
ବଇଣ୍ଡା,୨।୧(ଡି.ଏନ.ଏ.)- ଆଠମଲ୍ଲିକ କେନ୍ଦୁପତ୍ର ବିଭାଗର ଡିଏଫ୍ଓ ଶରତ ଚନ୍ଦ୍ର ମହାରଣାଙ୍କ ଝିଅ ସିଓନା ସିଦ୍ଧାର୍ଥ ମହାରଣା ଓଡ଼ିଶା ଜୁଡିସିଆଲ ସର୍ଭିସ(ଓଜେଏସ୍) ପରୀକ୍ଷାରେ ୧୦ମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ଆଠମଲ୍ଲିକ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। କଠିନ ପରିଶ୍ରମ, ଶିକ୍ଷକ, ତଥା ମାତାପିତାଙ୍କ ଆଶୀର୍ବାଦ ଯୋଗୁ ଏହି ସଫଳତା ପାଇଥିବା ସେ ପ୍ରକାଶ କରିଛନ୍ତି। ପୂର୍ବରୁ ଇଣ୍ଟିଗ୍ରେଟେଡ ଆଇନ ପରୀକ୍ଷାରେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ପ୍ରଥମ ସ୍ଥାନ, ଯୁକ୍ତ ଦୁଇ କଳାରେ ଓଡ଼ିଶାରେ ୧୫ ତମ ସ୍ଥାନ ଅଧିକାର କରିଥିଲେ। ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।