ଅନଗୁଳ-ଢେଙ୍କାନାଳ

ଦିବ୍ୟାଙ୍ଗଙ୍କୁ ଉପହାସ : କଷ୍ଟସହି ଆସିଲେ, ବିନା ସାର୍ଟିଫିକେଟରେ ଫେରିଲେ

ଦିବ୍ୟାଙ୍ଗଙ୍କୁ ଉପହାସ : କଷ୍ଟସହି ଆସିଲେ, ବିନା ସାର୍ଟିଫିକେଟରେ ଫେରିଲେ


ଢେଙ୍କାନାଳ ଅଫିସ, ୨। ୧-ଦିବ୍ୟାଙ୍ଗଙ୍କ ପ୍ରତି ସମ୍ବେଦନଶୀଳ ହୁଅ। ସେମାନଙ୍କୁ ସହାୟତାର ହାତ ବଢ଼ାଅ। ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରି ରୋଜଗାରର ବାଟ ଦେଖାଅ। ଦିବ୍ୟାଙ୍ଗ ଚିହ୍ନଟ ଏବଂ ପଞ୍ଜୀକରଣ ଶିବିରରେ ଏପରି ଲମ୍ବା ଚଉଡ଼ା ଭାଷଣ ଶୁଣିବାକୁ ମିଳେ। ହେଲେ ବାସ୍ତବଚିତ୍ର କିନ୍ତୁ ଭିନ୍ନ। ଅନେକ ସମୟରେ ଦିବ୍ୟାଙ୍ଗମାନେ ସରକାରୀ ଅବେହଳାର ଶିକାର ହେଉଥିବା ଅଭିଯୋଗ ଉଠେ। ମଙ୍ଗଳବାର ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ସାମର୍ଥ୍ୟ ଶିବିର କାର୍ଯ୍ୟାଳୟକୁ ୫୦ରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ ଆସି ବିନା ସାର୍ଟିଫିକେଟରେ ନିରାଶ ହୋଇ ଫେରିବା ପରେ ସେମାନଙ୍କ ପ୍ରତି ପ୍ରଶାସନ କେତେ ଦରଦୀ ତାହା ସ୍ପଷ୍ଟ ହୋଇଛି।
ଜିଲାର ବିଭିନ୍ନ ବ୍ଲକରେ ଭିନ୍ନକ୍ଷମ ଚିହ୍ନଟ ଶିବିରରେ ଯୋଗ୍ୟ ବିବେଚିତ ହୋଇ ସାର୍ଟିଫିକେଟ ପାଇବା ଆଶାରେ ୫୦ରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ ଢେଙ୍କାନାଳ ସାମର୍ଥ୍ୟ ଶିବିର କାର୍ଯ୍ୟାଳୟକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ସଦର ବ୍ଲକର ନୂଆଗାଁ, ତରଭା, ଚାଉଳିଆ, ମଣ୍ଡାପାଳ, କାମାକ୍ଷାନଗର ବ୍ଲକର ମହୁଲପାଳ ଓ ସୋଗର ଭଳି ଦୂର ସ୍ଥାନରୁ ଅନେକ ଆଶାୟୀ ରହିଥିଲେ। ଦିନ ୧୦ଟା ପୂର୍ବରୁ ଶିବିର କାର୍ଯ୍ୟାଳରେ ପହଞ୍ଚତ୍ଥିଲେ ମଧ୍ୟ ମଧ୍ୟାହ୍ନ ୧୨ଟା ଯାଏ କୌଣସି କର୍ମଚାରୀଙ୍କ ଦେଖା ମିଳି ନ ଥିଲା। ଫଳରେ ସେମାନେ ନିରାଶ ହୋଇ ଜିଲାପାଳଙ୍କୁ ଜଣାଇବା ପାଇଁ କାର୍ଯ୍ୟାଳୟକୁ ଆସିଥିଲେ। ଏହାକୁ ନେଇ ଦିବ୍ୟାଙ୍ଗଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲେ। ଟଙ୍କା ଖର୍ଚ୍ଚ କରି ବହୁ କଷ୍ଟରେ ଦୂରଦୂରାନ୍ତରୁ ଆସିବା ସତ୍ତ୍ୱେ ସାର୍ଟିଫିକେଟ ନ ମିଳିବା ବହୁତ ବାଧିଛି ବୋଲି ସେମାନେ ପ୍ରତିକ୍ରିୟାରେ କହିଛନ୍ତି। ଅଭିଯୋଗକାରୀଙ୍କ ପରିଚୟ ଜାଣିବାକୁ ଗଣମାଧ୍ୟମ ପ୍ରତିନିଧି ଚେଷ୍ଟା କରିଥିଲେ। ହେଲେ ଚିହ୍ନା ପଡ଼ିିଲେ ସରକାରୀ ବାବୁମାନେ ରାଗରଖି ସାର୍ଟିଫିକେଟ ଦେବେନାହିଁ ବୋଲି କେତେଜଣ ଭୟଭୀତ ହୋଇ କହିଥିଲେ।
ଏ ସଂକ୍ରାନ୍ତରେ ଜିଲା ସମାଜ ମଙ୍ଗଳ ବିଭାଗ କାର୍ଯ୍ୟାଳୟର ସାମାଜିକ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଶୁଭେନ୍ଦୁ ଖୁଣ୍ଟିଆ କୁହନ୍ତି, କାହାରିକୁ ସାର୍ଟିଫିକେଟ ନେବା ପାଇଁ ଡକାଯାଇ ନ ଥିଲା। ସୂଚନା ଦେବା ପରେ ସେମାନେ ଆସିବା କଥା। ବିନା ସୂଚନାରେ ଦିବ୍ୟାଙ୍ଗମାନେ ଆସିଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ସେ କହିଛନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

