Dharitri News
ଅନଗୁଳ-ଢେଙ୍କାନାଳ

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଅନୁଗୋଳ ଅଫିସ,୨।୧- ଅନୁଗୋଳ ଥାନା କୁଶାସିଂହା ଗ୍ରାମର ଦୋଳଗୋବିନ୍ଦ ବେହେରା(୩୫)ଙ୍କୁ ମଙ୍ଗଳବାର କେତେଜଣ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ନେଇ ତାଙ୍କ ମା’ ପଦ୍ମାବତୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି, ଦୋଳଗୋବିନ୍ଦ ରାସ୍ତାରେ ଯାଉଥିବା ବେଳେ ପୂର୍ବ ରାଗକୁ କେନ୍ଦ୍ର କରି ଗଁାର ଆଲୋକ, ବିଶ୍ୱନାଥ ପ୍ରଧାନ, ଭକ୍ତ ବେହେରା, ମାଗୁଣି ରାଉତ, ଅବନି ରାଉତଙ୍କ ସମେତ ଆଉ କେତେଜଣ ମିଶି ଆକ୍ରମଣ କରିଥିଲେ। ଆହତ ଦୋଳଗୋବିନ୍ଦ ଅନୁଗୋଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେହିପରି ମାଗୁଣି ଓ ଅବନି ମଧ୍ୟ ଦୋଳଗୋବିନ୍ଦଙ୍କ ନାମରେ ଥାନାରେ ଏକ ପାଲଟା ଅଭିଯୋଗ କରିଛନ୍ତି।

ଅନଗୁଳ-ଢେଙ୍କାନାଳ

ଗ୍ରାମ୍ୟ ରାସ୍ତା ନେଟୱର୍କ ପରିଚାଳନା ସଂସ୍ଥାର ନୂତନ ଗୃହ ଉଦ୍‌ଘାଟିତ

ଗ୍ରାମ୍ୟ ରାସ୍ତା ନେଟୱର୍କ ପରିଚାଳନା ସଂସ୍ଥାର ନୂତନ ଗୃହ ଉଦ୍‌ଘାଟିତ

ଅନୁଗୋଳ ଅଫିସ,୧୯।୧-ଅନୁଗୋଳସ୍ଥିତ ଗ୍ରାମ୍ୟ ରାସ୍ତା ନେଟୱର୍କ ପରିଚାଳନା ସଂସ୍ଥାର ନୂତନ ଗୃହକୁ ଶୁକ୍ରବାର ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଦ୍‌ଘାଟନ କରିଛନ୍ତି।

ମହୋତ୍ସବ ଭାବ ଆଦାନ ପ୍ରଦାନର ମଞ୍ଚ

ମହୋତ୍ସବ ଭାବ ଆଦାନ ପ୍ରଦାନର ମଞ୍ଚ

ଅନୁଗୋଳ ଅଫିସ,୧୯।୧-ଅନୁଗୋଳର କଳା, ସାହିତ୍ୟ ଓ ପରମ୍ପରା ବେଶ୍‌ ପ୍ରାଚୀନ। ଏହି ଜିଲା ପ୍ରାକୃତିକ ସମ୍ପଦରେ ଭରପୂର ଥିବାରୁ ବିଶ୍ୱ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆୟୋଜିତ ଜିଲା ମହୋତ୍ସବ ମଞ୍ଚରେ ଭାବର ଆଦାନ ପ୍ରଦାନ ହେଉଛି। ରାଜ୍ୟ ଓ ବାହାରୁ ଆସିଥିବା କଳାକାରମାନେ ପରସ୍ପର କଳା ସମ୍ପର୍କରେ ଶିକ୍ଷାଲାଭ କରିପାରୁଛନ୍ତି। ଷଷ୍ଠ ଅନୁଗୋଳ ଜିଲା ମହୋତ୍ସବର ଦ୍ୱିତୀୟ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଯତୀନ୍ଦ୍ର କୋଏଲ ଏହି ମତବ୍ୟକ୍ତ କରିଛନ୍ତି।

ସମସ୍ୟାକୁ ଦିଆଯିବ ପ୍ରାଥମିକତା:ଜିଲାପାଳ

ସମସ୍ୟାକୁ ଦିଆଯିବ ପ୍ରାଥମିକତା:ଜିଲାପାଳ

ଢେଙ୍କାନାଳ ଅଫିସ,୧୯।୧-ଢେଙ୍କାନାଳର ନୂତନ ଜିଲାପାଳ ଭାବେ ନିଖିଲ ପବନ କଲ୍ୟାଣ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଜିଲା ସଦ୍‌ଭାବନା ଗୃହରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀର ଜିଲାର ବିକାଶ ଏବଂ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି।

