ସମ୍ବଲପୁର

ବସ୍‌ରୁ ବେଆଇନ ଟଙ୍କା ଆଦାୟ ଅଭିଯୋଗ

ବସ୍‌ରୁ ବେଆଇନ ଟଙ୍କା ଆଦାୟ ଅଭିଯୋଗ


ବାମରା, ୨।୧ (ସ୍ବ.ପ୍ର)- ସମ୍ବଲପୁର ଜିଲା ବାମରା ଦେଇ ଯିବାଆସିବା କରୁଥିବା ବସ୍‌ ଗୁଡିକରୁ ବେଆଇନ ଭାବେ ଟଙ୍କା ଆଦାୟ କରାଯାଉଥିବା ନେଇ ଗୋବିନ୍ଦପୁର ଥାନାରେ ଅଭିଯୋଗ କରାଯାଇଛି। ଏହା ସହିତ ବସ୍‌ର ଷ୍ଟାଫ୍‌ମାନଙ୍କୁ ହଇରାଣ ହରକତ ମଧ୍ୟ କରାଯାଉଛି । ଅଭିଯୋଗ ଅନୁସାରେ, ବାମରା-କୁଚିଣ୍ଡା ରୁଟ୍‌ ବାମରାର ମୁଖ୍ୟଛକ ଭାବେ ପରିଗଣିତ ଥିବାବେଳେ ଏହି ରୁଟ୍‌ଦେଇ କୁଚିଣ୍ଡା, କେଶାଇବାହାଲ, ଜରାବଗା, ସୋଲ, ମହୁଲପାଲି, ବଡଗାଁ, ରାଜଗାଙ୍ଗପୁର, ରାଉରକେଲା, ବୀରମିତ୍ରପୁର, ସୁନ୍ଦରଗଡ, ସବଡେଗା ଆଦି ଅଞ୍ଚଳକୁ ପ୍ରାୟ ୨୫/୩୦ଟି ବସ୍‌ ପ୍ରତିଦିନ ଯାତାୟାତ କରିଥାଏ । ମାତ୍ର ପ୍ରତି ବସ୍‌ରୁ ପ୍ରତି ଦିନ ୫୦ ରୁ୬୦ ଟଙ୍କା ଏଣ୍ଟ୍ରି ଫି ନାଁରେ ଜୋରଜବରଦସ୍ତ ବେଆଇନ ଟଙ୍କା ଆଦାୟ କରାଯାଉଛି । ଗତ ୨ ଦିନ ତଳେ ସୁନ୍ଦରଗଡରୁ ବଣେଇ ଅଭିମୁଖେ ଯାଉଥିବା ମହାବୀର ଟ୍ରାଭେଲ୍ସ ନାମକ ଏକ ଘରୋଇ ବସ୍‌କୁ ଜଣେ ବ୍ୟକ୍ତି ଧମକାଇ ଟଙ୍କା ମାଗିଥିଲା । ଟଙ୍କା ନ ଦେବାରୁ ଉକ୍ତ ବସ୍‌କୁ ପ୍ରାୟ ୧ଘଣ୍ଟା ଅଟକାଇ ଗାଳିଗୁଲଜ କରିଥିଲେ। ଏ ନେଇ ଥାନାରେ ଅଭିଯୋଗ କରାଯାଇଛି । ତେବେ ଏ ବିଷୟରେ ବାମରା ବସ୍‌ ମାଲିକ ସଂଘ ସମ୍ପାଦକ ଶେଖର କୁମାର ବୋଷଙ୍କୁ ପଚାରିବାରୁ, ବାମରା ବସ୍‌ ମାଲିକ ସଂଘ ପକ୍ଷରୁ ଟଙ୍କା ପଇସା ଆଦାୟ କରାଯାଉ ନାହିଁ । ଯଦି ସଂଗ୍ରହ ହେଉଛି, ତେବେ ତାହା ସଂପୂର୍ଣ୍ଣ ବେଆଇନ ବୋଲି କହିଥିଲେ। ସଂଘର କୋଷାଧ୍ୟକ୍ଷ ଜୟନ୍ତ ଦାସ ମଧ୍ୟ ସେ ଅନୁରୂପ ମନ୍ତବ୍ୟ ଦେବା ସହିତ ପୋଲିସ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି କହିଥିଲେ। ଅନ୍ୟପକ୍ଷେ ବାମରାସ୍ଥିତ ବିଜୁ ପଟ୍ଟନାୟକ ଛକଠାରେ ପ୍ରତିଦିନ କେତେକ ଅସାମାଜିକ ଲୋକ ମଦ ପିଇ ଗଣ୍ଡଗୋଳ କରୁଛନ୍ତି। ବସ୍‌ ଗୁଡିକରୁ ଟଙ୍କା ଆଦାୟ ହେଉଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ବୁଦ୍ଧିଜୀବି ମହଳରେ କ୍ଷୋଭ ପ୍ରକାଶ ପାଇଛି।

