ସମ୍ପାଦକୀୟ |

ସମ୍ପାଦକୀୟ/ ଲୋକେ ତାତିଲେ

ସମ୍ପାଦକୀୟ/ ଲୋକେ ତାତିଲେ

ଇରାନରେ ଗତ ଗୁରୁବାର (୨୮ା୧୨ା୨୦୧୭)ଠାରୁ ମୁଣ୍ଡ ଟେକିଛି ସରକାର ବିରୋଧୀ ଆନ୍ଦୋଳନ। ରାଷ୍ଟ୍ରପତି ହାସନ ରୌହାନିଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତି ବିରୋଧରେ ହିଂସାତ୍ମକ ଆନ୍ଦୋଳନ ପନ୍ଥା ବାଛି ନେଇଛନ୍ତି ଦେଶର ସାଧାରଣ ଜନତା। ରୌହାନି ୨୦୧୩ରେ କ୍ଷମତାକୁ ଆସି ବ୍ୟାପକ ଅର୍ଥନୈତିକ ସଂସ୍କାରର ପ୍ରତିଶ୍ରୁତି ଦେଇଥିଲେ। ସରକାରଙ୍କର ଏହି ପ୍ରତିଶ୍ରୁତି ପ୍ରତି ଦେଶର ସର୍ବୋଚ୍ଚ ଧର୍ମୀୟ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନୀଙ୍କର ମଧ୍ୟ ସମର୍ଥନ ଥିଲା। ଇତିମଧ୍ୟରେ ୪ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସରକାରଙ୍କର କୌଣସି ଗୋଟିଏ ପ୍ରତିଶ୍ରୁତି ପୂରଣ ହୋଇନାହିଁ। ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି, ବେକାରି ସମସ୍ୟା ସାଧାରଣ ଜନତାଙ୍କୁ ଅତିଷ୍ଠ କରିବାରୁ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି। ସରକାରୀ ଚେତାବନୀ ଏବଂ ରିପବ୍ଲିକାନ୍‌ ଗାର୍ଡର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଆନ୍ଦୋଳନ ଥମୁନାହିଁ। ଇତିମଧ୍ୟରେ ବିକ୍ଷୋଭଜନିତ ସଂଘର୍ଷରେ ୧୨ ଜଣଙ୍କର ପ୍ରାଣହାନି ଘଟିଲାଣି। ୨୦୦୯ରେ ଇରାନରେ ଅନୁରୂପ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏହାର ୮ବର୍ଷ ପରେ ଜନତା ପୁନର୍ବାର ଜାଗିଛନ୍ତି। ବିକ୍ଷୋଭ କାରଣରୁ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ ହେଉଛି। ବିକ୍ଷୋଭକାରୀମାନେ ୨୦୧୭ ମେ’ରେ ପୁନଃ ନିର୍ବାଚିତ ହୋଇଥିବା ରାଷ୍ଟ୍ରପତି ରୌହାନିଙ୍କର ଇସ୍ତଫା ଦାବି କରୁଛନ୍ତି।
ମୂଳକଥା ହେଉଛି ସାଧାରଣ ଜନତାଙ୍କ ସମର୍ଥନରେ କ୍ଷମତାସୀନ ହେଉଥିବା ସରକାର ପରବର୍ତ୍ତୀ ସମୟରେ ଦେଶର ମୌଳିକ ସମସ୍ୟାକୁ ପାସୋରି ଦେଉଛନ୍ତି। ଏହା କେବଳ ଇରାନ୍‌ରେ ନୁହେଁ, ଭାରତରେ ମଧ୍ୟ ଦେଖିବାକୁ ମିଳୁଛି। ବର୍ତ୍ତମାନର ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ୨୦୧୪ରେ ବିପୁଳ ଜନସମର୍ଥନ ଲାଭକରି କ୍ଷମତାସୀନ ହେବାପରେ ଲୋକଙ୍କୁ ‘ଆଚ୍ଛେଦିନ୍‌’ର ସ୍ବପ୍ନ ଦେଖାଇଥିଲେ। ଗତ ସାଢେ ତିନିବର୍ଷ ଧରି ଭାରତବାସୀ ସେହି ସୁଦିନକୁ ଅପେକ୍ଷା କରି ବସିଛନ୍ତି। କ୍ଷମତାକୁ ଆସିବା ପାଇଁ ଲୋକଙ୍କ ମନରେ ମୋଦି ବିକାଶର ଗୋଲାପି ଆଶା ସଞ୍ଚାର କରିଥିଲେ। ଦେଶକୁ କଳାଧନ ଫେରିବ, ସମସ୍ତଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ କରି ଟଙ୍କା ଜମା ହୋଇଯିବ ବୋଲି କହିଥିଲେ। ମାତ୍ର ୨୦୧୬ ନଭେମ୍ବର ୮ର ବିମୁଦ୍ରୀକରଣ ଏବଂ ୨୦୧୭ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ନୂତନ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଦେଶବାସୀଙ୍କ ନିଦ ହଜାଇ ଦେଇଛି। ବିମୁଦ୍ରୀକରଣ କାରଣରୁ ଦେଶର ଅର୍ଥନୀତି ନିମ୍ନଗାମୀ ହୋଇଛି। ମୋଟ ଘରୋଇ ଉତ୍ପାଦ (ଜିଡିପି) ତିନିବର୍ଷର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଥିଲା। ଏକ ସର୍ଭେ ଅନୁଯାୟୀ, ବିମୁଦ୍ରୀକରଣ ଫଳରେ ୨୦୧୭ର ପ୍ରଥମ ୩ ମାସ ମଧ୍ୟରେ ୮ଟି କ୍ଷେତ୍ରରେ ୫୩,୦୦୦ କର୍ମଚାରୀ ଓ ଶ୍ରମିକ ଚାକିରି ହରାଇଛନ୍ତି। ବାସ୍ତବରେ ରୋଜଗାର ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଏହି ହିସାବଠାରୁ ଆହୁରି ଅଧିକ ହୋଇପାରେ। ସରକାରଙ୍କର ପ୍ରଚଳିତ ଅର୍ଥନୀତି ସୁଦିନ ଆଣିବା ପରିବର୍ତ୍ତେ ଧନୀ ଓ ଗରିବ ମଧ୍ୟରେ ବ୍ୟବଧାନ ବଢ଼ାଇଛି ବୋଲି କୁହାଯାଇପାରିବ। ସବୁଠାରୁ ବଡକଥା ହେଉଛି କୃଷି ଉପରେ ନିର୍ଭରଶୀଳ ଭାରତର ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ଜନତା ତ୍ରୁଟିପୂର୍ଣ୍ଣ ସରକାରୀ ନୀତି କାରଣରୁ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି। କୃଷକ ତା’ର ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ପାଇପାରୁନାହିଁ। ପ୍ରାକୃତିକ ବିପର୍ଯ୍ୟୟ, ଉପଯୁକ୍ତ ବିପଣନ ବ୍ୟବସ୍ଥାର ଅଭାବ ଏବଂ ମହଜୁଦ ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନ ଥିବାରୁ ଉତ୍ପାଦିତ ଲକ୍ଷାଧିକ ଟନ୍‌ ଶସ୍ୟ ନଷ୍ଟ ହେଉଛି। ଯଦିଓ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରାକୃତିକ ବିପଯର୍‌ୟୟଜନିତ ଆଗୁଆ ସତର୍କତା ବ୍ୟବସ୍ଥାରେ ଚାଷୀକୁ ଉକ୍ତ ଫସଲ ଅମଳ ପାଇଁ କୁହାଯାଉଛି, କିନ୍ତୁ ସେହି କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିବା ପାଇଁ ସୁଯୋଗ ସୃଷ୍ଟି କରାଯାଇ ପାରିନାହିଁ, ଯାହାଫଳରେ ଚାଷୀଙ୍କୁ ଅଧିକ କ୍ଷତି ସହିବାକୁ ପଡୁଛି। ହତାଶ ହୋଇ ଅନେକ କୃଷକ ଆତ୍ମହତ୍ୟାର ପଥ ବାଛି ନେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ନେଉଥିବା ଭଳି ମନେ ହେଉନାହିଁ।
ଦେଶର ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଯାଇ ମୋଦି ସରକାର ତରବରିଆ ଭାବେ ଏକକ ଟିକସ ବ୍ୟବସ୍ଥା ଜିଏସ୍‌ଟିର ପ୍ରଚଳନ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ଚିତ୍କାର କରି କୁହାଯାଉଥିଲେ ମଧ୍ୟ ବ୍ୟବସାୟୀ ଓ ଖାଉଟି ଏପର୍ଯ୍ୟନ୍ତ ଏହାର ସୁଫଳ ଦେଖିପାରିଲେ ନାହିଁ। ଜିଏସ୍‌ଟି ମଧ୍ୟ ସାଧାରଣ ଜନତାଙ୍କ ସକାଶେ ପରିସ୍ଥିତିରେ କୌଣସି ଉନ୍ନତି ଆଣିଥିବା ଭଳି ଦେଖାଯାଉନାହିଁ। ଏପରିକି ଗତ ଦୁଇମାସ ମଧ୍ୟରେ ସରକାରଙ୍କର ଜିଏସ୍‌ଟି ରାଜସ୍ବ ନିମ୍ନଗାମୀ ହୋଇଛି। ଜୁଲାଇରେ ଜିଏସ୍‌ଟି ପ୍ରଚଳନ ପରେ ଗତ ୬ମାସ ମଧ୍ୟରେ ସରକାର ଏଥିରେ ଏକାଧିକ ସଂଶୋଧନ କରି ସାରିଲେଣି। ଏହାସତ୍ତ୍ୱେ ଏହି ନୂତନ ଟିକସ ବ୍ୟବସ୍ଥା ସାଧାରଣ ଜନତାଙ୍କ ପାଇଁ କେତେ ଲାଭପ୍ରଦ ହେବ ତାହା ଅସ୍ପଷ୍ଟ ରହିଛି।
୧୨୫ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ସରକାର ଲୋକଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦେବା ପରିବର୍ତ୍ତେ ବୁଲେଟ୍‌ ଟ୍ରେନ ଭଳି ଉଚ୍ଚାଭିଳାଷୀ ଯୋଜନା ପଛରେ ପଡିଛନ୍ତି। ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ଲୋକଙ୍କ ହିତ ସାଧନ ସରକାରଙ୍କର ପ୍ରଥମ ଓ ସର୍ବୋଚ୍ଚ କର୍ତ୍ତବ୍ୟ ହେବା ଉଚିତ। ଯେଉଁ ସାଧାରଣ ଜନତା ଭୋଟ ଦେଇ ସରକାର ଗଢୁଛନ୍ତି ସେମାନଙ୍କର ଆଶା ଆକାଙ୍‌କ୍ଷା ପୂରଣ ନ ହେଲେ ପରବର୍ତ୍ତୀ ନିର୍ବାଚନରେ ସେହିମାନେ ହିଁ ବିକଳ୍ପ ବ୍ୟବସ୍ଥା ବାଛିବାକୁ ବାଧ୍ୟ ହେବେ। ଅତ୍ୟଧିକ ଅତିଷ୍ଟ ହେଲେ ଇରାନ୍‌ ଭଳି ଅବସ୍ଥା ମଧ୍ୟ ଏଠାରେ ସୃଷ୍ଟି ହୋଇପାରେ। କ୍ଷମତାସୀନ ସରକାର ମନେ ରଖିବା ଉଚିତ ଯେ, ଲୋକେ ତାତିଲେ କାହାର ନୁହନ୍ତି।

