Dharitri News
ଅନଗୁଳ-ଢେଙ୍କାନାଳ

ବେନିୟମ ମାର୍କେଟ କମ୍ପ୍ଲେକ୍ସ: ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଅଭିଯୋଗ

ବନ୍ତଳା,୨।୧(ଡି.ଏନ.ଏ.) - ଅନୁଗୋଳ ବ୍ଲକ ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ପଞ୍ଚାୟତ ହାଇସ୍କୁଲ ଓ ଅନୁସୂଚିତ ଜାତି ଜନଜାତି ମହିଳା ହଷ୍ଟେଲ ସମ୍ମୁଖରେ ବେନିୟମ ଭାବେ ମାର୍କେଟ କମ୍ପ୍ଲେକ୍ସ କରାଯିବା ନେଇ ମଙ୍ଗଳବାର ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗରେ ପଞ୍ଚାୟତବାସୀ ଦର୍ଶାଇଛନ୍ତି ଯେ, ୧୦ ଲକ୍ଷ ଟଙ୍କାରେ ପଞ୍ଚାୟତ ପକ୍ଷରୁ ନିର୍ମାଣ ହେଉଥିବା ଉକ୍ତ ମାର୍କେଟ କମ୍ପ୍ଲେକ୍ସ ଜନବସତିଠାରୁ ବହୁ ଦୂରରେ ହେଉଥିବା ବେଳେ ଏହା କୌଣସି ଲୋକଙ୍କ ସ୍ବାର୍ଥରେ ଆସିବ ନାହିଁ। ଏଥିସହ ନିର୍ମାଣ ପୂର୍ବରୁ କେଉଁ ନିୟମ ଆଧାରରେ ଉକ୍ତ ଜାଗା ଚୟନ କରାଗଲା ଏବଂ କିଏ ଚୟନ କଲା ତାହାକୁ ନେଇ ପଞ୍ଚାୟତବାସୀ ପ୍ରଶ୍ନ ଉଠାଇନ୍ତି। ଉକ୍ତ ଜାଗାରେ ମାର୍କେଟ ହେଲେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେବ। ଛାତ୍ରୀମାନେ ଅସୁରକ୍ଷିତ ହୋଇପଡ଼ିବେ। ତୁରନ୍ତ ଏହାକୁ ବନ୍ଦ କରିବା ପାଇଁ ପୂର୍ବରୁ ଜିଲାପାଳ, ହରିଜନ ଆଦିବାସୀ କଲ୍ୟାଣ ମନ୍ତ୍ରୀ, ଆଠମଲ୍ଲିକ ବିଧାୟକ, ପ୍ରକଳ୍ପ ନିର୍ଦ୍ଦେଶକ, ଡିଡବ୍ଲ୍ୟୁଓ, ବିଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯାଇଛି ବୋଲି ଆଠମଲ୍ଲିକ ବିଧାୟକଙ୍କ ପ୍ରତିନିଧି ନବକିଶୋର ବିଶୋଇ, ପୂର୍ବତନ ସରପଞ୍ଚ ମଳୟ କୁମାର ବିଶୋଇ, ରମାକାନ୍ତ ସାହୁ, ବରୁଣ କୁମାର ବିଶୋଇଙ୍କ ସମେତ ୫ଶହରୁ ଊର୍ଦ୍ଧ୍ୱ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ପଠାଯାଇଛି।

ଅନଗୁଳ-ଢେଙ୍କାନାଳ

ଢେଙ୍କାନାଳରେ ଭାଜପା ପକ୍ଷରୁ ବନ୍ଦ ପାଳନ

ଢେଙ୍କାନାଳ ଅଫିସ, ୨୪। ୧ - କୁନ୍ଦୁଲି ଗଣ ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଢେଙ୍କାନାଳରେ ଭାଜପା ପକ୍ଷରୁ ବୁଧବାର ବନ୍ଦ ପାଳନ କରାଯାଇଛି।

ଅନୁଗୋଳରେ ଭାଜପା ତରଫରୁ ରାସ୍ତାରୋକୋ

ଅନୁଗୋଳ ଅଫିସ, ୨୪। ୧ - କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରତିବାଦରେ ଅନୁଗୋଳ ହୁଲୁରିସିଂହ ଛକଠାରେ ଭାଜପା ତରଫରୁ ବୁଧବାର ବନ୍ଦ ପାଳନ କରାଯାଇଛି।

ବନ୍ଦ ପାଳନ, ରାସ୍ତାରୋକୋ

ବନ୍ଦ ପାଳନ, ରାସ୍ତାରୋକୋ

ଭୁବନ,୨୪।୧(ଡି.ଏନ୍‌.ଏ.): କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା ନେଇ ବୁଧବାର ଭୁବନ କାଳୀବଜାରଠାରେ ବନ୍ଦ ପାଳନ କରାଯିବା ସହ ଜାତୀୟ ରାଜପଥ ଅବରୋଧ କରାଯାଇଛି।

ଅଗ୍ନିକାଣ୍ଡ: ୩ ବଖରା ଜଳିଗଲା

ଅଗ୍ନିକାଣ୍ଡ: ୩ ବଖରା ଜଳିଗଲା

ବଅଁରପାଳ,୨୪।୧(ଡି.ଏନ୍‌.ଏ.): ନାଲ୍‌କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ସିତୁରା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବିପିନ ଦେହୁରୀଙ୍କ ୨ ବଖରା ପୋଡ଼ିଯାଇଛି।

