ବାଲେଶ୍ୱର

ନୀଳଗିରିରୁ ୩୭ ଦାଦନ ଶ୍ରମିକ ଉଦ୍ଧାର

ନୀଳଗିରିରୁ ୩୭ ଦାଦନ ଶ୍ରମିକ ଉଦ୍ଧାର

ବାଲେଶ୍ୱର ଅଫିସ/ସଜନାଗଡ଼, ୨।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଗୋପାଳପୁରସ୍ଥିତ ଶକ୍ତି ଇଟାଭାଟିରୁ ୩୭ଜଣ ଦାଦନ ଶ୍ରମିକଙ୍କୁ ମଙ୍ଗଳବାର ଉଦ୍ଧାର କରାଯାଇଛି। ଏହି ଶ୍ରମିକମାନେ ହେଲେ ଛତିଶଗଡ଼ ରାଜ୍ୟ ବିିଳାସପୁର ଏବଂ ଜାଞ୍ଜଗିର୍‌ ଜିଲାର। ସେମାନଙ୍କୁ ଇଟାଭାଟି ମାଲିକ ଅଟକ ରଖି ନିର୍ଯାତନା ଦେଉଥିବା ନେଇ କେତେକ ଏନଜିଓ କର୍ମୀ ଓ ଶ୍ରମିକଙ୍କ ପରିବାର ଲୋକେ ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶରେ ନୀଳଗିରି ଉପଜିଲାପାଳ ଅବୋଲି ସୁନୀଲ ନରଅଣେ, ତହସିଲଦାର ମନୋରମା ଭୂୟାଁ, ବାଲେଶ୍ୱର ସହକାରୀ ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା ଏବଂ ନୀଳଗିରି ସହକାରୀ ଶ୍ରମ ଅଧିକାରୀ ଶୁଭଦର୍ଶିନୀ ନାୟକ ସ୍ଥାନୀୟ ପୋଲିସ ସହାୟତାରେ ଇଟାଭାଟିରେ ପହଞ୍ଚତ୍ ଶ୍ରମିକମାନଙ୍କୁ ଉଦ୍ଧାର କରିଛନ୍ତି।
‘ଶକ୍ତି’ ଇଟାଭାଟିର ମାଲିକ ମନୋଜ କୁମାର ବେହେରା ଜାଞ୍ଜଗିର୍‌ ଜିଲାର ବିଭିନ୍ନ ଅଞ୍ଚଳରୁ ଶ୍ରମିକମାନଙ୍କୁ ଆଣି ଇଟା ଭାଟିରେ କାମ କରାଇ ଉଚିତ୍‌ ମଜୁରି ଦେଉ ନ ଥିଲେ। ଏହାସହ ସେମାନଙ୍କ ପରିବାରର ମହିଳା ଏବଂ ପିଲାମାନଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଶ୍ରମିକଙ୍କ ମଧ୍ୟରୁ ଜଣେ କୌଶଳକ୍ରମେ ଖସି ନିଜ ଗ୍ରାମକୁ ପଳାଇଯାଇ ସେଠାରେ ସମସ୍ତ ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ବାରଣାସୀର ‘ଶୁଡ଼ିଆ ସେବା ସଂସ୍ଥା’ର ସଂଯୋଜକ ସଞ୍ଜୟ କୁମାର ମିଶ୍ର, ବିଷ୍ଣୁ ସିହ୍ନା, ମନୋଜ କୁମାର ବାଲେଶ୍ୱରରେ ପହଞ୍ଚତ୍ ଜିଲାପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶରେ ନୀଳଗିରି ପ୍ରଶାସନିକ ଅଧିକାରୀ, ଶ୍ରମବିଭାଗ ଅଧିକାରୀ ଏବଂ ପୋଲିସ ମିଳିତ ଭାବେ ଇଟାଭାଟି ଉପରେ ଚଢ଼ାଉ କରି ୧୪ଜଣ ପୁରୁଷ, ୧୩ଜଣ ମହିଳା ଏବଂ ୧୦ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। ପ୍ରଶାସନିକ ଅଧିକାରୀମାନେ ସମସ୍ତଙ୍କ ବ୍ୟକ୍ତିଗତ ବୟାନକୁ ରେକର୍ଡ଼ କରିଛନ୍ତି। ବୁଧବାର ଶ୍ରମିକମାନଙ୍କୁ ଛତିଶଗଡ଼କୁ ପଠାଇବାକୁ ବ୍ୟବସ୍ଥା କରାଯାଉଛି ବୋଲି ବାଲେଶ୍ୱର ଶ୍ରମ ଅଧିକାରୀ କୁବେର ବେହେରା ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ନୀଳଗିରି ସହକାରୀ ଶ୍ରମ ଅଧିକାରୀ ଶୁଭଦର୍ଶିନୀ ନାୟକ କହିଛନ୍ତି, ଶ୍ରମିକମାନେ ନିଜ ଇଚ୍ଛାରେ ‘ଶକ୍ତି’ ଇଟାଭାଟିରେ କାମ କରିବାକୁ ଆସିଥିଲେ। ଇଣ୍ଟରଷ୍ଟେଟ୍‌ ମାଇଗ୍ରାଣ୍ଟ ୱାର୍କରମ୍ୟାନ୍‌ ୧୯୭୯ ଆକ୍ଟ ଅନୁସାରେ ବାହାର ରାଜ୍ୟରୁ ୫ଜଣରୁ ଅଧିକ ଶ୍ରମିକଙ୍କୁ ନିଜ ୟୁନିଟ୍‌ରେ ରଖି କାର୍ଯ୍ୟ କରିବାକୁ ହେଲେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଅଫିସ୍‌ରେ ପଞ୍ଜିକରଣ କରାଇବା କଥା। ଇଟାଭାଟି ମାଲିକ ଏହା କରି ନ ଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ।

