ବ୍ରହ୍ମପୁର

ଶ୍ରୀକଲା ଘାଟିରେ ଦୁର୍ଘଟଣା, ୧ ମୃତ

ଶ୍ରୀକଲା ଘାଟିରେ ଦୁର୍ଘଟଣା, ୧ ମୃତ
ଜି.ଉଦୟଗିରି,୨।୧(ଡି.ଏନ.ଏ.)-ଜି.ଉଦୟଗିରି ନିକଟ ଶ୍ରୀକଲା ଘାଟିରେ ସୋମବାର ରାତିରେ ଏକ ବାଇକକୁ ବୋଲେରୋ ପିକ୍‌ଅପ୍‌ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ ତେଲିଙ୍ଗିଆ ନିକଟସ୍ଥ ସୀତାପାଙ୍ଗା ଗ୍ରାମର ମନୋରଞ୍ଜନ ପ୍ରଧାନ। ସେ ବାଇକରେ ବସିଥିଲେ। ବାଇକ ଚାଳକ ଦିନେଶ ଚନ୍ଦନ ଆହତ ହୋଇଛନ୍ତି। ପ୍ରକାଶ ଯେ, ରାତି ପ୍ରାୟ ୧୧ଟାରେ ମନୋରଞ୍ଜନ ଓ ଦିନେଶ ବାଇକ ଯୋଗେ ରାଇକିଆପଟୁ ଜି.ଉଦୟଗିରି ଅଭିମୁଖେ ଆସୁଥିଲେ। ଶ୍ରୀକଲା ଘାଟି ରାସ୍ତାରେ ଏକ ପିକଅପଟି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଫଳରେ ଘଟଣାସ୍ଥଳରେ ମନୋରଞ୍ଜନଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଏ ନେଇ ଜି.ଉଦୟଗିରି ଥାନାରେ ନଂ.୧/୧୮ରେ ଏକ ମାମଲା ରୁଜୁ ହୋଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ି ସମ୍ପର୍କରେ ସୂଚନା ମିଳିନାହିଁ ।
All Right Reserved By

ବ୍ରହ୍ମପୁର

କଲେଜ ଛାତ୍ରୀକୁ ହତ୍ୟା ଘଟଣା, ଜେଲଗଲେ ଅଭିଯୁକ୍ତ

କଲେଜ ଛାତ୍ରୀକୁ ହତ୍ୟା ଘଟଣା, ଜେଲଗଲେ ଅଭିଯୁକ୍ତ

ପାତ୍ରପୁର,୨୩ା୧୦(ଡି.ଏନ.ଏ.): ପାତ୍ରପୁର ବ୍ଲକ ଏସ୍‌. ନୂଆଗଁାସ୍ଥିତ ଅଜା ଘରେ ରହି କଲେଜରେ ପଢୁଥିବା ଭବାନୀ ବେହେରାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ  ମଙ୍ଗଳବାର ଜେଲକୁ ପଠାଇଛି।

ସ୍ବାଧୀନତା ସଂଗ୍ରାମୀ ବାଞ୍ଛାନିଧିଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୨୩।୧୦(ଡି.ଏନ.ଏ.)-ଗୋବରା ପ୍ରଫୁଲ କୁମାରୀ ମହିଳା କଲେଜ ପରିସରରେ ସ୍ବାଧିନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକଙ୍କ ୧୧୮ତମ ଜୟନ୍ତୀ ମଙ୍ଗଳବାର ପାଳିତ ହୋଇଯାଇଛି ।

ବ୍ୟାଙ୍କରେ ପୋଲିସର ମକଡ୍ରିଲ

ବ୍ୟାଙ୍କରେ ପୋଲିସର ମକଡ୍ରିଲ

ଆସିକା,୨୩ା୧୦ (ଡି.ଏନ୍‌.ଏ.):  ଗାଙ୍ଗପୁର ଥାନା ଇଲାକାରେ ଥିବା ବିଭିନ୍ନ ବ୍ୟାଙ୍କରେ ପୋଲିସ ପକ୍ଷରୁ ମଙ୍ଗଳବାର ମକଡ୍ରିଲ କରାଯାଇଛି।

ଜୁଆ ଆଡ୍ଡାରୁ ୯ ଗିରଫ

ଭଞ୍ଜନଗର,୨୩।୧୦(ଡି.ଏନ.ଏ.)-ବେଲଗୁଣ୍ଠା ଫାଣ୍ଡି ପୋଲିସ ମଙ୍ଗଳବାର ବିଳାସପୁର ଏବଂ ଅଢ଼େଇଗଁାରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ୯ଜଣଙ୍କୁ ଗିରଫ କରିଛି ।

ଆନ୍ଧ୍ରକୁ ବାଲି ଚାଲାଣ ନେଇ ଗ୍ରାମବାସୀ-ମାଫିଆ ମୁହାଁମୁହିଁ , ୫ ଘଣ୍ଟା ରାସ୍ତା ଅବରୋଧ

ଆନ୍ଧ୍ରକୁ ବାଲି ଚାଲାଣ ନେଇ ଗ୍ରାମବାସୀ-ମାଫିଆ ମୁହାଁମୁହିଁ , ୫ ଘଣ୍ଟା ରାସ୍ତା ଅବରୋଧ

ଚିକିଟି,୨୩। ୧୦(ଡି.ଏନ.ଏ.)-ଚିକିଟି ତହସିଲ ଅଞ୍ଚଳରେ ବାଲି ମାଫିଆଙ୍କ ରାଜ ଚାଲିଛି। ଆନ୍ଧ୍ରକୁ ବାଲି ଚୋରାଚାଲାଣ କରି ମାଫିଆମାନେ ମାଲାମାଲ୍‌ ହେଉଥିବା ବେଳେ  ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ।

ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ, ବର୍ତ୍ତିଗଲେ ୩ ମିସ୍ତ୍ରି

ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ, ବର୍ତ୍ତିଗଲେ ୩ ମିସ୍ତ୍ରି

ଦାରିଙ୍ଗବାଡ଼ି,୨୩।୧୦(ଡି.ଏନ.ଏ.): ଦାରିଙ୍ଗବାଡ଼ି  କ୍ୟାଥଲିକ ଚର୍ଚ୍ଚ ନିକଟ ଏକ ନିର୍ମାଣାଧୀନ କୋଠାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ଅଗ୍ନିକାଣ୍ଡ ଘଟିଥିଲା। ଉକ୍ତ କୋଠାରେ ରଙ୍ଗ କାର୍ଯ୍ୟ କରୁଥିବା ୩ ମିସ୍ତ୍ରି ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ  ହୋଇ ଅଗ୍ନିକାଣ୍ଡ ଘଟିଥିଲା ।

୮ ଜୁଆଡି ଗିରଫ

୮ ଜୁଆଡି ଗିରଫ

ବ୍ରହ୍ମପୁର ଅଫିସ, ୨୩।୧୦: ଗୋଶାଣି ନୂଆଗାଁ ଥାନା ଅନ୍ତର୍ଗତ ଶଙ୍କର ରାଇସ ମିଲ୍‌ ପଛ ପଟେ ଜୁଆ ଖେଳ ଚାଲୁଥିବାବେଳେ ଥାନା ଅଧିକାରୀ କୁଳମଣି ସେଠୀଙ୍କ ନେତୃତ୍ୱରେ ଅତର୍କିତ ଚଢ଼ାଉ କରି ୮ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି।

ବ୍ରହ୍ମପୁର ସହରର ସମସ୍ତ ବ୍ୟାଙ୍କରେ ମକଡ୍ରିଲ

ବ୍ରହ୍ମପୁର ସହରର ସମସ୍ତ ବ୍ୟାଙ୍କରେ ମକଡ୍ରିଲ

ବ୍ରହ୍ମପୁର ଅଫିସ,୨୩।୧୦: ବ୍ରହ୍ମପୁର ଏସ୍‌ପି ପିନଙ୍କ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ବ୍ରହ୍ମପୁର ପୋଲିସ ପକ୍ଷରୁ ସହରର ସମସ୍ତ ବ୍ୟାଙ୍କଗୁଡିକରେ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। 

ଔଷଧ ଭାବି ବିଷ ପିଇ ମହିଳା ମୃତ

ଔଷଧ ଭାବି ବିଷ ପିଇ ମହିଳା ମୃତ

ପାତ୍ରପୁର,୨୨ା୧୦(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ଚରିଆବାଡ଼ ଗ୍ରାମର ଜଣେ ମହିଳା ପେଟ ବ୍ୟଥା ଔଷଧ ଭାବି ବିଷ ପିଇ ମୃତ୍ୟୁ ବରଣ କରିଛନ୍ତି। ସେ ହେଲେ ନରେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ରେଣୁ ପ୍ରଧାନ। 

ପାଣି ସୁଅରେ ଘର ସହ ୬ଜଣ ଭାସିଯିବା ଘଟଣା:ଆଉ ଜଣଙ୍କ ମୃତଦେହ ମିଳିଲା

ସୋରଡା,୨୩ା୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ସୋରଡାଠାରୁ ଦାରିଙ୍ଗବାଡି ଜାତୀୟ ରାଜପଥ ନଂ.୫୯ ପାର୍ଶ୍ୱରେ ଥିବା ଗାଜଲବାଡି ପଞ୍ଚାୟତ ଆମ୍ବକଣ ଗଁା ନିକଟ ଅଡାଙ୍ଗି ନାଳରେ ବନ୍ୟାପାଣି ଆସିବାରୁ ଗତ ୧୧ ତାରିଖରେ ଘର ସହ ୬ ଜଣ ଭାସି ଯାଇଥିଲେ। 

କୋଠରଶିଙ୍ଗି ଗଣ୍ଡଗୋଳ ଘଟଣା : ଉଭୟ ପକ୍ଷରୁ ଥାନାରେ ଏତଲା

ବ୍ରହ୍ମପୁର ଅଫିସ୍‌,୨୨ା୧୦: ଗୋଳନ୍ଥରା ଥାନା ଅନ୍ତର୍ଗତ କୋଠରଶିଙ୍ଗି ଗ୍ରାମରେ ୧୯ ତାରିଖ ରାତିରେ ହୋଇଥିବା ଗଣ୍ଡଗୋଳ ଓ ମାରପିଟ ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ା 

ଚାଷଜମିକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ବିବାଦ: ଗୃହଦାହ ଅଭିଯୋଗ

ଚାଷଜମିକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ବିବାଦ: ଗୃହଦାହ ଅଭିଯୋଗ

ଦିଗପହଣ୍ଡି/ପାଟପୁର, ୨୩ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦସେଇପୁର ଗ୍ରାମରେ ଚାଷଜମି ମାଲିକାନା ସତ୍ତ୍ବକୁ ନେଇ ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପୁଣିଥରେ ମୁଣ୍ଡ ଟେକିଛି। ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି।