ବାଣିଜ୍ୟ |

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ପ୍ରସ୍ତାବର ବିଚାର ହୋଇନି: ଶୁକ୍ଳା

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ପ୍ରସ୍ତାବର ବିଚାର ହୋଇନି: ଶୁକ୍ଳା
ନୂଆଦିଲ୍ଲୀ, ୨-୧(ପି.ଟି.) ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣ ସଂକ୍ରାନ୍ତ ପ୍ରସ୍ତାବ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସେହିଭଳି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣ ଲାଗି ଥିବା ପ୍ରସ୍ତାବର ମଞ୍ଜୁରୀ ଲାଗି ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରସ୍ତାବ ଶୁକ୍ଳା ରାଜ୍ୟ ସଭାକୁ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। ବ୍ୟାଙ୍କିଂ କମ୍ପାନୀଜ୍‌ ( ଆକ୍ୟୁଜିଶନ ଆଣ୍ଡ ଟ୍ରାନ୍ସଫର ଅଫ୍‌ ଅଣ୍ଡରଟେକିଂ) ଆକ୍ଟ ୧୯୭୦ ଏବଂ ୧୯୮୦ ଅନୁସାରେ ସରକାର ଆର୍‌ବିଆଇ ସହ ପରାମର୍ଶ କ୍ରମେ କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଅନ୍ୟ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କିମ୍ବା ବ୍ୟାଙ୍କିଂ ପ୍ରତିଷ୍ଠାନ ସହ ମିଶ୍ରଣ ଲାଗି ପକ୍ଷକ୍ଷେପ ଗ୍ରହଣ କରିପାରିବେ। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ଲାଗି ସରକାର ଅଗଷ୍ଟରେ ବିକଳ୍ପ ବ୍ୟବସ୍ଥା( ଏଏମ୍‌)କୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଏଥି ସଂକ୍ରାନ୍ତ ବିଭିନ୍ନ ପ୍ରସ୍ତାବ ଉପରେ ବିଚାର ଲାଗି ନଭେମ୍ବରରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା। ବିଭିନ୍ନ ପ୍ରସ୍ତାବ ଉପରେ ଆଧାରିତ ରିପୋର୍ଟକୁ କମିଟି ଅନୁଧ୍ୟାନ କରିବାର ବ୍ୟବସ୍ଥା କରାଯାଇଥିଲା। ଏ ନେଇ ବିଭିନ୍ନ ତର୍ଜମା କରିବା ସହ ପ୍ରତି ତିନିମାସରେ ଏଥି ସଂକ୍ରାନ୍ତ ରିପୋର୍ଟକୁ କ୍ୟାବିନେଟକୁ ପଠାଇବାର ବ୍ୟବସ୍ଥା ହୋଇଛି। ଗତ ବର୍ଷ ଷ୍ଟେଟ ବ୍ୟାଙ୍କର ୫ ସହଯୋଗୀ ବ୍ୟାଙ୍କ ସହ ଭାରତୀୟ ମହିଳା ବ୍ୟାଙ୍କ ମିଶ୍ରଣ ହୋଇଥିଲା। ଏହା ପରେ ଏସବିଆଇ ବିଶ୍ୱର ପ୍ରମୁଖ ୫୦ ବ୍ୟାଙ୍କ ମଧ୍ୟରେ ସାମିଲ ହୋଇ ପାରିଛି। ବ୍ୟାଙ୍କରେ ବର୍ତ୍ତମାନ ୩୭ କୋଟି ଗ୍ରାହକ ରହିଥିବା ବେଳେ ୨୪,୦୦୦ ଶାଖା ତଥା ୫୯ ହଜାର ନେଟଓ୍ବର୍କ ସହ ଏହା କାର୍ଯ୍ୟ କରୁଛି। ଏହା ସହ ବ୍ୟାଙ୍କର ଜମା ପରିମାଣ ବର୍ତ୍ତମାନ ୨୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିଛି।
All Right Reserved By

ବାଣିଜ୍ୟ |

ଭାରତରେ ପୁରୁଷମାନେ ବେଶି ମୋବାଇଲ୍‌ ବ୍ୟବହାର କରୁଛନ୍ତି

ଭାରତରେ ପୁରୁଷମାନେ ବେଶି ମୋବାଇଲ୍‌ ବ୍ୟବହାର କରୁଛନ୍ତି

ନୂଆଦିଲ୍ଲୀ, ୨୪-୯(ପି.ଟି.):  ଭାରତରେ ନାରୀମାନଙ୍କ ତୁଳନାରେ ପୁରୁଷମାନେ ଅଧିକ ସଂଖ୍ୟାରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଟେଲିକମ୍ୟୁନିକେଶନ ବିଭାଗ ଯେଉଁ ତଥ୍ୟ ଦେଇଛି ସେଥିରୁ ଜଣାପଡିଛି, ଦେଶରେ ବର୍ତ୍ତମାନ ପ୍ରାୟ ୯୯ କୋଟି ମୋବାଇଲ୍‌ ଉପଭୋକ୍ତା ଅଛନ୍ତି। 

”ମୋଦି କେୟାର ନୁହେଁ ଦରିଦ୍ର ନାରାୟଣ ସେବା“

”ମୋଦି କେୟାର ନୁହେଁ ଦରିଦ୍ର ନାରାୟଣ ସେବା“

ରାଞ୍ଚତ୍,୨୪-୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏଠାରେ ବିଶ୍ୱର ସର୍ବବୃହତ ସ୍ବାସ୍ଥ୍ୟ ସେବା ଯୋଗାଣକାରୀ ଯୋଜନା ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ପିଏମ୍‌ଜେଏଓ୍ବାଇ) ନାମରେ ନାମିତ ଏହି ଫ୍ଲାଗଶିପ୍‌ ସ୍କିମ୍‌ ଜରିଆରେ ସହରଠାରୁ ଆରମ୍ଭ 

ଟଙ୍କାକୁ ଧ୍ୟାନରେ ରଖି ଆମଦାନୀ ଉପରେ କଟକଣା ଲଗାଯିବ: ଗର୍ଗ

ଟଙ୍କାକୁ ଧ୍ୟାନରେ ରଖି ଆମଦାନୀ ଉପରେ କଟକଣା ଲଗାଯିବ: ଗର୍ଗ

ନୂଆଦିଲ୍ଲୀ,୨୪-୯: କେନ୍ଦ୍ର ସରକାର ଅଣ-ଜରୁରୀ ସାମଗ୍ରୀର ଆମଦାନୀରେ କଟକଣା ଲଗାଇବାକୁ ଯାଉଛନ୍ତି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ବିଭିନ୍ନ ବିକଳ୍ପ ଉପରେ ବିଚାର ଚାଲିଛି ବୋଲି ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି। ଡଲାର ବିନିମୟରେ ଟଙ୍କାର ମୂଲ୍ୟକୁ 

୯ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସମ୍ପତ୍ତି ବିକିବେ ସରକାର

୯ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସମ୍ପତ୍ତି ବିକିବେ ସରକାର

ନୂଆଦିଲ୍ଲୀ,୨୪-୯: କେନ୍ଦ୍ର ସରକାର ୯ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସମ୍ପତ୍ତି ବିକ୍ରି କରିବାକୁ ଯାଉଛନ୍ତି। ସେମାନଙ୍କର ଜମି ଓ ଅନ୍ୟ ସମ୍ପତ୍ତିକୁ ବିକ୍ରି କରାଯିବ। ମୋଟ୍‌ ୨୪ ଉଦ୍ୟୋଗକୁ ରଣନୈତିକ ଦୃଷ୍ଟିକୋଣରୁ ବିକ୍ରି କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଏମ୍‌ଏସପି ବୃଦ୍ଧିରୁ ସୁନା ଚାହିଦା ୨୫% ବଢ଼ିବ

