ସମ୍ବଲପୁର

ଘଣ୍ଟାପଡ଼ା ମଣ୍ଡିରେ ଅଚଳାବସ୍ଥା, ଫେରାର ଅଭିଯୁକ୍ତ କିଣୁଛନ୍ତି ଧାନ

କଣ୍ଟାମାଳ,୨।୧(ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ଅନ୍ତର୍ଗତ ଘଣ୍ଟାପଡ଼ା ପ୍ୟାକ୍ସ ପରିଚାଳିତ ମଣ୍ଡିରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହି ମଣ୍ଡିରେ ଫେରାର ଅଭିଯୁକ୍ତ ଧାନ କ୍ରୟ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଗତ ୧୬ ତାରିଖ ମଣ୍ଡିରେ ଧାନ କ୍ରୟରେ ଅବ୍ୟବସ୍ଥାକୁ ନେଇ ଚାଷୀ ଝସକେତନ ସାହୁ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ୨୩ ତରିଖରେ ଜଣେ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ ପାଇଁ ଘଣ୍ଟାପଡ଼ା ମଣ୍ଡିକୁ ଯାଇଥିବାବେଳେ ଝସକେତନଙ୍କୁ ସମ୍ପାଦକ କର୍ଣ୍ଣ ରଣା ଓ ଅନ୍ୟ କର୍ମଚାରୀ ମାରିବାକୁ ଧମକ ଦେଇଥିଲେ। ଏହାପରେ ତାଙ୍କୁ ସେମାନେ ମାଣ୍ଡିଆଯୋରଠାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ କଣ୍ଟାମାଳ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ. ୧୬୮/୧୭) ରୁଜୁ କରିଛି। ଏହି ମାମଲାରେ ଅଭିଯୁକ୍ତ ପ୍ୟାକ୍ସ ସମ୍ପାଦକ ଓ ଅନ୍ୟ କର୍ମଚାରୀ ଫେରାର ଥିବା ଦର୍ଶାଯାଇଛି। ତେବେ ଗତ ଶୁକ୍ରବାର ପ୍ୟାକ୍ସରେ ଧାନ କିଣା ହୋଇଛି। ସମ୍ପାଦକ ଓ କର୍ମଚାରୀଙ୍କ ଅନୁପସ୍ଥିତିରେ କିପରି ଧାନ କିଣାଗଲା ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଧାନ କ୍ର୍ରୟର ଏଣ୍ଟ୍ରି ପାଇଁ ସମ୍ପାଦକ ଓ କର୍ମଚାରୀଙ୍କ ଉପସ୍ଥିତି ଜରୁରୀ। କାରଣ ପି ପାସ୍‌ ବ୍ୟବସ୍ଥାରେ ଧାନ କ୍ରୟ ପାଇଁ ସମ୍ପାଦକଙ୍କ ଫିଙ୍ଗର ପ୍ରିଣ୍ଟର ଆବଶ୍ୟକତା ରହିଛି। ତେବେ ସମ୍ପାଦକ ଫେରାର ଥିବାବେଳେ ତାଙ୍କ ଅନୁପସ୍ଥିତିରେ କିପରି ଧାନ କ୍ରୟ କରାଯାଉଛି ତାହା ଜିଲା ଯୋଗାଣ ବିଭାଗକୁ ମଧ୍ୟ ଚକିତ କରିଛି। ଦିନବେଳା ସମ୍ପୃକ୍ତ ଫେରାର କର୍ମଚାରୀମାନେ ଅନ୍ୟ ଅସ୍ବୀକୃତ ଲୋକଙ୍କ ସହାୟତାରେ ଧାନ କ୍ରୟ କରି ଗୋପନଭାବେ ଚାଷୀଙ୍କ ନାମରେ ଏଣ୍ଟ୍ରି କରୁଥିବା ସ୍ପଷ୍ଟ ହୋଇଛି। ଜଣେ ଚାଷୀ ମଣ୍ଡିର ଅବ୍ୟବସ୍ଥା ନେଇ ଜିଲାପାଳଙ୍କୁ ଅଭିଯୋଗ କରିବା ପରେ ଗଣମାଧ୍ୟମ ଉପସ୍ଥିତିରେ ତାଙ୍କୁ ଧମକ ଦିଆଗଲା। ଏହାପରେ ସେ ମରଣାନ୍ତକ ଆକ୍ରମଣର ଶିକାର ହେଲେ। ଏହାସତ୍ତ୍ୱେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଅଭାବରୁ ଅଭିଯୁକ୍ତମାନେ ତାଙ୍କ ଜାଲିଆତି ଚଳାଇଥିବା ଚାଷୀଙ୍କ ପ୍ରତି ଏହା କୁଠାରାଘାତ ବୋଲି ଆଲୋଚନା ହେଉଛି। ଏ ନେଇ ଜିଲା ସହକାରୀ ଯୋଗାଣ ଅଧିକାରୀ ବିଷ୍ଣୁପ୍ରସାଦ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସମ୍ପାଦଙ୍କ ଦସ୍ତଖତରେ ଧାନ କ୍ରୟକୁ ସେ ସ୍ବୀକାର କରିଛନ୍ତି। ଅପରପକ୍ଷରେ କଣ୍ଟାମାଳ ଆଇଆଇସି ନରେଶ ପ୍ରଧାନ କହିଛନ୍ତି ଯେ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି। ମୋବାଇଲ ଟ୍ରାକିଂ ମଧ୍ୟ ଚାଲିଛି। ତେବେ ଧାନ କ୍ରୟ ସମୟରେ ସେମାନଙ୍କ ଉପସ୍ଥିତି ନେଇ ଆଇଆଇସି ପ୍ରଧାନ କୌଣସି ମନ୍ତବ୍ୟ ଦେଇନାହାନ୍ତି।
All Right Reserved By

