ବାଲେଶ୍ୱର

ଭୋଜି କରିବାକୁ ଆସି ଆବର୍ଜନା ସଫା କଲେ ସ୍ବେଚ୍ଛାସେବୀ

ଭୋଜି କରିବାକୁ ଆସି ଆବର୍ଜନା ସଫା କଲେ ସ୍ବେଚ୍ଛାସେବୀ
ଔପଦା, ୨।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତ କବାଟଘାଟି ପଶ୍ଚିମା ପାହାଡ଼ି ଝରଣା ନିକଟକୁ ଭୋଜି କରିବାକୁ ଆସି ସ୍ବେଚ୍ଛାସେବୀମାନେ ଅଳିଆ, ଆବର୍ଜନା ସଫା କରୁଥିବା ଦେଖିବାକୁ ମିଳିଛି। ବାଲେଶ୍ୱର-ମୟୂରଭଞ୍ଜ ଜିଲା ସୀମାନ୍ତରେ ଥିବା ଏହି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବଣଭୋଜିର ମଜା ଉଠାଇବା ପାଇଁ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ନୂଆବର୍ଷରେ ବେଶ୍‌ ଆସର ଜମିଥିଲା। ଭୋଜି ସାରି ଆବର୍ଜନା ଛାଡି ପର୍ଯ୍ୟଟକମାନେ ପଳାଇ ଯାଉଥିବା ବେଳେ ପରିବେଶ ସ୍ବଚ୍ଛ ରଖିବାକୁ ସ୍ଥାନୀୟ ଦରଖୋଳି ଶ୍ରୀମା ପୂର୍ଣ୍ଣାଙ୍ଗ ଶିକ୍ଷା ଗବେଷଣା କେନ୍ଦ୍ରର ଅପା, ଭାଇ, ଓପଦା ମହାବିଦ୍ୟାଳୟ ଜାତୀୟ ସେବା ସଂସ୍ଥାର ସ୍ବେଚ୍ଛାସେବୀମାନେ ମିଳିତ ଭାବେ ସଫା କରି ସେଥିରେ ନିଆଁ ଲଗାଇଥିଲେ। ଏମାନଙ୍କୁ ସହାୟତା କରିଥିଲେ ସ୍ଥାନୀୟ ଦରଖୋଳି ସତ୍ୟବାଦୀ ଯୁବକ ସଂଘ ଓ ସିଙ୍ଗାଡ଼ପୁର ନେତାଜୀ ଯୁବକ ସଂଘର ସ୍ବେଚ୍ଛାସେବୀମାନେ। ଶ୍ରୀମା ପୂର୍ଣ୍ଣାଙ୍ଗ ଶିକ୍ଷା ଗବେଷଣା କେନ୍ଦ୍ରର ସମ୍ପାଦକ ପ୍ରଦୀପ କୁମାର ଧଳ, ସାମାଜିକ କର୍ମୀ ମନୋଜ ଦାଶ, ଔପଦା କଲେଜ ଏନ୍‌.ଏସ୍‌.ଏସ୍‌. ପ୍ରୋଗ୍ରାମ ଅଫିସର ଅତୁଲ କୁମାର ପ୍ରଧାନ ପ୍ରମୁଖ ସଂରକ୍ଷିତ ଜଙ୍ଗଲ ତଥା ଅଭୟାରଣ୍ୟ ମଧ୍ୟରେ ଭୋଜି କରିବାକୁ ଆସି ଅଳିଆ ଜମାଉଥିବା ବ୍ୟକ୍ତିଙ୍କ ଉପରେ ବନବିଭାଗ ତରଫରୁ ଅଙ୍କୁଶ ଲଗାଇବାକୁ ଦାବି କରିଛନ୍ତି। ଏ ବିଷୟରେ ସ୍ଥାନୀୟ ବନବିଭାଗରେଞ୍ଜର ପ୍ରଦୀପ କୁମାର ଯେନା କହିଛନ୍ତି ଯେ, ସେ ଖୁବ୍‌ଶୀଘ୍ର ବିଜ୍ଞାପନ ସହ ଅଳିଆ ଜମାକାରୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ କରିବେ।
All Right Reserved By

