ଅନଗୁଳ-ଢେଙ୍କାନାଳ

ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ନେଇ ଉତ୍ତେଜନା

ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ନେଇ ଉତ୍ତେଜନା


ଛେଣ୍ଡିପଦା,୨।୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ସନ୍ତରାବନ୍ଧ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ମଧ୍ୟାହ୍ନଭୋଜନ ଚାଉଳ ଚୋରା ଚାଲାଣକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ପୋଲିସ ପହଞ୍ଚି ଗୋଟିଏ ବସ୍ତା ଚାଉଳ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।
ପ୍ରକାଶ ଯେ, ଅପରାହ୍ନ ୨ଟାବେଳେ ସନ୍ତରାବନ୍ଧ ସ୍କୁଲରୁ ନିକଟସ୍ଥ ପିତାବଳୀ ପ୍ରାଥମିକ ବିଦ୍ୟାଳୟକୁ ୪ ବସ୍ତା ଚାଉଳ ପଠାଯାଇଥିଲା। ତେବେ ବଳକା ରହିଥିବା ୧ ବସ୍ତା ଚାଉଳକୁ ଜଣେ ବ୍ୟକ୍ତି ବାଇକ୍‌ ଯୋଗେ ଅନ୍ୟତ୍ର ନେଇଯାଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଥିଲେ। ପଚରାଉଚରା ବେଳେ ସମ୍ପୃକ୍ତ ବ୍ୟକ୍ତି ଓ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ଛେଣ୍ଡିପଦା ଥାନା ଅଧିକାରୀ ନିର୍ମଳା ଗୋଚ୍ଛାୟତ ସ୍କୁଲରେ ପହଞ୍ଚି ଚାଉଳ ବ୍ୟାଗକୁ ଜବତ କରିଥିଲେ। ଚାଉଳ ଚୋରା ଚାଲାଣ ହେଉଥିବା ନେଇ ଗ୍ରାମବାସୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।

All Right Reserved By

ଅନଗୁଳ-ଢେଙ୍କାନାଳ

୯ ଦଫା ଦାବିରେ ଜିଲାପାଳଙ୍କ ଅଫିସ ଘେରାଉ

୯ ଦଫା ଦାବିରେ ଜିଲାପାଳଙ୍କ ଅଫିସ ଘେରାଉ

ଅନୁଗୋଳ ଅଫିସ,୧୮।୭: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ଆଖପାଖରେ ଥିବା ୧୦ଟି ପଞ୍ଚାୟତର ଅଧିବାସୀ ବୁଧବାର ୯ ଦଫା ଦାବିରେ ଷ୍ଟାଡିୟମଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ ଅଫିସ ଘେରାଉ କରିଛନ୍ତି।

ନାଲ୍‌କୋ ଟ୍ରକ ମାଲିକ ସଙ୍ଘର ବୈଠକ

ନାଲ୍‌କୋ ଟ୍ରକ ମାଲିକ ସଙ୍ଘର ବୈଠକ

ବଅଁରପାଳ, ୧୮।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଟ୍ରକ ମାଲିକ ସଙ୍ଘର ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସଙ୍ଘ ସଭାପତି ରାଜୀବ ଜେନା ଏଥିରେ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଆସନ୍ତା ୨୦ ତାରିଖରେ ସର୍ବଭାରତୀୟସ୍ତରରେ ହେବାକୁ ଥିବା ଧର୍ମଘଟକୁ ସମର୍ଥନ କରି ନାଲ୍‌କୋରେ କିଭଳି ଧର୍ମଘଟ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା।

ତାଲା କାଟି ନେଇଗଲେ ଏସି, କୁଲର

ତାଲା କାଟି ନେଇଗଲେ ଏସି, କୁଲର

ବଅଁରପାଳ, ୧୮।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନାଠାରୁ ପ୍ରାୟ ୫ଶହ ମିଟର ଦୂରରେ ଥିବା ଏକ ଇଲେକ୍ଟ୍ରି ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବତ୍ତ ଦୋକାନର ତାଲା ଭାଙ୍ଗି ଏସି, କୁଲର ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଇଛନ୍ତି।

ଜୁଆ ଆଡ୍ଡା ଉପରେ ଚଢ଼ାଉ: ବାଇକ୍‌ ଜବତ, ଜଣେ ଅଟକ

ପରଜଙ୍ଗ, ୧୮।୭(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ଜୁଆ ଖେଳ ବଢ଼ିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଆଡ୍ଡା ଖୋଲି ଲକ୍ଷାଧିକ ଟଙ୍କାର ଖେଳ ହେଉଛି।

