ଅନଗୁଳ-ଢେଙ୍କାନାଳ

ବାଇକ୍‌ ଧକ୍କାରେ ଜଣେ ମୃତ

ବାଇକ୍‌ ଧକ୍କାରେ ଜଣେ ମୃତ

ବଅଁରପାଳ,୨।୧(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ବଅଁରପାଳ ଗଣେଶ ବଜାରଠାରେ ମଙ୍ଗଳବାର ପୂର୍ବାହ୍ନରେ ଏକ ବାଇକ୍‌ ଧକ୍କାରେ ବାଇଧର ପରିଡ଼ା(୬୧)ଙ୍କ ମୃତ୍ୟୁ ହୋଇଛି। ବାଇଧରଙ୍କ ଘର ବଅଁରପାଳ ଥାନା ଅପର୍ତ୍ତିପୁର ଗ୍ରାମରେ। ସେ ମଙ୍ଗଳବାର ହାଟ ସାରି ଚାଲି ଚାଲି ଘରକୁ ଫେରୁଥିଲେ। ଏହି ସମୟରେ ବଅଁରପାଳରୁ ଅନୁଗୋଳ ଆଡ଼କୁ ଆସୁଥିବା ଏକ ବାଇକ୍‌ ତାଙ୍କୁ ଧକ୍କାଦେଇ ପଳାଇ ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

All Right Reserved By

ଅନଗୁଳ-ଢେଙ୍କାନାଳ

ଟ୍ୟାଙ୍କର ଚାଳକଙ୍କୁ ହତ୍ୟା ଘଟଣା: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଉତ୍ୟକ୍ତ ଲୋକେ ଢାବାରେ ଲଗାଇଲେ ନିଆଁ

ଟ୍ୟାଙ୍କର ଚାଳକଙ୍କୁ ହତ୍ୟା ଘଟଣା: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଉତ୍ୟକ୍ତ ଲୋକେ ଢାବାରେ ଲଗାଇଲେ ନିଆଁ

ଛେଣ୍ଡିପଦା,୨୩।୬(ଡି.ଏନ୍‌.ଏ.): ପାଣି ଟ୍ୟାଙ୍କର ଚାଳକ ଜ୍ଞାନେନ୍ଦ୍ର ଦେହୁରୀ(୩୯)ଙ୍କ ହତ୍ୟାକାଣ୍ଡ ଘଟଣାରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଶନିବାର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ କତଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କ୍ଲାସିକ ଢାବା ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେଇଛନ୍ତି। ସେମାନେ ଗାୟତ୍ରୀ କମ୍ପାନୀ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି।

ପାଣି ଟ୍ୟାଙ୍କର ଗାଡ଼ିରୁ ଚାଳକଙ୍କ ମୃତଦେହ ଉଦ୍ଧାର, ପରିବାରଲୋକ ଆଣିଲେ ହତ୍ୟା ଅଭିଯୋଗ

ପାଣି ଟ୍ୟାଙ୍କର ଗାଡ଼ିରୁ ଚାଳକଙ୍କ ମୃତଦେହ ଉଦ୍ଧାର, ପରିବାରଲୋକ ଆଣିଲେ ହତ୍ୟା ଅଭିଯୋଗ

ଛେଣ୍ଡିପଦା,୨୩।୬(ଡି.ଏନ୍‌.ଏ.): ଅନୁଗୋଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଜରପଡ଼ା ଥାନା କତଡା ଗ୍ରାମ ନିକଟସ୍ଥ ଏକ ରାସ୍ତା ପାର୍ଶ୍ୱରେ ଥିବା ହୋଟେଲ ନିକଟରେ ପାଣି ଟ୍ୟାଙ୍କର ଗାଡି ଚାଳକଙ୍କ ମୃତଦେହ ପୋଲିସ ଶନିବାର ଭୋର ସମୟରେ ଉଦ୍ଧାର କରଛି। ସେ ହେଲେ ଉକ୍ତ ଥାନା ଅଧୀନ ଦୁର୍ଗାପୁର ଗ୍ରାମର ଜ୍ଞାନେନ୍ଦ୍ର ଦେହୁରୀ(୩୯)। ଜ୍ଞାନେନ୍ଦ୍ର ଏକ ଘରୋଇ ଠିକା ସଂସ୍ଥା ରାସ୍ତା ର୍ନିମାଣ କାର୍ଯ୍ୟରେ ଗାଡି ଚାଳକ ଭାବେ କାମ କରୁଥିଲେ।

ଗୁଳି ମାଡ଼ରେ ବ୍ୟବସାୟୀ ଗୁରୁତର

ଗୁଳି ମାଡ଼ରେ ବ୍ୟବସାୟୀ ଗୁରୁତର

ଅନୁଗୋଳ ଅଫିସ,୨୩।୬-ଅନୁଗୋଳ ସହରର ପିଟିସି ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ବ୍ୟବସାୟୀ ଉପେନ୍ଦ୍ର ସାହୁ(୩୨)ଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ ସେ ଗୁରୁତର ହୋଇଛନ୍ତି। ତାଙ୍କ ଘର ଅନୁଗୋଳ କୁରୁଡୁରା ଅଞ୍ଚଳରେ ବୋଲି ଜଣାପଡିଛି। ଉପେନ୍ଦ୍ରଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ଡାକ୍ତରଖାନା ପଠାଯାଇଥିବା ଜିଲା ଚିକିତ୍ସାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ଉପେନ୍ଦ୍ରଙ୍କୁ ପଚରାଉଚରା କରିଛନ୍ତି।