ସମ୍ବଲପୁର

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଜମନକିରା,୨୩।୧(ଡି.ଏନ୍‌.ଏ):ସମ୍ବଲପୁର ଜିଲା ଜମନକିରା ଥାନା ଅଧୀନ ଟିକିଲିପଡ଼ା ନିକଟରେ ବୁଧବାର ଅପରାହ୍ନ ସାଢ଼େ ୨ଟାରେ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଛି। ଏକ ଟ୍ରକ୍‌ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇ ଖସି ପଳାଇଛି। 

ଭୟାବହ ଅଗ୍ନିକାଣ୍ଡ: ଯୁବକ ଜୀବନ୍ତ ଦଗ୍ଧ

ଭୟାବହ ଅଗ୍ନିକାଣ୍ଡ: ଯୁବକ ଜୀବନ୍ତ ଦଗ୍ଧ

ବୀରମହାରାଜପୁର,୨୩।୧(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଲୁଟୁପଙ୍କ ପଞ୍ଚାୟତ ଘିଚାପାଲି ଗ୍ରାମରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର  ରଞ୍ଜନ ବିଭାର(୨୯) ଶୋଇଥିବା ବେଳେ କୌଣସି କାରଣରୁ  ଘରେ ନିଆଁ ଲାଗିଯାଇଥିଲା।

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ବଲାଙ୍ଗୀର ଅଫିସ, ୨୩ା୧-ବଲାଙ୍ଗୀର କୋଶଳକଳା ମଣ୍ଡଳ ନୂଆ ରଙ୍ଗମଞ୍ଚରେ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବର ମଙ୍ଗଳବାର  ତୃତୀୟ ସନ୍ଧ୍ୟାରେ  ମୁମ୍ବାଇର ସଲାମ ବମ୍ବେ ଫାଉଣ୍ଡେଶନ୍‌ ରଙ୍ଗମଣ୍ଡଳ ଏବଂ ସୃଜନ ଫାଉଣ୍ଡେଶନ୍‌ ତରଫରୁ ମରାଠୀ ଓ ହିନ୍ଦୀ ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ ହୋଇଥିଲା| 

