ମନୋରଞ୍ଜନ |

ବଲିଉଡରେ ଡେବ୍ୟୁ କରିବେ ପ୍ରଭାସ

ବଲିଉଡରେ ଡେବ୍ୟୁ କରିବେ ପ୍ରଭାସ

ବମ୍ବେ: ଚଳଚ୍ଚିତ୍ର ବାହୁବଲୀରେ ‘ବାହୁବଲୀ’ ଭୂମିକାରେ ଅଭିନୟ କରି ବାହାବା ସାଉଁଟିଥିଲେ ପ୍ରଭାସ। ଟଲିଉଡ ଫିଲ୍ମ ହେଲେ ହେଁ ଫିଲ୍ମଟି ଜାତୀୟ ତଥା ଅନ୍ତର୍ଜାତୀୟ ସିନେମାଘରେ ରେକର୍ଡ ବ୍ରେକିଂ ରୋଜଗାର ମଧ୍ୟ କରିଥିଲା। ଏଥିଯୋଗୁ ତାଙ୍କୁ ଅନେକ ବଲିଉଡ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା। ମାତ୍ର ପ୍ରଭାସ ସେଗୁଡିକରେ କାମ କରିବା ପାଇଁ ହଁ ଭରି ନ ଥିଲେ। ଏବେ ‘ସାହୋ’ର ଶୁଟିଂରେ ବ୍ୟସ୍ତ ଥିବା ପ୍ରଭାସ ନବବର୍ଷ ଉପଲକ୍ଷେ ଦେଇଥିବା ଏକ ସାକ୍ଷାତକାର ଅବସରରେ ନିଜର ବଲିଉଡ ଡେବ୍ୟୁକୁ ନେଇ ମୁହଁ ଖୋଲିଛନ୍ତି। ଚଳଚ୍ଚିତ୍ରଟିର ଶୁଟିଂ ଶେଷ ହେବା ପରେ ସେ ଏକ ରୋମାଣ୍ଟିକ୍‌ ବଲିଉଡ ଫିଲ୍ମରେ କାମ କରିବେ ବୋଲି କହିଛନ୍ତି। ଉକ୍ତ ଫିଲ୍ମଟି କରିବା ପାଇଁ ସେ ତିନି ବର୍ଷ ପୂର୍ବରୁ ବାଛିଥିବା ମଧ୍ୟ ପ୍ରକାଶ କରିଛନ୍ତି। ଯଦି ଏପରି ହୁଏ ତେବେ ପ୍ରଭାସଙ୍କ ପ୍ରଶଂସକଙ୍କ ପାଇଁ ଏହା ଖୁସି ଖବର ନିଶ୍ଚୟ। ଅନ୍ୟପକ୍ଷେ ସାହୋ ପରି ଏକ ଆକ୍ସନ ଫିଲ୍ମ ଦେଖିବା ପରେ ଦର୍ଶକଙ୍କୁ ପ୍ରଭାସଙ୍କ ନିଆରା ଅବତାର ଦେଖିବାକୁ ମିଳିବ।

All Right Reserved By

Model This Week

ନିକିତା

ମନୋରଞ୍ଜନ |

୪୫ ବର୍ଷରେ ପଦାର୍ପଣ କଲେ ସଚିନ୍‌

୪୫ ବର୍ଷରେ ପଦାର୍ପଣ କଲେ ସଚିନ୍‌

ବମ୍ବେ, ୨୪।୪ : କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ମଙ୍ଗଳବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୩ ମସିହା ଏପ୍ରିଲ୍‌ ୨୪ ତାରିଖରେ ସଚିନ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ। ରିୟଲ ଲାଇଫ୍‌ରେ ସଚିନ୍‌ଙ୍କ ବ୍ୟକ୍ତିତ୍ୱ ବେଶ୍‌ ପ୍ରଭାବଶାଳୀ। ସେ ରାଜ୍ୟସଭାରେ ଅନୁପସ୍ଥିତ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ତେବେ ତାଙ୍କର ୯୦ ଲକ୍ଷ ଟଙ୍କା ଦରମା ସେ ଅନାଥାଶ୍ରମକୁ ଦାନ କରିଥିଲେ।