ଏନ୍‌ସିସି ପକ୍ଷରୁ ଚାରାରୋପଣ

ଏନ୍‌ସିସି ପକ୍ଷରୁ ଚାରାରୋପଣ

କାମାକ୍ଷାନଗର,୧୮।୭(ଡି.ଏନ.ଏ.)-କାମାକ୍ଷାନଗର ମହାବିଦ୍ୟାଳୟର ଏନ୍‌ସିସି ଶାଖା ପକ୍ଷରୁ ବୁଧବାର କଲେଜ ପରିସର ଏବଂ ପୋଷ୍ୟ ଗ୍ରାମ ଶରଧାପୁରରେ ଚାରାରୋପଣ କରାଯାଇଛି। କଲେଜ ଅଧ୍ୟକ୍ଷ ଅରବିନ୍ଦକାନ୍ତ ରାୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। କ୍ୟାଡେଟ୍‌ମାନେ ଅନ୍ୟନ୍ତ ଗୋଟିଏ ଲେଖାଏ ଚାରା ରୋପଣ କରିବାକୁ ସେ ଆହ୍ବାନ ଦେଇଥିଲେ।

କମୁନି ଉନ୍ମତ୍ତ ମାଙ୍କଡ଼ ଦୌରାତ୍ମ୍ୟ: ୧୫ଦିନରେ ୩୦ରୁ ଊର୍ଦ୍ଧ୍ୱ ଗୁରୁତର

କମୁନି ଉନ୍ମତ୍ତ ମାଙ୍କଡ଼ ଦୌରାତ୍ମ୍ୟ: ୧୫ଦିନରେ ୩୦ରୁ ଊର୍ଦ୍ଧ୍ୱ ଗୁରୁତର

ପରଜଙ୍ଗ, ୧୮।୭(ଡି.ଏନ୍‌.ଏ.)-ପରଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ମେଣ୍ଢାପଦା ଗ୍ରାମରେ ୧୫ଦିନ ହେଲା ଆତଙ୍କ ସୃଷ୍ଟି କରିଥିବା ଉନ୍ମତ୍ତ ହନୁ ମାଙ୍କଡ଼କୁ ଧରିବାକୁ ବନ ବିଭାଗ ଉଦ୍ୟମ ଚଳାଇଛି। ଏଥିପାଇଁ ମହାବିରୋଡ ରେଞ୍ଜର ସୁରେଶ ଚନ୍ଦ୍ର ବେହେରା, ଫରେଷ୍ଟର ଅଜିତ କୁମାର ଦଳେଇ, ସାଆନ୍ଦା ବିଟ୍‌ ଗାର୍ଡ ମାନସ ପ୍ରଧାନ, କପିଳାସ ଚିଡ଼ିଆଖାନାର ତାଲିମପ୍ରାପ୍ତ ୪ କର୍ମଚାରୀଙ୍କ ସମେତ ହାତୀ ସ୍କ୍ବାଡ୍‌କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି।