ବାଲେଶ୍ୱର

ଲାଞ୍ଚ ମାମଲା: ବ୍ୟାଙ୍କର ପୂର୍ବତନ ସମ୍ପାଦକଙ୍କୁ ଦେଢ଼ବର୍ଷ ଜେଲ୍‌

ଲାଞ୍ଚ ମାମଲା: ବ୍ୟାଙ୍କର ପୂର୍ବତନ ସମ୍ପାଦକଙ୍କୁ ଦେଢ଼ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୧୮।୧୨-ଏକ ଲାଞ୍ଚ ମାମଲାର ବିଚାର କରି ବାଲେଶ୍ୱର ଜିଲା ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ବିଚାରପତି ଗଜେନ୍ଦ୍ର ମହାପାତ୍ର ମଙ୍ଗଳବାର ଏକ ବ୍ୟାଙ୍କର ପୂର୍ବତନ ସମ୍ପାଦକଙ୍କୁ ଦେଢ଼ବର୍ଷ ଜେଲଦଣ୍ଡ ସହ ୪ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ଅଧିକ ୪ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। 

୧୦ ଦଫା ଦାବି: ବାଲିଆପାଳରେ ଡାକ ସେବକଙ୍କ ଧାରଣା

୧୦ ଦଫା ଦାବି: ବାଲିଆପାଳରେ ଡାକ ସେବକଙ୍କ ଧାରଣା

ବାଲିଆପାଳ, ୧୮।୧୨(ସ୍ବ.ପ୍ର.)-ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ସଂଘ ଓ ଜାତୀୟ ଗ୍ରାମୀଣ ଡାକ ସେବକ ସଂଘ, ବାଲେଶ୍ୱର ଶାଖା ତରଫରୁ ବାଲିଆପାଳ ଓ ପ୍ରତାପୁର ଉପଡାକଘରର ସମସ୍ତ ଗ୍ରାମୀଣ ଡାକସେବକ ୧୦ ଦଫା ଦାବି ନେଇ ମଙ୍ଗଳବାରଠାରୁ ବାଲିଆପାଳ ଉପଡାକଘର ସମ୍ମୁଖରେ ଧାରଣାରେ ବସିଛନ୍ତି। 

୪ ବଖରା ଘର ସହ ଧାନଗଦା ଜଳିଗଲା

୪ ବଖରା ଘର ସହ ଧାନଗଦା ଜଳିଗଲା

ରସାଳପୁର, ୧୮।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଜୟଦେବକସବା ଗ୍ରାମର ସେକ୍‌ ଆଲ୍ଲାଉଦ୍ଦିନଙ୍କ ଘରେ ମଙ୍ଗଳବାର ନିଆଁ ଲାଗି ୪ ବଖରା ଘର ଏବଂ ଧାନଗଦା ସମେତ ଗୋଟିଏ ମୋଟରସାଇକେଲ, ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। 

ଜବରଦଖଲ ମୁକ୍ତ କର

ଜବରଦଖଲ ମୁକ୍ତ କର

ଝୁମ୍ପୁରା, ୧୮।୧୨(ଡି.ଏନ.ଏ.): ଝୁମ୍ପୁରା ତହସିଲ ଅନ୍ତର୍ଗତ ୬ ରାଜସ୍ବ ସର୍କଲରେ ସରକାରୀ ଜମି ଜବରଦଖଲରେ ରହିଛି। ଗ୍ରାମାଞ୍ଚଳରେ ଜମି ଜବରଦଖଲ ନେଇ ଗ୍ରାମ୍ୟ ବିବାଦ ଦେଖା ଦେଉଛି। ଗୋଚର, ଶ୍ମଶାନ, କେନାଲ ହୁଡା ଜବରଦଖଲରୁ ବାଦ ପଡୁନାହିଁ। ସରକାରୀ ଜାଗା ଅଭାବରୁ ସ୍କୁଲ, ବୈଷୟିକ ବିଦ୍ୟାଳୟ, କର୍ମଚାରୀଙ୍କ କ୍ୱାର୍ଟର୍ସ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇପାରୁନାହିଁ। 

ସୁନୀଲଙ୍କୁ ମିଳିଲା ଚିକିତ୍ସାସେବା

ସୁନୀଲଙ୍କୁ ମିଳିଲା ଚିକିତ୍ସାସେବା

ଝୁମ୍ପୁରା, ୧୮।୧୨(ଡି.ଏନ.ଏ.): ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜଙ୍ଗଲାଞ୍ଚଳରେ ଅବସ୍ଥିତ ବସନ୍ତପୁର ପଞ୍ଚାୟତ ବାସିନ୍ଦା ସୁନୀଲ ମୁଣ୍ଡା (୧୨)ଙ୍କୁ ଚିକିତ୍ସା ସୁବିଧା ମିଳିଛି। ସୁନୀଲର ଗୋଡରେ ଘା’ ବଢୁଥିଲା। ଚିକିତ୍ସା ସୁବିଧା ପାଇପାରୁ ନ ଥିଲେ। ଅସହାୟ ହୋଇ ପଡିଥିଲେ ସୁନୀଲ। ଏ ନେଇ ‘ଚିକିତ୍ସାରେ ଅର୍ଥ ସାଜିଛି ବାଧକ’ ଶୀର୍ଷକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ପ୍ରଶାସନିକ କର୍ତ୍ତୃପକ୍ଷ ସୁନୀଲଙ୍କ ଚିକିତ୍ସା ସୁବିଧା କରାଇଛନ୍ତି।

ବର୍ଷାରେ ଭିଜୁଛି ପାଚିଲା ଧାନ : ଗଜା ହେବାର ଆଶଙ୍କା

ବର୍ଷାରେ ଭିଜୁଛି ପାଚିଲା ଧାନ : ଗଜା ହେବାର ଆଶଙ୍କା

ବନ୍ତ,୧୮।୧୨(ସ୍ବ.ପ୍ର.)-ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ପେଥାଇ ପ୍ରଭାବରେ ରବିବାର ଠାରୁ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ସୋମବାର ରାତିରୁ ବନ୍ତ ଆଗରପଡା ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିଥିବାରୁ କ୍ଷେତରେ ପାଚିଲା ଧାନ ଭିଜୁଛି। ଚଳିତ ଖରିଫ ଚାଷରେ ପ୍ରତିକୂଳ ପାଗ ସହିତ ରୋଗ ପୋକ ସହିତ ସଂଘର୍ଷ କରି ଚାଷୀ ନୟାନ୍ତ ହୋଇଯାଇଥିବା ବେଳେ ଅମଳ ସମୟରେ ବର୍ଷା ଚାଷୀର ନିଦ ହଜାଇ ଦେଇଛି। 

 ରାସ୍ତା ନିର୍ମାଣ ଦାବିରେ ଭାଜପାର ରାସ୍ତାରୋକୋ

ରାସ୍ତା ନିର୍ମାଣ ଦାବିରେ ଭାଜପାର ରାସ୍ତାରୋକୋ

ବାଲେଶ୍ୱର ଅଫିସ, ୧୮।୧୨-ବାଲେଶ୍ୱର ଟାଉନ ଥାନା ଛକଠାରୁ ବାଲିଘାଟ ଏବଂ ବୈଦ୍ୟନାଥ ସ୍କୁଲଠାରୁ ବାଲିଘାଟ ପର୍ଯ୍ୟନ୍ତ ରାସ୍ତା ଦୁରାବସ୍ଥାକୁ ସୁଧାରିବା ପ୍ରତିବାଦରେ ଭାଜପା, ବାଲେଶ୍ୱର ନଗର ଶାଖା ପକ୍ଷରୁ ସୋମବାର ମଣ୍ଡଳ ବଜାରସ୍ଥିତ ଜଗନ୍ନାଥ ମନ୍ଦିର ଛକ ଏବଂ ବୈଦ୍ୟନାଥ ସ୍କୁଲ ଛକଠାରେ ରାସ୍ତାରୋକୋ କରାଯାଇଥିଲା । ବାଲେଶ୍ୱର ପୌରପାଳିକାର ଚରମ ଅବହେଳା ଯୋଗୁ ଠିକାଦାରମାନେ ରାସ୍ତା ମରାମତି ଓ ନିର୍ମାଣ କାର୍ଯ୍ୟକୁ ଦୀର୍ଘଦିନ ଧରି ପକାଇ ରଖିଛନ୍ତି। ଏଥିରେ ପ୍ରଶାସନିକ ଅଧିକାରୀମାନେ ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜୁଛନ୍ତି ବୋଲି ଭାଜପା ପକ୍ଷରୁ ପ୍ରତିବାଦ କରାଯାଇଛି।

