Dharitri News
ଅନଗୁଳ-ଢେଙ୍କାନାଳ

ନୂଆ ରୂପ ନେବ ବାଜିଚୌକ ଶହୀଦ ମିନାର

ନୂଆ ରୂପ ନେବ ବାଜିଚୌକ ଶହୀଦ ମିନାର ଢେଙ୍କାନାଳ ଅଫିସ, ୨। ୧- ୭୯ତମ ସାଧାରଣତନ୍ତ୍ର ଦିବସକୁ ଶୃଙ୍ଖଳିତ ଭାବେ ପାଳନ କରିବାକୁ ଅଣ୍ଟା ଭିଡ଼ିଛି ଢେଙ୍କାନାଳ ଜିଲା ପ୍ରଶାସନ। ଏ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅପରାହ୍ନ ସାଢ଼େ ୩ଟାରେ ଜିଲା କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଜାତୀୟ ଦିବସ ପାଳନର ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଜାନୁୟାରୀ ୨୬ଉପଲକ୍ଷେ ପ୍ରତ୍ୟୁଷରୁ ରାମଧୁନ ଏବଂ ସକାଳ ୬ଟାରେ ଛାତ୍ରୀଛାତ୍ରମାନେ ପ୍ରଭାତ ଫେରିରେ ନଗର ବୁଲିବେ। ସକାଳ ସାଢ଼େ ୭ଟାରେ ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ୮ଟାରେ ମହାପୁରୁଷ ଓ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ସାଢ଼େ ୮ଟାରେ ରିଜର୍ଭ ପୋଲିସ ପଡ଼ିଆରେ ଜିଲାସ୍ତରୀୟ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ଜରାଜୀର୍ଣ୍ଣ ହୋଇପଡ଼ିଥିବା ବାଜିଚୌକସ୍ଥିତ ଶହୀଦ ମିନାରର ଉନ୍ନତୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ସାଧାରଣତନ୍ତ୍ର ଦିବସରେ ଏହାକୁ ଉଦ୍‌ଘାଟନ କରାଯିବାକୁ ନିଷ୍ପତ୍ତି ହୋଇଛି। ଜାନୁୟାରୀ ୧୧ ଏବଂ ୧୨ରେ ବିବି ହାଇସ୍କୁଲରେ ଯଥାକ୍ରମେ ବିଦ୍ୟାଳୟସ୍ତରୀୟ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ହେବ। ସେହିପରି ସୂଚନାକେନ୍ଦ୍ରରେ ମହାବିଦ୍ୟାଳୟସ୍ତରୀୟ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ୧୧ ଓ ୧୨ ତାରିଖରେ ଅନୁଷ୍ଠିତ ହେବ। ୧୫ ତାରିଖରେ ସେଣ୍ଟ୍‌ ଜାଭିୟର୍ସ ହାଇସ୍କୁଲରେ ଚିତ୍ରାଙ୍କନ ପ୍ରତିଯୋଗିତା ହେବ। ୨୨, ୨୩ ଓ ୨୪ ତାରିଖ ପୂର୍ବାହ୍ନ ୮ଟାରେ ରିଜର୍ଭ ପୋଲିସ ପଡ଼ିଆରେ ପରେଡ୍‌ ପୂର୍ବାଭ୍ୟାସ କରାଯିବ। ଗଣତନ୍ତ୍ର ଦିବସରେ ଷ୍ଟାଡିୟମ୍‌ରେ ଭୁବନେଶ୍ୱର କିଟ୍‌ ଏବଂ ଢେଙ୍କାନାଳ ମଧ୍ୟରେ ପ୍ରଦର୍ଶନୀ ହକି ମ୍ୟାଚ୍‌ ଖେଳାଯିବ ବୋଲି ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ ମହାନ୍ତି ସୂଚନା ଦେଇଛନ୍ତି। ସନ୍ଧ୍ୟାରେ ଗୋପବନ୍ଧୁ ଟାଉନହଲ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବାଣିଜ୍ୟ ପ୍ରତିଷ୍ଠାନ ଓ ବିଭିନ୍ନ ଅନୁଷ୍ଠାନରେ ଆଲୋକ ସାଜସଜ୍ଜା କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ଫଳବଣ୍ଟନ, ରୋଟାରି କ୍ଲବରେ ରକ୍ତଦାନ ଶିବିର, ଜରାଶ୍ରମ, ଅନାଥାଶ୍ରମ, ଶିଶୁଗୃହ ଏବଂ ଜେଲ ଅନ୍ତେବାସୀଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯିବ। ବୈଠକରେ ନଗରପାଳ ସୁଧାଂଶୁ କୁମାର ଦଳେଇ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ କୁମାର ଭୋଇ, ଉପଜିଲାପାଳ ଶିଳ୍ପା ଶର୍ମା, ଅତିରିକ୍ତ ଏସ୍‌ପି ହରେକୃଷ୍ଣ ପ୍ରଧାନ, ଗୋଇନ୍ଦା ବିଭାଗ ଡିଏସ୍‌ପି ପ୍ରଶାନ୍ତ କୁମାର ବିଷୋୟୀ, ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ନଗରପାଳ ଶ୍ରୀଧର ସାହୁ, ବିଡିଓ ସରୋଜ କୁମାର ଦତ୍ତ, ଜିଲା ସଂସ୍କୃତି ଅଧିକାରୀ ସରୋଜ କୁମାର ପଣ୍ଡା, ଜିଲା ପର୍ଯ୍ୟଟନ ଅଧିକାରୀ ନଟବର ନାୟକ, ରୋଟାରି କ୍ଲବର ବିରଞ୍ଚତ୍ ନାରାୟଣ ପାଣି, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ନିର୍ବାହୀଯନ୍ତ୍ରୀ ବିଜୟାନନ୍ଦ ସାହୁ, ଟାଉନ ଥାନାଧିକାରୀ ଅଭିନବ ଡାଳୁଆଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ ବିବରଣୀ ପାଠ କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ।

