ଅନଗୁଳ-ଢେଙ୍କାନାଳ

ବାଇକ୍‌ ଧକ୍କାରେ ଯୁବକ ଗୁରୁତର

ବାଇକ୍‌ ଧକ୍କାରେ ଯୁବକ ଗୁରୁତର


ବଇଣ୍ଡା,୨।୧(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଠାକୁରଗଡ଼-ନାକିଚି ପୂର୍ତ୍ତ ବିଭାଗ ରାସ୍ତାର ବନମାଳୀପୁର ଠାରେ ରବିବାର ଏକ ବାଇକ୍‌ ଧକ୍କାରେ ବନମାଳୀପୁର ଗ୍ରାମର ରତନ କୁମାର ପ୍ରଧାନ ଗୁରୁତର ହୋଇଛନ୍ତି। ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ପ୍ରକାଶ ଯେ, ରତନ ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇଥିବାବେଳେ ଛେଣ୍ଡିପଦା ଥାନା ନୂଆଗାଁ ଗ୍ରାମର ଅଲେଖନନ୍ଦ ସାହୁ ବାଇକ୍‌ ନଂ.(ଓଡି୩୩-୯୫୨୭)ରେ ଦ୍ରୁତ ଗତିରେ ଆସି ତାଙ୍କୁ ସାମ୍ନାପଟୁ ଧକ୍କା ଦେଇଥିଲେ। ଏ ନେଇ ରତନଙ୍କ ସମ୍ପର୍କୀୟ କରୁଣାକର ପ୍ରଧାନ ଠାକୁରଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନଂ.୧/୧୮ରେ ଏକ ମାମଲା ରୁଜୁ କରି ବାଇକ୍‌କୁ ଜବତ କରିଛି। ଘଟଣାସ୍ଥଳରୁ ଅଲେଖ ଫେରାର ହୋଇଯାଇଥିବା ଆଇଆଇସି ବବାକ୍ଷ ନାୟକ ପ୍ରକାଶ କରିଛନ୍ତି।

All Right Reserved By

Model This Week

ନିକିତା

ଅନଗୁଳ-ଢେଙ୍କାନାଳ

ମୌଳିକ ସୁବିଧାରୁ ବଞ୍ଚିତ ନୂଆଭୂଇଁବାସୀ

ମୌଳିକ ସୁବିଧାରୁ ବଞ୍ଚିତ ନୂଆଭୂଇଁବାସୀ

ତାଳଚେର, ୨୧।୪ (ନି.ପ୍ର.):ଦୀର୍ଘବର୍ଷ ହେଲା ବଡ଼ ଦୁର୍ଦ୍ଦଶାରେ ଅଛନ୍ତି ତାଳଚେର ବ୍ଲକ ଗୋପାଳପ୍ରସାଦ ପଞ୍ଚାୟତର ନୂଆଭୂଇଁ ଗ୍ରାମବାସୀ। କୋଇଲା ଖଣି ପାଇଁ ଗଁ।ର ଜମି ଅଧିଗ୍ରହଣ ହେଉଥିବାରୁ ଏଠାରେ ସରକାରୀ ଯୋଜନାରେ ଉନ୍ନୟନ କାର୍ଯ୍ୟ ହୋଇପାରୁ ନାହିଁ। ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ମଧ୍ୟ ଲୋକଙ୍କ ସମସ୍ୟା ବୁଝିବାକୁ ସେପରି ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ଗ୍ରାମବାସୀ ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍‌, ସ୍କୁଲ ଆଦି ବ୍ୟବସ୍ଥାରୁ ବଞ୍ଚିତ ହୋଇଛନ୍ତି। ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ନୂଆଭୂଇଁ ଗ୍ରାମର ଲୋକସଂଖ୍ୟା ପ୍ରାୟ ୪ଶହ। ପ୍ରାୟ ସମସ୍ତେ ଆଦିବାସୀ ଓ ଦିନ ମଜୁରିଆ। ନିକଟରେ ହିଙ୍ଗୁଳା କୋଇଲା ଖଣି ଓ କୋଲ୍‌ ହାଣ୍ଡଲିଙ୍ଗ ପ୍ଲାଣ୍ଟ (ସିଏଚ୍‌ପି) ଥିବାରୁ ଗ୍ରାମର ଜମି ଅଧିଗ୍ରହଣ ପାଇଁ ୧୧(୧) ନୋଟିସ୍‌ ହୋଇ ସାରିଛି। ଏପରି କି ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି।