୧୫ ନୁହେଁ, ୪ ଦିନ ପାଇଁ ମିଳିଲା ମଞ୍ଜୁରୀ:ରିମାଣ୍ଡରେ ଗଲେ ୨ ବ୍ୟାଙ୍କ ଡକାୟତ

୧୫ ନୁହେଁ, ୪ ଦିନ ପାଇଁ ମିଳିଲା ମଞ୍ଜୁରୀ:ରିମାଣ୍ଡରେ ଗଲେ ୨ ବ୍ୟାଙ୍କ ଡକାୟତ

ଅନୁଗୋଳ ଅଫିସ,୧୮ା୭- ଅନୁଗୋଳସ୍ଥିତ ଆନ୍ଧ୍ର ଓ ଇଣ୍ଡିଆନ ବ୍ୟାଙ୍କ ଲୁଟ୍‌ ଘଟଣାରେ ବିହାରର ଗୟାରୁ ଗିରଫ ହୋଇଥିବା ଦୁଇ ଡକାୟତ ଓମ୍‌ ପ୍ରକାଶ ଦାସ ଓ ରାଜେଶ ଦାସଙ୍କୁ ମଙ୍ଗଳବାର ରିମାଣ୍ଡରେ ନେଇଛି ଅନୁଗୋଳ ପୋଲିସ। ଏ ନେଇ କୋର୍ଟରେ ୧୫ ଦିନ ପାଇଁ ଆବେଦନ କରାଯାଇଥିଲା।

ଶ୍ରୀହର୍ଷ ନାୟକ ଭୁବନ ବିଇଓ

ଶ୍ରୀହର୍ଷ ନାୟକ ଭୁବନ ବିଇଓ

ଭୁବନ, ୧୮ା୭(ଡି.ଏନ୍‌.ଏ.)-ଭୁବନ ବ୍ଲକ ଶିକ୍ଷାଧିକାରୀ (ବିଇଓ) ଭାବେ ସୋମବାର ଶ୍ରୀହର୍ଷ ନାୟକ କାର୍ଯ୍ୟରେ ଯୋଗଦେଇଛନ୍ତି। ସେ ଚିଲିକା ବ୍ଲକ ଲକ୍ଷ୍ମୀଧର ନୋଡାଲ ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଏଥିପୂର୍ବରୁ ବିଇଓ ଅଜୟ କୁମାର ପାତ୍ର ଭୁବନ ଏବଂ କାମାକ୍ଷାନଗର ବ୍ଲକର ଯୁଗ୍ମ ଦାୟିତ୍ୱରେ ଥିଲେ। କାର୍ଯ୍ୟରେ ଯୋଗଦେବା ପରେ ବିଭାଗୀୟ କର୍ମଚାରୀମାନେ ତାଙ୍କୁ ସ୍ବାଗତ ଜଣାଇଛନ୍ତି।

ମାଫିଆ ବିକ୍ରି କରୁଛନ୍ତି ସରକାରୀ ଜମି

ମାଫିଆ ବିକ୍ରି କରୁଛନ୍ତି ସରକାରୀ ଜମି

ଢେଙ୍କାନାଳ ଅଫିସ, ୧୮।୭: ଭୂମିହୀନଙ୍କୁ ଥଇଥାନ, ଘର ଡିହପଟ୍ଟା ସାଙ୍ଗକୁ ଚାଷ ପାଇଁ ଜମି ପ୍ରଦାନ କରିବାକୁ ଦାବି କରିଛନ୍ତି ଭୂମିହୀନ ପ୍ରଜା ସଂଘ। ଏ ନେଇ ମଙ୍ଗଳବାର ଢେଙ୍କାନାଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଶତାଧିକ ଭୂମିହୀନ ପରିବାର ସ୍ଥାନୀୟ ବାଜିଚୌକରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ ନାରାବାଜି କରିଥିଲେ।

ରେଙ୍ଗାଳି କେନାଲରୁ ହାତୀଛୁଆ ଉଦ୍ଧାର

ରେଙ୍ଗାଳି କେନାଲରୁ ହାତୀଛୁଆ ଉଦ୍ଧାର

ଢେଙ୍କାନାଳ ଅଫିସ,୧୮।୭: ଢେଙ୍କାନାଳ ବନଖଣ୍ଡ ଗଦାଶିଳା ଫରେଷ୍ଟ ସେକ୍ସନ ଅଧୀନ ଗଇଲୋ ନିକଟ ରେଙ୍ଗାଳି କେନାଲରେ ଖସିପଡ଼ିଥିବା ଏକ ହାତୀ ଶାବକକୁ ବନ ବିଭାଗ ଉଦ୍ଧାର କରିଛି।