ରାଜପାଲଙ୍କୁ ଜେଲ୍‌ଦଣ୍ଡ

ରାଜପାଲଙ୍କୁ ଜେଲ୍‌ଦଣ୍ଡ

ନୂଆଦିଲ୍ଲୀ: ହିନ୍ଦୀ ସିନେମା ଜଗତର ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଅଦାଲତୀ ଝଟ୍‌କା ଲାଗିଛି। ଚେକ୍‌ ବାଉନ୍ସ ମାମଲାରେ କାରକରଦୁମା କୋର୍ଟ ତାଙ୍କୁ ୬ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।

୪୯ ବର୍ଷରେ ପଦାର୍ପଣ କଲେ ମନୋଜ ବାଜପେୟୀ

୪୯ ବର୍ଷରେ ପଦାର୍ପଣ କଲେ ମନୋଜ ବାଜପେୟୀ

ବମ୍ବେ, ୨୩।୪ : ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ସୋମବାର ୪୯ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ୧୯୬୯ ଏପ୍ରିଲ୍‌ ୨୩ରେ ବିହାର ନରକଟିଆଗଞ୍ଜ୍‌ ବେଲଓ୍ବା ଗାଁରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ କୃଷକ ଥିଲେ। ପିଲାଟି ଦିନରୁ ଫିଲ୍ମରେ ଅଭିନୟ କରିବା ପ୍ରତି ମନୋଜଙ୍କ ଝୁଙ୍କ୍‌ ଥିଲା।

୨୫ ବର୍ଷ ସାନ ଗାର୍ଲନ୍‌ଫ୍ରେଣ୍ଡ୍‌ଙ୍କୁ ବିବାହ କଲେ ମିଲନ୍ଦ

୨୫ ବର୍ଷ ସାନ ଗାର୍ଲନ୍‌ଫ୍ରେଣ୍ଡ୍‌ଙ୍କୁ ବିବାହ କଲେ ମିଲନ୍ଦ

ବମ୍ବେ, ୨୨।୪ : ଅଭିନେତା ଓ ମଡେଲ ମିଲନ୍ଦ ସୋମନ୍‌ ରବିବାର ତାଙ୍କଠାରୁ ୨୫ ବର୍ଷ ସାନ ଗାର୍ଲଫ୍ରେଣ୍ଡ୍‌ ଅଙ୍କିତା କୁଓ୍ବଁରଙ୍କୁ ବିବାହ କରିଛନ୍ତି। ଅଙ୍କିତାଙ୍କ ବୟସ ଏବେ ୨୭ ବର୍ଷ ଏବଂ ମିଲନ୍ଦଙ୍କ ବୟସ ୫୨ ବର୍ଷ। ଏହି ବହୁଚର୍ଚ୍ଚିତ ବିବାହକୁ ନେଇ ରବିବାର ଦିନ ତମାମ ବଲିଉଡ୍‌ରେ ଗହଳ ଚହଳ ଲାଗିରହିଛି।