All Right Reserved By

Model This Week

ନିକିତା

ସମ୍ବଲପୁର

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌

ସମ୍ବଲପୁର,୨୨।୪(ବ୍ୟୁରୋ)- ୭୫ତମ ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌-୨୦୧୮ର ୬ଟି ମ୍ୟାଚ୍‌ ରବିବାର ସକାଳେ ସମ୍ବଲପୁର ରିଜର୍ଭ ପୋଲିସ ପଡ଼ିଆସ୍ଥିତ ୩ଟି ଗ୍ରାଉଣ୍ଡରେ ହୋଇଥିଲା। ଏଥିରେ କୋରାପୁଟ, କମିଶନରରେଟ୍‌ ପୋଲିସ-ବି, ବାଲେଶ୍ୱର, ରାଉରକେଲା ଓଏସ୍‌ଏପି, ବୌଦ୍ଧ ଓ ବୁର୍ଲା ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପ୍ରଥମ

ଗ୍ରାମରକ୍ଷୀଙ୍କ ସମେତ ୪ ଅପହୃତଙ୍କୁ ଛାଡ଼ିଲେ ମାଓବାଦୀ

ଭବାନୀପାଟଣା,୨୨।୪(ଡି.ଏନ୍‌.ଏ.)- ଗତ ୧୯ ତାରିଖ ରାତି ପ୍ରାୟ ୮ଟାରେ ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ଗ୍ରାମରୁ ମାଓବାଦୀମାନେ ଅପହରଣ କରି ନେଇଥିବା ଜଣେ ଗ୍ରାମରକ୍ଷୀଙ୍କ ସମେତ ୪ ଜଣଙ୍କୁ ରବିବାର ସକାଳେ ଛାଡ଼ିଦେଇଛନ୍ତି। ସେମାନେ ହେଲେ ଗ୍ରାମରକ୍ଷୀ କ୍ଷେତ୍ର ହରିଜନ, ବାବୁଲା ନାଏକ, ବିଶିକେଶନ ନାଏକ ଓ ରାଜୁ ହରିଜନ। ଏହି ୩ ଦିନ ମଧ୍ୟରେ ମାଓବାଦୀମାନେ

ଅଶୁଂଘାତରେ ଶିକ୍ଷକ ଅସୁସ୍ଥ

ଭବାନୀପାଟଣା,୨୨।୪(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲାରେ ତାପମାତ୍ରା ଏବେ ଢେର୍‌ ଅଧିକ ରହିଥିବାବେଳେ ପ୍ରଚଣ୍ଡ ରୌଦ୍ରତାପରେ ଜିଲାର ବିଭିନ୍ନ ବ୍ଲକରେ ଚାଲିଛି ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତାଲିମ। ସକାଳ ୯ ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏହି ତାଲିମ ଦିଆଯାଉଛି। ଫଳରେ ତାଲିମ ନେଉଥିବା ଶିକ୍ଷାୟିତ୍ରୀ ଶିକ୍ଷକଙ୍କ ଅବସ୍ଥା ଦୁର୍ବିସହ ହୋଇପଡୁଛି। ତାଲିମ ସମୟରେ କର୍ଲାମୁଣ୍ଡା ବ୍ଲକର ଜଣେ

କାର୍‌ ଦୁର୍ଘଟଣା, ବର୍ତ୍ତିଲେ ଭିଜିଲାନ୍ସ ଇନ୍ସପେକ୍ଟରଙ୍କ ପରିବାର

କାର୍‌ ଦୁର୍ଘଟଣା, ବର୍ତ୍ତିଲେ ଭିଜିଲାନ୍ସ ଇନ୍ସପେକ୍ଟରଙ୍କ ପରିବାର

ଭବାନୀପାଟଣା,୨୨।୪(ଡି.ଏନ୍‌.ଏ.)- ଭବାନୀପାଟଣା ସଦରଥାନା ଅନ୍ତର୍ଗତ ବଳରାମପୁରଠାରେ ଶନିବାର ସଂଧ୍ୟାରେ ଏକ କାର୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏଥିରେ ଯାତ୍ରା କରୁଥିବା ରାୟଗଡ଼ା ଭିଜିଲାନ୍ସ ଇନ୍ସପେକ୍ଟର କଳାବତୀ ବାଗ ଓ ତାଙ୍କ ପରିବାର ସଦସ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଓଡି ୧୦-ସି୫୮୫୮ନଂ କାର୍‌ରେ ବାଗଙ୍କ ପରିବାର ଶନିବାର