ବର୍ଷା ଆଣିଲା ହରଷ

ଢେଙ୍କାନାଳ ଅଫିସ, ୧୮।୭: ଲଘୁଚାପଜନିତ ଲଗାଣବର୍ଷା ଢେଙ୍କାନାଳ ଜିଲାର ଚାଷୀଙ୍କ ପାଇଁ ଆଣିଛି ଖୁସି। ଅନିୟମିତ ବର୍ଷାକୁ ନେଇ ଚିନ୍ତିତ ଚାଷୀକୁଳ ପାଇଁ ଜୁଲାଇ ମାସ ଶୁଭ ସାବ୍ୟସ୍ତ ହୋଇଛି। ମଙ୍ଗଳବାର (୧୭ ତାରିଖ) ସୁଦ୍ଧା ଜିଲାରେ ୩୫୪.୪ ମିଲିମିଟର ବର୍ଷା ହୋଇଛି। ଜିଲାରେ ଏହି ସମୟ ମଧ୍ୟରେ ୨୦୦ ମିମି ବର୍ଷାର ଆବଶ୍ୟକ ରହିଥିବାବେଳେ ଏହା ତା’ଠାରୁ ଯଥେଷ୍ଟ ଅଧିକ। ବର୍ଷାର ପରିମାଣ ୪୪.୩% ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି।

ମହିଳା କମିଶନର ଆଇନ ସଚେତନତା କାର୍ଯ୍ୟକ୍ରମ: ଅଧିକାର ସମ୍ପର୍କରେ ସଚେତନ ହେବାକୁ ଆହ୍ବାନ

ମହିଳା କମିଶନର ଆଇନ ସଚେତନତା କାର୍ଯ୍ୟକ୍ରମ: ଅଧିକାର ସମ୍ପର୍କରେ ସଚେତନ ହେବାକୁ ଆହ୍ବାନ

ଅନୁଗୋଳ ଅଫିସ, ୧୮ା୭: ମହିଳାମାନଙ୍କ ସୁରକ୍ଷା ନିମନ୍ତେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଡ. ଲୋପାମୁଦ୍ରା ବକ୍ସିପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।

ମହିଳାଙ୍କଠାରୁ ସୁନାଚେନ ଲୁଟ୍‌

ମହିଳାଙ୍କଠାରୁ ସୁନାଚେନ ଲୁଟ୍‌

ତାଳଚେର,୧୭ା୭(ନି.ପ୍ର.)- କଲିୟାରୀ ଥାନା ନିକଟରେ ମଙ୍ଗଳବାର ଅପରାହ୍ନରେ ଲୁଟ୍‌ ହୋଇଛି। ୩ ଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କ ସ୍ବାମୀଙ୍କୁ ମାଡ଼ମାରି ତାଙ୍କଠାରୁ ସୁନାଚେନ ଲୁଟି ନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ଭରତପୁର କୋଇଲା ଖଣିରେ ତାଳଚେର ସହରର ଭରତ ଚନ୍ଦ୍ର ସାମଲ ଫୋରମ୍ୟାନ ଭାବେ କାମ କରନ୍ତି।

ବାଇକ ଧକ୍କାରେ ଯୁବକ ମୃତ

ତାଳଚେର,୧୭ା୭(ନି.ପ୍ର.)- ଟିଟିପିଏସ୍‌ ଭେଲ କଲୋନୀ ମାର୍କେଟ ନିକଟରେ ମଙ୍ଗଳବାର ଅପରାହ୍ନରେ ବାଇକ୍‌ ଧକ୍କାରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସେ ହଲେ ତାଳଚେର ବ୍ଲକ କଜଗନ୍ନାଥପୁରା ଗ୍ରାମର ବାବୁଲାଲ ପାତ୍ର (୪୨)। ବାବୁଲାଲ ନିଜ ଅଟୋକୁ ଭେଲ କଲୋନୀ ମାର୍କେଟ ନିକଟରେ ରଖି ଛିଡା ହୋଇଥିଲେ।

Model This Week

ରୂପେଶ