ପ୍ରଦୂଷଣ ମୁକ୍ତ ବାୟୁ ଓ ଜଳ ପାଇଁ ସଂଗ୍ରାମ ଜାରି ରଖିଛି ମଣିଷ: ଦିୟା ମିର୍ଜା

ପ୍ରଦୂଷଣ ମୁକ୍ତ ବାୟୁ ଓ ଜଳ ପାଇଁ ସଂଗ୍ରାମ ଜାରି ରଖିଛି ମଣିଷ: ଦିୟା ମିର୍ଜା

ବମ୍ବେ, ୨୨।୪ : ସମ୍ପ୍ରତି ମଣିଷ ପ୍ରଦୂଷଣ ମୁକ୍ତ ବାୟୁ, ଜଳ ଓ ଭୋଜନ ପାଇଁ ସଂଗ୍ରାମ ଜାରି ରଖିଛି। ଏନେଇ ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ରବିବାର ବିଶ୍ୱ ପୃଥିବୀ ଦିବସ ଅବସରରେ ସୂଚିତ କରିଛନ୍ତି। ପୂର୍ବରୁ ମଣିଷ ଖାଦ୍ୟ, ବସ୍ତ୍ର ଓ ବାସଗୃହ ପାଇଁ ସଂଗ୍ରାମ କରୁଥିଲା। ତେବେ ପରିବର୍ତ୍ତିତ ସମୟ ସହିତ ସଂଗ୍ରାମର ଧାରା ବଦଳି ଯାଇଛି ବୋଲି ଦିୟା କହିଛନ୍ତି।

୧୮ ବର୍ଷ ପରେ ସ୍କ୍ରିନ୍‌ ଶେୟାର୍‌ କରିବେ ମାଧୁରୀ, ଅନିଲ

୧୮ ବର୍ଷ ପରେ ସ୍କ୍ରିନ୍‌ ଶେୟାର୍‌ କରିବେ ମାଧୁରୀ, ଅନିଲ

ବମ୍ବେ,୨୧।୪: ବଲିଉଡ ଷ୍ଟାର ମାଧୁରୀ ଦୀକ୍ଷିତ ଓ ଅନିଲ କପୁର ୧୮ ବର୍ଷ ପରେ ପୁଣି ଥରେ ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ଆଗାମୀ ଫିଲ୍ମ ‘ଟୋଟଲ ଧମାଲ୍‌’ ରେ ଦୁହେଁ ଏକାଠି ନଜର ଆସିବେ।

ବଳାତ୍କାର ମାମଲାକୁ ନେଇ ମତ ରଖିଲେ ହେମା

ବଳାତ୍କାର ମାମଲାକୁ ନେଇ ମତ ରଖିଲେ ହେମା

ନୂଆଦିଲ୍ଲୀ,୨୧।୪: ନାବାଳିକା ବଳାତ୍କାର ଘଟଣା ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଉତ୍ତର ପ୍ରଦେଶ ମଥୁରାର ଭାଜପା ସାଂସଦ ତଥା ବଲିଉଡ ଅଭିନେତ୍ରୀ ହେମାମାଳିନୀ ତାଙ୍କ ମତ ରଖିଛନ୍ତି।

ଶେଷ ହେଲା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ଶୁଟିଂ

ଶେଷ ହେଲା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ଶୁଟିଂ

ନୂଆଦିଲ୍ଲୀ,୨୧।୪: ଆମେରିକାରରେ ଶୁଟିଂ ଚାଲିଥିବା ଅପ୍‌ କମିଙ୍ଗ ପଲିଟିକାଲ ଡ୍ରାମା ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ଶୁଟିଂ ଶେଷ ହୋଇଥିବା ଜଣାପଡିଛି। ଏଥିରେ ଲିଡ୍‌ ରୋଲରେ ଥିବା ବଲିଉଡ ଅଭିନେତା ଅନୁପମ ଖେର୍‌ ସୋସିଆଲ ମିଡିଆ ମାଧ୍ୟମରେ ଏହା କହିଛନ୍ତି।

ଅଭିଷେକଙ୍କ ସହ ଅଭିନୟ କରିବେ ଆଲିୟା

ଅଭିଷେକଙ୍କ ସହ ଅଭିନୟ କରିବେ ଆଲିୟା

ବମ୍ବେ, ୨୨।୪ : ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିୟା ଭଟ୍ଟ ଅମୃତା ପ୍ରୀତମ୍‌ ଏବଂ ସାହୀର ଲୁଧିୟାନୀଙ୍କ ଉପରେ ହେବାକୁଥିବା ବାୟୋପିକ୍‌ ଫିଲ୍ମରେ ଅଭିନୟ କରିବେ। ତାଙ୍କ ସହିତ ଅଭିଷେକ ବଚ୍ଚନ ଅପୋଜିଟ୍‌ରେ ରହିବେ। ଫିଲ୍ମର ନିର୍ମାଣ ସଞ୍ଜୟ ଲିଲା ଭସାଂଲୀ କରୁଛନ୍ତି। ଫିଲ୍ମର ନାମ ‘ଗୁସ୍ତାଖିଆଁ’ ରଖାଯାଇଛି।