ଏମ୍‌ଏସପି ବୃଦ୍ଧିରୁ ସୁନା ଚାହିଦା ୨୫% ବଢ଼ିବ

ନୂଆଦିଲ୍ଲୀ,୨୪-୯: ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ଅଧିକ ମୂଲ୍ୟ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହାର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। ଏହି କାରଣରୁ ଚଳିତ ବର୍ଷର ଦ୍ୱିତୀୟାର୍ଦ୍ଧରେ ସୁନା ଚାହିଦା ପ୍ରାୟ ୨୫% ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି।

କୋମଲ ଲାହିରୀ ହ୍ବାଟ୍ସଆପ୍‌ର ଭାରତ ଲାଗି ଗ୍ରିଭାନ୍ସ ଅଫିସର

କୋମଲ ଲାହିରୀ ହ୍ବାଟ୍ସଆପ୍‌ର ଭାରତ ଲାଗି ଗ୍ରିଭାନ୍ସ ଅଫିସର

ନୂଆଦିଲ୍ଲୀ,୨୪-୯: ଶେଷରେ କେନ୍ଦ୍ର ସରକାରଙ୍କ ଚାପ ଆଗରେ ମୁଣ୍ଡ ନୁଆଇ ହ୍ବାଟ୍ସଆପ୍‌ କୋମଲ ଲାହିରୀଙ୍କୁ ଭାରତ ଲାଗି ଏହାର ଗ୍ରିଭାନ୍ସ ଅଫିସର ନିଯୁକ୍ତ କରିଛି। ମିଥ୍ୟା ବାର୍ତ୍ତାକୁ ରୋକିବା ଲାଗି ପଦକ୍ଷେପ ନେଉ ବୋଲି କେନ୍ଦ୍ର ସରକାର ଦାବି କରିବା ପରେ ଫେସବୁକ୍‌ ଅଧୀନସ୍ଥ 

ବଜାରରେ ଟାଟା ଟିଆଗୋ ଏନ୍‌ଆର୍‌ଜି

ବଜାରରେ ଟାଟା ଟିଆଗୋ ଏନ୍‌ଆର୍‌ଜି

ଭୁବନେଶ୍ୱର,୨୪-୯: ଟାଟା ମୋଟର୍ସ ଲିମିଟେଡ ପକ୍ଷରୁ ଓଡିଶା ବଜାରକୁ ଆସିଛି ନୂଆ ଟିଆଗୋ ଏନ୍‌ଆର୍‌ଜି। ସ୍ଥାନୀୟ ଏକ ହୋଟେଲରେ ଏହି ମଡେଲକୁ ଉନ୍ମୋଚନ କରାଯାଇଛି। କମ୍ପାନୀର ଆଞ୍ଚଳିକ ସେଲସ ପ୍ରବନ୍ଧକ ଶିଶିର ଶ୍ରୀବାସ୍ତବ, ଆଞ୍ଚଳିକ ସର୍ଭିସ ପ୍ରବନ୍ଧକ ରମେଶ

ବ୍ରିଜା ମଡେଲର ଡେଲିଭରି ଦେଲା ମାରୁତି ସୁଜୁକି

ବ୍ରିଜା ମଡେଲର ଡେଲିଭରି ଦେଲା ମାରୁତି ସୁଜୁକି

ଭୁବନେଶ୍ୱର,୨୪-୯: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ଭୁବନେଶ୍ୱରଠାରେ ଏହାର ଲୋକପ୍ରିୟ କମ୍ପାକ୍ଟ ଏସ୍‌ୟୁଭି ମଡେଲ ଭିଟାରା ବ୍ରିଜାର ମେଗା ଡେଲିଭରି ଉତ୍ସବ ଅନୁଷ୍ଠିତ କରାଯାଇଛି। ସ୍ଥାନୀୟ ହୋଟେଲରେ ଏ ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏନ୍‌ଟିଏସ୍‌ଇରେ ଫିଟ୍‌ଜୀ ଛାତ୍ରୀଛାତ୍ରଙ୍କ ସଫଳତା