ରାଜ୍ୟସ୍ତରୀୟ ବିଜ୍ଞାନମେଳାରେ ସୁନୀତାରାଣୀ

ରାଜ୍ୟସ୍ତରୀୟ ବିଜ୍ଞାନମେଳାରେ ସୁନୀତାରାଣୀ

ସିମୁଳିଆ, ୧୮।୧୨(ଡି.ଏନ.ଏ.)-ମାର୍କୋଣା ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀ ସୁନୀତାରାଣୀ ଯେନା ରାଜ୍ୟସ୍ତରୀୟ ବିଜ୍ଞାନମେଳାରେ ଯୋଗ ଦେବା ପାଇଁ ମନୋନୀତ ହୋଇଛନ୍ତି। ‘ନଷ୍ଟିରୁ ସୃଷ୍ଟି’ ପ୍ରକଳ୍ପ ପ୍ରଦର୍ଶନ କରି ସେ ବ୍ଲକସ୍ତରୀୟ ଓ ପରେ ଜିଲାସ୍ତରୀୟ ବିଜ୍ଞାନ ମେଳାରେ ମନୋନୀତ ହୋଇଥିଲେ ।

ଗୋଟିଏ ରାତିରେ ୪ ମନ୍ଦିରରୁ ଚୋରି

ଗୋଟିଏ ରାତିରେ ୪ ମନ୍ଦିରରୁ ଚୋରି

ଖଇରା, ୧୮।୧୨: ବାଲେଶ୍ବର ଜିଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତର ବାବା ବକ୍ରେଶ୍ବର, ତତ୍‌ସଂଲଗ୍ନ ଶନି ଓ ଦୂର୍ଗା ମନ୍ଦିରରୁ ଚୋରି ହୋଥିବା ମଙ୍ଗଳବାର ଖଇରା ଥାନାରେ ଅଭିଯୋଗ ହୋଇଛି।

ଶିଶୁଙ୍କ ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର୍ର ପ୍ରଦର୍ଶନ କାର୍ଯ୍ୟକ୍ରମ

ଶିଶୁଙ୍କ ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର୍ର ପ୍ରଦର୍ଶନ କାର୍ଯ୍ୟକ୍ରମ

ଭଦ୍ରକ ଅଫିସ, ୧୮।୧୨: ଶିଶୁମାନଙ୍କ ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ସଂସ୍କୃତି ଭବନଠାରେ ଅନୁଷ୍ଠିତ  ହୋଇଯାଇଛି।

ଡାକ୍ତର ପଦବୀ ପୂରଣ ଦାବିରେ ଭାଜପାର ମୟୁରଭଞ୍ଜ ବନ୍ଦ ପାଳନ

ଡାକ୍ତର ପଦବୀ ପୂରଣ ଦାବିରେ ଭାଜପାର ମୟୁରଭଞ୍ଜ ବନ୍ଦ ପାଳନ

ବାରିପଦା ଅଫିସ,୧୮।୧୨-ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟରେ ୟୁପିଏସସି କୋଚିଂ ସେଣ୍ଟର ସ୍ଥାପନ ଓ ଜିଲାରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ଆଦି ବିଭିନ୍ନ ଦାବି ନେଇ ଭାଜପା ପକ୍ଷରୁ ମଙ୍ଗଳବାର ୧୨ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ପାଳନ କରାଯାଉଛି।

ନିଖୋଜ ଇଞ୍ଜିନିୟରିଂ ଛାତ୍ରଙ୍କ ପତ୍ତା ମିଳୁନି

ନିଖୋଜ ଇଞ୍ଜିନିୟରିଂ ଛାତ୍ରଙ୍କ ପତ୍ତା ମିଳୁନି

ଘସିପୁରା/ଆନନ୍ଦପୁର, ୧୮।୧୨(ସ୍ବ.ପ୍ର.): ଆନନ୍ଦପୁର ବୈତରଣୀ ବ୍ୟାରେଜ ଘାଟରେ ରବିବାର ସେଲଫି ନେବା ବେଳେ ଗୋଡ଼ ଖସି ନିଖୋଜ ଥିବା ଇଞ୍ଜିନିୟରିଂ ଛାତ୍ରଙ୍କ କୌଣସି ପତ୍ତା ମିଳୁନି। ନିଖୋଜ ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ହେଁ ଆନନ୍ଦପୁର ଓ ଘସିପୁରା ଅଗ୍ନିଶମ କର୍ମଚାରୀଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ଛାତ୍ରଙ୍କ ସନ୍ଧାନ ମିଳିପାରି ନାହିଁ।