ରିଲିଜ୍‌ ହେବ ଓଡ଼ିଆ, ହିନ୍ଦୀ, ଇଂଲିଶରେ ଏକାଧିକ ଫିଲ୍ମ

ରିଲିଜ୍‌ ହେବ ଓଡ଼ିଆ, ହିନ୍ଦୀ, ଇଂଲିଶରେ ଏକାଧିକ ଫିଲ୍ମ

ଭୁବନେଶ୍ୱର,୨୦।୪(ବ୍ୟୁରୋ)-ଏଥର ଫେଣ୍ଟାଫେଣ୍ଟି ଫିଲ୍ମକୁ ନେଇ ଆସିଛି ଫ୍ରାଇଡେ’ ରିଲିଜ୍‌। ଶୁକ୍ରବାର ରିଲିଜ୍‌ରେ ଓଡ଼ିଆ, ହିନ୍ଦୀ ଓ ଇଂଲିଶର ଏକାଧିକ ଭିନ୍ନସ୍ବାଦର ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି। ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ବିୟଣ୍ଡ ଦ କ୍ଲାଉଡ୍‌ସ’ ସହ ଆଉ ଏକ ହିନ୍ଦୀ ଫିଲ୍ମ ‘ନାନୁ କି ଜାନୁ’, ଇଂଲିଶ ଫିଲ୍ମ ‘ଟ୍ରୁଥ୍‌ ଅର୍‌ ଡେୟାର’ ଏବଂ ଓଡ଼ିଆ ଫିଲ୍ମ ‘ଯୋଗୀ’ ମୁକ୍ତିଲାଭ କରିବ।

କଠଓ୍ବା ବଳାତ୍କାର ମାମଲାରେ ପ୍ରତିକ୍ରିୟା ରଖିଲେ ବିଗ୍‌ ବି

କଠଓ୍ବା ବଳାତ୍କାର ମାମଲାରେ ପ୍ରତିକ୍ରିୟା ରଖିଲେ ବିଗ୍‌ ବି

ବମ୍ବେ,୧୯।୪: କଠଓ୍ବା ବଳାତ୍କାର ମାମଲା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏହା ଉପରେ ମତ ରଖିବାକୁ ନିଜକୁ ଲଜ୍ୟାବୋଧ କରିଥିବା କହିଛନ୍ତି ମହାନାୟକ ଅଭିତାଭ ବଚ୍ଚନ।

ମ୍ୟାଡାମେ ତୁଷାଡସ୍‌ରେ କରନ୍‌

ମ୍ୟାଡାମେ ତୁଷାଡସ୍‌ରେ କରନ୍‌

ନୂଆଦିଲ୍ଲୀ,୧୯।୪: ବଲିଉଡ୍‌ର ପ୍ରଥମ ଭାରତୀୟ ଫିଲ୍ମମେକର ଭାବେ ମ୍ୟାଡାମେ ତୁଷାଡସ୍‌ ମ୍ୟୁଜିୟମରେ କରନ୍‌ ଜୋହରଙ୍କୁ ସ୍ଥାନ ମିଳିଛି। କରନ୍‌ ତାଙ୍କ ଟୁଇଟର ପେଜରେ ଏହାକୁ ନେଇ ଖୁସି ପ୍ରକାଶ କରିବା ସହ ମ୍ୟାଡାମେ ତୁଷାଡସ୍‌ ଭଳି ମର୍ଯ୍ୟାଦାସମ୍ପନ୍ନ ମ୍ୟୁଜିୟମରେ ସ୍ଥାନ ପାଇଥିବାରୁ ଏଥିରେ ସମ୍ପୃକ୍ତ ଥିବା ଲଣ୍ଡନର ସମ୍ପୂର୍ଣ୍ଣ ଟିମକୁ ଧନ୍ୟବାଦ ଜଣାଇଛନ୍ତି।