ପୂଜକଙ୍କ ବିରୋଧରେ ନାବାଳିକାଙ୍କ ଗୁରୁତର ଅଭିଯୋଗ; ମନ୍ଦିରରେ ଅସଦାଚରଣ, ଘରେ କରିଥିଲେ ବଳାତ୍କାର

ପୂଜକଙ୍କ ବିରୋଧରେ ନାବାଳିକାଙ୍କ ଗୁରୁତର ଅଭିଯୋଗ; ମନ୍ଦିରରେ ଅସଦାଚରଣ, ଘରେ କରିଥିଲେ ବଳାତ୍କାର

ଅନୁଗୋଳ ଅଫିସ,୨୧।୪- ଅନୁଗୋଳ ଥାନା ଅଞ୍ଚଳରେ ଥିବା ଏକ ଜଗନ୍ନାଥ ମନ୍ଦିରର ପୂଜକ ଅଶୋକ କୁମାର ମିଶ୍ର(୫୩) ଜଣେ ୧୩ ବର୍ଷର ବାଳିକାଙ୍କୁ ବଳାତ୍କାର କରିଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ମା’ଙ୍କ ଏତଲାକୁ ଭିତ୍ତିକରି ପୋଲିସ ନଂ. ୨୫୮/୧୮, ଦଫା ୩୭୬, ୨ଆଇଏନ୍‌ ଆଇପିସି, ୬ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରିଛି। ନାବାଳିକାଙ୍କୁ ଡାକ୍ତରୀମାଇନା କରାଯାଇଥିବା ବେଳେ ପୂଜକ ଅଶୋକଙ୍କୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି।

ବଜ୍ରପାତରେ ଯୁବତୀ ମୃତ

ବଜ୍ରପାତରେ ଯୁବତୀ ମୃତ

ପରଜଙ୍ଗ, ୨୧।୪(ଡି.ଏନ.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ଦଶିପୁର ଗ୍ରାମରେ ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ହାଡ଼ିବନ୍ଧୁ ଦେହୁରୀଙ୍କ ଝିଅ ଜାହ୍ନବୀ ଦେହୁରୀଙ୍କ ମୃତ୍ୟୁ ଘଟିଛି।

ଶହେ ହିତାଧିକାରୀଙ୍କୁ ଗ୍ୟାସ୍‌ ବଣ୍ଟନ

ଶହେ ହିତାଧିକାରୀଙ୍କୁ ଗ୍ୟାସ୍‌ ବଣ୍ଟନ

ଢେଙ୍କାନାଳ ଅଫିସ,୨୦।୪- ଢେଙ୍କାନାଳ ସଦର ବ୍ଲକ କାଙ୍କଡପାଳ ଗ୍ରାମରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ପଞ୍ଚାୟତ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି।

ସାମାଜିକ, ଆଧ୍ୟାତ୍ମିକ ସଚେତନତା ଶିବିର

ଢେଙ୍କାନାଳ ଅଫିସ,୨୦।୪- ଢେଙ୍କାନାଳ ସହରସ୍ଥିତ ଟାଉନ ପ୍ଲାନିଂଠାରେ ଥିବା ତିରୁପତି ତିରୁମାଲା ଭବନରେ ଶୁକ୍ରବାରଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ବାଳିକାମାନଙ୍କ ପାଇଁ ଏକ ସାମାଜିକ, ଆଧ୍ୟାତ୍ମିକ ସଚେତନତା ଶିବିର ଉଦ୍‌ଘାଟିତ ହୋଇଯାଇଛି।

ମହିଳାଙ୍କୁ ଠେଙ୍ଗାରେ ଆକ୍ରମଣ

ବଇଣ୍ଡା, ୨୦।୪(ଡି.ଏନ.ଏ)- ଠାକୁରଗଡ଼ ଥାନା ଟାପଢୋଲ ଗ୍ରାମର ମିନତୀ ବେହେରାଙ୍କୁ ସେହି ଗ୍ରାମର ତରୁଣ ବେହେରା ଠେଙ୍ଗାରେ ଆକ୍ରମଣ କରିଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି।