All Right Reserved By

Model This Week

ନିକିତା

ସମ୍ପାଦକୀୟ |

ଶିଶୁ ବଳାତ୍କାର: ଦଣ୍ଡ କାହିଁ

ଶିଶୁ ବଳାତ୍କାର: ଦଣ୍ଡ କାହିଁ

୨୦୧୨ ନିର୍ଭୟା ଗଣବଳାତ୍କାର ଘଟଣା ପରେ ଭାରତରେ ମହିଳା ନିର୍ଯାତନା ନିରୋଧୀ ସ୍ବର ଯେଭଳି ସର୍ବୋଚ୍ଚରେ ପହଞ୍ଚତ୍ଥିଲା, ଏବେ ସେଭଳି ପରିସ୍ଥିତିର ପୁନରାବୃତ୍ତି ଘଟିଛି। ନିର୍ଭୟାଙ୍କ ବୟସ ୨୩ ହୋଇଥିବା ବେଳେ ଏବେ ଶିଶୁକନ୍ୟାଙ୍କ ଉପରେ ପାଶବିକ ଅତ୍ୟାଚାର ଯେପରି ଭାବେ ବଢ଼ିଚାଲିଛି ତାକୁ ଦେଖିଲେ ବ୍ୟସ୍ତ ଲାଗୁଛି। ଜମ୍ମୁ-କଶ୍ମୀର କଠୁଆର ୮ ବର୍ଷୀୟା କନ୍ୟା, ଗୁଜରାଟ ସୁରଟର ୧୧ ବର୍ଷୀୟା ଝିଅ, ଓଡ଼ିଶା ନୀଳଗିରିର ୪ ବର୍ଷୀୟା ଶିଶୁକନ୍ୟା, ନିଶ୍ଚିନ୍ତକୋଇଲିର ୬ ବର୍ଷୀୟା ଝିଅଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ ଇନ୍ଦୋରର ୪ ମାସର ଶିଶୁକନ୍ୟାଙ୍କୁ ବଳାତ୍କାର ଓ ହତ୍ୟା ପର୍ଯ୍ୟନ୍ତ ଅସଂଖ୍ୟ ଘଟଣା ଘଟିଗଲାଣି। ସବୁଠାରୁ ଅତ୍ୟନ୍ତ ସମ୍ବେଦନଶୀଳ ଇନ୍ଦୋର ଘଟଣାକୁ ଦେଖିଲେ ଯେ କେହି ବିବ୍ରତ ହେବା ସ୍ବାଭାବିକ। ଇନ୍ଦୋର ଶିଶୁକୁ ବଳାତ୍କାର କରିଥିବା ବ୍ୟକ୍ତି ହେଉଛନ୍ତି ସମ୍ପର୍କୀୟ ମାମୁ। ଦେଖିବାକୁ ଗଲେ ୪ ମାସ ଶିଶୁର ବେକ ଟାଣ ହୋଇ ନ ଥାଏ। ଯିଏ ତା’ ସହ ଏପରି ଜଘନ୍ୟ କାଣ୍ଡ ଘଟାଇଥାଆନ୍ତି ତାଙ୍କ ମାନସିକତା ବୁଝିବା ଅସମ୍ଭବ। ଏଠାରେ ସାମାଜିକ ବିଶ୍ଳେଷଣର ପ୍ରୟୋଜନ ଉଠିଲାଣି। ମନେହେଉଛି, ଯେପରି ଏହା କେବଳ ଘୋର ଯୌନ ଲାଳସାର ପରିଣତି ନୁହେଁ। ସହଜ ଭାଷାରେ କହିବାକୁ ଗଲେ ଏହା ଅତ୍ୟନ୍ତ ଜଘନ୍ୟ ଆପରାଧିକ ମାନସିକତାର ପ୍ରତିଫଳନ।

ରେଭେନ୍‌ସା ଯୁଗର ଅବସାନ

ରେଭେନ୍‌ସା ଯୁଗର ଅବସାନ

ଶରତ ଚନ୍ଦ୍ର ମିଶ୍ର/ରେଭେନ୍‌ସା କଲେଜ ଓଡ଼ିଶାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ। ଦେଢ଼ଶହ ବର୍ଷ (୧୮୬୮) ପୂର୍ବେ ନଅଙ୍କ ଦୁର୍ଭିକ୍ଷର ଦୁଇବର୍ଷ ପରେ ଏ କଲେଜ ସ୍ଥାପିତ ହୋଇଥିଲା। କଟକ କଲେକ୍ଟୋରେଟ୍‌ ପାଖରେ ଏହି ଅନୁଷ୍ଠାନଟି ପଚାଶ ବର୍ଷ ରହିବା ପରେ ଚାଉଳିଆଗଞ୍ଜର ରେସ୍‌କୋର୍ସ ପଡିଆକୁ ଉଠିଆସିଲା ଓ ଗତ ଶହେବର୍ଷ ଧରି ସେହିଠାରେ ଗର୍ବୋନ୍ନତ ଶିର ଉତ୍ତୋଳନ କରି ବିଦ୍ୟମାନ।

ଲୁଣା ଜଙ୍ଗଲ ଓ ଉପକୂଳ ସୁରକ୍ଷା

ଲୁଣା ଜଙ୍ଗଲ ଓ ଉପକୂଳ ସୁରକ୍ଷା

ହିମାଂଶୁ ଶେଖର ଫତେସିଂହ/ପୃଥିବୀର ନିରକ୍ଷୀୟ ଓ ଉପନିରକ୍ଷୀୟ ଅଞ୍ଚଳ ଅନ୍ତର୍ଗତ ୨୪ଂ ଉ.ଅକ୍ଷାଂଶରୁ ୩୮ଂ ଦ.ଅକ୍ଷାଂଶ ମଧ୍ୟବର୍ତ୍ତୀ ଅଞ୍ଚଳରେ ସମୁଦ୍ର ତଟବର୍ତ୍ତୀ ଜୁଆରିଆ ଆର୍ଦ୍ର, ବାଲିଆ ଭୂମିରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ଉଦ୍ଭିଦ ଦେଖାଯାଆନ୍ତି। ଏହି ଅଞ୍ଚଳରେ ୨୬ଂରୁ ୩୫ଂ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ଉଚ୍ଚ ବାୟୁମଣ୍ଡଳୀୟ ତାପମାତ୍ରା, ୧୦୦୦ ମିମିରୁ ୩୦୦୦ ମିମି ବୃଷ୍ଟିପାତ, ଉଚ୍ଚ ଲବଣତା, ଜୁଆରିଆ ଜଳ ପ୍ଳାବନ ସତ୍ତ୍ୱେ ଏହି ଉଦ୍ଭିଦଗୁଡ଼ିକ ଜୀବନ ଧାରଣ କରି ବଂଶବୃଦ୍ଧି କରିଥାନ୍ତି।