ଏନ୍‌ଟିଏସ୍‌ଇରେ ଫିଟ୍‌ଜୀ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୨୪-୯: ଏନ୍‌ସିଇଆର୍‌ଟି ଦ୍ୱାରା ପରିଚାଳିତ ଏନ୍‌ଟିଏସ୍‌ଇ ୨୦୧୮ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ଫିଟ୍‌ଜୀ କଟକ ଏବଂ ଭୁବନେଶ୍ୱର ସେଣ୍ଟରର ମୋଟ୍‌ ୩୯ଜଣ ଛାତ୍ରୀଛାତ୍ର ସଫଳ ହୋଇଛନ୍ତି। ଏନ୍‌ଟିଏସ୍‌ଇ ପ୍ରଥମ ପର୍ଯ୍ୟାୟ ପରିକ୍ଷା ନଭେମ୍ବର ୨୦୧୭ ଏବଂ ଦ୍ୱିତୀୟ 

ଇପିଏଫଓରେ ଆଧାର କେୱାଇସି ୩୦ ସେପ୍ଟେମ୍ବର ସୁଦ୍ଧା ଅନିବାର୍ଯ୍ୟ

ଇପିଏଫଓରେ ଆଧାର କେୱାଇସି ୩୦ ସେପ୍ଟେମ୍ବର ସୁଦ୍ଧା ଅନିବାର୍ଯ୍ୟ

ଭୁବନେଶ୍ୱର : ଇପିଏଫଓରେ ଆଧାର କେୱାଇସି ସଂଯୋଗ ସେପ୍ଟେମ୍ବର ୩୦ ତାରିଖ ୨୦୧୮ ସୁଦ୍ଧା କରାଇବା ଅନିବାର୍ଯ୍ୟ ।

ଆଉ ଏକ ଆର୍ଥିକ ସଙ୍କଟ ଆଡକୁ ମୁହଁ।ଉଛି ବିଶ୍ୱ

ଆଉ ଏକ ଆର୍ଥିକ ସଙ୍କଟ ଆଡକୁ ମୁହଁ।ଉଛି ବିଶ୍ୱ

ନୂଆଦିଲ୍ଲୀ,୨୩-୯: ଆମେରିକାସ୍ଥିତ ନିବେଶକାରୀ ବ୍ୟାଙ୍କ ଲେହମାନ ବ୍ରଦର୍ସ ଭୁଶୁଡି ପଡ଼ିବା ପରେ ୨୦୦୮ରେ ବିଶ୍ୱରେ ଆର୍ଥିକ ସଙ୍କଟ ଦେଖାଦେଇଥିଲା। ଏହାର ଠିକ୍‌ ୧୦ ବର୍ଷ ପରେ ଏଭଳି ଆଉ ଏକ ଆର୍ଥିକ ସଙ୍କଟ ଆଡ଼କୁ ବିଶ୍ୱ ମୁହାଁଉଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସିଏଡି ବଢ଼ାଉଛନ୍ତି ୧୦ କୋଟି ଧନୀ

ସିଏଡି ବଢ଼ାଉଛନ୍ତି ୧୦ କୋଟି ଧନୀ

ନୂଆଦିଲ୍ଲୀ,୨୩-୯: ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଦେଶର ଚଳନ୍ତି ଜମା ନିଅଣ୍ଟ(ସିଏଡି) ପରିମାଣ କେନ୍ଦ୍ର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ରପ୍ତାନି ସାମାନ୍ୟ ବଢ଼ିଥିଲେ ହେଁ ଆମଦାନୀ ତହୁଁ ଅନୁପାତରେ ଢ଼େର ବଢ଼ିଛି।