ସଫଳତା ପାଇଁ କଠିନ ପରିଶ୍ରମର ବିକଳ୍ପ ନାହିଁ

ସଫଳତା ପାଇଁ କଠିନ ପରିଶ୍ରମର ବିକଳ୍ପ ନାହିଁ

ବୀରମହାରାଜପୁର, ୨୩।୧ (ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର କଲେଜର ୩୭ତମ ବାର୍ଷିକ ଉତ୍ସବ ମଙ୍ଗଳବାର ପାଳିତ ହୋଇଯାଇଛି । ଏଥିରେ ଯୋଗଦେଇଥିବା ଅତିଥିମାନେ ଉଦ୍‌ବୋଧନ ପ୍ରସଙ୍ଗରେ ମତପ୍ରକାଶ କରିଥିଲେ ଯେ, କଠିନ ପରିଶ୍ରମର ବିକଳ୍ପ ନାହିଁ। 

ଜୋଙ୍କ ଜଳ ବିବାଦ ଘଟଣା  ଜିଲାପାଳ, ଏସପିଙ୍କ ମାରାଥନ ବୈଠକ  ଆଗକୁ ଆସିଛନ୍ତି ଦୁଇ ପକ୍ଷ

ଜୋଙ୍କ ଜଳ ବିବାଦ ଘଟଣା ଜିଲାପାଳ, ଏସପିଙ୍କ ମାରାଥନ ବୈଠକ ଆଗକୁ ଆସିଛନ୍ତି ଦୁଇ ପକ୍ଷ

ନୂଆପଡା ଅଫିସ,୨୩ା୧-ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ରବି ଚାଷ ସକାଶେ ପାଣି ବଣ୍ଟନ ବିବାଦ ଚରମ ସୀମାରେ ପହଞ୍ଚତ୍ଥିବା ବେଳେ ଜିଲା ପ୍ରଶାସନ ତରଫରୁ ଜିଲାପାଳ  ଏବଂ ଏସପି ତପତ୍ରତା ପ୍ରକାଶ କରି ମାରାଥନ ବୈଠକ ଚଳାଇଛନ୍ତି। 

ପରିବାରକେ ଆହାର ଯୁଗଉଛନ୍‌ ନାବାଲିକା ଚନ୍ଦ୍ରକଳା

ପରିବାରକେ ଆହାର ଯୁଗଉଛନ୍‌ ନାବାଲିକା ଚନ୍ଦ୍ରକଳା

ଳଡୁଗାଁ,୨୩।୧(ଡି.ଏନ.ଏ):  କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ଭିରକାପଡ଼ାର ଚନ୍ଦ୍ରକଳା ଧଙ୍ଗଡାମାଝୀ(୧୭)। 

ସୁଖାମୁଣ୍ଡା, ଗୋଛାଗୋରାରେ ପୁଷ୍‌ପୁନି ଯାତ୍‌ରା

ସୁଖାମୁଣ୍ଡା, ଗୋଛାଗୋରାରେ ପୁଷ୍‌ପୁନି ଯାତ୍‌ରା

ଘଣ୍ଟାପଡା,୨୩ା୧(ଡି.ଏନ.ଏ): ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖୁଣ୍ଟିଗୋରା ପଁଚେତ୍‌ ସୁଖାମୁଣ୍ଡାରେ କୃଷି ଭିତିକ୍‌ ଗଣପରବ୍‌ ଭୀମ ଯାତ୍‌ରା ଆର ଥାନୀୟ ଭାଷାରେ ପୁଷ୍‌ପୁନି ପରବ୍‌ ଜାକ୍‌ଜମକ୍‌ରେ ପାଲିତ ହେଇଯାଇଛେ। 

