
ନୂଆଦିଲ୍ଲୀ,୨।୧: ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ୧୦ ବର୍ଷ ପୁରୁଣା କୋଇଲା ଦୁର୍ନୀତି ମାମଲାରେ ସ୍ପେଶାଲ ସିବିଆଇ କୋର୍ଟ ଦେଇଥିବା ରାୟ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଡିସେମ୍ବର ୨୦୧୭ରେ କୋଇଲା ଦୁର୍ନୀତି ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ସମେତ ଅନ୍ୟ ୪ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡ ଘୋଷଣା କରାଯାଇଥିଲା। ମଧୁ କୋଡାଙ୍କ ଉପରେ ୨୫ଲକ୍ଷ ଟଙ୍କା ଜରିମାନ ବି ଲାଗିଥିଲା। ଏହି ଦଣ୍ଡାଦେଶ ପରେ ଏମାନଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ମଧ୍ୟ ମିଳିଥିଲା।