ଅନଗୁଳ-ଢେଙ୍କାନାଳ

୩ ପ୍ରାର୍ଥତ୍ପତ୍ର କାଏମ

୩ ପ୍ରାର୍ଥତ୍ପତ୍ର କାଏମ


ଅନୁଗୋଳ ଅଫିସ,୨।୧- ଆସନ୍ତା ୧୬ ତାରିଖରେ ଅନୁଗୋଳ ପୌରପରିଷଦ ୧୦ ନଂ. ୱାର୍ଡରେ ହେବାକୁ ଥିବା ଉପନିର୍ବାଚନ ପାଇଁ ମଙ୍ଗଳବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଦାଖଲ ହୋଇଥିବା ୩ ଜଣଙ୍କ ପ୍ରାର୍ଥତ୍ପତ୍ର କାଏମ ରହିଛି। ଉପଜିଲାପାଳ, ପୌରପାଳିକା ସହ ହର୍ଟିକଲଚର କାର୍ଯ୍ୟାଳୟରେ ଏହି ତାଲିକା ମରାଯାଇଛି। ସୂଚନାଯୋଗ୍ୟ, ଏହି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଅଜିତ ପ୍ରଧାନ, କଂଗ୍ରେସ ପକ୍ଷରୁ ଅନୁପ କୁମାର ମିଶ୍ର ଓ ଭାଜପାର ପାର୍ଥସାରଥି ରାୟ ଲଢ଼େଇ କରୁଛନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

ବିଜେଡିରେ ମିଶିଲେ ୨୨ ଭାଜପା କର୍ମୀ

ବିଜେଡିରେ ମିଶିଲେ ୨୨ ଭାଜପା କର୍ମୀ

ପରଜଙ୍ଗ, ୨୦।୭(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡିହଡ଼ୋଳସ୍ଥିତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁଙ୍କ ବାସଭବନରେ ଶୁକ୍ରବାର ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।

ସାଇକେଲରେ ହେଲମେଟ ପିନ୍ଧି ସଚେତନତା ବାଣ୍ଟିଲା ଡ୍ରାଇଭର ସଂଘ

ସାଇକେଲରେ ହେଲମେଟ ପିନ୍ଧି ସଚେତନତା ବାଣ୍ଟିଲା ଡ୍ରାଇଭର ସଂଘ

ପାଲଲହଡ଼ା, ୨୦।୭(ଡି.ଏନ.ଏ.)- ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନେକ ବାଇକ୍‌ ଚାଳକ ହେଲମେଟ ନ ପିନ୍ଧି ଅସୁରକ୍ଷିତ ଭାବେ ଯାତାୟାତ କରୁଛନ୍ତି।

ଚାଷୀଙ୍କୁ ସମସ୍ତ ଶିଶୁଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ ମା’

ଚାଷୀଙ୍କୁ ସମସ୍ତ ଶିଶୁଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ ମା’

ବଇଣ୍ଡା,୨୦।୭(ଡି.ଏନ.ଏ)- ପରିବାର ମଧ୍ୟରେ ପିଲାମାନଙ୍କୁ ସବୁବେଳେ ସଂସ୍କାରମୂଳକ ଶିକ୍ଷା ଦିଆଯାଉ। ନିଜ ପରିବାରରୁ ପିଲାମାନେ ବ୍ୟବହାର ଶିକ୍ଷା କରନ୍ତି। ବର୍ତ୍ତମାନ ପାଗ ପରିବର୍ତନ ହେଉଛି।

 ମାଟିରୁ ମଣିଷ ଗଢେ ବିଦ୍ୟାଳୟ

ମାଟିରୁ ମଣିଷ ଗଢେ ବିଦ୍ୟାଳୟ

ବଇଣ୍ଡା,୨୦।୭(ଡି.ଏନ.ଏ)- ବ୍ୟକ୍ତିତ୍ୱର ବିକାଶ ହିଁ ଦେଶର ବିକାଶ। ସେଥିପାଇଁ ସଂସ୍କାରମୂଳକ ଶିକ୍ଷାର ଆବଶ୍ୟକତା ରହିଛି। ମାଟିରୁ ମଣିଷ ଗଢେ ବିଦ୍ୟାଳୟ। ସୁସ୍ଥ ଗଣତନ୍ତ୍ର ପାଇଁ ଗୋଟିଏ ଧରଣର ବିଦ୍ୟାଳୟରେ ସମସ୍ତେ ପଢିବା ଉଚିତ୍‌।

