ବ୍ରହ୍ମପୁର

ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ଗଞ୍ଜାମ,୨।୧(ଡି.ଏନ.ଏ.)-ଗଞ୍ଜାମ କଲେଜ ଅଡିଟରିୟମ ହଲଠାରେ ମଙ୍ଗଳବାର ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ନାୟକ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଆୟୋଜିତ ଏକ ସଭାରେ ଅଧ୍ୟାପକ ରାଜେନ୍ଦ୍ର ପ୍ରଧାନ, ପ୍ରବୋଧ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଇଂଲିଶ ଅଧ୍ୟାପିକା ଦିପ୍ଶିଖା ରାଉତରାଏ ଏବଂ ଓଡ଼ିଆ ଅଧ୍ୟାପିକା ଦେବଦର୍ଶିନୀ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ନାରୀ କିପରି ନିଜକୁ ସୁରକ୍ଷା ଦେଇପାରିବ ସେଥିପାଇଁ ବିଭିନ୍ନ କୌଶଳ ଶିଖାଇବା ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥିମାନେ କହିଥିଲେ। ଦୁଇଟି ୟୁନିଟରେ ମୋଟ ୬୦ ଜଣ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ନେଉଛନ୍ତି। ମାଷ୍ଟର ଟ୍ରେନର ରୀତା ଦାସ ତାଲିମ ପ୍ରଦାନ କରୁଛନ୍ତି। ଶିବିର ୧୨ ଦିନ ଧରି ଚାଲିବ।

All Right Reserved By

Model This Week

ସନ୍ତୋଷ

ବ୍ରହ୍ମପୁର

ରାମଚଣ୍ଡୀ ଯାତ୍ରା ନିମନ୍ତେ ପଡ଼ିଲା ଶୁଭଖୁଣ୍ଟି

ରାମଚଣ୍ଡୀ ଯାତ୍ରା ନିମନ୍ତେ ପଡ଼ିଲା ଶୁଭଖୁଣ୍ଟି

ଶେରଗଡ଼,୨୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ ବହୁ ପ୍ରତିଷ୍ଠିତ ମା’ ରାମଚଣ୍ଡୀ ଯାତ୍ରା ଜୁନ ୨୮ରେ ଅନୁଷ୍ଠିତ ହେବ। ଏ ନେଇ ରବିବାର ନିର୍ଦ୍ଧାରିତ ସକାଳ ୯ଟାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।

ଗରିବ ଛାତ୍ରୀଛାତ୍ରଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ

ଗରିବ ଛାତ୍ରୀଛାତ୍ରଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ

ବ୍ରହ୍ମପୁର ଅଫିସ,୨୭।୫: ଶ୍ରୀ ଚୌଡେଶ୍ୱର ଦେବାଙ୍ଗ ସଙ୍ଘ ଶିକ୍ଷା କମିଟି ତରଫରୁ ଗରିବ ଛାତ୍ରୀଛାତ୍ରଙ୍କୁ ରବିବାର ମାଗଣାରେ ପାଠ୍ୟପୁସ୍ତକ ଏବଂ ଉପକରଣ ପ୍ରଦାନ କରାଯାଇଛି। ମାର୍ଥାପେଟା ସିଦ୍ଧେଶ୍ୱର କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଙ୍ଘର ସଭାପତି କେ. ଲକ୍ଷ୍ମଣ ରାଓ ଅଧ୍ୟକ୍ଷତା କରିଥିଲେ।

ରାଜ୍ୟସ୍ତରୀୟ ଖୋ ଖୋ ତାଲିମ ଶିବିର ଉଦ୍‌ଘାଟିତ

ରାଜ୍ୟସ୍ତରୀୟ ଖୋ ଖୋ ତାଲିମ ଶିବିର ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ,୨୭।୫: ବ୍ରହ୍ମପୁରଠାରେ ରାଜ୍ୟସ୍ତରୀୟ ଖୋ ଖୋ ତାଲିମ ଶିବିର ରବିବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଶିବିରରେ ରାଜ୍ୟର ବିଭିନ୍ନ ଜିଲାରୁ ଶହେରୁ ଊଦ୍ଧର୍‌ବ କ୍ରୀଡା ଶିକ୍ଷକ ଭାଗ ନେଇଛନ୍ତି।