ଅନଗୁଳ-ଢେଙ୍କାନାଳ

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଟାଉନ ହାଇସ୍କୁଲ ଖେଳ ପଡ଼ିଆରେ ରବିବାର ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ତରଫରୁ ୭ମ ରାଜ୍ୟସ୍ତରୀୟ ହେମସୁରପଡ଼ା ଫୁଟବଲ କପ୍‌ ୨୦୧୮ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ ଅନୁଗୋଳ ମା’ ବୁଢ଼ୀ ଫୁଟବଲ କ୍ଲବ ଓ ଢେଙ୍କାନାଳ ନରଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଥାନା ଆଙ୍କୁଲା ଗ୍ରାମର ପ୍ରଶାନ୍ତ ସାହୁଙ୍କ ଝୁଲନ୍ତା ମୃତଦେହ ରବିବାର ପୋଲିସ ଉଦ୍ଧାର କରିଛି।

ଚାନ୍ଦା ନ ଦେବାରୁ ଚାଳକଙ୍କୁ ମାଡ଼ ଅଭିଯୋଗ

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ନୂଆପଡ଼ା ଗଁାରେ ରବିବାର ଏକ ଟ୍ରକ୍‌ (ନଂ. ଓଡି୧୬ସି-୬୨୯୮) ଅଟକାଇ ଗ୍ରାମର ରିତେଶ ମହାପାତ୍ରଙ୍କ ସହିତ ୧୫ ଜଣ ଯୁବକ ଚାନ୍ଦା ମାଗିବା ସହ ମାଡ଼ ମାରିଥିବା ଚାଳକ କୁଣ୍ଢେଇଗୋଳା ଥାନା ଉଟୁସିଆ ଗ୍ରାମର ବିଷ୍ଣୁଚରଣ ସାହୁ ଅଭିଯୋଗ କରିଛନ୍ତି।

୨ ବାଇକ୍‌ ଧକ୍କା, ୩ ଗୁରୁତର

ବଅଁରପାଳ,୨୧।୧(ଡି.ଏନ.ଏ.)- ୫୫ନଂ. ଜାତୀୟ ରାଜପଥର ନାଲ୍‌କୋ ଥାନା କୁଲାଡ଼ ହାଇସ୍କୁଲ ସମ୍ମୁଖରେ ରବିବାର ରାତି ୯ଟାରେ ୨ ବାଇକ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇଥିଲା।

ଧାନଗଦା ଜଳିଗଲା

ଧାନଗଦା ଜଳିଗଲା

ଛେଣ୍ଡିପଦା, ୨୧ା୧(ଡି.ଏନ.ଏ.)- ଛେଣ୍ଡିପଦା ଥାନା ବରପଦା ଗ୍ରାମରେ ରବିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତ୍ରିଲୋଚନ ନାଏକଙ୍କ ଧାନଗଦା ସହ ପାଳଗଦା ଜଳିଯାଇଛି।

ଲୋକଙ୍କ ସହଯୋଗରେ ଅପରାଧ କମିବ

ଲୋକଙ୍କ ସହଯୋଗରେ ଅପରାଧ କମିବ

ବଇଣ୍ଡା,୨୧।୧(ଡି.ଏନ.ଏ.)- ଦିନକୁ ଦିନ ସମାଜରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଥିବାବେଳେ ଅପରାଧ ବଢିବାରେ ଲାଗିଛି। ତେଣୁ ଏଥିରେ ରୋକ ଲଗାଇବା ଦିଗରେ ପୋଲିସ ପ୍ରଶାସନ ସର୍ବଦା ସଜାଗ ରହିବା ଆବଶ୍ୟକ। ଏଥିସହ ପୋଲିସ ସହ ଜନତାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଲେ ଲୋକଙ୍କ ସହଯୋଗରେ ଅପରାଧ ବହୁ ପରିମାଣରେ କମିପାରିବ ବୋଲି ରବିବାର କିଶୋରନଗର ବ୍ଲକ ନାକିଚି ଗ୍ରାମରେ ହଣ୍ଡପା ପୋଲିସ ପକ୍ଷରୁ ଅନୁଷ୍ଠିତ ଆମ ପୋଲିସ ସମିତି ବୈଠକରେ ମତ ପ୍ରକାଶ ପାଇଛି।