ଏଇ ଭାରତରେ

ଏଇ ଭାରତରେ

ଲୋକଙ୍କଠାରୁ ମାନବିକତା କ୍ରମେ ହଜିଯାଉଛି। ଅର୍ଥ ଓ ବସ୍ତୁବାଦୀ ହୋଇପଡୁଥିବା ମଣିଷ ଅନ୍ୟ ପ୍ରତି ସହାନୁଭୂତି, ଦୟା ଆଦି ଗୁଣକୁ ହରାଇବସୁଛି। ବିପଦରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସୁଯୋଗର କିଭଳି ଫାଇଦା ଉଠାଇହେବ ସେଥିପ୍ରତି ଆଗ୍ରହ ଦେଖାଉଛି। ଗତ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ନିକଟବର୍ତ୍ତୀ ଗାଜିଆବାଦରେ ଘଟିଥିବା ଏକ ଘଟଣା ସମ୍ପର୍କରେ ଶୁଣିଲେ ମଣିଷ ନିକଟରୁ ମାନବିକତାର ଗୁଣ କିପରି ହଜିଯାଉଛି ତାହା ସ୍ପଷ୍ଟ ହୁଏ।

ସଂଖ୍ୟାଗୁରୁ ମାନସିକତା

ସଂଖ୍ୟାଗୁରୁ ମାନସିକତା

ଆକାର ପଟେଲ ଭାରତୀୟ ଉପମହାଦେଶର ଉପନିବେଶୀୟ ପର ପରମ୍ପରା ମୁଖ୍ୟତଃ ଧାର୍ମିକ ରହିଆସିଛି ଏବଂ ସଂଖ୍ୟାଗୁରୁ ଧାର୍ମିକ ଗୋଷ୍ଠୀ ସଂଖ୍ୟାଲଘୁମାନଙ୍କ ବିରୋଧୀ ସାଜିଛନ୍ତି। ଶ୍ରୀଲଙ୍କାରେ ସଂଖ୍ୟାଗୁରୁ ବୌଦ୍ଧ ସିଂହଳୀମାନେ ଧର୍ମ ଓ ଭାଷାକୁ ନେଇ ତାମିଲମାନଙ୍କ ବିରୋଧରେ ଲଢ଼େଇ କରିଛନ୍ତି। ଭାରତରେ ବୌଦ୍ଧ ଓ ହିନ୍ଦୁମାନଙ୍କ ଭିତରେ ଘୃଣା ଭାବ ରହିଛି, ଯାହା ସଂଖ୍ୟାଗୁରୁତ୍ୱର ସ୍ବଭାବ। ଶ୍ରୀଲଙ୍କାର ଗୃହଯୁଦ୍ଧ ପ୍ରାୟ ୨୫ ବର୍ଷ ଧରି ଲାଗିରହିଥିଲା, ଯାହା ଫଳରେ ଶ୍ରୀଲଙ୍କାର ଅନେକ ନେତା ଓ ଭାରତର ରାଜୀବ ଗାନ୍ଧୀଙ୍କ ସମେତ ଲକ୍ଷାଧିକ ଲୋକ ମଲେ। ବାଂଲାଦେଶରେ ପ୍ରାଥମିକ ଜାତୀୟତାବାଦ ଭାଷା ଭିତ୍ତିରେ ଗଢ଼ିଉଠିଥିଲା ଏବଂ ଏହା ବଙ୍ଗାଳୀ ମୁସଲମାନ ଓ ହିନ୍ଦୁମାନଙ୍କୁ ପଶ୍ଚିମ ପାକିସ୍ତାନୀଙ୍କ ଦ୍ୱାରା ସେମାନଙ୍କ ଉପରେ ଜୋରଜବରଦସ୍ତ ଉର୍ଦ୍ଦୁଭାଷାକୁ ଲଦିଦିଆଯିବା ବିରୋଧରେ ଏକତ୍ରିତ କରିଥିଲା। ଆଶ୍ଚର୍ଯ୍ୟର କଥା ମହମ୍ମଦ ଅଲି ଜିନ୍ନା ଜଣେ ...

