Dharitri News
ଅନଗୁଳ-ଢେଙ୍କାନାଳ

ବଳରାମପ୍ରସାଦରେ ଖୋଲିଲା ଧାନମଣ୍ଡି: ଉଚିତ ମୂଲ୍ୟ ମିଳୁ ନ ଥିବାରୁ ଅସନ୍ତୋଷ

ବଳରାମପ୍ରସାଦରେ ଖୋଲିଲା ଧାନମଣ୍ଡି: ଉଚିତ ମୂଲ୍ୟ ମିଳୁ ନ ଥିବାରୁ ଅସନ୍ତୋଷ ବଅଁରପାଳ,୨।୧(ଡି.ଏନ.ଏ.)- ବଅଁରପାଳ ବ୍ଲକ ବଳରାମପ୍ରସାଦ ସମବାୟ ସମିତି ଲିଃ.ରେ ମଙ୍ଗଳବାର ଏକ ଧାନମଣ୍ଡି ଖୋଲା ଯାଇଛି। ସମିତି ସଭାପତି ବିଜୟ ସିଂ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। କୁଲାଡ଼, ଗିରାଙ୍ଗ, ଭୋଗବେରେଣି, କୁକୁଡାଙ୍ଗ ଓ ବଳରାମପ୍ରସାଦ ଆଦି ୫ଟି ପଞ୍ଚାୟତର ଚାଷୀମାନଙ୍କ ପାଇଁ ଏହି ମଣ୍ଡି ଖୋଲାଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମିତି ସମ୍ପାଦକ ସୁଶାନ୍ତ ବେହେରା, କୁତାର୍ଥ ଚନ୍ଦ୍ର ସିଂ, ହରେକୃଷ୍ଣ ପଣ୍ଡାଙ୍କ ସମେତ ଗ୍ରାମର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ। ତେବେ କୁଇଣ୍ଟାଲ ପିଛା ୨କେଜି ୭୫୦ ଗ୍ରାମ କାଟି ମୂଲ୍ୟ ଦିଆଯାଉଥିବାରୁ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଶାସନଠାରୁ ଆରମ୍ଭ କରି ସମସ୍ତେ ଧାନ କଟାଯାଉଥିବା ସମ୍ପର୍କରେ ଜାଣିଥିବା ମିଲ୍‌ର ସୁପରଭାଇଜର ରଞ୍ଜନ ସାହୁ ପ୍ରକାଶ କରିଛନ୍ତି। ବହୁ ବସ୍ତାରେ ଖରାପ ଧାନ ରହୁଥିବା ଯୋଗୁ ଏହି ଧାନ କଟା ଯାଉଥିବା ସେ ସଫେଇ ଦେଇଛନ୍ତି। ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ସଞ୍ଜୟ ପ୍ରଧାନ କୁହନ୍ତି, ଚାଷୀମାନଙ୍କଠାରୁ ଧାନ କାଟିବା ବେଆଇନ। ଯଦି ମିଲ୍‌ ପକ୍ଷରୁ ଏଭଳି ଧାନ କଟାଯାଇ ମୂଲ୍ୟାୟନ ଦିଆଯାଉଥାଏ, ତାହେଲେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନଗୁଳ-ଢେଙ୍କାନାଳ

ଢେଙ୍କାନାଳରେ ଭାଜପା ପକ୍ଷରୁ ବନ୍ଦ ପାଳନ

ଢେଙ୍କାନାଳ ଅଫିସ, ୨୪। ୧ - କୁନ୍ଦୁଲି ଗଣ ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଢେଙ୍କାନାଳରେ ଭାଜପା ପକ୍ଷରୁ ବୁଧବାର ବନ୍ଦ ପାଳନ କରାଯାଇଛି।

ଅନୁଗୋଳରେ ଭାଜପା ତରଫରୁ ରାସ୍ତାରୋକୋ

ଅନୁଗୋଳ ଅଫିସ, ୨୪। ୧ - କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରତିବାଦରେ ଅନୁଗୋଳ ହୁଲୁରିସିଂହ ଛକଠାରେ ଭାଜପା ତରଫରୁ ବୁଧବାର ବନ୍ଦ ପାଳନ କରାଯାଇଛି।

ବନ୍ଦ ପାଳନ, ରାସ୍ତାରୋକୋ

ବନ୍ଦ ପାଳନ, ରାସ୍ତାରୋକୋ

ଭୁବନ,୨୪।୧(ଡି.ଏନ୍‌.ଏ.): କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା ନେଇ ବୁଧବାର ଭୁବନ କାଳୀବଜାରଠାରେ ବନ୍ଦ ପାଳନ କରାଯିବା ସହ ଜାତୀୟ ରାଜପଥ ଅବରୋଧ କରାଯାଇଛି।

ଅଗ୍ନିକାଣ୍ଡ: ୩ ବଖରା ଜଳିଗଲା

ଅଗ୍ନିକାଣ୍ଡ: ୩ ବଖରା ଜଳିଗଲା

ବଅଁରପାଳ,୨୪।୧(ଡି.ଏନ୍‌.ଏ.): ନାଲ୍‌କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ସିତୁରା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବିପିନ ଦେହୁରୀଙ୍କ ୨ ବଖରା ପୋଡ଼ିଯାଇଛି।