ଫୁଲବାଣୀ କପ୍‌ ଫୁଟବଲ୍‌: ଓଡ଼ିଶା ପୋଲିସ ଚାମ୍ପିୟନ୍‌

ଫୁଲବାଣୀ କପ୍‌ ଫୁଟବଲ୍‌: ଓଡ଼ିଶା ପୋଲିସ ଚାମ୍ପିୟନ୍‌

ଫୁଲବାଣୀ ଅଫିସ,୨୭।୫: ଫୁଲବାଣୀ କରୋନେଶନ୍‌ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ଦିବାରାତ୍ର ଫୁଲବାଣୀ କପ୍‌-୨୦୧୮ ଫୁଟବଲ୍‌ ଟୁର୍ନାମେଣ୍ଟର ଫାଇନାଲ୍‌ରେ ଓଡ଼ିଶା ପୋଲିସ୍‌ ଟାଇବ୍ରେକରରେ ରାଉରକେଲାକୁ ହରାଇ ଚାମ୍ପିୟନ ହୋଇଛି।

ବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବିରେ ବିକ୍ଷୋଭ

ବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବିରେ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୭।୫: କେସି ଉଚ୍ଚ ବିଦ୍ୟାଳୟ, କେସି ଟାଉନ୍‌ ଉଚ୍ଚ ବିଦ୍ୟାଳୟ, କେସି ବାଳିକା ଉଚ୍ଚ ବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବିରେ ସଂସ୍କାରବାଦୀ ସଂଗଠନ ପକ୍ଷରୁ ରବିବାର ସକାଳେ ବ୍ରହ୍ମପୁର ବିଧାୟକଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ପୋଲକୁ ଧକ୍କା ଦେଲା ବାଇକ୍‌: ଚାଳକ ମୃତ

ପୋଲକୁ ଧକ୍କା ଦେଲା ବାଇକ୍‌: ଚାଳକ ମୃତ

ଶେରଗଡ଼,୨୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ସୁବଳୟାପଲ୍ଲୀ ଗ୍ରାମ ଛକରେ ଥିବା ପୋଲରେ ଶନିବାର ବିଳମ୍ବିତ ରାତିରେ ଏକ ଟିଭିଏସ୍‌ ଏକ୍ସ ଏଲ୍‌ ବାଇକ୍‌ ଧକ୍କା ଦେଇଛି। ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଶିକିରି ଗ୍ରାମର ଶଙ୍କର ପ୍ରଧାନ।

ଡିଜେଲ ଚୋରାଚାଲାଣ ମାମଲା: ୪ ଅଟକ, ଡଙ୍ଗା ଜବତ

ଛତ୍ରପୁର,୨୭।୫(ଡି.ଏନ.ଏ.)- ଗୋପାଳପୁର ପୋର୍ଟ ପରିସରରୁ ଗାଡିଗୁଡିକରୁ ଡିଜେଲ ଚୋରି କରି ଏହାକୁ ଚାଲାଣ କରିବା ମାମଲାରେ ସମ୍ପୃକ୍ତ ୪ ଜଣଙ୍କୁ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ପୋଲିସ ଅଟକ ରଖିଛି। ଏଥିସହ ଚୋରା ଡିଜେଲ ଚାଲାଣରେ ବ୍ୟବହୃତ ଏକ ଡଙ୍ଗାକୁ ମଧ୍ୟ ଜବତ କରିଛି। ପୂର୍ବରୁ ଏହି ଚୋରା କାରବାରରେ ବ୍ୟବହୃତ ପିକଅପ୍‌ ଭ୍ୟାନ୍‌ କୁ ଗଞ୍ଜାମ ପୋଲିସ ସହାୟତାରେ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ପୋଲିସ ଜବତ କରିଥିଲା।

ଆଇଆର୍‌ଇ ପ୍ଲାଣ୍ଟରେ ନିଯୁକ୍ତି ପ୍ରସଙ୍ଗ: ୩୭ ଦିନରେ ପହଞ୍ଚତ୍ଲା ଅନଶନ

ଆଇଆର୍‌ଇ ପ୍ଲାଣ୍ଟରେ ନିଯୁକ୍ତି ପ୍ରସଙ୍ଗ: ୩୭ ଦିନରେ ପହଞ୍ଚତ୍ଲା ଅନଶନ

ଛତ୍ରପୁର,୨୭।୫(ଡି.ଏନ.ଏ.)- ଛତ୍ରପୁର ଉପକଣ୍ଠ ଆଇଆର୍‌ଇ (ଭାରତୀୟ ବିରଳ ମୃତ୍ତିକା) ପ୍ଲାଣ୍ଟ ସମ୍ମୁଖରେ ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଚାଲିଥିବା ଅନଶନ ଶନିବାର ୩୭ତମ ଦିବସରେ ପହଞ୍ଚତ୍ଛି।

