ଅନଗୁଳ-ଢେଙ୍କାନାଳ

ଗୋଟିଏ ରାତିରେ ୨ ଚୋରି

ଗୋଟିଏ ରାତିରେ ୨ ଚୋରି


ଅନୁଗୋଳ ଅଫିସ,୨।୧- ଅନୁଗୋଳ ସହରରେ ଚୋରି, ଲୁଟ ଆଦି ଘଟଣା ବଢ଼ି ଚାଲିଛି। ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇପାରୁ ନାହିଁ। ଏ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତ ୨୫ ତାରିଖରେ ଭଡ଼ା ନେବା ବାହାନାରେ ଜଣେ ଯୁବକ କୁମଣ୍ଡ ଗଁାର ସଙ୍କୁନ୍ତଳା ପଟ୍ଟନାୟକଙ୍କୁ ଭୁଜାଲିରେ ଆକ୍ରମଣ କରି ସୁନା ଚେନ୍‌ ଲୁଟି ନେଇଥିଲେ। ଏହି ଘଟଣାର ୭ଦିନ ବିତିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇପାରି ନାହିଁ। ଏବେ ପୁଣି ସୋମବାର ରାତିରେ ସହରର ହେମସୁରପଡ଼ାର ରୁଚିର କୁମାର ନନ୍ଦଙ୍କ ଘରୁ ଚୋରି ହୋଇଛି। ତାଙ୍କ ଘରେ ଭଡ଼ାରେ ରହୁଥିବା ଟିଟୁ ମହାରଣା ଘରେ ନ ଥିବା ବେଳେ ରାତିରେ ଦୁର୍ବୃତ୍ତମାନେ ପଶି ୪୮ ଗ୍ରାମର ସୁନାଗହଣା ଓ ୧୭ ହଜାର ଟଙ୍କା ନେଇଯାଇଛନ୍ତି। ସେହିପରି ତାଙ୍କ ଘରେ ରହୁଥିବା ଅନ୍ୟ ଜଣକ ଘରୁ ମଧ୍ୟ ଚୋରି ହୋଇଛି। ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ କରୁଛି। ପାଟ୍ରୋଲିଂ ବ୍ୟବସ୍ଥା ହୁଗୁଳା ସାଙ୍ଗକୁ ନିୟମିତ ଭାବେ ଯାଞ୍ଚ ପ୍ରକ୍ରିୟା ହେଉ ନ ଥିବାରୁ ସହରରେ ଅପରାଧ ସଂଖ୍ୟା ବଢ଼ୁଥିବା ଆଲୋଚନା ହେଉଛି।


All Right Reserved By

Model This Week

ନିକିତା

ଅନଗୁଳ-ଢେଙ୍କାନାଳ

ନାବାଳିକାଙ୍କୁ ବଳାତ୍କାର ଘଟଣା : ପୂଜାରୀ ଗିରଫ

ନାବାଳିକାଙ୍କୁ ବଳାତ୍କାର ଘଟଣା : ପୂଜାରୀ ଗିରଫ

ଅନୁଗୋଳ ଅଫିସ୍‌, ୨୧ା୪- ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଅନୁଗୋଳ ଥାନା ଅଞ୍ଚଳରେ ଥିବା ଏକ ଜଗନ୍ନାଥ ମନ୍ଦିରର ପୂଜାରୀ ଅଶୋକ ମିଶ୍ର(୫୩)ଙ୍କୁ ପୋଲିସ ଶନିବାର ଗିରଫ କରିଛି।

ପୋଲ ତଳକୁ ଓଲଟିଲା କାର: ଜଣେ ମୃତ, ଦୁଇ ଗୁରୁତର

ପୋଲ ତଳକୁ ଓଲଟିଲା କାର: ଜଣେ ମୃତ, ଦୁଇ ଗୁରୁତର

ବଇଣ୍ଡା,୨୧।୪(ଡି.ଏନ.ଏ)- ବଇଣ୍ଡା ଆଠମଲ୍ଲିକ ପୂର୍ତ୍ତ ବିଭାଗ ରାସ୍ତାର ଠାକୁରଗଡ଼ ଥାନା ଧଣ୍ଡାତୋପା ପୋଲ ତଳକୁ ଶୁକ୍ରବାର ରାତିରେ ଏକ ଇଣ୍ଡିଗୋ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

୩୪୯ ଜଣ ଦେଲେ ନବୋଦୟ ପ୍ରବେଶିକା ପରୀକ୍ଷା

ବଇଣ୍ଡା,୨୧।୪(ଡି.ଏନ.ଏ)- କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟ ଓ କିଶୋରନଗର ଉଚ୍ଚ ବିଦ୍ୟାଳୟରେ ଶନିବାର ନବୋଦୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।

ଦୋକାନରେ ପଶିଗଲା ଟ୍ରକ

ଦୋକାନରେ ପଶିଗଲା ଟ୍ରକ

ବଇଣ୍ଡା,୨୧।୪(ଡି.ଏନ.ଏ)- ହଣ୍ଡପା ଥାନା ନାକିଚି-ଠାକୁରଗଡ଼ ପୂର୍ତ୍ତ ବିଭାଗ ରାସ୍ତାର ନାକିଚିଠାରେ ଜୟନ୍ତ ନାୟକଙ୍କ ଭେରାଇଟି ଦୋକାନରେ ଶୁକ୍ରବାର ରାତିରେ ଏକ କୋଇଲା ବୋଝେଇ ଟ୍ରକ ପଶିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

ପ୍ରବେଶିକା ପରୀକ୍ଷା ଦେଲେ  ୪୫୭ ଛାତ୍ରୀଛାତ୍ର

ପ୍ରବେଶିକା ପରୀକ୍ଷା ଦେଲେ ୪୫୭ ଛାତ୍ରୀଛାତ୍ର

କଣିହାଁ, ୨୧।୪(ଡି.ଏନ.ଏ.)- କଣିହାଁ ବ୍ଲକର ୨ଟି କେନ୍ଦ୍ରରେ ନବୋଦୟ ପ୍ରବେଶିକା ପରୀକ୍ଷା ଶନିବାର ଅନୁଷ୍ଠିତ ହୋଇଯାଇଛି।

ଜିଲା ଜଜ୍‌  କୋର୍ଟର ନୂତନ ଗୃହ ଉଦ୍‌ଘାଟିତ

ଜିଲା ଜଜ୍‌ କୋର୍ଟର ନୂତନ ଗୃହ ଉଦ୍‌ଘାଟିତ

ଅନୁଗୋଳ ଅଫିସ, ୨୧।୪- ଅନୁଗୋଳ ଜିଲା ଜଜ୍‌ କୋର୍ଟର ନୂତନ ଗୃହ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବିନିତ ସରଣ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

ଆମ୍ବେଦକର ଜୟନ୍ତୀ ପାଳିତ

ଆମ୍ବେଦକର ଜୟନ୍ତୀ ପାଳିତ

ଭୁବନ, ୨୧।୪(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ଦଳିତ ମଞ୍ଚ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଶନିବାର ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ଶାନ୍ତି ପୂର୍ଣ୍ଣସଭା

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ଶାନ୍ତି ପୂର୍ଣ୍ଣସଭା

ବନ୍ତଳା,୨୧।୪(ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନାରେ ଅପାରଗତା ବିରୋଧରେ ଅନୁଗୋଳ ଜିଲା ଯୁବ ବିଜେଡି ପକ୍ଷରୁ ଶନିବାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ଶାନ୍ତି ପୂର୍ଣ୍ଣସଭା ଅନୁଷ୍ଠିତ ହୋଇଯାଇଛି।

ବଇଣ୍ଡା ଷ୍ଟେଟ୍‌  ବ୍ୟାଙ୍କ ସମ୍ମୁଖରେ  ବିଜେଡିର ବିକ୍ଷୋଭ

ବଇଣ୍ଡା ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ବିଜେଡିର ବିକ୍ଷୋଭ

ବଇଣ୍ଡା,୨୧।୪(ଡି.ଏନ.ଏ.)- ସାରା ରାଜ୍ୟରେ ଏଟିଏମ୍‌ରେ ଟଙ୍କା ଅଭାବ ଦେଖାଦେଇଥିବା ପ୍ରତିବାଦରେ କିଶୋରନଗର ବ୍ଲକ ଯୁବ ବିଜେଡି ପକ୍ଷରୁ ଶନିବାର ବଇଣ୍ଡା ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

 ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ

ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ

ପରଜଙ୍ଗ,୨୧।୪(ଡି.ଏନ.ଏ.)- ପରଜଙ୍ଗ ଅଞ୍ଚଳରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ଶନିବାର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନାରେ ଅପାରଗତା ଏବଂ ଏଟିଏମ୍‌ ଗୁଡ଼ିକରେ ଟଙ୍କା ନ ଥିବାରୁ ଲୋକେ ହନ୍ତସନ୍ତ ହେଉଥିବା ପ୍ରତିବାଦରେ ଏହି ବିକ୍ଷୋଭ ହୋଇଛି।

ଭାଜପା ପକ୍ଷରୁ ଲଟକା ଜାରି

ଭାଜପା ପକ୍ଷରୁ ଲଟକା ଜାରି

ଅନୁଗୋଳ ଅଫିସ, ୨୧।୪- ଅନୁଗୋଳ ପୌର ପରିଷଦରେ ଥିବା ୨୩ଟି ଓ୍ବାର୍ଡରେ ବିଭିନ୍ନ ସମସ୍ୟାକୁ ନେଇ ୧୦ ଦଫା ଦାବିରେ ଭାଜପା ପକ୍ଷରୁ ଶନିବାର ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଲଟକା ଜାରି କରାଯାଇଛି।

ହାଟତୋଟା ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ

ହାଟତୋଟା ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ

ତାଳଚେର,୨୧।୪(ନି.ପ୍ର)- କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନାରେ ଅପାରଗତା ଓ ଏଟିଏମ୍‌ ଗୁଡ଼ିକରେ ଟଙ୍କା ନ ଥିବାରୁ ଲୋକେ ହନ୍ତସନ୍ତ ହେଉଥିବା ପ୍ରତିବାଦରେ ଶନିବାର ତାଳଚେର ହାଟତୋଟା ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।