୨୨ରୁ ରାଜ୍ୟସ୍ତରୀୟ ବାର୍‌ ଆସୋସିଏଶନ କ୍ରିକେଟ ପ୍ରତିଯୋଗିତା

୨୨ରୁ ରାଜ୍ୟସ୍ତରୀୟ ବାର୍‌ ଆସୋସିଏଶନ କ୍ରିକେଟ ପ୍ରତିଯୋଗିତା

ଢେଙ୍କାନାଳ ଅଫିସ,୧୯।୧-ଢେଙ୍କାନାଳ ଜିଲା ଓକିଲ ସଂଘ ପକ୍ଷରୁ ପ୍ରଥମ ଡ. ବିଧାନଚନ୍ଦ୍ର ମିଶ୍ର ସ୍ମାରକୀ ରାଜ୍ୟସ୍ତରୀୟ ବାର ଆସୋସିଏଶନ କ୍ରିକେଟ ପ୍ରତିଯୋଗିତା ଆସନ୍ତା ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଷ୍ଟାଡ଼ିୟମରେ ଆୟୋଜିତ ହେବ। ଏଥିରେ କଟକ ହାଇକୋର୍ଟ, ପୁରୀ, ଭୁବନେଶ୍ୱର, ଢେଙ୍କାନାଳ, ଅନୁଗୋଳ, କଟକ କ୍ରିମିନାଲ ବାର୍‌ ଆସୋସିଏଶନ ପ୍ରମୁଖ ୮ଦଳ ଭାଗନେବେ। ଶୁକ୍ରବାର ଅପରାହ୍ନରେ ଷ୍ଟାଡିୟମରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଓକିଲ ସଂଘ ସଭାପତି ଶିବସାଇ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ଢେଙ୍କାନାଳ: ୭୨.୮୬% ମତଦାନ

ଢେଙ୍କାନାଳ: ୭୨.୮୬% ମତଦାନ

ଢେଙ୍କାନାଳ ଅଫିସ , ୧୯।୧-ଢେଙ୍କାନାଳ ଜିଲାର ଶୁକ୍ରବାର ଅନୁଷ୍ଠିତ ପଞ୍ଚାୟତ ଉପନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷହୋଇଛି। ୭ବ୍ଲକରେ ମୋଟ ୭୨.୮୬% ମତଦାନ ହୋଇଛି। ଗଁଦିଆ ବ୍ଲକ ଲେଥକାରେ ସରପଞ୍ଚ ପଦବୀ ପାଇଁ ଅନୁଷ୍ଠିତ ନିର୍ବାଚନରେ ମତଦାନ ହାର ରହିଥିଲା ୭୭.୧୯%।

ଇଟା ବୋଝେଇ ଟ୍ରକ୍‌ ଚାପାରେ ଶିଶୁ ମୃତ ଘଟଣା: ଏତଲାରେ ୯ ପରିବର୍ତ୍ତେ ୧୭ବର୍ଷ

ଇଟା ବୋଝେଇ ଟ୍ରକ୍‌ ଚାପାରେ ଶିଶୁ ମୃତ ଘଟଣା: ଏତଲାରେ ୯ ପରିବର୍ତ୍ତେ ୧୭ବର୍ଷ

ପରଜଙ୍ଗ, ୧୯।୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ପଞ୍ଚାୟତ ମଝିକା ଗାଁ ନିକଟରେ ଗୁରୁବାର ସନ୍ଧ୍ୟା ୬ଟାରେ ଇଟା ବୋଝେଇ ଗାଡ଼ି ଧକ୍କାରେ ଦିଲୀପ କୁଲୁଙ୍କ ୯ବର୍ଷର ବଡ଼ପୁଅ ବିରାଜଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ଚପାଇ ଦେବାକୁ ଅପଚେଷ୍ଟା କରାଯାଇଛି। ଏପରି କି ମାମଲାକୁ କୋହଳ କରିବାକୁ ମୃତ ଶିଶୁଙ୍କ ବୟସ ୯ ପରିବର୍ତ୍ତେ ୧୭ ବୋଲି ଏତଲାରେ ଦର୍ଶାଯାଇଛି। ଶୁକ୍ରବାର ଜିଲା ଶ୍ରମ ବିଭାଗ ପକ୍ଷରୁ ହୋଇଥିବା ତଦନ୍ତରୁ ଏହା ଜଣାପଡ଼ିଛି।