ଅଥୟ କରୁଛି ବିଦ୍ୟୁତ୍‌ ବିଭ୍ରାଟ

ତାଳଚେର, ୨୩ା୬ (ନି.ପ୍ର.)ତାଳଚେର ଉପଖଣ୍ଡରେ ଏବେ ଯେପରି ଅଗ୍ନି ବର୍ଷୁଛି। ମୁଣ୍ଡ ଫଟା ଖରା ସହ ଝାଞ୍ଜି ପବନ ଓ ଡହଡହ ତାତିରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ଏପରି ସମୟରେ ଘନଘନ ବିଦ୍ୟୁତ ବିଭ୍ରାଟ ଲୋକଙ୍କ ଦୁଃଖକୁ ବଢାଇ ଦେଇଛି।

ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ଘଟଣା

ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ଘଟଣା

ଓଡ଼ାପଡ଼ା, ୨୩।୬(ଡି.ଏନ.ଏ.)ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ଅଞ୍ଚଳର ନାବାଳିକା(୧୫) ବଳାତ୍କାର ଘଟଣାର ୫ମାସ ପରେ ଶୁକ୍ରବାର ମାମଲା ରୁଜୁ କରାଯାଇଛି । ପୀଡ଼ିତାଙ୍କୁ ନ୍ୟାୟଦେବା ପରିବର୍ତ୍ତେ ପୋଲିସ ମାମଲା ରୁଜୁ କରୁ ନ ଥିବା ଖବର ‘ଧରିତ୍ରୀ’ରେ ଖବର ପ୍ରକାଶିତ ହେବାପରେ ଚେତିଛି ପ୍ରଶାସନ।

ବର୍ଷା  ଦେଖି ପଶିଲାଣି ଛନକା

ବର୍ଷା ଦେଖି ପଶିଲାଣି ଛନକା

କାମାକ୍ଷାନଗର, ୨୩ା୬ (ସୁଧୀର କୁମାର ପରିଡ଼ା)ସାରା ରାଜ୍ୟକୁ ଛୁଇଁଛି ମୌସୁମୀ। ସପ୍ତାହେ ଧରି ନିଷ୍କ୍ରିୟ ରହିବା ପରେ ପୁଣି ଆରମ୍ଭ ହୋଇଛି ବର୍ଷା। ଆଗାମୀ ଦିନରେ ଏକାଧିକ ଲଘୁଚାପ ସୃଷ୍ଟି ହେବ ବୋଲି ଅଭୟ ଦେଇଛି ପାଣିପାଗ ବିଭାଗ। ହେଲେ ଏହାକୁ ନେଇ କାମାକ୍ଷାନଗର ସହରବାସୀଙ୍କ ମନରେ ପଶିଲାଣି ଛନକା।

ବ୍ଲାଷ୍ଟିଂରେ ଥରହର ଦଳିତ ବସ୍ତି

ବ୍ଲାଷ୍ଟିଂରେ ଥରହର ଦଳିତ ବସ୍ତି

ଓଡ଼ାପଡ଼ା, ୨୩।୬ (ଡି.ଏନ.ଏ.)ବେଆଇନ ପଥର ବ୍ଲାଷ୍ଟିଂରେ ପୁଣିଥରେ ଥରିଛି ଓଡ଼ାପଡ଼ା ତହସିଲ ଅଧୀନ ଆର୍ତ୍ତସାନ୍ତରାକାଟେଣୀ ଦଳିତ ବସ୍ତି। ଗୁରୁବାର ବିଳମ୍ବିତ ରାତିରେ ପଥର ଖଣିରେ ହୋଇଥିବା ବିସ୍ଫୋରଣ ଅଶୋକ କୁମାର ନାୟକଙ୍କ ପରିବାରକୁ ବେଘର କରିଛି।

୪ମାସ ହେଲା ତପୋବନ ପୀଠ ଅନ୍ଧାର

୪ମାସ ହେଲା ତପୋବନ ପୀଠ ଅନ୍ଧାର

ଢେଙ୍କାନାଳ ଅଫିସ, ୨୩।୬ମହିମା ଧର୍ମର ପ୍ରବର୍ତ୍ତକ ମହିମା ସ୍ବାମୀଙ୍କ ଆତ୍ମଯୋଗ ସାଧନାର ପୀଠ କପିଳାସ ତପୋବନରେ ୪ମାସ ହେଲା ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଆଶ୍ରମ ପରିସରରେ ଥିବା ସୌରଶକ୍ତି ପ୍ରକଳ୍ପ ୪ ମାସ ହେଲା ଅଚଳ ହୋଇଯାଇଛି।