ପୋଲିସ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ

ବଇଣ୍ଡା,୨୦।୭(ଡି.ଏନ.ଏ)- ହଣ୍ଡପା ଥାନା ନାକିଚି ନିକଟରେ ଶୁକ୍ରବାର ହଣ୍ଡପା ପୋଲିସ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ କରାଯାଇଛି। ଉଭୟପାର୍ଶ୍ୱରୁ ଆସୁଥିବା ସମସ୍ତ ବାଇକ ଗୁଡ଼ିକକୁ ଅଟକାଇ ସେମାନଙ୍କର କାଗଜପତ୍ର, ହେଲମେଟ ଯାଞ୍ଚ କରାଯାଇଥିଲା।

କୁଶକିଳା ଗ୍ରାମ ରାସ୍ତା କାଦୁଅପୂର୍ଣ୍ଣ

କୁଶକିଳା ଗ୍ରାମ ରାସ୍ତା କାଦୁଅପୂର୍ଣ୍ଣ

ଛେଣ୍ଡିପଦା,୨୦।୭(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ କୁଶକିଳା ଗ୍ରାମ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ରାସ୍ତାଟି ସମ୍ପୂର୍ଣ୍ଣ କାଦୁଅପୂର୍ଣ୍ଣ ହୋଇପଡ଼ୁଛି। ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଜାଲ୍‌ କାଗଜ ପତ୍ରରେ ଜମି ହଡ଼ପ ଅଭିଯୋଗ

ଜାଲ୍‌ କାଗଜ ପତ୍ରରେ ଜମି ହଡ଼ପ ଅଭିଯୋଗ

ଛେଣ୍ଡିପଦା,୨୦ା୭(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡିଆ ଗ୍ରାମର ରସାନନ୍ଦ ସାହୁଙ୍କ ଜମିକୁ ଜାଲ୍‌ କାଗଜପତ୍ର ମାଧ୍ୟମରେ ହଡ଼ପ କରାଯାଇଥିବା ଛେଣ୍ଡିପଦା ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଛି। ଜମି ଦଲାଲମାନେ ୨୦୧୪ରେ ରସାନନ୍ଦଙ୍କ ଅଜାଣତରେ ଭୁଲ ବୟସ ଓ ନକଲି ଫଟୋ ଥିବା ଭୋଟର ପରିଚୟ ପତ୍ର ସହ ଜାଲ ଦସ୍ତଖତ ଆଦି ଦ୍ୱାରା ତାଙ୍କ ଜମିକୁ ଅନ୍ୟ ଜଣଙ୍କ ନାମରେ ବିକ୍ରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

୨ ବର୍ଷ ପରେ ବସିଲା ଯୋଗାଣ ପରାମର୍ଶଦାତା କମିଟି ବୈଠକ: ଚାଉଳ ବାଟମାରଣା ନେଇ ହଟ୍ଟଗୋଳ

ପାଲଲହଡା,୨୦ା୭ (ଡି.ଏନ.ଏ.)- ଦୀର୍ଘ ୨ ବର୍ଷ ପରେ ଗୁରୁବାର ସ୍ଥାନୀୟ ପଞ୍ଚାୟତ ସମିତି ସଭାଘର ଠାରେ ଯୋଗାଣ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ତଥା କମିଟି ଅଧ୍ୟକ୍ଷ ମହେଶ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ। ତେବେ ଆରମ୍ଭରୁ ବ୍ଲକରେ ଅନ୍ତୋଦୟ ହିତାଧିକାରୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ୩୫ କେଜି ବଦଳରେ ୩୨ କେଜି ଚାଉଳ ଦିଆଯାଉଥିବା ବ୍ଲକ ଅଧ୍ୟକ୍ଷ ତଥା ଯୋଗାଣ ପରାମର୍ଶଦାତା କମିଟି ଉପାଧ୍ୟକ୍ଷ ମୁକେଶ କୁମାର ପାଲ ଅଭିଯୋଗ ଆଣିଥିଲେ।