ସୌର ଶକ୍ତି ବ୍ୟବହାରରେ ତାପମାତ୍ରା କମିବ

ସୌର ଶକ୍ତି ବ୍ୟବହାରରେ ତାପମାତ୍ରା କମିବ

ଢେଙ୍କାନାଳ ଅଫିସ,୨୩।୧- ଢେଙ୍କାନାଳ ସଦର ବ୍ଲକ ବଣସିଂହଠାରେ ସ୍ବେଚ୍ଛାସେବୀ ସଂଗଠନ ଇଡିଅଟ୍‌ ଏବଂ ଓନର୍ଜିି ପକ୍ଷରୁ ମଙ୍ଗଳବାର ସୌର ଆଲୋକ ବ୍ୟବହାର ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କ୍ଲିନ୍‌ ଏନର୍ଜୀର ପରାମର୍ଶଦାତା ସାମାଜିକକର୍ମୀ ବନମାଳୀ ଦାଶ ଯୋଗଦେଇ କହିଲେ, ଜଳବାୟୁ ପରିବର୍ତ୍ତନ ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ବସ୍‌ରେ ଲାଗିଲା ବିଦ୍ୟୁତ୍‌ ତାର

ଭୁବନ, ୨୩।୧(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି କାଳୀବଜାରଠାରେ ମଙ୍ଗଳବାର ସନ୍ଧ୍ୟା ୬ଟା ୨୦ରେ ଏକ ବସ୍‌ରେ ବିଦ୍ୟୁତ୍‌ ତାର ଲାଗି ଯାଇଥିଲା। ଫଳରେ ତାରଟି ଛିଣ୍ଡି ବସ୍‌ରେ ଲାଗି ରହିଥିଲା। ତେବେ ସୂଚନାପାଇ ସଙ୍ଗେ ସଙ୍ଗେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଲାଇନ ସଂଯୋଗ କଟାଯିବାରୁ ଏଥିରେ ଥିବା ଯାତ୍ରୀମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଶାଳ କାଠ ଜବତ, ୩ ଗିରଫ

କଣିହାଁ, ୨୩।୧ (ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବନାଞ୍ଚଳରେ ବେଆଇନ ଭାବେ ଶାଳ କାଠ କାଟିବା ଅଭିଯୋଗରେ ବିଭାଗ ପକ୍ଷରୁ ମଙ୍ଗଳବାର ୩ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି।

ଟିପ୍ପରରେ ପିଟିହେଲା ବାଇକ୍‌

ଟିପ୍ପରରେ ପିଟିହେଲା ବାଇକ୍‌

ପରଜଙ୍ଗ, ୨୩।୧ (ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବଡ଼କମର- ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର ଆଶ୍ରମ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଟିପ୍ପରକୁ ପଛପଟୁ ଧକ୍କା ଦେଇ ଏକ ବାଇକ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ଭୁବନ ସେମିରେ

ଭୁବନ,୨୩।୧(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିଙ୍ଗଳୋ ଅସୁରବନ୍ଧ ଖେଳ ପଡିଆଠାରେ ଚାଲିଥିବା ଅଭିମନ୍ୟୁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ମଙ୍ଗଳବାର ମ୍ୟାଚ ସୁକିନ୍ଦ ଓ ଭୁବନ ଟିମ୍‌ ମଧ୍ୟରେ ଖେଳା ଯାଇଥିଲା।

ବାଇକ୍‌କୁ ଧକ୍କା ଦେଲା ଟ୍ରକ, ୨ ଗୁରୁତର

ଛେଣ୍ଡିପଦା,୨୩।୧ (ଡି.ଏନ.ଏ.)- ଛେଣ୍ଡିପଦା-ଅନୁଗୋଳ ୬୩ ନଂ. ରାଜ୍ୟ ରାଜପଥର କୋଶଳା ଚନ୍ଦନନଗର ଛକଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଇକ୍‌କୁ ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଧକ୍କା ଦେଇଛି।

 ଶୋଷଣରୁ ମୁକ୍ତି ଥିଲା ନେତାଜୀଙ୍କ ସ୍ବପ୍ନ

ଶୋଷଣରୁ ମୁକ୍ତି ଥିଲା ନେତାଜୀଙ୍କ ସ୍ବପ୍ନ

ଢେଙ୍କାନାଳ ଅଫିସ,୨୩।୧- ଢେଙ୍କାନାଳ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ମଙ୍ଗଳବାର ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଷ୍ଟୁଡେଣ୍ଟ୍‌ ଅର୍ଗାନାଇଜେଶନ ଢେଙ୍କାନାଳ ଜିଲା କମିଟି ପକ୍ଷରୁ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜନ୍ମଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

୨ ବଖରା ଜଳିଗଲା

୨ ବଖରା ଜଳିଗଲା

ପାଲଲହଡ଼ା,୨୩।୧(ଡି.ଏନ.ଏ.)- ପାଲଲହଡ଼ା ବ୍ଲକ ଝାରବେଡ଼ା ଗ୍ରାମରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ସଦା ନାଏକଙ୍କ ୨ ବଖରା ଘର ଜଳିଯାଇଛି।