୨୪ରେ ବୟୋଜ୍ୟୋଷ୍ଠଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଭୁବନ,୨୦।୪(ଡି.ଏନ.ଏ.)- ଆସନ୍ତା ୨୪ ତାରିଖରେ ଭୁବନ ବ୍ଲକ ସଭାଗୃହରେ ରାଷ୍ଟ୍ରୀୟ ବୟୋବୃଦ୍ଧି ଯୋଜନାରେ ସ୍ବାସ୍ଥ୍ୟ ପରୀକ୍ଷା କ୍ୟାମ୍ପ ଆୟୋଜିତ ହେବ।

କାଳବୈଶାଖୀରେ ଭାଙ୍ଗିଲା  ୨୦ ଷ୍ଟଲ୍‌

କାଳବୈଶାଖୀରେ ଭାଙ୍ଗିଲା ୨୦ ଷ୍ଟଲ୍‌

ବଅଁରପାଳ,୨୦।୪ (ଡି.ଏନ.ଏ)- ଅନୁଗୋଳ ଜିଲା ବଅଁରପାଳ ବ୍ଲକ ନାଲକୋ କଲୋନୀ ପରିସରରେ ଶୁକ୍ରବାର କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। କଲୋନୀ ପରିସରରେ ଥିବା ବହୁ ଗଛ ଭାଙ୍ଗି ଯାଇଛି। ଏ

ଉଜ୍ୱଳା ଯୋଜନାରେ ୧୦୦ ମହିଳାଙ୍କୁ ଗ୍ୟାସ ବଣ୍ଟନ

ଉଜ୍ୱଳା ଯୋଜନାରେ ୧୦୦ ମହିଳାଙ୍କୁ ଗ୍ୟାସ ବଣ୍ଟନ

ବଇଣ୍ଡା,୨୦।୪ (ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା କଲ୍ୟାଣ ମଣ୍ଡପ ପରିସରରେ ଶୁକ୍ରବାର ୧୦୦ ଜଣ ମହିଳାଙ୍କୁ ଉଜ୍ୱଳା ଯୋଜନାରେ ଗ୍ୟାସ ଯୋଗାଇ ଦିଆଯାଇଛି।

ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବଇଣ୍ଡା,୨୦।୪ (ଡି.ଏନ.ଏ.)- କୃଷି ବହୁଳ ଆଠମଲ୍ଲିକ ଉପଖଣ୍ଡରେ ବ୍ୟାପକ ସମସ୍ୟା ଲାଗି ରହିଛି। ସେଗୁଡ଼ିକ ସମାଧାନ କରାଯାଉ ନାହିଁ। ଫଳରେ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ

କଳା ସଂସ୍କୃତିକୁ ବଞ୍ଚାଇ ରଖିଛି ପାଲା

ବଇଣ୍ଡା,୨୦।୪ (ଡି.ଏନ.ଏ.)- ବର୍ତ୍ତମାନ ଯୁଗରେ ଆଉ ପୁରାତନ କଳା ସଂସ୍କୃତି ଦେଖିବାକୁ ମିଳୁନାହିଁ। ନୂତନ ଯୁବପିଢି ଆଧ୍ୟୁନିକତାକୁ ଆପଣାଉଛନ୍ତି।

ମହିଳା ସଶକ୍ତିକରଣ ଦିବସ ପାଳିତ

ମହିଳା ସଶକ୍ତିକରଣ ଦିବସ ପାଳିତ

ଅନୁଗୋଳ ଅଫିସ,୨୦।୪- ରାଜ୍ୟ ମହିଳା ମଞ୍ଚ ଆନୁକୁଲ୍ୟରେ ଶୁକ୍ରବାର ଅନୁଗୋଳ କଳାକେନ୍ଦ୍ରଠାରେ ମହିଳା ସଶକ୍ତିକରଣ ଦିବସ ପାଳିତ ହୋଇଯାଇଛି।