ବୈଷୟିକ ଜ୍ଞାନ ପରିଚୟ ସୃଷ୍ଟି କରୁଛି

ବୈଷୟିକ ଜ୍ଞାନ ପରିଚୟ ସୃଷ୍ଟି କରୁଛି

ଢେଙ୍କାନାଳ ଅଫିସ,୧୯।୧-ଢେଙ୍କାନାଳ ସିନର୍ଜି ଇଞ୍ଜିନିୟରିଂ କଲେଜର ବାର୍ଷିକ ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ସନ୍ଧ୍ୟାରେ କଲେଜ ପରିସରରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷାପ୍ରସାଦ ସିଂଦେଓ ଯୋଗଦେଇଥିଲେ।

କାଷ୍ଟିଂ କମ୍ପାନୀରୁ ଚୋରି, ଜଣେ ଗିରଫ

ଛେଣ୍ଡିପଦା, ୧୯ା୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଜରପଡା ଥାନା ଦୁର୍ଗାପୁର ଗ୍ରାମ ନିକଟରେ ଥିବା ଜୟ ଜଗନ୍ନାଥ କାଷ୍ଟିଂ କମ୍ପାନୀରୁ ଗତ ୯ ତାରିଖରେ ସିକ୍ୟୁରିଟି ଗାର୍ଡଙ୍କୁ ଭୟଭୀତ କରି ଦୁର୍ବୃତ୍ତମାନେ ମୂଲ୍ୟବାନ ମୋଟର, ଫସଫେଟ, ଯନ୍ତ୍ରାଂଶ, ଲୁହା ସାମ୍ରଗୀ ଆଦି ଚୋରି କରିଥିଲେ।

ଛେଣ୍ଡିପଦାରେ ନୂତନ ବିଡିଓଙ୍କ ଯୋଗଦାନ

ଛେଣ୍ଡିପଦାରେ ନୂତନ ବିଡିଓଙ୍କ ଯୋଗଦାନ

ଛେଣ୍ଡିପଦା, ୧୯ା୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକର ନୂତନ ବିଡିଓ ଭାବେ ହିମାଚଳ ଖମାରୀ ଶୁକ୍ରବାର କାର୍ଯ୍ୟରେ ଯୋଗ ଦେବା ସହ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଘର ଜାଳିଦେଲେ ଦୁର୍ବୃତ୍ତ

ଘର ଜାଳିଦେଲେ ଦୁର୍ବୃତ୍ତ

ଆଠମଲ୍ଲିକ, ୧୯ା୧(ଡି.ଏନ.ଏ.)- ଆଠମଲ୍ଲିକ ସହର ଅନ୍ତର୍ଗତ ୧୦ ନମ୍ବର ୱାର୍ଡର ବାସିନ୍ଦା ଅଭିମନ୍ୟୁ କ୍ଷେତୀଙ୍କ ଘରେ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଅଭିମନ୍ୟୁ ତାଙ୍କ ଖଳାରେ ଶୋଇଥିବାବେଳେ ପରିବାର ଲୋକେ ଘରେ ଶୋଇଥିଲେ।

ଅନଲାଇନ ମ୍ୟୁଟେଶନ ଶୁଭାରମ୍ଭ

ଅନଲାଇନ ମ୍ୟୁଟେଶନ ଶୁଭାରମ୍ଭ

ପାଲଲହଡ଼ା, ୧୯। ୧(ଡି.ଏନ.ଏ.)- ପାଲଲହଡ଼ା ତହସିଲ କାର୍ଯ୍ୟାଳୟରେ ଶୁକ୍ରବାର ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ସହଯୋଗରେ ଅନ୍‌ଲାଇନ ମ୍ୟୁଟେଶନ ସେବା ଶୁଭାରମ୍ଭ ହୋଇଛି।

କ୍ଷତିପୂରଣ ନ ଦେଇ ତାର ଟଣାକୁ ବିରୋଧ: ୨ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବଇଣ୍ଡା, ୧୯।୧(ଡି.ଏନ.ଏ.)- କିଶୋରନଗର ବ୍ଲକ ଉରୁକୁଳା ପଞ୍ଚାୟତ ଜାମ୍ବଝରୀ ଗ୍ରାମରେ ଶୁକ୍ରବାର ବିଦ୍ୟୁତ୍‌ ତାର ଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି। ଫଳରେ ଜୋର ଜବରଦସ୍ତ ତାର ଟାଣୁଥିବା ୨ ଜଣ ଅଧିକାରୀଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ। ଘଟଣାରୁ ଜଣାପଡିଛି, ଜାମ୍ଭୁଝରୀ ଗ୍ରାମ ଦେଇ ପାଓ୍ବାର ଗ୍ରାଡ଼ ପକ୍ଷରୁ ଉଚ୍ଚ ଶକ୍ତି ସମ୍ପନ୍ନ ତାର ଟଣାଯିବାକୁ ଟାଓ୍ବାର ନିର୍ମାଣ କରାଯାଇଛି।