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ

ଭୁବନ, ୨୧ା୧(ଡି.ଏନ୍‌.ଏ.)-ଭୁବନ ଥାନା ନୀଳକଣ୍ଠପୁର ଛକରେ ଶନିବାର ରାତିରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ଜାଡ଼ରେ ଥରିଲେ ୧୪ ଚକ୍ଷୁ ରୋଗୀ

ଜାଡ଼ରେ ଥରିଲେ ୧୪ ଚକ୍ଷୁ ରୋଗୀ

ଢେଙ୍କାନାଳ ଅଫିସ, ୨୧ା୧-ଢେଙ୍କାନାଳ ଦକ୍ଷିଣକାଳୀ ରୋଡସ୍ଥିତ କଳିଙ୍ଗ ଘରୋଇ ଚକ୍ଷୁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ କଟକ ଜିଲା ଆଠଗଡ଼ ଉପଖଣ୍ଡ ଅଞ୍ଚଳରୁ ଆସିଥିବା ୧୪ ରୋଗୀ ରବିବାର ହୀନସ୍ତା ହୋଇଛନ୍ତି। ବିନା ରହିବା ବ୍ୟବସ୍ଥାରେ ସେମାନଙ୍କୁ ଅଣାଯାଇଥିଲା। ଫଳରେ ରାତିରେ ପ୍ରବଳ ଜାଡ଼ରେ ଥରିଥରି ସେମାନଙ୍କୁ ନିରାଶରେ ଘରକୁ ଫେରିବାକୁ ପଡ଼ିଛି।

ପ୍ରଶାସନ, ପୋଲିସର ମିଳିତ ଚଢ଼ାଉ: ସିଲ୍‌ ହେଲା ନର୍ସିଂ ହୋମ୍‌

ପ୍ରଶାସନ, ପୋଲିସର ମିଳିତ ଚଢ଼ାଉ: ସିଲ୍‌ ହେଲା ନର୍ସିଂ ହୋମ୍‌

ଢେଙ୍କାନାଳ ଅଫିସ, ୨୧ା୧-ଢେଙ୍କନାଳ ସହରସ୍ଥିତ ବିଭିନ୍ନ ନର୍ସିଂହୋମ୍‌ରେ ରବିବାର ପୋଲିସ ଏବଂ ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି।

କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ

ବଇଣ୍ଡା, ୨୧।୧(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥକୁ ୪ ଲେନ ବିଶିଷ୍ଟ କରିବା ପାଇଁ ଏବେ ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ବଇଣ୍ଡା ଛକଠାରେ ଥିବା ଦୋକାନ ଉଚ୍ଛେଦ ପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏହି ଛକ ଉପରେ ଥିବା ପ୍ରାୟ ୨ ଶହରୁ ଊର୍ଦ୍ଧ୍ୱ ଉଠା ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଏ ପର୍ଯ୍ୟନ୍ତ କ୍ଷତିପୂରଣ ଦିଆ ନ ଯିବା ନେଇ ଅସନ୍ତୋଷ ଦେଖାଦେଇଛି

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ

ଆଠମଲ୍ଲିକ, ୨୧ା୧(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଲୁଣହାଣ୍ଡି ଗ୍ରାମର ରଞ୍ଜିତ ମେଣ୍ଡୁଲିଙ୍କୁ ଚିକିତ୍ସା ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯାଇଛି। ଆଠମଲ୍ଲିକ ତହସିଲଦାର ଡ. ଦିବ୍ୟଲୋଚନ ମହାନ୍ତଙ୍କ ଉପସ୍ଥିତିରେ ଉପଜିଲାପାଳ ସୁବାସ ଚନ୍ଦ୍ର ରାୟ ତାଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

୪ ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ

ବଅଁରପାଳ,୨୧।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ଟଳମୂଳ ଗ୍ରାମର ଗଙ୍ଗାଧର ଦାସଙ୍କ ବାଡ଼ିରୁ ଶନିବାର ରାତିରେ ଦୁର୍ବୃତ୍ତମାନେ ୪ଟି ମୂଲ୍ୟବାନ ଚନ୍ଦନ ଗଛ କାଟି ନେଇଛନ୍ତି।