଭାରତୀୟ ଏକକ ପରିଚୟ କର୍ତ୍ତୃପକ୍ଷ(ୟୁଆଇଡିଏଆଇ) ପକ୍ଷରୁ ପ୍ରକାଶ।

ମହଙ୍ଗା ହେବ ଚିନି: ଆଖୁର ଏଫ୍‌ଆର୍‌ପି ୨୭୫ ଟଙ୍କାକୁ ବୃଦ୍ଧି

ମହଙ୍ଗା ହେବ ଚିନି: ଆଖୁର ଏଫ୍‌ଆର୍‌ପି ୨୭୫ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ, ୧୮-୭ ବର୍ତ୍ତମାନ ଆଖୁର କୁଇଣ୍ଟାଲ୍‌ ପିଛା ଫେୟାର ଆଣ୍ଡ୍‌ ରେମ୍ୟୁନୁରେଟିଭ୍‌ ପ୍ରାଇସ୍‌(ଏଫ୍‌ଆର୍‌ପି) ୨୫୫ ଟଙ୍କା ଥିବା ବେଳେ ଏହାକୁ ସରକାର ୨୭୫ ଟଙ୍କାକୁ ବୃଦ୍ଧି କରିଛନ୍ତି। ଅର୍ଥ ସଂକ୍ରାନ୍ତିୟ କ୍ୟାବିନେଟ୍‌ କମିଟି ବୁଧବାର ଏହାକୁ ମଞ୍ଜୁରୀ ପ୍ରଦାନ କରିଛି।

କଗ୍ନିଜାଣ୍ଟକୁ ଇ-ଟିଗୋର ଯୋଗାଇବ ଟାଟା ମୋଟର୍ସ

କଗ୍ନିଜାଣ୍ଟକୁ ଇ-ଟିଗୋର ଯୋଗାଇବ ଟାଟା ମୋଟର୍ସ

ନୂଆଦିଲ୍ଲୀ, ୧୮-୭(ପି.ଟି): ପ୍ରମୁଖ ଯାନ ନିର୍ମାତା କମ୍ପାନୀ ଟାଟା ମୋଟର୍ସ ଆଇଟି କମ୍ପାନୀ କଗ୍ନିଜାଣ୍ଟକୁ ଇ-ଟିଗୋର ମଡେଲ ଯୋଗାଇବ। କଗ୍ନିଜାଣ୍ଟର ହାଇଦ୍ରାବାଦ ସ୍ଥିତ କ୍ୟାମ୍ପସରେ ଉକ୍ତ ମଡେଲଗୁଡିକୁ ନିୟୋଜିତ କରାଯିବ। ଏଥି ଲାଗି କମ୍ପାନୀ ମୋବିଲିଟି ସଲ୍ୟୁଶନ ସଂସ୍ଥା ଭୋଲରକାର୍‌ସ ସହ ମିଳିତ ହୋଇଛି।

ଶକ୍ତି କ୍ଷେତ୍ର ଲାଗି କୋଇଲାର ଅଭାବ ନାହିଁ:ଗୋୟଲ

ଶକ୍ତି କ୍ଷେତ୍ର ଲାଗି କୋଇଲାର ଅଭାବ ନାହିଁ:ଗୋୟଲ

ନୂଆଦିଲ୍ଲୀ, ୧୮-୭(ପି.ଟି): ଘରୋଇ ବଜାରରେ ଶକ୍ତି କ୍ଷେତ୍ର ଲାଗି କୋଇଲାର କୌଣସି ଅଭାବ ନାହିଁ। ଏପ୍ରିଲ-ଜୁନ ତ୍ରୈମାସରେ କୋଇଲା ଭିତ୍ତିକ ଶକ୍ତି ଉତ୍ପାଦନ ୫.୩% ବଢିଛି। ଲୋକସଭାକୁ ଏକ ଲିଖିତ ଉତ୍ତର ଯୋଗେ କୋଇଲା ମନ୍ତ୍ରୀ ପିୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି।

ଜୁନ ସୁଦ୍ଧା ୨୧,୧୪୨ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ରିଫଣ୍ଡ

ଜୁନ ସୁଦ୍ଧା ୨୧,୧୪୨ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ରିଫଣ୍ଡ

ନୂଆଦିଲ୍ଲୀ, ୧୮-୭(ପି.ଟି): ସରକାର ଚଳିତ ଆର୍ଥତ୍କ ବର୍ଷ ଜୁନ ଶେଷ ସୁଦ୍ଧା ୨୧,୧୪୨ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ରିଫଣ୍ଡ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ପରୋକ୍ଷ ଏବଂ ସୀମା ଟିକସ ବୋର୍ଡ( ସିବିଆଇସି) ପକ୍ଷରୁ ରପ୍ତାନୀକାରୀଙ୍କ ଲାଗି ଉକ୍ତ ରିଫଣ୍ଡ ପ୍ରଦାନ କରାଯାଇଥିବା ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସି.ଆର୍‌ ଚୌଧୁରୀ ରାଜ୍ୟ ସଭାକୁ ଲିଖିତ ସୂଚନା ଦେଇଛନ୍ତି।