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ବଇଣ୍ଡା, ୧୮।୭(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ଥାନା କଣ୍ଟେଇକୁଳିଆ ଗ୍ରାମର ଅପି ସାହୁ(୩୬) ଭାଲୁ ଆକ୍ରମଣରେ ବୁଧବାର ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଗ୍ରାମବାସୀ ଓ ପରିବାର ଲୋକେ ଉଦ୍ଧାର କରି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ବନ୍ତଳା, ୧୮।୭(ଡି.ଏନ.ଏ.)- ଅନୁଗୋଳ ଜିଲା ଦୌରାଜଜ ସଞ୍ଜୟ କେଶରୀ ସ୍ବାଇଁ ବୁଧବାର ଏକ ହତ୍ୟା ମାମଲାର ବିଚାର କରି ଅନୁଗୋଳ ଥାନା ମଦନମୋହନପଡାର ସିଦ୍ଧେଶ ମୁଖି ଓରଫ୍‌ ସିଦ୍ଧେ(୨୯)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଚାଷୀଙ୍କୁ ମିଳିନି ଫସଲ ବୀମା ସହାୟତା ରାଶି;  କୃଷିଋଣ ଛାଡ଼ ନ ହେଲେ ଆନ୍ଦୋଳନ

ଚାଷୀଙ୍କୁ ମିଳିନି ଫସଲ ବୀମା ସହାୟତା ରାଶି; କୃଷିଋଣ ଛାଡ଼ ନ ହେଲେ ଆନ୍ଦୋଳନ

ଛେଣ୍ଡିପଦା,୧୮।୭ (ଡି.ଏନ.ଏ.)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା ରାଜସ୍ବ ସର୍କଲ ଅଧୀନରେ ଥିବା ଜରପଡା, ପରା, ଜେରେଙ୍ଗ ଦେହୁରୀସାହି, ଦୁର୍ଗାପୁର, କତଡା, ତୁକୁଡା, ଓଗୀ ପଞ୍ଚାୟତ ଅଞ୍ଚଳରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ୨୦୧୭ରେ ଖରିଫ ଧାନ ଏବଂ ଅଣଧାନ ଫସଲ ଉଜୁଡି ଯାଇଥିଲା। ପରେ କୃଷି, ପରିସଂଖ୍ୟାନ ଓ ରାଜସ୍ବ ବିଭାଗ, ଫସଲ ବୀମା କମ୍ପାନୀ ପକ୍ଷରୁ ମରୁଡ଼ି ଅଞ୍ଚଳରେ ସର୍ଭେ କରାଯାଇ ଫସଲ ହାନି ବାବଦରେ କ୍ଷୟକ୍ଷତି ଆକଳନ କରାଯାଇଥିଲା। ଏପରି କି ପ୍ରତି ଗ୍ରାମ ଏବଂ ପଞ୍ଚାୟତସ୍ତରରେ ଫସଲ ଅମଳ ସହ କ୍ଷୟକ୍ଷତି ରିପୋର୍ଟ ସଂଗ୍ରହ କରାଯାଇଥିଲା। ଏ ନେଇ ଜିଲା ପ୍ରଶାସନ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ମାତ୍ର ବର୍ଷେ ହେବ ଉକ୍ତ ଅଞ୍ଚଳର ମରୁଡି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରଙ୍କ ପକ୍ଷରୁ ଫସଲ ବୀମା ସହାୟତା ମିଳିପାରି ନାହିଁ।

ନକଲି ବିଦ୍ୟୁତ୍‌ ତାର ଗୋଦାମ  ଠାବ କଲା ଭୁବନ ପୋଲିସ

ନକଲି ବିଦ୍ୟୁତ୍‌ ତାର ଗୋଦାମ ଠାବ କଲା ଭୁବନ ପୋଲିସ

ଭୁବନ, ୧୮ା୭(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ପୋଲିସ ବୁଧବାର ନକଲି ବିଦ୍ୟୁତ୍‌ ତାର ଗୋଦାମ ଠାବ କରିଛି। ଭୁବନ କାଳୀ ବଜାରରେ ଥିବା ଅଜନବୀ ଇଲେକ୍ଟ୍ରୋନିକସ୍‌ ଓ କାଚରାସାହି ଗୋଦାମ ଘରେ ପୋଲିସ ଚଢ଼ାଉ କରିଥିଲା।

୯ ଦଫା ଦାବିରେ ଜିଲାପାଳଙ୍କ ଅଫିସ ଘେରାଉ

୯ ଦଫା ଦାବିରେ ଜିଲାପାଳଙ୍କ ଅଫିସ ଘେରାଉ

ଅନୁଗୋଳ ଅଫିସ,୧୮।୭: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ଆଖପାଖରେ ଥିବା ୧୦ଟି ପଞ୍ଚାୟତର ଅଧିବାସୀ ବୁଧବାର ୯ ଦଫା ଦାବିରେ ଷ୍ଟାଡିୟମଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ ଅଫିସ ଘେରାଉ କରିଛନ୍ତି।