ବୋହୂଯୋଗ୍ୟା କନ୍ୟା

ବୋହୂଯୋଗ୍ୟା କନ୍ୟା

ପ୍ରକାଶ ତ୍ରିପାଠୀ ଗତ ରବିବାର ସାରେ ଆମେ କିଛି ବନ୍ଧୁ ପୁରୀ ବେଳାଭୂମିରେ ବସିଥିଲୁ। କର୍ମମୟ ଜୀବନରୁ କିଛି ମୁହୂର୍ତ୍ତ ବାହାର କରି ବନ୍ଧୁମାନଙ୍କ ସହ ଦୁଃଖସୁଖ ହେବା କେବଳ ଏହି ଛୁଟିଦିନମାନଙ୍କରେ ହିଁ ସମ୍ଭବ ହୋଇଥାଏ। ତାହା ପୁଣି ଅନିୟମିତ। ସେ ଯାହାହେଉ, ମଝିରେ ମଝିରେ ଏପରି ବନ୍ଧୁମିଳନ ମନରେ ପ୍ରସନ୍ନତା ଭରିଦିଏ ଓ ଆଳାପ ଆଲୋଚନା ଦ୍ୱାରା ମନ ବି ହାଲ୍‌କା ହୋଇଯାଏ। ସେଦିନ କଥାପ୍ରସଙ୍ଗରେ ଜଣେ ବନ୍ଧୁ କହିଲେ ଯେ, ଆଜି ତାଙ୍କ ଘରେ ଝିଅ ଓ ତା’ ମାଆ ମଧ୍ୟରେ ଝଗଡା ହୋଇଯାଇଛି। ଆମେ ଜାଣୁ ଯେ ବନ୍ଧୁଙ୍କ ପତ୍ନୀ ଅତି ସରଳ ଓ ଶାନ୍ତ ସ୍ବଭାବର। ...

 ‘ଲେସ୍‌’ର ଲେଖକ

‘ଲେସ୍‌’ର ଲେଖକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ଆମେରିକାରେ ଖବରକାଗଜ, ପତ୍ରିକା, ଅନ୍‌ଲାଇନ୍‌ ଜର୍ନାଲିଜିମ୍‌, ସାହିତ୍ୟ ଓ ସଙ୍ଗୀତ ସଂଯୋଜନା କ୍ଷେତ୍ରରେ ‘ପୁଲିଜର ପୁରସ୍କାର’ ମର୍ଯ୍ୟାଦାଜନକ ସମ୍ମାନ ଭାବେ ପରିଚିତ। ହଙ୍ଗେରିଜନ୍ମିତ ଆମେରିକୀୟ ଖବରକାଗଜ ପ୍ରକାଶକ ତଥା ସାମ୍ବାଦିକ ଯୋଶେଫ୍‌ ପୁଲିଜରଙ୍କ ନାମାନୁଯାୟୀ ୧୯୧୭ ମସିହାରୁ ଏହି ସମ୍ମାନ ପ୍ରତିବର୍ଷ କଲମ୍ବିଆ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଆସୁଛି। ୨୧ଟି କ୍ଷେତ୍ରରେ ଏହି ପୁରସ୍କାର ଦିଆଯାଉଥିବା ବେଳେ ୨୦୧୮ ପାଇଁ କାଳ୍ପନିକ ଲେଖା ସକାଶେ ଆଣ୍ଡ୍ର୍ୟୁ ସିଏନ ଗ୍ରୀର୍‌ ଯୋଗ୍ୟ ବିବେଚିତ ହୋଇଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ପୋଲିସ ପାଖକୁ ଗଲେ ପଇସା ନ ଦେଲେ କୌଣସି କାମ ହୁଏନାହିଁ। ଏହା ବାରମ୍ବାର ପ୍ରମାଣିତ ହୋଇଆସୁଛି। ଖାକି ବର୍ଦ୍ଦି ପିନ୍ଧିଥିବା ଅଧିକାଂଶ ବାବୁ ଅଭିଯୋଗକାରୀଙ୍କ ଆର୍ଥିକ କ୍ଷମତାକୁ ନ ଦେଖି ଅର୍ଥ ଦାବି କରନ୍ତି, ଯାହା ପୈଠ କରିବା କାଠିକର ପାଠ ହୋଇଯାଏ। ନିକଟରେ ବିହାର ବୈଶାଳୀ ଜିଲାର ଜଣେ ଅନାଥ ବାଳକ ଥାନାବାବୁଙ୍କ ଚାହିଦା ପୂରଣ ପାଇଁ ଭିକ୍ଷା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବୈଶାଳୀ ଜିଲା କଟହରାର ଚେହରାକଳା ଗ୍ରାମର ଜଣେ ଅନାଥ ବାଳକ ବିବେକଙ୍କଠାରୁ ସମ୍ପୃକ୍ତ ଅଞ୍ଚଳର ଜଣେ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ଜୋର୍‌ କରି ଜମି ନେଇଯାଇଥିଲେ। ବିବେକ ଏ ସମ୍ପର୍କରେ ପୋଲିସରେ ଅଭିଯୋଗ କରିବାକୁ ଥାନାକୁ ଗଲେ। ମାତ୍ର ଥାନାବାବୁ ତାଙ୍କୁ ଏଥିପାଇଁ ଦଶ ହଜାର ଟଙ୍କା ଦାବି କରିଥିଲେ। ...

