ସମ୍ପାଦକୀୟ |

ପ୍ରଦୂଷଣରେ ପଥହରା ପୃଥିବୀ

ପ୍ରଦୂଷଣରେ ପଥହରା ପୃଥିବୀ

ବୈକୁଣ୍ଠନାଥ ମିଶ୍ର/
ପ୍ରଦୂଷଣ ପରିବେଶକୁ ସଙ୍କଟମୟ କରିବା ସହ ମାନବ ଜୀବନକୁ ଗଭୀରଭାବେ ପ୍ରଭାବିତ କରିଛି। ଆଧୁନିକ ଜୀବନଶୈଳୀ ଓ ବ୍ୟାପକ ସୁଯୋଗର ଅବକାଶ ମଣିଷକୁ ଭ୍ରମିତ କରି ପ୍ରଦୂଷଣ ସୃଷ୍ଟିରେ ସହାୟକ ହୋଇଛି। ପ୍ରଥମେ ଜଳ ପ୍ରଦୂଷଣ କଥା ଚିନ୍ତା କରିବା। ପୃଥିବୀ ଆୟତନର ପ୍ରାୟ ତିନି ଚତୁର୍ଥାଂଶ ଜଳବେଷ୍ଟିତ। ବିଶାଳ ଜଳରାଶିର ମାତ୍ର ତିନି ପ୍ରତିଶତ ମଧୁର ଜଳ, ଯାହା ନଦୀ, ନାଳ, କୂପ, ପୁଷ୍କରିଣୀ ଓ ବରଫ ରୂପେ ଗଚ୍ଛିତ ଅଛି। ମଧୁର ଜଳର ମାତ୍ର ୦.୩ ପ୍ରତିଶତ ମନୁଷ୍ୟ ପାନୀୟ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ବ୍ୟବହାର କରୁଛି। ଇତିହାସର ପ୍ରାକ୍‌କାଳରୁ ନଦୀକୂଳରେ ଗଢିଉଠିଥିଲା ବିଭିନ୍ନ ସଭ୍ୟତା। ନଦୀଜଳକୁ ପାନୀୟ ତଥା କୃଷି କାର୍ଯ୍ୟରେ ଉପଯୋଗ କରି ମନୁଷ୍ୟ ନିଜ ଆବଶ୍ୟକତା ପୂରଣ କରୁଥିଲା। ଆଧୁନିକ ଯୁଗରେ ଜଳର ସୁଲଭତା ଯୋଗୁ ନଦୀ ଅବବାହିକାରେ ଗଢିଉଠିଲା ଶିଳ୍ପ କାରଖାନା ଓ ସହରୀ ସଭ୍ୟତା।
ଗଙ୍ଗା ଭାରତର ଦୀର୍ଘତମ ଓ ପବିତ୍ରତମ ନଦୀ। ଏହା ହିମାଳୟର ଗଙ୍ଗୋତ୍ରୀରୁ ବାହାରି ବଙ୍ଗଳାର ଗଙ୍ଗାସାଗରଠାରେ ବଙ୍ଗୋପସାଗରରେ ମିଳିତ ହୋଇଛି। ହରିଦ୍ୱାରଠାରେ ଏହା ସମତଳଭୂମି ସ୍ପର୍ଶ କରିଛି। ଗଙ୍ଗୋତ୍ରୀଠାରୁ ହରିଦ୍ୱାର ପର୍ଯ୍ୟନ୍ତ ପର୍ବତଶଯ୍ୟାରେ ଗଙ୍ଗାଜଳ ସ୍ବଚ୍ଛ, ଜୀବାଣୁମୁକ୍ତ ଓ ପ୍ରଦୂଷଣମୁକ୍ତ। ସମ୍ରାଟ୍‌ ଆକବର ପର୍ବତଶଯ୍ୟାରେ ଥିବା ଗଙ୍ଗାଜଳ ସଂଗ୍ରହକରି ପାନୀୟ ରୂପେ ବ୍ୟବହାର କରୁଥିଲେ। ପୁରାଣ କହେ ଗଙ୍ଗା ଭଗବାନ ବିଷ୍ଣୁଙ୍କ ନଖକୋଣରେ ଥିଲେ। ଭଗୀରଥ ନିଜ ପୂର୍ବପୁରୁଷଙ୍କୁ ମହର୍ଷି କପିଳଙ୍କ ଅଭିଶାପରୁ ମୁକ୍ତ କରିବା ପାଇଁ ବିଷ୍ଣୁଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରି ଗଙ୍ଗାଙ୍କୁ ଅବନୀରେ ପ୍ରବାହିତ କରାଇବାରେ ସକ୍ଷମ ହୋଇଥିଲେ। ତେଣୁ ଗଙ୍ଗାଙ୍କର ଗୋଟିଏ ନାମ ଭାଗୀରଥୀ।
ଏହି ପବିତ୍ରତମ ନଦୀ ଗଙ୍ଗାର ସ୍ଥିତି ଆଜି ସଙ୍କଟାପନ୍ନ। ପୃଥିବୀର ଭୟଙ୍କର ପ୍ରଦୂଷିତ ନଦୀଗୁଡ଼ିକ ମଧ୍ୟରେ ଗଙ୍ଗାର ସ୍ଥାନ ଦ୍ୱିତୀୟ। ଚାଇନାର ୟାଙ୍ଗତେଜ ପୃଥିବୀର ସର୍ବାଧିକ ପ୍ରଦୂଷିତ ନଦୀ। ୨୦୦୭ରେ ପୃଥିବୀର ପ୍ରଦୂଷିତ ନଦୀ ତାଲିକ ାରେ ଗଙ୍ଗା ପଞ୍ଚମ ସ୍ଥାନରେ ଥିବାବେଳେ ଦଶବର୍ଷ ମଧ୍ୟରେ ଏହା ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ୨୦୧୪ରେ ମୋଦି ସରକାର ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବାକୁ ଅନେକ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିପାଇଁ ଏକ ସ୍ବତନ୍ତ୍ର ମନ୍ତ୍ରଣାଳୟ ମଧ୍ୟ କାର୍ଯ୍ୟ କରୁଛି। ଏହା ସତ୍ତ୍ୱେ ଗଙ୍ଗା ଅଧିକ ପ୍ରଦୂଷିତ ହେବାରେ ଲାଗିଛି। ଏଥିପାଇଁ ଆମ ଧର୍ମୀୟ ବିଶ୍ୱାସ ଓ ଗଢିଉଠିଥିବା ଶିଳ୍ପକାରଖାନା ଦାୟୀ। ଏକ ସର୍ବେକ୍ଷଣ ଅନୁସାରେ ଗଙ୍ଗାଗର୍ଭକୁ ବାର୍ଷିକ ହାରାହାରି ୧ଲକ୍ଷ ୧୫ ହଜାର ଟନ୍‌ ପ୍ଲାଷ୍ଟିକ ଫିଙ୍ଗାଯାଉଛି। ଅନ୍ୟାନ୍ୟ ବର୍ଜ୍ୟବସ୍ତୁ, ଏପରି କି ପିତୃପୁରୁଷଙ୍କ ଅସ୍ଥି ଗଙ୍ଗାକୁ ପ୍ରଦୂଷିତ କରୁଛି। ପବିତ୍ରତମ ନଦୀ ଗଙ୍ଗାର ସ୍ଥିତି ଯେତେବେଳେ ଏପରି ଅନ୍ୟ ନଦୀଗୁଡ଼ିକ କଥା ନ କହିଲେ ଭଲ। ୨୦୧୬ରେ ଆର୍ଟ ଅଫ୍‌ ଲିଭିଙ୍ଗ ଆନୁକୂଲ୍ୟରେ ଯମୁନା ନଦୀକୂଳରେ ବିଶ୍ୱ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ମେଳା ଶେଷରେ ସେଠାରେ ଯେଉଁ ଆବର୍ଜନା ଜମା ହେଲା, ତାକୁ ସମ୍ପୃକ୍ତ ଅନୁଷ୍ଠାନ ତରଫରୁ ପରିଷ୍କାର କରାଗଲା ନାହିଁ। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଏଥିରେ ଘୋର ଅସନ୍ତୋଷ ପ୍ରକାଶ କରି ଉକ୍ତ ସଂସ୍ଥା ଉପରେ ୫ କୋଟି ଟଙ୍କା ଜରିମାନା କରିଥିଲେ, ଯାହା ଅଦ୍ୟାବଧି ପୈଠ କରାଯାଇନାହିଁ।
କଟକର ବାଲିଯାତ୍ରା ମଧ୍ୟ ଏନ୍‌ଜିଟିଙ୍କ ରୋଷର ଶିକାର ହୋଇଛି। ଏହାଦ୍ୱାରା ମହାନଦୀ ପ୍ରଦୂଷିତ ହେବାରୁ ଓ ସର୍ବାଧିକ ପାରିବେଶିକ ଅସନ୍ତୁଳନ ଦେଖାଦେବାରୁ ବାଲିଯାତ୍ରା ଉପରେ କଟକଣା ଲଗାଯାଇଥିଲା। ଜିଲା ପ୍ରଶାସନର ଅନୁରୋଧ ଓ ଏନ୍‌ଜିଟିଙ୍କ ଧାର୍ଯ୍ୟ ସର୍ତ୍ତ ପାଳନର ଅଙ୍ଗୀକାରବଦ୍ଧତା ପରେ ୨୦୧୭ ବାଲିଯାତ୍ରା ପାଇଁ ଅନୁମତି ମିଳିଥିଲା। ସର୍ତ୍ତଗୁଡିକ ମଧ୍ୟରେ ପଲିଥିନ ବ୍ୟବହାର ନିଷେଧ, ବର୍ଜ୍ୟବସ୍ତୁ ପରିଚାଳନା ଓ ନଦୀଜଳଠାରୁ ୫୦ ମିଟର ଦୂରରେ ମେଳା ଅନୁଷ୍ଠାନ ଇତ୍ୟାଦି। ବିଶୁଦ୍ଧତା ଦୃଷ୍ଟିରୁ ନଦୀଗୁଡିକୁ କ, ଖ ଓ ଗ ଶ୍ରେଣୀଭୁକ୍ତ କରାଯାଇଛି। ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କର ବିବୃତି ଅନୁସାରେ ଓଡ଼ିଶାର କୌଣସି ନଦୀ କ କିମ୍ବା ଖ ଶ୍ରେଣୀଭୁକ୍ତ ନୁହନ୍ତି। ସମସ୍ତ ନଦୀଜଳ ପ୍ରଦୂଷିତ। ମହାନଦୀ ପରେ ବ୍ରାହ୍ମଣୀ ସର୍ବାଧିକ ପ୍ରଦୂଷିତ ନଦୀ।
ଯୁଦ୍ଧ, ହିଂସା ଓ ସଂକ୍ରାମକ ରୋଗରେ ଯେତେ ଲୋକ ମୃତ୍ୟୁବରଣ କରନ୍ତି, ତା’ଠାରୁ ଢେର୍‌ ଅଧିକ ଲୋକ ପ୍ରଦୂଷଣ ଯୋଗୁ ମୃତ୍ୟୁମୁଖରେ ପଡୁଛନ୍ତି। ୨୦୧୫ରେ ଉଭୟ ଜଳ ଓ ବାୟୁ ପ୍ରଦୂଷଣ ଭାରତରେ ୨୫ଲକ୍ଷ ଲୋକଙ୍କର ମୃତ୍ୟୁର କାରଣ ସାଜିଥିଲା। ସେହିବର୍ଷ ଚାଇନାର ପ୍ରଦୂଷଣଜନିତ ମୃତ୍ୟୁସଂଖ୍ୟା ଥିଲା ୨୨ଲକ୍ଷ। ଲାନ୍‌ସେଟ୍‌ ମେଡିକାଲ ଜର୍ନାଲରେ ପ୍ରକାଶିତ ଏକ ଆନ୍ତର୍ଜାତିକ ଅଧ୍ୟୟନ ଅନୁଯାୟୀ ପ୍ରଦୂଷଣରେ ଭାରତର ସ୍ଥାନ ବିଶ୍ୱରେ ପ୍ରଥମ। ପ୍ରଦୂଷଣ ଯୋଗୁ ଭାରତରେ ପ୍ରତି ୫ ମିନିଟ୍‌ରେ ଜଣେ ମୃତ୍ୟୁବରଣ କରୁଛି। ଜଳ ପ୍ରଦୂଷଣଠାରୁ ବାୟୁ ପ୍ରଦୂଷଣଜନିତ କ୍ଷତି ଅଧିକ। ବାୟୁ ପ୍ରଦୂଷଣର ପ୍ରମୁଖ ଉତ୍ସଗୁଡିକ ହେଉଛି ବାଣଫୁଟା, ଯାନବାହନରୁ ନିର୍ଗତ ବିଷାକ୍ତ ବାଷ୍ପ, କୋଇଲା ଧୂଆଁ ଇତ୍ୟାଦି। ଗତ କିଛିବର୍ଷ ହେଲା ଦୀପାବଳିରେ ବାଣଫୁଟା ଯୋଗୁ ଦିଲ୍ଲୀର ଆକାଶ ଘନ ତମସାଚ୍ଛନ୍ନ ରହୁଛି। ତେଣୁ ୨୦୧୭ ଦୀପାବଳିରେ ଦିଲ୍ଲୀରେ ବାଣଫୁଟାକୁ ସର୍ବୋଚ୍ଚ ନ୍ୟାୟାଳୟ ନିଷିଦ୍ଧ କରିଥିଲେ। କିନ୍ତୁ ସା ପରେ ନ୍ୟାୟାଳୟଙ୍କ ସମସ୍ତ ପ୍ରତିବନ୍ଧକ ପାଣିଫୋଟକା ପରି ମିଳାଇଗଲା। କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ୨୦୧୭ ଅକ୍ଟୋବର ୨୦ର ଅନୁଧ୍ୟାନ ଅନୁଯାୟୀ ଦିଲ୍ଲୀର ବାୟୁମଣ୍ଡଳ ଗୁଣବତ୍ତା ସୂଚକାଙ୍କ ୩୧୯, ଯାହା ଅତ୍ୟନ୍ତ ଉଦ୍‌ବେଗଜନକ। ଏହା ସାଧାରଣତଃ ୬୦ରୁ ୧୦୦ ମାଇକ୍ରୋଗ୍ରାମ୍‌ ପର୍‌ କ୍ୟୁବିକ୍‌ ମିଟର ରହିବା କଥା।
ଆମେରିକା ହେଲ୍‌ଥ ଇଫେକ୍ଟସ ଇନ୍‌ଷ୍ଟିଚ୍ୟୁଟ ଏବଂ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ ଇଭାଲ୍ୟୁଶନ ପକ୍ଷରୁ ସଦ୍ୟ ପ୍ରକାଶିତ ‘ବାୟୁମଣ୍ଡଳ ସ୍ଥିତି ୨୦୧୭’ରେ ବିଶେଷଜ୍ଞମାନେ ସୂଚାଇଦେଇଛନ୍ତି ଯେ ବାୟୁ ପ୍ରଦୂଷଣ ପୃଥିବୀର ୬.୫ ନିୟୁତ ଲୋକଙ୍କ ମୃତ୍ୟୁ ଘଟାଇଲାଣି। ଏହାକୁ ରୋକା ନ ଗଲେ ମଣିଷର ସ୍ଥିତି ଘୋର ବିପଜ୍ଜନକ ହେବ। ଏହି ରିପୋର୍ଟ ଅନୁସାରେ ଭାରତ ଓ ଚାଇନାର ବାୟୁ ପ୍ରଦୂଷଣ ଉଦ୍‌ବେଗଜନକ ବୋଲି ଦର୍ଶାଯାଇଛି। ଜଙ୍ଗଲ କ୍ଷୟ, ଖଣିଖନନ, ଶିଳ୍ପାୟନ, ସହରୀକରଣ, ଗୃହନିର୍ମାଣ ଓ ବ୍ୟାପକ ଯାନବାହନ ଚଳାଚଳ ପ୍ରଦୂଷଣ ପାଇଁ ଦାୟୀ ବୋଲି କୁହାଯାଇଛି। ଏହାବ୍ୟତୀତ ବର୍ତ୍ତମାନ ଭାରତର ସବୁ ରାଜ୍ୟରେ ଫସଲ ଅମଳ ପରେ ନଡା, କୁଟା ଇତ୍ୟାଦିକୁ କ୍ଷେତରେ ପୋଡିଦିଆଯାଉଛି। ଏହାଦ୍ୱାରା ବାୟୁ ପ୍ରଦୂଷିତ ହେଉଛି। ଭାରତରେ ବର୍ଷକୁ ପ୍ରାୟ ୫୦୦ ଟନ୍‌ କୃଷିକ୍ଷେତ୍ରର ବର୍ଜ୍ୟ ପୋଡାଯାଉଛି। ଏହାଦ୍ୱାରା ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି। ଫଳରେ ଫୁସ୍‌ଫୁସ୍‌ ସଂକ୍ରମଣ, ହୃଦ୍‌ଘାତ, ଯକ୍ଷ୍ମା, ଶ୍ୱାସ ଓ କର୍କଟ ଭଳି ଘାତକ ରୋଗ ସୃଷ୍ଟି ହେଉଛି।
ଆଧୁନିକ ଜୀବନଶୈଳୀ ପ୍ରଦୂଷଣର ଅନ୍ୟତମ କାରଣ। ପରିବାରର ବର୍ଜ୍ୟବସ୍ତୁ ନିଷ୍କାସନ କିମ୍ବା ପରିଚାଳନା ପ୍ରତି ଆମେ ଧ୍ୟାନ ଦେଉନାହୁଁ। ଡ୍ରେନ୍‌ଗୁଡିକରେ ଜଳ ପ୍ରବାହ ହୋଇ ନ ପାରି ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ନିକଟରେ କାଲିଫର୍ନିଆର ବୈଜ୍ଞାନିକମାନେ ଏକ ପତଳା, ନମନୀୟ ତଥା ହାଲ୍‌କା ପଦାର୍ଥ ଉଦ୍ଭାବନ କରିଛନ୍ତି, ଯାହା ତାପ ଓ ଆଲୋକ ଅବଶୋଷଣ କରି ଗ୍ରୀଷ୍ମଋତୁରେ ଘର ଓ ଗାଡି ଥଣ୍ଡା ରଖିପାରିବ। ପ୍ରଫେସର ଝାଓଓ୍ବି ଏବଂ ଡୋନାଲ୍‌ଡ ସିର୍‌ବୁଲିଙ୍କ ଦ୍ୱାରା ଉଦ୍ଭାବିତ ଏହି ବ୍ରଡ୍‌ବ୍ୟାଣ୍ଡ ଅବଶୋଷକର ନାମ ‘ସରଫେସ୍‌ ପ୍ଲାଜ୍‌ମନ ରିଜୋନାନ୍ସ’। ଏଥିରେ ଜିଙ୍କ୍‌ ଅକ୍ସାଇଡ୍‌ ପରି ସେମି କଣ୍ଡକ୍ଟର ବ୍ୟବହାର କରାଯାଇ ଆଲୋକ ଏବଂ ଉତ୍ତାପକୁ ପ୍ରତିହତ କରାଯାଇପାରୁଛି। ତେବେ ବ୍ୟାପକ ବୃକ୍ଷରୋପଣ ଓ ମୋଟରଯାନ ବ୍ୟବହାର ସଙ୍କୋଚନ ପ୍ରଦୂଷଣ ନିୟନ୍ତ୍ରଣର ସର୍ବୋତ୍ତମ ଉପାୟ।
(ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦)