ନାଲ୍‌କୋ ଟ୍ରକ ମାଲିକ ସଙ୍ଘର ବୈଠକ

ନାଲ୍‌କୋ ଟ୍ରକ ମାଲିକ ସଙ୍ଘର ବୈଠକ

ବଅଁରପାଳ, ୧୮।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଟ୍ରକ ମାଲିକ ସଙ୍ଘର ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସଙ୍ଘ ସଭାପତି ରାଜୀବ ଜେନା ଏଥିରେ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଆସନ୍ତା ୨୦ ତାରିଖରେ ସର୍ବଭାରତୀୟସ୍ତରରେ ହେବାକୁ ଥିବା ଧର୍ମଘଟକୁ ସମର୍ଥନ କରି ନାଲ୍‌କୋରେ କିଭଳି ଧର୍ମଘଟ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା।

ତାଲା କାଟି ନେଇଗଲେ ଏସି, କୁଲର

ତାଲା କାଟି ନେଇଗଲେ ଏସି, କୁଲର

ବଅଁରପାଳ, ୧୮।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନାଠାରୁ ପ୍ରାୟ ୫ଶହ ମିଟର ଦୂରରେ ଥିବା ଏକ ଇଲେକ୍ଟ୍ରି ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବତ୍ତ ଦୋକାନର ତାଲା ଭାଙ୍ଗି ଏସି, କୁଲର ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଇଛନ୍ତି।

ଜୁଆ ଆଡ୍ଡା ଉପରେ ଚଢ଼ାଉ: ବାଇକ୍‌ ଜବତ, ଜଣେ ଅଟକ

ପରଜଙ୍ଗ, ୧୮।୭(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ଜୁଆ ଖେଳ ବଢ଼ିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଆଡ୍ଡା ଖୋଲି ଲକ୍ଷାଧିକ ଟଙ୍କାର ଖେଳ ହେଉଛି।

୧୫ ନୁହେଁ, ୪ ଦିନ ପାଇଁ ମିଳିଲା ମଞ୍ଜୁରୀ:ରିମାଣ୍ଡରେ ଗଲେ ୨ ବ୍ୟାଙ୍କ ଡକାୟତ

୧୫ ନୁହେଁ, ୪ ଦିନ ପାଇଁ ମିଳିଲା ମଞ୍ଜୁରୀ:ରିମାଣ୍ଡରେ ଗଲେ ୨ ବ୍ୟାଙ୍କ ଡକାୟତ

ଅନୁଗୋଳ ଅଫିସ,୧୮ା୭- ଅନୁଗୋଳସ୍ଥିତ ଆନ୍ଧ୍ର ଓ ଇଣ୍ଡିଆନ ବ୍ୟାଙ୍କ ଲୁଟ୍‌ ଘଟଣାରେ ବିହାରର ଗୟାରୁ ଗିରଫ ହୋଇଥିବା ଦୁଇ ଡକାୟତ ଓମ୍‌ ପ୍ରକାଶ ଦାସ ଓ ରାଜେଶ ଦାସଙ୍କୁ ମଙ୍ଗଳବାର ରିମାଣ୍ଡରେ ନେଇଛି ଅନୁଗୋଳ ପୋଲିସ। ଏ ନେଇ କୋର୍ଟରେ ୧୫ ଦିନ ପାଇଁ ଆବେଦନ କରାଯାଇଥିଲା।

ଶ୍ରୀହର୍ଷ ନାୟକ ଭୁବନ ବିଇଓ

ଶ୍ରୀହର୍ଷ ନାୟକ ଭୁବନ ବିଇଓ

ଭୁବନ, ୧୮ା୭(ଡି.ଏନ୍‌.ଏ.)-ଭୁବନ ବ୍ଲକ ଶିକ୍ଷାଧିକାରୀ (ବିଇଓ) ଭାବେ ସୋମବାର ଶ୍ରୀହର୍ଷ ନାୟକ କାର୍ଯ୍ୟରେ ଯୋଗଦେଇଛନ୍ତି। ସେ ଚିଲିକା ବ୍ଲକ ଲକ୍ଷ୍ମୀଧର ନୋଡାଲ ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଏଥିପୂର୍ବରୁ ବିଇଓ ଅଜୟ କୁମାର ପାତ୍ର ଭୁବନ ଏବଂ କାମାକ୍ଷାନଗର ବ୍ଲକର ଯୁଗ୍ମ ଦାୟିତ୍ୱରେ ଥିଲେ। କାର୍ଯ୍ୟରେ ଯୋଗଦେବା ପରେ ବିଭାଗୀୟ କର୍ମଚାରୀମାନେ ତାଙ୍କୁ ସ୍ବାଗତ ଜଣାଇଛନ୍ତି।

Model This Week

ରୂପେଶ