All Right Reserved By

ବାଲେଶ୍ୱର

୪କେଜି ସମ୍ବର ମାଂସ ଜବତ

କପ୍ତିପଦା, ୧୭।୬(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ଅଧୀନ ପୋଡ଼ାଡିହା ସେକ୍ସନ ସରାଳିବିଲା ଗ୍ରାମରୁ ରବିବାର ରାତିରେ ୪କେଜି ସମ୍ବର ମାଂସ ଜବତ ହୋଇଛି।

ପଳାଶବଧା ଛଉନୃତ୍ୟ ଉତ୍ସବ ଉଦ୍‌ଘାଟିତ

ମୋରଡ଼ା, ୧୭।୬-ମୋରଡା ବ୍ଲକ ମୋରଡା ପଞ୍ଚାୟତର ପଳାଶବଧା ଗ୍ରାମରେ ଶନିବାର ବାର୍ଷିକ ଛଉ ନୃତ୍ୟ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବିଜେଡି କାର୍ଯ୍ୟକାରୀ ସଭାପତି ଦେବାଶିଷ ମହାନ୍ତି ଯୋଗ ଦେଇ ଗ୍ରାମାଞ୍ଚଳରେ ଛଉନୃତ୍ୟର ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ।

କ୍ରିକେଟ ଟୁର୍ନାମେଣ୍ଟ: ମଙ୍ଗଳପୁର ଚାମ୍ପିୟନ

ବଡ଼ସାହି,୧୭।୬(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ତେନ୍ତୁଳିମୁଣ୍ଡା ଓମ ସାଇ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଦୁଇ ଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ଉନ୍ନତ ଖେଳ ପ୍ରଦର୍ଶନ କରି ମଙ୍ଗଳପୁର ଦଳ ଓ ମାଣତ୍ରୀ ଦଳ ଫାଇନାଲକୁ ପ୍ରବେଶ କରିଥିଲା ।

ଅପହୃତା ନାବାଳିକା ବରଗଡରୁ ଉଦ୍ଧାର, ଅଭିଯୁକ୍ତ ଗିରଫ

ରୂପ୍‌ସା/ବସ୍ତା,୧୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିଂଲା ଥାନା ଅଞ୍ଚଳର ଜଣେ ଅପହୃତା ନାବାଳିକାଙ୍କୁ ପୋଲିସ ରବିବାର ବରଗଡ଼ରୁ ଉଦ୍ଧାର କରିଛି। ଅଭିଯୁକ୍ତ ସିଂଲା ଥାନା ବଢ଼ାଣ ଗ୍ରାମର ଯୁବକ ଅରୁଣ ପାତ୍ରଙ୍କୁ ଗିରଫ କରାଯାଇଛି।

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଝାଡ଼ାବାନ୍ତିରେ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଝାଡ଼ାବାନ୍ତିରେ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବସ୍ତା,୧୭।୬(ସ୍ବ.ପ୍ର.)-ଗତ ୩ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଥିବା ବେଳେ ବାରମ୍ବାର ବିଦ୍ୟୁତକାଟ ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି।

ସହଯୋଗୀଙ୍କ ସହ କଂଗ୍ରେସ ଛାଡ଼ିଲେ ଜୟନାରାୟଣ

ବାଲେଶ୍ୱର ଅଫିସ,୧୭।୬-ବାଲେଶ୍ୱର ଜିଲାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜଳେଶ୍ୱର ବିଧାୟକ ଜୟନାରାୟଣ ମହାନ୍ତି ଦଳରୁ ଇସ୍ତଫା ଦେଇଛନ୍ତି। ଏହି ଘଟଣା କଂଗ୍ରେସ ଦଳକୁ ଶକ୍ତ ଧକ୍କା ଦେଇଛି। ଦଳ ଭିତରେ ଲାଗି ରହିଥିବା ଆଭ୍ୟନ୍ତରୀଣ ଗୋଷ୍ଠକନ୍ଦଳ ଯୋଗୁ ସେ ନିଜର ସମସ୍ତ ସହଯୋଗୀ ଓ କର୍ମୀଙ୍କ ସହ ଦଳ ଛାଡିଥିବା ନେଇ ରବିବାର ପୂର୍ବାହ୍ନରେ ସ୍ଥାନୀୟ ଏକ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି।