All Right Reserved By

Model This Week

ନିକିତା

ସମ୍ପାଦକୀୟ |

ଆଜିର ଅର୍ଥନୀତି/ଏଟିଏମ୍‌ ସଂକଟ

ଆଜିର ଅର୍ଥନୀତି/ଏଟିଏମ୍‌ ସଂକଟ

ଅଟୋମେଟଡ୍‌ ଟେଲର ମେଶିନ୍‌ (ଏଟିଏମ୍‌)ଗୁଡ଼ିକରେ ପୁଣି ଟଙ୍କାର ଅଭାବ ଦେଖାଦେଇଛି। ଟଙ୍କା ଉଠାଇବା ପାଇଁ ଏ ବୈଶାଖ ମାସର ମୁଣ୍ଡଫଟା ଖରାରେ ଲୋକମାନେ ଗୋଟିଏ ଏଟିଏମ୍‌ରୁ ଆଉ ଗୋଟିଏ ଏଟିଏମ୍‌କୁ ଦୌଡ଼ୁଥିବାର ଦେଖାଯାଉଛି। ଏହି ନଗଦ ଟଙ୍କାର ସଂକଟ ବୁଧବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସୁନା କିଣିବା ପାଇଁ ଚାହୁଁଥିବା ଲୋକଙ୍କ ଉତ୍ସାହରେ ପାଣି ପକେଇଦେଇଛି। ଛଅଟି ରାଜ୍ୟରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବାର ରିପୋର୍ଟ ମିଳିଥିବା ବେଳେ ଏହି ସମସ୍ୟା ଅସ୍ଥାୟୀ ଓ ତିନିଦିନ ଭିତରେ ଦୂର ହୋଇଯିବ ବୋଲି ଲୋକଙ୍କୁ ବୁଝାଇବାକୁ ଯାଇ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ନାକେଦମ୍‌ ହୋଇଯାଇଛନ୍ତି। ସେ ମଧ୍ୟ ଆଶ୍ୱାସନା ଦେଇ କହିଛନ୍ତି ଯେ, ନୋଟ୍‌ର ଅଭାବ ନାହିଁ ଏବଂ ବିମୁଦ୍ରୀକରଣ ପୂର୍ବରୁ ଯେତିକି ସଂଖ୍ୟକ ନୋଟ୍‌ ପ୍ରଚଳିତ ଥିଲା, ଏବେ ସେତିକି ପ୍ରଚଳିତ ଅଛି। ଯଦିଚ ଛଅଟି ରାଜ୍ୟରେ ଏଭଳି ସଂକଟ ଦେଖାଦେଇଥିବାର ରିପୋର୍ଟ ପ୍ରକାଶ ପାଇଛି, ସେ ସଂଖ୍ୟା ପ୍ରକୃତରେ ଆହୁରି ଅଧିକ ହୋଇପାରେ। ଓଡ଼ିଶାର ଅନେକ ଏଟିଏମ୍‌ରେ ଟଙ୍କା ନ ଥିବାର ଦେଖାଯାଉଛି ଏବଂ ଆଗରୁ ବି ଏପରି ସଂକଟ ଦେଖାଦେଇଥିବାର ରିପୋର୍ଟ ପ୍ରକାଶ ପାଇଛି। ...

ଘର ନୁହେଁ, ଭଲ ଜେଲ୍‌

ଘର ନୁହେଁ, ଭଲ ଜେଲ୍‌

ଡ. ନିଖିଳାନନ୍ଦ ପାଣିଗ୍ରାହୀ ଦେଖାଯାଏ ଯେ, ଜାପାନର ଜେଲରେ ବହୁସଂଖ୍ୟକ ବୁଢୀ ବନ୍ଦୀ ଭାବେ ଅଛନ୍ତି। ସେମାନଙ୍କ ସଂଖ୍ୟା ଜଣକୁ ନିଶ୍ଚୟ ବିସ୍ମିତ କରିବ, ଦୁଃଖିତ କରିବ ମଧ୍ୟ। କେତେକ ବିଜ୍ଞ ବ୍ୟକ୍ତି ଏହା ଏକ ସମସ୍ୟା ବୋଲି ସନ୍ଦେହ କରି ଏହାର କାରଣ ଜାଣିବାକୁ କୌତୂହଳୀ ହେଲେ। ଅନୁଧ୍ୟାନରୁ ସ୍ପଷ୍ଟ ହେଲା ଯେ, ସେମାନଙ୍କ ମଧ୍ୟରୁ ପ୍ରାୟତଃ ସମସ୍ତେ ଛୋଟ ଛୋଟ ଅପରାଧରେ ଜଡ଼ିତ। ପୁଣି ଜଣେ ଜଣେ ବନ୍ଦିନୀ ବହୁବାର ଏମିତି ଦୋଷ କରିଥିବାରୁ ଜେଲକୁ ଆସୁଛନ୍ତି। ଅଧିକାଂଶ ବୃଦ୍ଧା ଦୋକାନରୁ ଛୋଟ ଜିନିଷ ଚୋରି କରିବା ପରି ସାମାନ୍ୟ ଭୁଲ କାର୍ଯ୍ୟ କରିଥାନ୍ତି। ସେମାନଙ୍କ ମନକଥା ଜାଣିବାକୁ ଚେଷ୍ଟା କରାଯିବା ପରେ ଯାହା ପଦାକୁ ଆସିଲା ତାହା ଥିଲା ମର୍ମସ୍ପର୍ଶୀ। ସେମାନେ ଖୋଲାଖୋଲି ଭାବେ ସ୍ବୀକାର କଲେ ଯେ ସେମାନଙ୍କ ଘର ଦ୍ୱାର ଅଛି। ...