 ଭବିଷ୍ୟତ ଗତିବିଧି

ଭବିଷ୍ୟତ ଗତିବିଧି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ପରିଷଦ (ସିବିଡିଟି)ର ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ରଙ୍କ ଭବିଷ୍ୟତକୁ ନେଇ ଦିଲ୍ଲୀରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଆସନ୍ତା ମେ ଶେଷ ସୁଦ୍ଧା ଚନ୍ଦ୍ର ଅବସର ନେବାକୁ ଥିବାବେଳେ ସରକାର ତାଙ୍କ କାର୍ଯ୍ୟକାଳ ପୁଣିଥରେ ବୃଦ୍ଧି କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଏଠାରେ ସ୍ମରଣଯୋଗ୍ୟ ଯେ, ଗତବର୍ଷ ମେ ମାସରେ ଚନ୍ଦ୍ର ଅବସର ନେବାର ଥିଲା। କିନ୍ତୁ ତାଙ୍କ ଅବସରର କିଛିଦିନ ପୂର୍ବରୁ ମୋଦି ସରକାର ତାଙ୍କୁ ସିବିଡିଟିର ଅଧ୍ୟକ୍ଷ ଭାବେ ପୁନର୍ନିଯୁକ୍ତ କରିଥିଲେ। ସମ୍ପ୍ରତି ସରକାର ସିବିଡିଟିର ଦୁଇଟି ସଦସ୍ୟ ପଦ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଚନ୍ଦ୍ରଙ୍କ ଅବସର ପରେ ଖାଲି ହେବାକୁ ଥିବା ଅଧ୍ୟକ୍ଷ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରି ନ ଥିବାରୁ ଏପରି କଳ୍ପନାଜଳ୍ପନାକୁ ଖୋରାକ ମିଳିଯାଇଛି। ତେବେ ଆଉ କିଛି ଲୋକଙ୍କ ଅନୁମାନ ଅନୁସାରେ ଚନ୍ଦ୍ରଙ୍କୁ ୧୯୮୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର କର୍ନଲ ସିଂଙ୍କ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ମୁଖ୍ୟ କରାଯାଇପାରେ।...

ବିଶ୍ୱାସ ନିକିତିରେ ଦେଶର ତଉଲ

ବିଶ୍ୱାସ ନିକିତିରେ ଦେଶର ତଉଲ

ସରଳ କୁମାର ଦାସ ଯେ କୌଣସି ସମାଜର ଉନ୍ନତି ଓ ପ୍ରଗତି ପାଇଁ ଦୃଢ଼ ଭାବେ ସଂସ୍ଥାପିତ, ବିଶ୍ୱସନୀୟ, ଉତ୍ତରଦାୟୀ, ପ୍ରଭାବୀ ଅନୁଷ୍ଠାନଗୁଡ଼ିକର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ। ଅନୁଷ୍ଠାନଗୁଡ଼ିକ ସମାଜକୁ ତିଆରି କରୁଥିବା ଇଟାଖଣ୍ଡ ସଦୃଶ। ଜନସାଧାରଣଙ୍କର ସଂସ୍ଥା ଓ ବ୍ୟବସ୍ଥା ପ୍ରତି ଆସ୍ଥା ନ ରହିଲେ ଅରାଜକତା ଦେଖାଦେଇ ତାହା ସମାଜ ଓ ଦେଶର ସଂହତି ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନା ଥାଏ। ଲୋକଙ୍କ ଆସ୍ଥା ବିନା ଗୋଟିଏ ଦେଶ ତିଷ୍ଠି ରହିବା ଅସମ୍ଭବ ବୋଲି ବହୁ ଶତାବ୍ଦୀ ପୂର୍ବରୁ ଚୀନ ଦାର୍ଶନିକ କନ୍‌ଫୁସିଅସ୍‌ କହିଥିଲେ।...

