ବାଲେଶ୍ୱର

‘ସ୍ବାଦରେ ନିଆରା ଝିଲ୍‌ସାଗର’

‘ସ୍ବାଦରେ ନିଆରା ଝିଲ୍‌ସାଗର’
ବାସୁଦେବପୁର,୨।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଜିଲାପି ପରି ଝିଲ୍‌ସାଗର ମିଠାର ଚାହିଦା ନିଆରା। ଏହାର ସ୍ବାଦ ମଧୁର। ଝିଲ୍‌ସାଗର କିଲୋ ପିଛା ୧୦୦ଟଙ୍କାରେ ବିକ୍ରି ହେଉଛି। ସ୍ଥାନୀୟ ଅଞ୍ଚଳର ଗ୍ରାହକଙ୍କ ସମେତ ବାହାରୁ ଆସୁଥିବା ଲୋକେ ଆଗ୍ରହର ସହ ଏହି ମିଠା କିଣି ନେଇଥାନ୍ତି। ରସଗୋଲା ହେଉ କି ଛେନା ମୁଡକି, ପୋଡ ହେଉକି ଛେନା ଜାତୀୟ ବିଭିନ୍ନ ମିଠା ଏଠାରେ ପ୍ରସ୍ତୁତ କରାଯାଇଥାଏ। ତେବେ ଝିଲ୍‌ସାଗର ଏହି ଅଞ୍ଚଳର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବାସୁଦେବପୁର ଜିଲାର ଏକ ପୁରାତନ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ। ବିଭିନ୍ନ କିସମର ମିଠା ପ୍ରସ୍ତୁତିରେ ଏହି ଅଞ୍ଚଳ ଅନ୍ୟ ସ୍ଥାନ ଅପେକ୍ଷା ଅଧିକ ଚର୍ଚ୍ଚାରେ ରହିଆସିଛି। ଝିଲ୍‌ସାଗର ମିଠା ଅଧିକ ଲୋକପ୍ରିୟ ହେବା ସମ୍ପର୍କରେ ସ୍ଥାନୀୟ ବ୍ଲକ ରୋଡରେ ଥିବା ଏକ ମିଷ୍ଟାନ୍ନ ଭଣ୍ଡାରର କାରିଗର ପର୍ଶୁରାମ ଅଗସ୍ତୀ କହନ୍ତି, ଏହି ମିଠାର ପ୍ରସ୍ତୁତି ଏକ ଭିନ୍ନ ଢଙ୍ଗରେ ହୋଇଥାଏ। ପ୍ରଥମେ ବିରିକୁ ବତୁରା ଯାଇ ତାକୁ ଗ୍ରାଇଣ୍ଡିଂ କରି ମଇଦା ସହିତ ମିଶାଇ ଫେଣ୍ଟାଯାଏ । ପରେ ଏହାକୁ ପାଗ ଦିଆଯାଏ । ଏହି ତରଳ ମିଶ୍ରଣ ସାମଗ୍ରୀକୁ କାରିଗର ଛୋଟ ପଲିଥିନରେ ପୂରାଇଥାନ୍ତି । ପଲିଥିନର ତଳ ଅଂଶରେ ଏକ କଣା କରାଯାଇ ଉପରପଟୁ ହାତରେ ପଲିଥିନ୍‌କୁ ଚାପ ଦେଲେ ତାହା ପତଳା ହୋଇ ତେଲ କରେଇରେ ଝିଲ୍‌ସାଗର ରୂପ ନେଇଥାଏ । ଏହାକୁ ସାମାନ୍ୟ ଶିରାଭର୍ତ୍ତି କରେଇରେ ପକାଯାଇ ପୁଣି କଢାଯାଇଥାଏ । ଦୋକାନରେ ଝିଲ୍‌ସାଗର କିଣିବା ପାଇଁ ଏଠି ପ୍ରତ୍ୟହ ଗ୍ରାହକଙ୍କ ଭିଡ ଜମୁଛି । ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ୩୦ରୁ ୪୦ କିଲୋ ପର୍ଯ୍ୟନ୍ତ ଏହି ମିଠା ବିକ୍ରି ହେଉଛି। ଏହା ସ୍ବାଦିଷ୍ଟ ହୋଇଥିବାରୁ ଗ୍ରାହକଙ୍କ ଆଗ୍ରହ ବଢୁଥିବା ଦୋକାନ ମାଲିକମାନେ କହୁଛନ୍ତି । ଝିଲ୍‌ସାଗର ମିଠାର ସ୍ବାଦ ମଧୁର ଓ ଏହା ନିଆରା ହୋଇଥିବାରୁ ଅନେକ ଗ୍ରାହକ ଏହାକୁ ନିୟମିତ ଭାବେ ଘରକୁ କିଣି ନେଇଥାନ୍ତି ବୋଲି ସୌରଭ କୁମାର ମହାନ୍ତି ନାମକ ଜଣେ ଗ୍ରାହକ କହିଛନ୍ତି । ସୋମବାର ନୂଆବର୍ଷ ଦିନ ଏଠାରେ ୧କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଝିଲ୍‌ସାଗର ବିକ୍ରି ହୋଇଛି। ବିଭିନ୍ନ ଦୋକାନୀ ମଧ୍ୟ ଏହି ମିଠା ପ୍ରସ୍ତୁତ କରୁଛନ୍ତି।
All Right Reserved By

ବାଲେଶ୍ୱର

ଚୋରା କାଠ ସହ ଭ୍ୟାନ ଜବତ

ଚୋରା କାଠ ସହ ଭ୍ୟାନ ଜବତ

କେନ୍ଦୁଝର, ୧୮।୧୦ (ସ୍ବ.ପ୍ର.)- କେନ୍ଦୁଝର ଜିଲା ଭୂୟାଁ ଓ ଜୁଆଙ୍ଗ ପୀଢ଼ ରେଞ୍ଜର ବନ ବିଭାଗ କର୍ମଚାରୀମାନେ ବୁଧବାର ରାତିରେ କାଠ ଚୋରା ଚାଲାଣ ହେଉଥିବା ଏକ ଭ୍ୟାନକୁ ଜବତ କରିଛି। 

ମଇଁଷାପଟା ମା’ଙ୍କ ପୀଠ ହେଲା ରକ୍ତ ରଞ୍ଜିତ: କଟକଣା ସତ୍ତ୍ୱେ ପଡ଼ିଲା ୧୨ ବୋଦା ବଳୀ

ମଇଁଷାପଟା ମା’ଙ୍କ ପୀଠ ହେଲା ରକ୍ତ ରଞ୍ଜିତ: କଟକଣା ସତ୍ତ୍ୱେ ପଡ଼ିଲା ୧୨ ବୋଦା ବଳୀ

ବାହାନଗା, ୧୮।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଲକ ମଇଁଷାପଟା ଗ୍ରାମରେ ମା’ ଦୁର୍ଗାଙ୍କ ପୀଠ ହେଲା ରକ୍ତ ରଞ୍ଜିତ। ଆଜି ଥିଲା ପବିତ୍ର ମହାନବମୀ ଏହି ଅବସରରେ ମା’ଙ୍କ ଠାରେ ୧୨ଟି ବୋଦା ବଳୀ ପକାଗଲା। ୭ ବୋଦାଙ୍କୁ ମା’ଙ୍କ ଉଦ୍ଦେଶ୍ୟରେ ବରଣୀ କରାଯାଇ ପାଣି ବୁଲାଇ ଛଡ଼ାଗଲା। କେଉଁ ଆବାହନ କାଳରୁ ମଇଁଷାପଟା ଗ୍ରାମରେ ମା’ଙ୍କ ପୂଜା ହୋଇଆସୁଥିବାବେଳେ ସେଠାରେ ନବମୀରେ ବୋଦାବଳୀ ପ୍ରଥା ରହିଆସିଛି। 