ସବୁଜ ପତ୍ରିକାଧାରୀ ପରିବାର କନ୍‌ଠେସା

ସବୁଜ ପତ୍ରିକାଧାରୀ ପରିବାର କନ୍‌ଠେସା

ଲାଠୋର,୨୩ା୧(ଡି.ଏନ.ଏ.):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗଁାର ସବୁଜ ପ୍ରତିକାଧାରୀ ପରିବାରମାନକୁ ସରକାରୀ ହିସାବେ ଯେନ୍‌ସବୁ ସୁବିଧା ସୁଯୋଗ ମିଲବାର କଥା ନାଇଁ ମିଲୁଥିବାର ଅଭିଯୋଗ ହେଇଛେ।

ସୁସ୍ଥ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ସୁସ୍ଥ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବଲାଙ୍ଗୀର ଅଫିସ, ୨୨ା୧: ବଲାଙ୍ଗୀର ଆର୍ଯ୍ୟ ମନ୍ଦିର ପରିସରରେ ନିଖିଳ ଉତ୍କଳ ଶିକ୍ଷକ କଂଗ୍ରେସ ବଲାଙ୍ଗୀର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟଅତିଥିଭାବେ ବଲାଙ୍ଗୀର ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର ଯୋଗଦାନ କରିଥିଲେ । ସମ୍ମିଳନୀ ଆବାହକ ତଥା ସଂଯୋଜକ ବାମଦେବ ମିଶ୍ର ସଭାରେ  ସଂଯୋଜନା କରିଥିଲେ। 

ଜୈବିକ କୃଷି ସମୟର ଆହ୍ବାନ

ଜୈବିକ କୃଷି ସମୟର ଆହ୍ବାନ

ସୋନପୁର,୨୨।୨(ନି.ପ୍ର.)ଖାଦ୍ୟ ସଙ୍କଟକୁ ଦୂର କରିବା ତଥା ଚାଷୀର ଅର୍ଥନୈତିକ ସ୍ଥିତିର ଉନ୍ନତି ପାଇଁ ଆଧୁନିକ ପ୍ରଣାଳୀରେ ଚାଷ କରାଯାଉଛି। କମ୍‌ ଜମିରୁ ଅଧିକ ଅମଳ ପାଇଁ ପ୍ରତିଯୋଗିତା ଚାଲିଛି। 

ଜୋଙ୍କ ସେଚ ପ୍ରକଳ୍ପ

ଜୋଙ୍କ ସେଚ ପ୍ରକଳ୍ପ

ନୂଆପଡା ଅଫିସ,୨୨ା୧ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ତଳମୁଣ୍ଡ ଚାଷୀଙ୍କୁ ପାଣି ଯୋଗାଇଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନୂଆପଡା ଜିଲା ପୋଲିସ ପ୍ରଶାସନ ଡ୍ୟାମକୁ ସଦଳବଳ ଯାଇଥିଲେ ହେଁ ଆନ୍ଦୋଳନକାରୀଙ୍କ ଅହିଂସା ନୀତି ନିକଟରେ ନଇଁଯାଇଛି । 

ଧଂଗଡା ଧାଂଗଡିକର ଉସ୍‌ନାକ୍‌ର ଦିନ ଧାଙ୍ଗଡି ଦୋଲା

ଧଂଗଡା ଧାଂଗଡିକର ଉସ୍‌ନାକ୍‌ର ଦିନ ଧାଙ୍ଗଡି ଦୋଲା

କଲମପୁର,୨୨।୧(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ବରଦୋଳି ଗଁାରେ ରଏବାର ଟୋକି ପରବ୍‌ ପାଲନ ହେଇଥିଲା। ସେନ୍‌ତା ଧୁମଧାମରେ ସୋମବାର ଦାଙ୍ଗଡି ଦୋଲା ପାଲନ କରାଯାଇଛେ।