୫ ବର୍ଷ ହେଲା ରାସ୍ତା କଂକ୍ରିଟ୍‌ ହେଉନି

୫ ବର୍ଷ ହେଲା ରାସ୍ତା କଂକ୍ରିଟ୍‌ ହେଉନି

ବଅଁରପାଳ,୨୦।୭ (ଡି.ଏନ୍‌.ଏ.)- ବଅଁରପାଳ ବ୍ଲକ କୁଲାଡ଼ ଓ ଗିରାଙ୍ଗ ଅଞ୍ଚଳରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ରହିଛି। ଏହି କାରଖାନା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ଜମି ଅଧିଗ୍ରହଣ ହୋଇଛି। ହେଲେ ଦୀପ ତଳ ଅନ୍ଧାର ଭଳି ଏହି ୨ଟି ଗଁା ଅବହେଳିତ ଅବସ୍ଥାରେ ଅଛି। ବିଶେଷକରି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଓ ରାସ୍ତାଘାଟ ପରି ଅନେକ ସମସ୍ୟା ରହିଛି। ଅଞ୍ଚଳର ଭିଟାମାଟିରେ କାରଖାନା ଗଢ଼ିଉଠିଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟ କରିନାହାନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଷାଠିଏ ପଉଟି ଭୋଗରୁ ତୁମର...

ଷାଠିଏ ପଉଟି ଭୋଗରୁ ତୁମର...

ଢେଙ୍କାନାଳ ଅଫିସ,୨୦।୭- ଢେଙ୍କାନାଳ ବାଜିଚୌକଠାରେ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ଗୁରୁବାର ଥିଲା ଷଷ୍ଠ ସନ୍ଧ୍ୟା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ‘ସଙ୍ଗୀତ ମହ୍ଲାର’ ଅନୁଷ୍ଠାନ ପକ୍ଷରୁ କଳାକାରମାନେ ଭଜନ ପରିବେଷଣ କରିଥିଲେ। କଣ୍ଠଶିଳ୍ପୀ ବୃନ୍ଦାବନ ସାହୁଙ୍କ କଣ୍ଠରେ ଷାଠିଏ ପଉଟି ଭୋଗରୁ ତୁମର... ଏବଂ ପତିତପାବନ ... ଭଜନ ବେଶ୍‌ ହୃଦୟସ୍ପର୍ଶୀ ହୋଇଥିଲା।

ମାଙ୍କଡ଼କୁ କାବୁ କରିପାରୁନି ବନ ବିଭାଗ

ମାଙ୍କଡ଼କୁ କାବୁ କରିପାରୁନି ବନ ବିଭାଗ

ପରଜଙ୍ଗ, ୨୦ା୭(ଡି.ଏନ୍‌.ଏ.)- ପରଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ମେଣ୍ଢାପଦା ଗ୍ରାମରେ ୧୫ଦିନ ହେଲା ଆତଙ୍କ ସୃଷ୍ଟି କରିଥିବା ଉନ୍ମତ୍ତ ହନୁ ମାଙ୍କଡ଼କୁ ଧରିବାରେ ବିଫଳ ହୋଇଛି ବନ ବିଭାଗ। ବୁଧବାରଠାରୁ ମାଙ୍କଡ଼କୁ କାବୁ କରିବାକୁ ଗ୍ରାମରେ ଡେରା ପକାଇଥିବା ବନ କର୍ମଚାରୀ ଟିମ୍‌ ନିରାଶରେ ଫେରିଛି।

ଋଣ ପରିଶୋଧ ନ କରିବାରୁ ବ୍ୟାଙ୍କ ପକ୍ଷରୁ ଚଢ଼ାଉ

ଋଣ ପରିଶୋଧ ନ କରିବାରୁ ବ୍ୟାଙ୍କ ପକ୍ଷରୁ ଚଢ଼ାଉ

ବଅଁରପାଳ,୨୦।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ସିପିପି ରାସ୍ତାରେ ବ୍ୟାଙ୍କ ଲୋନ୍‌ ନେଇ ଘର କରିଥିବା ଅଖିଳ ପଣ୍ଡାଙ୍କ ଘର ଉପରେ ପୋଲିସ ଉପସ୍ଥିତରେ ଚଢ଼ାଉ କରାଯାଇଛି। ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ତରଫରୁ ଏହି ଚଢ଼ାଉ ହୋଇଛି। ତେବେ ଅଖିଳ ଋଣ ପରିଶୋଧ ନ କରିବାରୁ ମାଜିଷ୍ଟ୍ରେଟ୍‌ ଜିତେନ୍ଦ୍ର ସାହୁଙ୍କ ଉପସ୍ଥିତିରେ ବ୍ୟାଙ୍କ ପକ୍ଷରୁ ଘର ଉପରେ ଚଢ଼ାଉ କରାଯାଇ ଘରକୁ ସିଲ କରାଯାଇଥିବା ସୂଚନା ମିଳିଛି।

Model This Week

ରୂପେଶ