ଧାନ ଅମଳ ଆରମ୍ଭ, ଖୋଲିନି ମଣ୍ଡି: ଚାଷୀଙ୍କୁ ଘାରୁଛି ବର୍ଷା ଭୟ

ଧାନ ଅମଳ ଆରମ୍ଭ, ଖୋଲିନି ମଣ୍ଡି: ଚାଷୀଙ୍କୁ ଘାରୁଛି ବର୍ଷା ଭୟ

ବରଗଡ଼ ଅଫିସ୍‌,୨୨।୪-ବରଗଡ଼ ଜିଲାରେ ରବିଋତୁ ଧାନ ଅମଳ ଆରମ୍ଭ ହୋଇ ଗଲାଣି। ଜିଲାର ଜଳସେଚିତ ଅତାବିରା ଓ ଭେଡ଼େନ ବ୍ଲକର ଚାଷୀମାନେ ଧାନ ଅମଳ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ନିଜ ଅମଳ ଧାନକୁ କିଭଳି ସୁରକ୍ଷିତ ରଖି ବିକ୍ରି କରିବେ, ସେନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। କିଛିଦିନ ତଳେ କାଳବୈଶାଖୀ

ନବବଧୂଙ୍କୁ ହତ୍ୟା ଅଭିଯୋଗ, ଥାନାରେ ମାମଲା

ନବବଧୂଙ୍କୁ ହତ୍ୟା ଅଭିଯୋଗ, ଥାନାରେ ମାମଲା

ବରଗଡ଼ ଅଫିସ୍‌/ବିଜେପୁର,(ଡି.ଏନ୍‌.ଏ.)୨୨।୪-ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ବାଦିପାଲି ଗ୍ରାମରେ ଜଣେ ନବବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହକୁ ରବିବାର ପୋଲିସ ଉଦ୍ଧାର କରିଛି। ମୃତା ମହିଳା ଜଣକ ହେଲେ, ଦଶମୀ ବାରିକ ଓରଫ ଗାୟତ୍ରୀ। ଅପରପକ୍ଷେ ଦୁଇମାସ ତଳେ ବିବାହ କରିଥିବା ତାଙ୍କ ଝିଅଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ମୃତା

ସ୍ବଚ୍ଛ ମହାନଦୀ, ସବୁଜ ସମ୍ବଲପୁର ବାର୍ତ୍ତା, ମିନି ମାରାଥନରେ ଦୌଡ଼ିଲେ ୩,୬୨୫

ସ୍ବଚ୍ଛ ମହାନଦୀ, ସବୁଜ ସମ୍ବଲପୁର ବାର୍ତ୍ତା, ମିନି ମାରାଥନରେ ଦୌଡ଼ିଲେ ୩,୬୨୫

ସମ୍ବଲପୁର,୨୨।୪(ବ୍ୟୁରୋ)- ଓଡ଼ିଶାର ଜୀବନରେଖା ମହାନଦୀ ସମ୍ବଲପୁରରେ ପ୍ରଦୂଷିତ। ସ୍ବଚ୍ଛ ମହାନଦୀ, ସବୁଜ ସମ୍ବଲପୁର ବାର୍ତ୍ତାରେ ରବିବାର ସକାଳେ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩ହଜାର ୬୨୫ଜଣ ସାମିଲ ହୋଇ ଦୌଡ଼ିଥିଲେ। ଏମାନଙ୍କ ମଧ୍ୟରେ ୭ଶହ ମହିଳା, ବାଳିକା ଓ ଛାତ୍ରୀ ରହିଥିଲେ। ସମସ୍ତେ ସ୍ବଚ୍ଛ ମହାନଦୀ ସ୍ଲୋଗାନ ଦେଇ

ଏନ୍‌ଟିପିସି ପକ୍ଷରୁ ସ୍ବାସ୍ଥ୍ୟ ଶିବିର

ହେମଗିରି,୨୨।୪(ଡି.ଏନ୍‌.ଏ.)- ଏନ୍‌ଟିପିସିର ତୁଲିଙ୍ଗା କୋଇଲା ଖଣି ପ୍ରକଳ୍ପ ପକ୍ଷରୁ କଲାମେଘାଠାରେ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ହେମଗିରି ବିଡିଓ ପ୍ରଦୀପ ଡାଙ୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରେବତୀ ଛତ୍ରିଆ ଯୋଗଦେଇଥିଲେ। ପ୍ରକଳ୍ପର ମହାପ୍ରବନ୍ଧକ ଚିତ୍ତରଞ୍ଜନ