ସୌର ଶକ୍ତି ବ୍ୟବହାରରେ ତାପମାତ୍ରା କମିବ

ସୌର ଶକ୍ତି ବ୍ୟବହାରରେ ତାପମାତ୍ରା କମିବ

ଢେଙ୍କାନାଳ ଅଫିସ,୨୩।୧- ଢେଙ୍କାନାଳ ସଦର ବ୍ଲକ ବଣସିଂହଠାରେ ସ୍ବେଚ୍ଛାସେବୀ ସଂଗଠନ ଇଡିଅଟ୍‌ ଏବଂ ଓନର୍ଜିି ପକ୍ଷରୁ ମଙ୍ଗଳବାର ସୌର ଆଲୋକ ବ୍ୟବହାର ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କ୍ଲିନ୍‌ ଏନର୍ଜୀର ପରାମର୍ଶଦାତା ସାମାଜିକକର୍ମୀ ବନମାଳୀ ଦାଶ ଯୋଗଦେଇ କହିଲେ, ଜଳବାୟୁ ପରିବର୍ତ୍ତନ ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ବସ୍‌ରେ ଲାଗିଲା ବିଦ୍ୟୁତ୍‌ ତାର

ଭୁବନ, ୨୩।୧(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି କାଳୀବଜାରଠାରେ ମଙ୍ଗଳବାର ସନ୍ଧ୍ୟା ୬ଟା ୨୦ରେ ଏକ ବସ୍‌ରେ ବିଦ୍ୟୁତ୍‌ ତାର ଲାଗି ଯାଇଥିଲା। ଫଳରେ ତାରଟି ଛିଣ୍ଡି ବସ୍‌ରେ ଲାଗି ରହିଥିଲା। ତେବେ ସୂଚନାପାଇ ସଙ୍ଗେ ସଙ୍ଗେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଲାଇନ ସଂଯୋଗ କଟାଯିବାରୁ ଏଥିରେ ଥିବା ଯାତ୍ରୀମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଶାଳ କାଠ ଜବତ, ୩ ଗିରଫ

କଣିହାଁ, ୨୩।୧ (ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବନାଞ୍ଚଳରେ ବେଆଇନ ଭାବେ ଶାଳ କାଠ କାଟିବା ଅଭିଯୋଗରେ ବିଭାଗ ପକ୍ଷରୁ ମଙ୍ଗଳବାର ୩ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି।

ଟିପ୍ପରରେ ପିଟିହେଲା ବାଇକ୍‌

ଟିପ୍ପରରେ ପିଟିହେଲା ବାଇକ୍‌

ପରଜଙ୍ଗ, ୨୩।୧ (ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବଡ଼କମର- ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର ଆଶ୍ରମ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଟିପ୍ପରକୁ ପଛପଟୁ ଧକ୍କା ଦେଇ ଏକ ବାଇକ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ଭୁବନ ସେମିରେ

ଭୁବନ,୨୩।୧(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିଙ୍ଗଳୋ ଅସୁରବନ୍ଧ ଖେଳ ପଡିଆଠାରେ ଚାଲିଥିବା ଅଭିମନ୍ୟୁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ମଙ୍ଗଳବାର ମ୍ୟାଚ ସୁକିନ୍ଦ ଓ ଭୁବନ ଟିମ୍‌ ମଧ୍ୟରେ ଖେଳା ଯାଇଥିଲା।

ବାଇକ୍‌କୁ ଧକ୍କା ଦେଲା ଟ୍ରକ, ୨ ଗୁରୁତର

ଛେଣ୍ଡିପଦା,୨୩।୧ (ଡି.ଏନ.ଏ.)- ଛେଣ୍ଡିପଦା-ଅନୁଗୋଳ ୬୩ ନଂ. ରାଜ୍ୟ ରାଜପଥର କୋଶଳା ଚନ୍ଦନନଗର ଛକଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଇକ୍‌କୁ ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଧକ୍କା ଦେଇଛି।

 ଶୋଷଣରୁ ମୁକ୍ତି ଥିଲା ନେତାଜୀଙ୍କ ସ୍ବପ୍ନ

ଶୋଷଣରୁ ମୁକ୍ତି ଥିଲା ନେତାଜୀଙ୍କ ସ୍ବପ୍ନ

ଢେଙ୍କାନାଳ ଅଫିସ,୨୩।୧- ଢେଙ୍କାନାଳ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ମଙ୍ଗଳବାର ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଷ୍ଟୁଡେଣ୍ଟ୍‌ ଅର୍ଗାନାଇଜେଶନ ଢେଙ୍କାନାଳ ଜିଲା କମିଟି ପକ୍ଷରୁ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜନ୍ମଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

୨ ବଖରା ଜଳିଗଲା

୨ ବଖରା ଜଳିଗଲା

ପାଲଲହଡ଼ା,୨୩।୧(ଡି.ଏନ.ଏ.)- ପାଲଲହଡ଼ା ବ୍ଲକ ଝାରବେଡ଼ା ଗ୍ରାମରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ସଦା ନାଏକଙ୍କ ୨ ବଖରା ଘର ଜଳିଯାଇଛି।