ଯୋଗ ଦିବସ ଉପଲକ୍ଷେ ସଚେତନତା ପଦଯାତ୍ରା

ଯୋଗ ଦିବସ ଉପଲକ୍ଷେ ସଚେତନତା ପଦଯାତ୍ରା

ଭଦ୍ରକ ଅଫିସ,୧୭।୬-ଆସନ୍ତା ୨୧ରେ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ସଚେତନତା ସୃଷ୍ଟି ପାଇଁ ଭଦ୍ରକ ସୋସିଆଲ ସର୍ଭିସେସ(ବିଏସ୍‌ଏସ୍‌) ପକ୍ଷରୁ ରବିବାର ଏକ ପଦଯାତ୍ରା ସହର ପରିକ୍ରମା କରିଥିଲା।

୩ ମୋବାଇଲ ଚୋର ଗିରଫ

୩ ମୋବାଇଲ ଚୋର ଗିରଫ

ଚାନ୍ଦବାଲି,୧୭।୬(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ସହର ମଧ୍ୟବର୍ତ୍ତୀ ଏକ ମୋବାଇଲ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ମୋବାଇଲ ଚୋରି ହୋଇଥିଲା। ଏ ସମ୍ପର୍କରେ ଜଣାପଡ଼ିବା ପରେ ରାତ୍ରିକାଳୀନ ପାଟ୍ରୋଲିଂ ଟିମ୍‌ ଓ ସ୍ଥାନୀୟ ଯୁବକଙ୍କ ସହାୟତାରେ ଚୋରମାନଙ୍କୁ ଧରାଯିବା ସହ ସେମାନଙ୍କ ନିକଟରୁ ମୋବାଇଲ ଉଦ୍ଧାର କରାଯାଇଛି।

ରାତି ଅଧରେ ଘରେ ପଶି ଅସଦାଚରଣ

ରାତି ଅଧରେ ଘରେ ପଶି ଅସଦାଚରଣ

ହାଟଡିହୀ,୧୭।୬(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମନୋହରପୁର ଗ୍ରାମରେ ଜଣେ ଅସହାୟ ମହିଳାଙ୍କୁ ଶନିବାର ବିଳମ୍ବିତ ରାତିରେ କେତେକ ଅସାମାଜିକ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଯୁବକମାନେ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ମହିଳାଙ୍କ ଘରର କବାଟ ବାଡେଇଥିଲେ।

ସରିଲା ରଜ, ଆର ବର୍ଷକୁ ଅପେକ୍ଷା

ସରିଲା ରଜ, ଆର ବର୍ଷକୁ ଅପେକ୍ଷା

ଆନନ୍ଦପୁର,୧୭।୬(ସ୍ବ.ପ୍ର.): ସରିଲା ରଜ ମଉଜ। ଏବେ ବିଦାୟ ଦେବାର ପାଳି। ଓଡ଼ିଆଙ୍କ ଗଣପର୍ବ ରଜ ପର୍ବ। ତିନି ଦିନ ଧରି କେନ୍ଦୁଝର ଜିଲା ଆନନ୍ଦପୁରର ବିଭିନ୍ନ ସ୍ଥାନରେ ରଜ ଉପଲକ୍ଷେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ରବିବାର ରଜକୁ ମହିଳାମାନେ ବେଶ ଆଡମ୍ବର ସହକାରେ ବିଦାୟ ଦେଇଥିବା ଦେଖିବାକୁ ମିଳିଥିଲା।

କାଳବୈଶାଖୀ ତାଣ୍ଡବ, ଭାଙ୍ଗିଲା ବଡ଼ ଗଛ

କାଳବୈଶାଖୀ ତାଣ୍ଡବ, ଭାଙ୍ଗିଲା ବଡ଼ ଗଛ

ଆନନ୍ଦପୁର, ୧୭।୬(ସ୍ବ.ପ୍ର.): ତିନି ଦିନ ଧରି ଅସହ୍ୟ ତାତି ଅନୁଭୂତ ହେଉଥିଲା। ରବିବାର ଅପରାହ୍ନ ୪ଟାରେ ଆନନ୍ଦପୁରରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଖୁବ ଜୋରରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବା ଫଳରେ ରାସ୍ତା କଡରେ ଥିବା ବହୁ ବଡ ଗଛ ସବୁ ଭାଙ୍ଗି ମାଟିରେ ଲୋଟି ପଡିଛି। ଦୀର୍ଘ ୧ ଘଣ୍ଟା କାଳ ବୈଶାଖୀର ପ୍ରଭାବ ଦେଖାଯାଇଥିଲା।

ନନ୍ଦିପଦା ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ନନ୍ଦିପଦା ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ହାଟଡିହୀ,୧୭।୬(ଡି.ଏନ.ଏ.): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକଙ୍କୁ ମରୈଗାଁ ସତ୍ୟସାଇ ଯୁବକ ସଂଘ ତରଫରୁ ରଜ ଉତ୍ସବ ଅବସରରେ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ତାଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି। ଶରତ ସେଠୀ ଓ ଦୁଃସାଶନ ବେହେରା ପ୍ରମୁଖଙ୍କ ଉବସ୍ଥିତିରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

Model This Week

ପ୍ରଭାତ