ମା’ଙ୍କୁ ଜୀବନରୁ ମାରିଦେବା ଉଦ୍ୟମ : ପୁଅ ଗିରଫ

ମା’ଙ୍କୁ ଜୀବନରୁ ମାରିଦେବା ଉଦ୍ୟମ : ପୁଅ ଗିରଫ

ପାଟଣା,୧୮।୧୦(ସ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ମଙ୍ଗଳପୁର ଗ୍ରାମର ଜଣେ ୩୫ ବର୍ଷୀୟ ଯୁବକଙ୍କୁ ପାଟଣା ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଉଛନ୍ତି ସୁଧୀର ରାଉତଙ୍କ ପୁଅ ସୁବ୍ରତ ରାଉତ। ସୁବ୍ରତ ମା’ ସୁମତୀଙ୍କର ଅଭିଯୋଗକୁ ଭିତ୍ତି କରି ସୁବ୍ରତଙ୍କୁ ଗିରିଫ କରାଯାଇଛି।

୪ ପୂଜାମଣ୍ଡପରେ ଚାଲିଛି ଧୂମ୍‌ଧାମ୍‌ ପୂଜା

୪ ପୂଜାମଣ୍ଡପରେ ଚାଲିଛି ଧୂମ୍‌ଧାମ୍‌ ପୂଜା

ବସ୍ତା,୧୮।୧୦(ସ୍ବ.ପ୍ର.)-ବାତ୍ୟା ତିତ୍‌ଲି ପ୍ରଭାବରେ ବସ୍ତା ବ୍ଲକରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଥିବା ବେଳେ ଦୁର୍ଗତୀ ନାଶିନୀ ମା’ ଦୂର୍ଗାଙ୍କ ପୂଜା ଉପରେ କିଛି ଫରକ ପଡିନାହିଁ। ସ୍ଥାନୀୟ ବସ୍ତା ଅଞ୍ଚଳରେ ୪ ପୂଜାମଣ୍ଡପରେ ମା ଦୂର୍ଗାଙ୍କର ମହାଡ଼ମ୍ବରରେ ପୂଜା ଚାଲିଥିବାବେଳେ ବାଣେଶ୍ୱର ମନ୍ଦିର ପାଖରେ ସ୍ବତନ୍ତ୍ର ଭାବେ ନିଆରା ଢଙ୍ଗରେ ହର ପାର୍ବତୀ ରୂପରେ ପୂଜା ପାଉଛନ୍ତି। 

ଶୂଳିଆପଦାରେ ୫୮ତମ ନବରାତ୍ର ପୂଜା ଉତ୍ସବ

ଶୂଳିଆପଦାରେ ୫୮ତମ ନବରାତ୍ର ପୂଜା ଉତ୍ସବ

କୋଷ୍ଠା, ୧୮।୧୦-ମୟୂରଭଞ୍ଜ ଜିଲା କୋଷ୍ଠା ଅଞ୍ଚଳରେ ୫୮ ବର୍ଷ ହେଲା ଦୁର୍ଗା ପୂଜାରେ ପଦାର୍ପଣ କରିଛି। ଚଳିତ ବର୍ଷ ପୂଜା କମିଟିର ସଭାପତି ସମୀରଣ ସିଂ, ସମ୍ପାଦକ ଇନ୍ଦ୍ର ନୀଳମଣି ଦତ୍ତ ପ୍ରମୁଖଙ୍କ ସହିତ ପୂଜା କମିଟିର ଅନ୍ୟାନ୍ୟ ସଦସ୍ୟ ମାନଙ୍କର ଅଦମ୍ୟ ପରିଶ୍ରମ, ନିଷ୍ଠା ବଳରେ ପୂଜା କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହୋଇ ଆସୁଛି। ଏଠାରେ ଆମୋଦପ୍ରମୋଦ ଅପେକ୍ଷା ପୂଜା ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ। ଚଳିତ ବର୍ଷ ଏଠାରେ ଶୁଭ ମଙ୍ଗଳ ଯାତ୍ରା ୨ଦିନ ପାଇଁ ମଞ୍ଚସ୍ଥ ହେବାର ସ୍ଥିର ହୋଇଛି। 