ଦିଶାହୀନ ଶିକ୍ଷା, ଦିଗହରା ଶିକ୍ଷକ

ଦିଶାହୀନ ଶିକ୍ଷା, ଦିଗହରା ଶିକ୍ଷକ

ଅଞ୍ଜନ ଚାନ୍ଦ ବିଦ୍ୟାଳୟ ଏକ କାର୍ଯ୍ୟାଳୟ ନୁହେଁ, ଏକ ମନ୍ଦିର। ଶିକ୍ଷାଦାନ କେବଳ ବୃତ୍ତି ନୁହେଁ, ଗୋଟିଏ ପୂଜା। ଶିକ୍ଷକ ବେତନଭୋଗୀ କର୍ମଚାରୀ ନୁହନ୍ତି, ଏକ ଆଦର୍ଶ। ଛାତ୍ରମାନେ ତାଙ୍କୁ ଅନୁସରଣ କରନ୍ତି। ତାଙ୍କ ପ୍ରଭାବରେ ପ୍ରଭାବିତ ହୁଅନ୍ତି। ଦେଶର ଭବିଷ୍ୟତ ନାଗରିକଙ୍କ ମୂଳଦୁଆ ଶିକ୍ଷକଙ୍କ ଦ୍ୱାରା ହିଁ ଗଠିତ ହୁଏ। ସୁତରାଂ ଶିକ୍ଷକମାନଙ୍କୁ ନିଜର କର୍ତ୍ତବ୍ୟ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରିବାକୁ ହୁଏ। ସେଥିରେ ବ୍ୟତିକ୍ରମ ହେଲେ ଛାତ୍ରମାନେ କ୍ରମଶଃ ନଷ୍ଟପଥକୁ ଚାଲିଯାଆନ୍ତି। ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଏ। ଛାତ୍ରମାନେ ଅଣାୟତ୍ତ ଓ ଦୁଷ୍ଟ ହୋଇଯାଆନ୍ତି। ସାମ୍ପ୍ରତିକ ସମୟରେ ଯାହା ଅଧିକରୁ ଅଧିକ ଦେଖାଯାଉଛି ଓ ବିଦ୍ୟାଳୟର ପବିତ୍ର ପରିବେଶ କ୍ରମଶଃ ନଷ୍ଟ ହେଉଛି। ...

ଏଇ ଭାରତରେ

ଏଇ ଭାରତରେ

ସାରା ଦେଶରେ ପୋଲିସ ଚରିତ୍ରକୁ ନେଇ ଏକ ଅପବାଦ ରହିଛି। କୁହାଯାଏ ଏମାନଙ୍କ ମଧ୍ୟରୁ ଅଧିକାଂଶ ଲାଞ୍ଚୁଆ। ଏହିଭଳି ଲାଞ୍ଚୁଆ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସକାଶେ ସାରା ବିଭାଗ ବଦ୍‌ନାମ। ସେମାନେ କେବଳ ଲାଞ୍ଚୁଆ ନୁହନ୍ତି, ଖାଦ୍ୟଲୋଭୀ ମଧ୍ୟ। ନିକଟରେ ଉତ୍ତରପ୍ରଦେଶର ଜଣେ ଦାରୋଗା ଏବଂ କନଷ୍ଟେବଳଙ୍କ ବିରୋଧରେ ଏ ପ୍ରକାର ଅଭିଯୋଗ ଆସିଛି। ଏତଲା କପି ଦେବା ସକାଶେ ସେମାନେ ଅଭିଯୋଗକାରୀଙ୍କୁ ଖାଦ୍ୟର ଲମ୍ବା ତାଲିକା ଧରାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାଟି ଘଟିଛି ହସନଗଞ୍ଜ ଥାନାରେ। ଜଣେ ଯୁବକ ନିଜକୁ ଆଇପିଏସ୍‌ ଅଧିକାରୀଙ୍କ ପୁଅ ବୋଲି ପରିଚୟ ଦେଇ ସ୍ଥାନୀୟ ଏକ ରେଷ୍ଟୁରାଣ୍ଟର ମାଲିକ ରୋହିତ ବେରୀଙ୍କୁ ଠକିଥିଲେ। ଚଞ୍ଚକତା କରି ପ୍ରାୟ ୨୦ ହଜାର ଟଙ୍କାର ଖାଦ୍ୟ ବିଲ୍‌ ଦେଇ ନ ଥିଲେ। ଏ ସମ୍ପର୍କରେ ରୋହିତ ଏତଲା ପାଇଁ ପହଞ୍ଚିଲେ ହସନଗଞ୍ଜ ଥାନାରେ। ଥାନାବାବୁ କିନ୍ତୁ ଏତଲା ରଖିଲେ ନାହିଁ।...

ଲୋକଙ୍କ ଆଇନ ତିଆରି କ୍ଷମତା

ଲୋକଙ୍କ ଆଇନ ତିଆରି କ୍ଷମତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ କାଲିଫର୍ନିଆରେ ଅଛି ଏକ କୌତୂହଳପ୍ରଦ ରାଜନୈତିକ ବ୍ୟବସ୍ଥା। ଏହା ବ୍ୟକ୍ତିବିଶେଷ ତଥା ସଂଗଠନଗୁଡ଼ିକୁ ରାଜନେତାମାନଙ୍କୁ ବାଇପାସ୍‌ କରି ସାଧାରଣ ଲୋକଙ୍କ ଭୋଟ୍‌ ମାଧ୍ୟମରେ ସିଧାସଳଖ ଆଇନ ତିଆରି କରିବାକୁ ଅନୁମତି ଦେଇଛି। ତେବେ ଏଥିପାଇଁ ସେମାନଙ୍କୁ ସଂଖ୍ୟାଧିକ ଲୋକଙ୍କ ସ୍ବାକ୍ଷରସମ୍ବଳିତ ସମର୍ଥନ ହାସଲ କରିବାକୁ ପଡ଼ିଥାଏ। ମୋତେ ଏ ବ୍ୟବସ୍ଥା ଖୁବ୍‌ ଭଲ ଲାଗୁଛି। କାରଣ ଭାରତରେ ଆମକୁ ରାଜନେତାମାନଙ୍କ ଦୟା ଉପରେ ନିର୍ଭର କରିବାକୁ ପଡ଼ିଥାଏ, ଯେଉଁମାନେ ସାଧାରଣ ଲୋକଙ୍କ ସ୍ବାର୍ଥ ଲାଗି କ୍ୱଚିତ୍‌ କିଛି କରିଥାନ୍ତି। ସେମାନେ ମଧ୍ୟ ଜନସାଧାରଣଙ୍କୁ ପ୍ରତିକୂଳଭାବେ ପ୍ରଭାବିତ କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ପ୍ରାୟତଃ ଚିନ୍ତା କରି ନ ଥାନ୍ତି କି ସେଗୁଡ଼ିକର ସଂଶୋଧନ କରି ନ ଥାନ୍ତି। ତା’ ବଦଳରେ ସେମାନେ ବଡ଼ ବଡ଼ ଯୋଜନା ପ୍ରଣୟନ କରିଥାନ୍ତି, ଯାହାକୁ ଠିକ୍‌ଭାବେ କାର୍ଯ୍ୟକାରୀ କରାଯାଏ ନାହିଁ। ଉଦାହରଣସ୍ବରୂପ- ନଦୀ ସଂଯୋଗୀକରଣ, ମନ୍‌ରେଗା, ଶିଶୁମାନଙ୍କୁ ଖାଦ୍ୟ ଯୋଗାଣ, ବିନା ଯାଞ୍ଚରେ ଆଦିବାସୀମାନଙ୍କୁ ଜଙ୍ଗଲ ଜମି ଯୋଗାଣ ଇତ୍ୟାଦି। ଖାଦ୍ୟ ଯୋଗାଣ ସତ୍ତ୍ୱେ ବହୁ ଶିଶୁ ଅପପୁଷ୍ଟିର ...