ସାହିତ୍ୟ କାହିଁକି

ସାହିତ୍ୟ କାହିଁକି

ଶିବରାମ ଶତପଥୀ ସହିତ ଶବ୍ଦରେ ୟ ପ୍ରତ୍ୟୟ ଯୋଗ କରି ସାହିତ୍ୟ ଶବ୍ଦ ସୃଷ୍ଟ। ପଣ୍ଡିତମାନେ ବ୍ୟାଖ୍ୟା କରି କହିଛନ୍ତି ଯାହା ଜୀବାତ୍ମାକୁ ପରମାତ୍ମାଙ୍କ ସହିତ ମିଶାଏ ତାହା ସାହିତ୍ୟ। ତେବେ ଯୁଗେ ଯୁଗେ ସାହିତ୍ୟ ସୃଷ୍ଟି କରନ୍ତି ଅଳ୍ପକିଛି ସ୍ଥିତଧୀ ବ୍ୟକ୍ତି ଓ ସେଥିରେ ଆପ୍ୟାୟିତ ହୁଅନ୍ତି ଅସଂଖ୍ୟ ପାଠକଳ୍‌। ଯେପରି ଜଣେ ଭଗୀରଥ ଗଙ୍ଗାଙ୍କୁ ସ୍ବର୍ଗରୁ ଅବତରଣ କରାଇଥିଲେ। କେବଳ ଷାଠିଏ ସହସ୍ର ସଗର ପୁତ୍ର ନୁହନ୍ତି କୋଟି କୋଟି ବ୍ୟକ୍ତି ସେ ଜଳରେ ଅବଗାହନ ଓ ପାନ କରି ଉପକୃତ ହେଉଛନ୍ତି। ସାହିତ୍ୟ ସୃଷ୍ଟି ସେପରି ଶାଶ୍ୱତ ଓ ସାର୍ବଜନୀନ ହେବା ଆବଶ୍ୟକ।...

ଏଇ ଭାରତରେ

ଏଇ ଭାରତରେ

ବିବାହ ପୂର୍ବରୁ କନ୍ୟା ତା’ର ପ୍ରେମିକ ସହ ଫେରାର ହୋଇଯିବା ଫଳରେ ବରକୁ ଶିଶୁପାଳ ହୋଇ ଫେରିବାର ଉଦାହରଣ ଅନେକ ରହିଛି। କିନ୍ତୁ ବର ମଦ୍ୟପାନ କରି ବାହା ହେବାକୁ ଆସିଥିବାରୁ କନ୍ୟା ବିନା ଘରକୁ ଫେରିବା ଘଟଣା ଖୁବ୍‌ କମ୍‌ ଦେଖିବାକୁ ମିଳେ। ଏମିତି ଏକ ଘଟଣା ଗତ ମଙ୍ଗଳବାର ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ଶେଖପୁର ସରୌୟା ଗ୍ରାମରେ। କନ୍ୟା କୁମ୍‌କୁମ୍‌ ଖୁବ୍‌ ସାହସ ଦେଖାଇ ମଦ୍ୟପ ବରକୁ ଫେରାଇ ଦେଇଛନ୍ତି। କୁମ୍‌କୁମ୍‌ଙ୍କ ପରିବାର ରୁହନ୍ତି ଶେଖପୁର ସରୌୟା ଗ୍ରାମରେ। ତାଙ୍କର ବିବାହ ସ୍ଥିର ହୋଇଥିଲା ସେହି ଜିଲାର ଯଶଓ୍ବନ୍ତନଗର କସ୍‌ବେ ଗ୍ରାମର ଗୁଲ୍‌ଶନ୍‌ ଯାଦବଙ୍କ ସହ। କୁମ୍‌କୁମ୍‌ ଗୋଟିଏ ସର୍ତ୍ତ ରଖିଥିଲେ ଯେ, ବାହାଘରକୁ କେହି ମଦ ପିଇ ଆସିବେ ନାହିଁ। ବରଯାତ୍ରୀମାନଙ୍କୁ ଏଥିସକାଶେ ବାରଣ ମଧ୍ୟ କରାଯାଇଥିଲା। ...