ଝଲସୁଛି ପୂଜା ମଣ୍ଡପ, ସବୁଠି ଭକ୍ତଙ୍କ ଗହଳି

ଝଲସୁଛି ପୂଜା ମଣ୍ଡପ, ସବୁଠି ଭକ୍ତଙ୍କ ଗହଳି

ଔପଦା,୧୮।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ଔପଦା ବ୍ଲକର ପୁରପଲ୍ଲୀ ପାର୍ବଣ ପାଇଁ ଉତ୍ସବ ମୁଖର ହୋଇଉଠିଛି। ୫୩ବର୍ଷରେ ପଦାର୍ପଣ କରିଥିବା ଔପଦା ବ୍ଲକ ସଦର ବଜାର ପୂଜାମଣ୍ଡପରେ ପାରମ୍ପରିକ ରୀତିରେ ଏବର୍ଷ ମା’ଙ୍କୁ ଆବାହନ କରାଯାଇ   ପୂଜା କରାଯାଉଛି। ଆକର୍ଷଣୀୟ ତୋରଣ ଓ ବଦ୍ୟୁତ୍‌ ଆଲୋକରେ ଝଲସୁଛି ପୂଜା ମଣ୍ଡପ । ଚଳିତବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାବଣପୋଡ଼ି ଅନୁଷ୍ଠିତ ହେବ । 

ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ର ସମ୍ବର୍ଦ୍ଧିତ

ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ର ସମ୍ବର୍ଦ୍ଧିତ

ବାଲେଶ୍ୱର ଅଫିସ, ୧୮।୧୦- ବାଲେଶ୍ୱର ଜିଲାରେ ‘ଭଲ କବିତାର ଖୋଜ’ର ୬୬ତମ କବିତା ଆସର ଗୁରୁବାର ପୂର୍ବାହ୍ନରେ ଏକ ଘରୋଇ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସୋନପୁରର ଦୁଇ ଯୁବ ସ୍ରଷ୍ଟା ଶୁଭଲକ୍ଷ୍ମୀ ଦାସ ଏବଂ କ୍ଷୀରୋଦ ବିହାରୀ ବିଶ୍ୱାଳ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଗୀତିକାର ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ର, ଗାଳ୍ପିକ ଅଞ୍ଜନ ଚାନ୍ଦ ଓ କବି ରଞ୍ଜନ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

ପାଇକ ଆଖଡା ଖେଳରେ କମ୍ପିଲା ରେମୁଣା: ଖେଳ ପ୍ରଦର୍ଶନ କଲେ ୧୩

ପାଇକ ଆଖଡା ଖେଳରେ କମ୍ପିଲା ରେମୁଣା: ଖେଳ ପ୍ରଦର୍ଶନ କଲେ ୧୩

ରେମୁଣା,୧୮। ୧୦ - ପ୍ରତି ବର୍ଷପରି ପାରମ୍ପାରିକ ପାଇକ ଆଖଡା ଖେଳ ପ୍ରଦର୍ଶନ ହୋଇଛିା ପ୍ରତି ବର୍ଷପରି ପାରମ୍ପାରିକ ପାଇକ ଆଖଡା ଖେଳ ପ୍ରଦର୍ଶନ ହୋଇଥିଲା।  ବାଦ୍ୟର ତାଳରେ ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ସହିତ ମନ୍ଦାରପୁରର ୨ଟି ଖେଳ ସହିତ ମହାବୀର ଜିମ୍ନାସିୟମ, ଅଠାନ୍ତର, ହରିପୁର, ମାଧିପୁର, କଁରାଳୀ, ନାଲାପାଟଣା, ନିଅଁ। ବାଗ, ବଙ୍ଗାଳୀସାହି, ବିଦ୍ୟାଧରପୁର, କଁଅରପୁର, ଗନିପୁର ବାଲିଗୋହିରୀ ପ୍ରଭୃତି୧୩ଟି ଦଳ ଚିତାକାର୍ଷକ ଖେଳ ପ୍ରଦର୍ଶନ କରିଥିଲେ।  ପ୍ରକମ୍ପିତ ହୋଇ ଉଠିଥିଲା ରେମୁଣା।  ହଜାର ହଜାର ଲୋକ ଖେଳକୁ ମନଭରି ଉପଭୋଗ କରିଥିଲେ।  ଅପରାହ୍ଣରୁ ଦଳ ଦଳ ହୋଇ ଆଖଡା ଦଳ ବଜାର ମଧ୍ୟକୁ ପ୍ରବେଶ କରିଥିଲେ।   

ମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼

ମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭଣ୍ଡାରିପୋଖରୀ,୧୮।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ଜଳମଣ୍ଡୁଆ ପଞ୍ଚାୟତର ଭଗିବିନ୍ଧା, ତାଳସିଠା, ନିର୍ଗୁଣ୍ଡି ପଞ୍ଚାୟତର ନିର୍ଗୁଣ୍ଡି, ବଡ଼ଦାଣ୍ଡ ହାଟସାହି, କୁଣ୍ଡସାହି, ନାଗାପାଳ, ନଗୁଁଆ ପଞ୍ଚାୟତର ପାହିମହୁରା, ସରସଦା, ଭଣ୍ଡାରିପୋଖରୀ, ମଞ୍ଜୁରିରୋଡଠାରେ ବୁଧବାର ମହାଷ୍ଟମୀ ପୂଜାରେ ଶ୍ରଦ୍ଧାଳୁଙ୍କ ବେଶ୍‌ ଭିଡ଼ ଜମିଥିଲା।

ଚକଡ଼ା ପୋକ ଯୋଗୁ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଚକଡ଼ା ପୋକ ଯୋଗୁ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ମୋରଡା, ୧୮।୧୦ (ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକ  ମୋରଡା ପଞ୍ଚାୟତରେ ପାଚିଲା ଧାନରେ ପୋକ ଯୋଗୁ ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି। ଧାର କରଜ କରି ଚାଷୀମାନେ ଚାଷ କରୁଛନ୍ତି। ଉଜୁଡି ଯିବା ଫସଲକୁ ଦେଖି ସେମାନେ ଭାଙ୍ଗି ପଡ଼ିଥିବା ଚାଷୀ ଅଭିଯୋଗ କରିଛନ୍ତି । ଗତବର୍ଷ ଏବଂ ଏହି ବର୍ଷ ଝାଡ଼ଖଣ୍ଡୀ ହାତୀ ପଲ ଯୋଗୁଁ ମୋରଡା ବ୍ଲକର ଅଧିକାଂଶ ଚାଷ ଜମି ନଷ୍ଟ ହୋଇଛି ।

ଚରମ୍ପା ସ୍କୁଲ ରୋଡ ପୂଜା ମଣ୍ଡପରେ ଭିଡ଼

ଚରମ୍ପା ସ୍କୁଲ ରୋଡ ପୂଜା ମଣ୍ଡପରେ ଭିଡ଼

ଭଦ୍ରକ ଅଫିସ, ୧୮।୧୦- ସାର୍ବଜନୀନ ପୂଜାକୁ ନେଇ ଭଦ୍ରକ ସହର ସମେତ ଜିଲାର ପୁରପଲ୍ଲୀ ଉତ୍ସବମୁଖର ହୋଇ ଉଠିଛି। ତିତ୍‌ଲି ବାତ୍ୟା ପ୍ରଭାବ ଜନିତ  ଲଗାଣ ବର୍ଷା ଓ ବନ୍ୟା ପରେ ପାଗ ବଦଳିବାରୁ ସ୍ଥିତିରେ ଆସିଛି ପରିବର୍ତ୍ତନ । 

୧୨ ମଣ୍ଡପରେ ପୂଜା ପାଉଛନ୍ତି ମା’

୧୨ ମଣ୍ଡପରେ ପୂଜା ପାଉଛନ୍ତି ମା’

ବନ୍ତ,୧୮।୧୦(ସ୍ବ.ପ୍ର..)-ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ଥାନା ଅଧୀନ ବଜାର ଓ ଗ୍ରାମାଞ୍ଚଳରେ ୧୨ ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୋଇଛି। ଦୀର୍ଘ ୨୨ ବର୍ଷ ଧରି ପାରାବନ୍ଧ ବଜାରରେ ପୂଜା କମିଟି ପକ୍ଷରୁ ଏଥର ମଧ୍ୟ ରାବଣପୋଡି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଚାର୍ଯ୍ୟ ଭାବେ ପଣ୍ଡିତ ଭଗବାନ ପତି, ପୁସ୍ତକାଚାର୍ଯ୍ୟ ଭାବେ ନାରାୟଣ ପଣ୍ଡା ଓ ଗୋପିନାଥ ତ୍ରିପାଠୀ ଚଣ୍ଡୀ ବ୍ରାହ୍ମଣ ଭାବେ ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଉଛନ୍ତି।