 ଜୀବନର ଅପଚୟ

ଜୀବନର ଅପଚୟ

ଡ. ସୁବାସ ଚନ୍ଦ୍ର ପାତ୍ର ଅପଚୟ ପ୍ରସଙ୍ଗ ପଡ଼ିଲେ ମନକୁ ଆସେ ଅର୍ଥ ଓ ସମୟର କଥା, ସତେ ଯେପରି ଏ ଦୁଇଟି କ୍ଷେତ୍ର ଛଡ଼ା ଆଉ କେଉଁଠି ଅପଚୟ ସେପରି କ୍ଷତିକାରକ ନୁହେଁ! ତେବେ ଅପଚୟ ଏକ ଆପେକ୍ଷିକ ମାନସିକତା। ଜଣଙ୍କ ପାଇଁ ଯାହା ସଞ୍ଚୟ, ଅନ୍ୟ ପାଇଁ ତାହା ଅପଚୟ; ଜଣଙ୍କ ପାଇଁ ଯାହା ମୂଲ୍ୟବାନ, ସଂରକ୍ଷଣ ଯୋଗ୍ୟ ଅନ୍ୟଜଣଙ୍କ ପାଇଁ ତାହା ଅଲୋଡ଼ା; ଜଣଙ୍କ ପାଇଁ ଯାହା ଅଧ୍ୟବସାୟର କଥା, ଏକ ମହତ୍‌ କାମ ଅନ୍ୟ ଜଣଙ୍କ ପାଇଁ ତାହା ‘ଅକାମ’, ଦୃଷ୍ଟିଯୋଗ୍ୟ ବି ନୁହେଁ। ବନ୍ଧୁତ୍ୱ ପାଇଁ କେତେ କଥା କୁହାଯାଏ, କେତେ କବିତା ଓ କଥା ସାହିତ୍ୟ ଲେଖାଯାଇଛି। ଇଂଲିଶ ଔପନ୍ୟାସିକ ଇ.ଏମ୍‌. ଫଷ୍ଟର ...

ନିଜକୁ ସୁଧାର

ନିଜକୁ ସୁଧାର

ସୌମ୍ୟା ପରିଡ଼ା ଅଧିକାଂଶ ଛୋଟବଡ଼ ସରକାରୀ ଓ ବେସରକାରୀ କାମ ପାଇଁ ପାସ୍‌ପୋର୍ଟ ଫଟୋ ଦରକାର ହୁଏ। ଆମ ଭିତରୁ ବହୁ ଲୋକ ଦରକାର ବେଳେ ହିଁ ଫଟୋ ଷ୍ଟୁଡିଓକୁ ଦଉଡ଼ନ୍ତି। ଆଉ ଷ୍ଟୁଡ଼ିଓବାଲା ବି ଆମଠୁ ଅଲଗା ଅଲଗା ଟଙ୍କା ନିଅନ୍ତି। ସାଙ୍ଗେସାଙ୍ଗେ ନେଲେ ଏତେ, ୪ ଘଣ୍ଟା ପରେ ନେଲେ ଏତେ, ଗୋଟାଏ ଦିନ ପରେ ନେଲେ ଏତେ। ଆଜିକାଲି ତ ଡିଜିଟାଲ୍‌ ପ୍ରିଣ୍ଟ୍‌, ସାଙ୍ଗେସାଙ୍ଗେ କାମ ହେବା କଥା। ହେଲେ ଆମ ଅସୁବିଧାର ସୁଯୋଗ ନିଅନ୍ତି ଫଟୋ ଷ୍ଟୁଡିଓବାଲା। ପୁଣି ଯଦି ଫଟୋର ସଫ୍‌ଟ କପି ମାଗିଲ, ତେବେ ତା’ ପାଇଁ ପୁଣି ଅଧିକ ଟଙ୍କା। କେବଳ ଫଟୋ ଷ୍ଟୁଡ଼ିଓବାଲା ନୁହେଁ ବରଂ ନିତିଦିନିଆ ଜୀବନରେ ଆପଣ ଏମିତି ଅନେକ କଥାର ସମ୍ମୁଖୀନ ହୁଅନ୍ତି। ଯେମିତି ପାଣି ବଟଲ୍‌ଟା ୧୨ରୁ ୨୦ ଟଙ୍କା ଭିତରେ ମିଳେ। ହେଲେ ସେହି ସମାନ ପାଣି ବଟଲ୍‌ଟା ବଡ଼ ହୋଟେଲରେ ଆଉ ଫିଲ୍ମ ହଲ୍‌ରେ ୭୦-୮୦ ଟଙ୍କା ଭିତରେ ମିଳେ। ୩୦ ଟଙ୍କିଆ ଜୁସ୍‌ଟା ଶହେ-ଦେଢ଼ଶହ ଟଙ୍କାରେ ମିଳେ, ଯେତେବେଳେ ଆପଣ ବିମାନଯାତ୍ରା କରନ୍ତି। ହେଲେ ଏସବୁର ଆମେ କେବେ ବିରୋଧ କରୁନା। ଏସବୁ ଆମ ନଜରରେ ଦୁର୍ନୀତି ନୁହେଁ। ଠିକ୍‌୍‌ ସେମିତି ସରକାରୀ, ବେସରକାରୀ କାମ ପାଇଁ ଅନେକ ଲୋକ ହାତଗୁଞ୍ଜା ଦିଅନ୍ତି। ଆଉ କିଛି ଲୋକ ସଚ୍ଚୋଟ ...