ଏଟିଏମ୍‌ରେ ଟଙ୍କା ନାହିଁ: ଗ୍ରାହକ ହନ୍ତସନ୍ତ

ଏଟିଏମ୍‌ରେ ଟଙ୍କା ନାହିଁ: ଗ୍ରାହକ ହନ୍ତସନ୍ତ

ପଦ୍ମପୁର,୨୨।୪(ଡି.ଏନ୍‌.ଏ.)- ପଦ୍ମପୁର ସହରରେ ଥିବା ବିଭିନ୍ନ ବ୍ୟାଙ୍କ ଏଟିଏମ୍‌ରେ ଟଙ୍କା ମିଳୁନାହିଁ। ଗ୍ରାହକମାନେ ବାରମ୍ଭାର ଟଙ୍କା ନ ପାଇ ନିରାଶ ହୋଇ ଫେରୁଥିବା ଦେଖାଯାଉଛି। ବର୍ତ୍ତମାନ ବିବାହ, ବ୍ରତ ତଥା ଛାତ୍ରୀଛାତ୍ରମାନଙ୍କ ପରୀକ୍ଷା ତଥା ନାମଲେଖା ଚାଲିଥିବା ବେଳେ ଲୋକେ ବ୍ୟାଙ୍କରେ ଜମା ରଖିଥିବା ନିଜ ଟଙ୍କା ପାଇପାରୁ ନାହାନ୍ତି। ଏ ନେଇ ଗ୍ରାହକଙ୍କ ମଧ୍ୟରେ

ମାଫିଆଙ୍କ ଯୋଗୁ ବାଲିଚୁଆ ନିଶ୍ଚିହ୍ନ

ମାଫିଆଙ୍କ ଯୋଗୁ ବାଲିଚୁଆ ନିଶ୍ଚିହ୍ନ

ପଦ୍ମପୁର,୨୨।୪(ଡି.ଏନ୍‌.ଏ.)- ନଦୀନାଳ କୂଳରେ ବାସ କରୁଥିବା ଲୋକେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟ ଜଳ ସଂଗ୍ରହ ପାଇଁ ପ୍ରାୟତଃ ନଦୀରେ ଥିବା ବାଲିଚୁଆ ଉପରେ ନିର୍ଭର କରିଥାନ୍ତି। ଗ୍ରାମର ମହିଳା ଓ ଶିଶୁମାନେ ମାଠିଆ ଧରି ଚୁଆ ପାଖରେ ଦୀର୍ଘ ସମୟ ଅପେକ୍ଷା କରି ପାଣି ସଂଗ୍ରହ କରିଥାନ୍ତି। କିନ୍ତୁ ବର୍ତ୍ତମାନ ବାଲି ମାଫିଆମାନେ ଏହି ନଦୀଗୁଡ଼ିକରୁ ବ୍ୟବସାୟ

ବିବାହ ପରଦିନ ଯୁବକଙ୍କ ଆତ୍ମହତ୍ୟା

କୁଆଁରମୁଣ୍ଡା,୨୨।୪(ଡି.ଏନ୍‌.ଏ.)- ପରିବାରର ସ୍ବୀକୃତିକ୍ରମେ ଜନୈକା ଯୁବତୀଙ୍କୁ ବିବାହ କରି ପରଦିନ (ଶନିବାର) ଘରକୁ ଫେରିବା ପରେ ଅପରାହ୍ନରେ ସମ୍ପୃକ୍ତ ଯୁବକ ନିଜ ରୁମ୍‌ରେ ଏକ ପିନ୍ଧା ଲୁଗାରେ ଫାଶୀ ଦେଇ ଆତ୍ମହତ୍ୟା କରିବା ଘଟଣା ଶନିବାର ବୀରମିତ୍ରପୁର ଅଞ୍ଚଳରେ ଦୁଃଖର ପରିବେଶ ସୃଷ୍ଟି କରିଛି। ଖବର ପାଇ ବୀରମିତ୍ରପୁର ପୋଲିସ ସ୍ଥାନୀୟ ରେଲୱେ କଲୋନୀ

୨୪ରେ ଏୟାରଟେଲ ମୋବାଇଲ ସେବା ବିରୋଧରେ ଆନ୍ଦୋଳନ

ବୋଡ଼େନ,୨୨।୪(ଡି.ଏନ୍‌.ଏ.)- ବର୍ତ୍ତମାନ ସରକାର ସମସ୍ତ ସେବାକୁ ଅନ୍‌ଲାଇନ କରିଛନ୍ତି। ଅନ୍‌ଲାଇନ ମାଧ୍ୟମରେ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ଉପରେ ସରକାର ଗୁରୁତ୍ୱ ଦେଇ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି। ଏଥିରେ ସାଧାରଣ ଲୋକେ ଅନ୍‌ଲାଇନ ସହ ଓତଃପ୍ରୋତ ଭାବେ ଜଡ଼ିତ ହୋଇସାରିଛନ୍ତି। ତେବେ ନୂଆପଡ଼ା ଜିଲାର ପଛୁଆ ଆଦିବାସୀ ଅଞ୍ଚଳ