ବୋରିଂ ଅଛି, ବିଦ୍ୟୁତ୍‌ ନାହିଁ

ବୋରିଂ ଅଛି, ବିଦ୍ୟୁତ୍‌ ନାହିଁ

ବେଗୁନିଆପଡ଼ା,୨୭ା୫(ଡି.ଏନ.ଏ.): କୃଷି ଓ କୃଷକର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରିକି ସ୍ବତନ୍ତ୍ର କୃଷି ବଜେଟ ମଧ୍ୟ ପ୍ରସ୍ତୁତ ହୋଇଛି। ହେଲେ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଆନ୍ତରିକତାର ଅଭାବ ଯୋଗୁ ସାଧାରଣ ଲୋକଙ୍କ ପାଖରେ ଏହାର ସୁଫଳ ପହଞ୍ଚତ୍ ପାରୁନାହିଁ। ବର୍ଷ ବର୍ଷ ଅପେକ୍ଷା କରି କରି ବିଫଳ ହେବା ପରେ ଯୋଜନା ପ୍ରତି ଲୋକଙ୍କ ଆସ୍ଥା ତୁଟି ଯାଉଛି।

ଦରପୋଡ଼ା ମୃତଦେହ ଉଦ୍ଧାର

ବାଲିଗୁଡ଼ା, ୨୭ା୫(ଡି.ଏନ.ଏ.):କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଦଣ୍ଡପଦର ମହାଲକ୍ଷ୍ମୀ ଫିଲିଂଷ୍ଟେଶନ୍‌ ନିକଟ ୫୯ନଂ. ଜାତୀୟ ରାଜପଥ କଡ଼ରେ ଜଣେ ଯୁବକଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଶନିବାର ପଡ଼ିଥିବା ଦେଖିବାକୁ ମିଳିଥିଲା।

ମାରଣାସ୍ତ୍ର, ବୋମା ଜବତ, ୫ ଗିରଫ

ମାରଣାସ୍ତ୍ର, ବୋମା ଜବତ, ୫ ଗିରଫ

ବାଲିପଡ଼ା,୨୭ା୫: ସଦର ଥାନା ଅନ୍ତର୍ଗତ ଝାଡ଼ାଙ୍କୁଲି ଗ୍ରାମ ଯାତ୍ରୀ ବିଶ୍ରାମାଗାର ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ଶୁକ୍ରବାର ମଧ୍ୟରାତ୍ରିରେ ଡ଼କାୟତି ଯୋଜନା ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି ଏହାକୁ ରୋକିବାରେ ସଫଳ ହୋଇଛି। ଏଥିରେ ୫ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ କାମାଗଁାର ଜିତୁ ସାହୁ, ସିଲୁ ପାଣିଗ୍ରାହୀ, ଜଗଦଳପୁରର ମନୋଜ ଘଡ଼େଇ, ଲୋଚାପଡ଼ାର ସାଗର ଚୌଧୁରୀ ଓ ଗୀନା ବେହେରା।

ଘରେ ପଶି ଟଙ୍କା, ସୁନା ଲୁଟ୍‌

ଘରେ ପଶି ଟଙ୍କା, ସୁନା ଲୁଟ୍‌

ପୁରୁଷୋତ୍ତମପୁର, ୨୬।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ତାରାତାରିଣୀ ଛକରେ ଶୁକ୍ରବାର ରାତିରେ ବିଶ୍ୱନାଥ ନାହାକଙ୍କ ଘରେ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ପଶି ୭ତୋଳା ସୁନା ଗହଣା ଓ ୧ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପରିବାର ଲୋକେ ଶୋଇଥିବାବେଳେ ଲୁଟେରାମାନେ ବାରିପଟ ପାଚେରି ଡେଇଁ କବାଟ ଭାଙ୍ଗି ଘରେ ପଶିଥିଲେ। ଘରେଥିବା ୨ଟି ଆଲମାରି ଭାଙ୍ଗି ସେଥିରେ ଥିବା ଟଙ୍କା ଓ ସୁନା ଗହଣା ଲୁଟିନେବା ସହ ଘରେ ଶୋଇଥିବା ବିଶ୍ୱନାଥଙ୍କ ସ୍ତ୍ରୀ ରଜନୀଙ୍କ ମଙ୍ଗଳସୂତ୍ର ଛିଡାଇବାବେଳେ ସେ ଉଠି ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ଦୌଡି ପଳାଇଥିଲେ। ଖବର ଲେଖାହେବା ସୁଦ୍ଧା ଏନେଇ ଥାନାରେ ମାମଲା ହୋଇନାହିଁ।