ଏଇ ଭାରତରେ

ଏଇ ଭାରତରେ

ମଣିଷ କିମ୍ବା ପଶୁଙ୍କୁ ରୋଗ ହେଲେ ତାହାର ଉପଶମ ପାଇଁ ସାଲାଇନ୍‌ ଏବଂ ଔଷଧ ଦିଆଯାଇଥାଏ। କିନ୍ତୁ ଗଛର ଡାଳ ସଂକ୍ରମିତ ହେଲେ ସେଥିରେ ସାଲାଇନ୍‌ ଲଗାଯିବା କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ, ଯାହା ତେଲେଙ୍ଗାନାର ମେହବୁବ୍‌ ନଗରଠାରେ ଦେଖିବାକୁ ମିଳିଛି। ମଣିଷ ଭଳି ଗଛର ସେବା କରାଯିବା ପରିବେଶ ପାଇଁ ନୂଆ ବାର୍ତ୍ତା ଦେଇଛି। ଏଠାକାର ଏକ ବରଗଛ ‘ପିଲାଲା ମାରି’ ନାମରେ ଜଣାଶୁଣା। ଏହା ୭୦୦ ବର୍ଷର ପୁରୁଣା ହୋଇଥିବା ବେଳେ ୩ ଏକର ଜମି ଉପରେ କାୟା ବିସ୍ତାର କରିଛି। ଏହାର ଗୋଟିଏ ଡାଳ ରୋଗପୋକ ଦ୍ୱାରା ସଂକ୍ରମିତ ହୋଇଥିଲା। ...

ସମ୍ପାଦକୀୟ/ ନିମ୍ନମୁଖୀ ମାନସିକତା

ସମ୍ପାଦକୀୟ/ ନିମ୍ନମୁଖୀ ମାନସିକତା

ଆଧାର କାର୍ଡ ପାଇଁ ବାୟୋମେଟ୍ରିକ ସଂଗ୍ରହ କରି ବ୍ୟକ୍ତିର ଅନ୍ତରଙ୍ଗ ଗୋପନୀୟତା (ପ୍ରିଭେସି) ସମ୍ପର୍କରେ କେନ୍ଦ୍ର ସରକାର ତଥ୍ୟ ହାସଲ କରୁଛନ୍ତି। ଏହିସବୁ ତଥ୍ୟ ଗୋପନ ରହିବ ବୋଲି ସରକାର ଏବଂ ଭାରତୀୟ ଏକକ ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ବାରମ୍ବାର କହୁଥିଲେ ମଧ୍ୟ ବିଭିନ୍ନ ମାର୍ଗରେ ଏହା ପ୍ରଘଟ ହୋଇ ଯାଉଥିବା ଦେଖିବାକୁ ମିଳୁଛି। ସାଧାରଣ ଭାରତୀୟ ନାଗରିକ ଅନ୍ତରଙ୍ଗ ତଥ୍ୟର ଆର୍ଥିକ ଗୁରୁତ୍ୱକୁ ବୁଝିପାରୁ ନ ଥିବାରୁ, ଏପର୍ଯ୍ୟନ୍ତ ସେହି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆରମ୍ଭ ହୋଇନାହିଁ। ଏଭଳି ପରିସ୍ଥିତିରେ ସରକାର ବ୍ୟକ୍ତିର ପସନ୍ଦ ଅପସନ୍ଦ ଜାଣିବା ସକାଶେ ଆଉ ଏକ ଚାଲାକି କରିବାକୁ ଯାଉଛନ୍ତି। ଘରର ଚାରିକାନ୍ଥ ଭିତରେ ବସି ବ୍ୟକ୍ତି ଟେଲିଭିଜନରେ କେଉଁ ଚାନେଲ ଉପଭୋଗ କରୁଛି ତା’ର ତଥ୍ୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଂଗ୍ରହ କରିବ। ଏଥିପାଇଁ ଟେଲିଭିଜନ ସେଟ୍‌ଅପ୍‌ ବକ୍ସରେ ଚିପ୍‌ (ଏକ କ୍ଷୁଦ୍ର ଯନ୍ତ୍ର) ଖଞ୍ଜିବାକୁ ମନ୍ତ୍ରଣାଳୟ ପ୍ରସ୍ତୁତ ହେଉଛି।...

ଦଳିତ ରାଜନୀତି

ଦଳିତ ରାଜନୀତି

ଅରୁଣ କୁମାର ପଣ୍ଡା ଦଳିତ ଅତ୍ୟାଚାର ସମ୍ପର୍କିତ ଆଇନର ଦୁରୁପଯୋଗ ବିରୋଧରେ ଆଗତ ଏକ ପିଟିଶନର ବିଚାର କରି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଜଣେ ଡିଏସ୍‌ପିସ୍ତରୀୟ ପୋଲିସ ତଦନ୍ତ କରି ଆଗତ ଅଭିଯୋଗର ସତ୍ୟାସତ୍ୟ ସମ୍ପର୍କରେ ତିନିଦିନ ଭିତରେ ରିପୋର୍ଟ ଦେବା ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଏଫ୍‌ଆଇଆର୍‌ ପଞ୍ଜୀକରଣରେ ଏବଂ ଗିରଫଦାରିରେ ବିଳମ୍ବ ହେଲେ ଏସ୍‌ସି/ଏସ୍‌ଟିଙ୍କ ସୁରକ୍ଷା ପାଇଁ ଅଭିପ୍ରେତ ଏହି ଆଇନର ଠିକ୍‌ କାର୍ଯ୍ୟକାରିତା ହେବନାହିଁ ବୋଲି କେନ୍ଦ୍ର ସରକାର ପୁନର୍ବିଚାର ଯାଚିକାରେ ଉଲ୍ଲେଖ କରଛନ୍ତି। ଏହି କାନୁନକୁ କୋହଳ କରାଗଲେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର ବଢିବ ଏବଂ ଆଇନ ପ୍ରତି ଅପରାଧୀଙ୍କ ଭୟ ରହିବ ନାହିଁ ବୋଲି ଏଥିରେ ଯୁକ୍ତି କରାଯାଇଛି। କେନ୍ଦ୍ର ସରକାରଙ୍କ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ସାମାଜିକ ନ୍ୟାୟ ମନ୍ତ୍ରୀ ଥାଓ୍ବାର ଚାନ୍ଦ ଗେହଲଟଙ୍କ ସହ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିସ୍ତୃତ ଆଲୋଚନା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ପୁନର୍ବିଚାର ଯାଚିକା ଦାଖଲ କରାଯାଇଥିବା କୁହାଯାଉଛି। ସୁପ୍ରିମ୍‌କୋର୍ଟ ମଧ୍ୟ ଏହି ଯାଚିକାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି।...