ଦେଶରେ ୨୧୫ ଡାକଘରେ ପାସ୍‌ପୋର୍ଟ ସେବା କେନ୍ଦ୍ର

ଦେଶରେ ୨୧୫ ଡାକଘରେ ପାସ୍‌ପୋର୍ଟ ସେବା କେନ୍ଦ୍ର

ନୂଆଦିଲ୍ଲୀ, ୧୮-୭(ପି.ଟି): ଦେଶର ବିଭିନ୍ନ ପ୍ରାନ୍ତରେ ରହିଥିବା ୨୧୫ ଡାକଘରେ ବର୍ତ୍ତମାନ ସୁଦ୍ଧା ପାସ୍‌ପୋର୍ଟ ସେବା କେନ୍ଦ୍ର ସ୍ଥାପନ ହୋଇଛି। ଗତ ୪ ବର୍ଷ ମଧ୍ୟରେ ଏହି ସେବା କେନ୍ଦ୍ରଗୁଡିକ ଖୋଲିଛି। ସାଧାରଣ ଲୋକଙ୍କ ନିକଟରେ ଉକ୍ତ ସେବାକୁ ପହଞ୍ଚାଇବା ଲାଗି ସରକାର ବ୍ୟବସ୍ଥା କରିଥିବା ଯୋଗାଯୋଗ ମନ୍ତ୍ରୀ ମନୋଜ ସିହ୍ନା ଲୋକ ସଭାକୁ ସୂଚନା ଦେଇଛନ୍ତି।

ରାଷ୍ଟ୍ରାୟତ୍ତ ଇସ୍ପାତ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ପେନ୍‌ସନ୍‌ ଘୋଷଣା କଲେ ସରକାର

ରାଷ୍ଟ୍ରାୟତ୍ତ ଇସ୍ପାତ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ପେନ୍‌ସନ୍‌ ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୧୮।୭- ସମସ୍ତ ରାଷ୍ଟ୍ରାୟତ୍ତ ଇସ୍ପାତ ଉଦ୍ୟୋଗ ସଂଘର ସଦସ୍ୟଙ୍କ ସହିତ ଅଧିକାରୀ ଏବଂ କର୍ମଚାରୀଙ୍କୁ ମିଳିବ ପେନ୍‌ସନ୍‌। ଏମାନଙ୍କୁ ପେନ୍‌ସନ୍‌ ମିଳିବା ନେଇ ଦିଆଯାଇଥିବା ପ୍ରସ୍ତାବକୁ ଇସ୍ପାତ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଦ୍ୱାରା ୯୪,୦୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟରତ କର୍ମଚାରୀ ଏବଂ ୫୬,୦୦୦ ଅବସରପ୍ରାପ୍ତ କର୍ମଚାରୀ ଉପକୃତ ହେବେ।

ପାସେଞ୍ଜର ଭେହିକିଲ୍‌ ମୂଲ୍ୟରେ ବୃଦ୍ଧି ଆଣିବ ଟାଟା ମୋଟର୍ସ

ପାସେଞ୍ଜର ଭେହିକିଲ୍‌ ମୂଲ୍ୟରେ ବୃଦ୍ଧି ଆଣିବ ଟାଟା ମୋଟର୍ସ

ନୂଆଦିଲ୍ଲୀ,୧୮।୭-ଟାଟା ମୋଟର୍ସ୍‌ ଆସନ୍ତା ଅଗଷ୍ଟରେ ନିଜର ଯାତ୍ରୀବାହୀ ଯାନଗୁଡିକର ମୂଲ୍ୟରେ ୨.୨% ପର୍ଯ୍ୟନ୍ତ ବୃଦ୍ଧି ଆଣିବ। କମ୍ପାନୀ ଚଳିତ ବର୍ଷ ଏପ୍ରିଲରେ ଯାନ ମୂଲ୍ୟରେ ୩% ବୃଦ୍ଧି ଆଣିଥିଲା। ମୂଲ୍ୟରେ ବୃଦ୍ଧି ସୁଦ୍ଧା ଯାନ ବିକ୍ରି ଉପରେ ଏହାର କୌଣସି ପ୍ରଭାବ ପଡି ନ ଥିଲା। କମ୍ପାନୀ ଦର ହ୍ରାସ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛି।

ସ୍ବଦେଶୀ ଖଦି, ଫ୍ରୋଜେନ୍‌ ପନିପରିବା ବିକିବ ପତଞ୍ଜଳି

ସ୍ବଦେଶୀ ଖଦି, ଫ୍ରୋଜେନ୍‌ ପନିପରିବା ବିକିବ ପତଞ୍ଜଳି

ନୂଆଦିଲ୍ଲୀ,୧୮।୭-ଏଫ୍‌ଏମ୍‌ସିଜି ବଜାରରେ ନିଜର କାୟା ବିସ୍ତାର ପରେ ଟେଲିକମ୍‌ ସେକ୍ଟରକୁ ପ୍ରବେଶ କରିଥିଲା ବାବା ରାମଦେବଙ୍କ ପତଞ୍ଜଳି। ୧୦,୦୦୦ କୋଟି ଟଙ୍କାର ନିବେଶ ସହିତ ବର୍ତ୍ତମାନ ପନିପରିବା ଏବଂ ଖଦି ବଜାରରେ ପ୍ରବେଶ କରିବାକୁ ଯାଉଛି ଉକ୍ତ କମ୍ପାନୀ।

Model This Week

ରୂପେଶ