ସାପ କାମୁଡ଼ାରେ ଜଣେ ମୃତ

ସାପ କାମୁଡ଼ାରେ ଜଣେ ମୃତ

ପରଜଙ୍ଗ, ୨୨ା୬(ଡି.ଏନ୍‌.ଏ.)-ପରଜଙ୍ଗ ବ୍ଲକ ପଥରଖମ୍ବ ପଞ୍ଚାୟତ କାମର୍ଦ୍ଦା ଗ୍ରାମର ବସନ୍ତ ବିଶ୍ୱାଳ (୫୮) ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଡାକ୍ତରଖାନା ଯିବା ପରିବର୍ତ୍ତେ ସେ ଏହାକୁ ଅଣଦେଖା କରି ଶୋଇଯାଇଥିଲେ। ଶୁକ୍ରବାର ସକାଳୁ ବସନ୍ତ ନ ଉଠିବାରୁ ତାଙ୍କ ସ୍ତ୍ରୀ ପାଖ ପଡ଼ୋଶୀଙ୍କୁ ଡାକିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ତାଙ୍କୁ ତୁରନ୍ତ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

କାମାକ୍ଷାନଗରରେ ଆମ ଗଁା, ଆମ ବିକାଶ କାର୍ଯ୍ୟକ୍ରମ:  ୨୧ ପଞ୍ଚାୟତକୁ ମିଳିଲା ୫.୨୮ କୋଟି

କାମାକ୍ଷାନଗରରେ ଆମ ଗଁା, ଆମ ବିକାଶ କାର୍ଯ୍ୟକ୍ରମ: ୨୧ ପଞ୍ଚାୟତକୁ ମିଳିଲା ୫.୨୮ କୋଟି

କାମାକ୍ଷାନଗର, ୨୨ା୬(ଡି.ଏନ୍‌.ଏ.)-ଦ୍ୱିତୀୟ ପର୍ଯ୍ୟାୟ ‘ଆମ ଗଁା, ଆମ ବିକାଶ’ ଯୋଜନାରେ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକକୁ ମିଳିଛି ୫.୨୮ କୋଟି। ଶୁକ୍ରବାର ସ୍ଥାନୀୟ ସାରଙ୍ଗଧର ଷ୍ଟାଡିୟମରେ ଆୟୋଜିତ ଭିଡ଼ିଓ କନ୍‌ଫରେନ୍ସିଂ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି। ଏହି ଅବସରରେ ସେ ବ୍ଲକ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବା ସହ ୨୧ଟି ପଞ୍ଚାୟତରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଉକ୍ତ ଅର୍ଥ ମଞ୍ଜୁର କରିଥିଲେ। ଏଥିପୂର୍ବରୁ ଏପ୍ରିଲରେ ରାୟନରସିଂହପୁର ପଞ୍ଚାୟତ ପାଇଁ ୩୫ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରାଯାଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଶାଳ ଜନସମାଗମ ଦେଖି ମୁଖ୍ୟମନ୍ତ୍ରୀ ଅଭିଭୂତ ହୋଇପଡ଼ିଥିଲେ। ଡିଜିଟାଲ ପରଦାରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଲୋକେ ବେଶ୍‌ ଉତ୍ସାହିତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ବ୍ଲକର ବିକାଶ ପାଇଁ ରାଜ୍ୟ ସରକାର ଅର୍ଥ ପ୍ରଦାନ କରିଥିବାରୁ ଅଧ୍ୟକ୍ଷା ସୁଫଳା ପ୍ରଧାନ ଧନ୍ୟବାଦ ଦେଇଛନ୍ତି। ମଞ୍ଜୁର ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମାପନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଅବକାରୀ କାର୍ଯ୍ୟାଳୟ  ନିର୍ମାଣକୁ ବିରୋଧ : ଅଧିକାରୀଙ୍କୁ ତଡ଼ିଦେଲେ ଗ୍ରାମବାସୀ

ଅବକାରୀ କାର୍ଯ୍ୟାଳୟ ନିର୍ମାଣକୁ ବିରୋଧ : ଅଧିକାରୀଙ୍କୁ ତଡ଼ିଦେଲେ ଗ୍ରାମବାସୀ

ବଇଣ୍ଡା,୨୨।୬(ଡି.ଏନ.ଏ)- କିଶୋରନଗର ବ୍ଲକ ଜାମ୍ବୁନାଳୀ ନିକଟରେ ବଇଣ୍ଡାର ଅବକାରୀ କାର୍ଯ୍ୟାଳୟ ଗୃହନିର୍ମାଣକୁ ନେଇ ଶୁକ୍ରବାର ଜାମ୍ବୁନାଳୀ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଇଛି।

ସପ୍ଲିମେଣ୍ଟାରୀ ପରୀକ୍ଷା ଦେଲେ

୨୪୮ ଛାତ୍ରୀଛାତ୍ର ବଇଣ୍ଡା,୨୨।୬(ଡି.ଏନ.ଏ)- କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି କେନ୍ଦ୍ରରେ ୨୪୮ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୧୦ ଜଣ ଅନୁପସ୍ଥିତ ଅଛନ୍ତି।

Model This Week

ପ୍ରଭାତ