ବିଶ୍ୱ ଐତିହ୍ୟ ସ୍ଥଳ

ବିଶ୍ୱ ଐତିହ୍ୟ ସ୍ଥଳ

ଇଂ. ମାୟାଧର ସ୍ବାଇଁ ବିଶ୍ୱର ପ୍ରାୟ ପ୍ରତ୍ୟେକ ଦେଶରେ ଅନେକ ପ୍ରାଚୀନ କୀର୍ତ୍ତି ଓ ସୌନ୍ଦର୍ଯ୍ୟଭରା ସ୍ଥଳ ଅଛି। ମିଳିତ ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂସ୍ଥା ୟୁନେସ୍କୋ ଏଗୁଡିକ ମଧ୍ୟରୁ ବାଛି ବାଛି ସାଂସ୍କୃତିକ ଓ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିରୁ କେତୋଟିକୁ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ଦେଇଛି ଏବଂ ଏଗୁଡିକର ସଂରକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ନେଇଛି। ଏଗୁଡିକ ମଧ୍ୟରେ ଜଙ୍ଗଲ, ପର୍ବତ, ହ୍ରଦ, ଦ୍ୱୀପ, ମରୁଭୂମି, ପ୍ରାଚୀନ କୀର୍ତ୍ତି, କୋଠା ଏବଂ ସହର ଆଦି ଅଛି। ୟୁନେସ୍କୋର ସାଧାରଣ ପରିଷଦ ଦ୍ୱାରା ନିର୍ବାଚିତ ୨୧ ସଦସ୍ୟ ରାଷ୍ଟ୍ରକୁ ନେଇ ବିଶ୍ୱ ଐତିହ୍ୟ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ପ୍ରତିବର୍ଷ ନୂଆ ନୂଆ ଐତିହ୍ୟ ସ୍ଥଳକୁ ତାଲିକାରେ ଯୋଗ କରୁଛି। ସାଧାରଣତଃ ପ୍ରାଚୀନ କୀର୍ତ୍ତିଗୁଡିକ ପୁରାତନ କାରିଗରି ବିଦ୍ୟା ଅନୁଯାୟୀ ନିର୍ମିତ ହୋଇଛି। ସମୟର ସ୍ରୋତ ସହିତ ଏଗୁଡିକ ମଧ୍ୟରୁ ଅନେକ ଭାଙ୍ଗିରୁଜି ଗଲାଣି। ଅନେକ ଦେଶ ପାଖରେ ଏହାର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ କାରିଗରି ଜ୍ଞାନ କିମ୍ବା ଅର୍ଥ ନାହିଁ। ପୁନଶ୍ଚ ଅନେକ ଦେଶରେ ଏଥିପ୍ରତି ମନୋବୃତ୍ତିର ଅଭାବ ଅଛି। ଏଣୁ ଅବକ୍ଷୟିଷ୍ଣୁ ଏହି କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ନିହାତି ଆବଶ୍ୟକ। ଏଥିପାଇଁ ୟୁନେସ୍କୋ ଆଗେଇ ଆସିଛି। ଏହା କାରିଗରି ବିଦ୍ୟା ସାଙ୍ଗକୁ ଆବଶ୍ୟକ କ୍ଷେତ୍ରରେ ଅର୍ଥ ବ୍ୟବସ୍ଥା ମଧ୍ୟ କରୁଛି। କେବଳ କୀର୍ତ୍ତିରାଜି ନୁହେଁ, ସଭ୍ୟତାର ବିକାଶ ସହ ଅନେକ ପ୍ରାକୃତିକ ଐତିହ୍ୟ ସ୍ଥଳ ତାହାର ବିଶେଷତା ହରାଇଲାଣି। କଳକାରଖାନା, ଜଳବିଦ୍ୟୁତ୍‌ କେନ୍ଦ୍ର, ରାସ୍ତା ଆଦି ନିର୍ମାଣ ଯୋଗୁ ଜଙ୍ଗଲ ପରିବେଷ୍ଟିତ ସୌନ୍ଦର୍ଯ୍ୟଭରା ଅନେକ ପ୍ରାକୃତିକ ଐତିହ୍ୟ ସ୍ଥଳ ଏହାର ପୂର୍ବ ଶୋଭା ହରାଇବାକୁ ବସିଲାଣି। ...

ଏଇ ଭାରତରେ

ଏଇ ଭାରତରେ

ବିବାହ ବେଦିକୁ ଆସିବା ପୂର୍ବରୁ କନ୍ୟା ଫେରାର ହେବାର ନଜିର ଅନେକ ରହିଛି। ସେହିପରି ବର ଫେରିଯିବା କାରଣରୁ ମଙ୍ଗୁଳା କନ୍ୟା ବାହା ହୋଇ ନ ପାରି ରହିଯିବା ଭଳି ଘଟଣା ଘଟୁଛି। କିନ୍ତୁ ବାହାହୋଇ ନୂଆକରି ଘରକୁ ଆସୁଥିବା ବୋହୂ ୫ ଦିନ ନ ପୂରୁଣୁ ଲୁଟେରା ସାଜିବା ଭଳି ଘଟଣା ଘଟିଛି ଗୁଜରାଟ ରାଜ୍ୟର ଶାମିଲ ଜିଲା କୋତଓ୍ବାଲୀ ଅଞ୍ଚଳରେ। ନୂଆବୋହୂ ଜଣକ ପ୍ରାୟ ଅଢେଇ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୫୦ ହଜାର ଟଙ୍କା ଧରି ବିବାହର ମଧ୍ୟସ୍ଥ ଥିବା ବ୍ୟକ୍ତିଙ୍କ ସହ ଫେରାର ହୋଇଯାଇଛନ୍ତି। ଏହି ଅଞ୍ଚଳର ଆର୍ଯ୍ୟପୁରୀ ମୋହଲାରେ ରହୁଥିବା ରାକେଶ କୁମାର ଚଳିତ ମାସ ୧୦ ତାରିଖରେ ହରଦ୍ୱାରର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ରାକେଶଙ୍କର ଜଣେ ପରିଚିତ ବ୍ୟକ୍ତି ବିଶାଲ ଏହି ବିବାହର ମଧ୍ୟସ୍ଥ ଥିଲେ। ହିନ୍ଦୁ ରୀତିନୀତିରେ ବିବାହ ଖୁବ୍‌ ଧୁମ୍‌ଧାମ୍‌ରେ ହୋଇଥିଲା।...