ଜାତୀୟ |

ଏନ୍‌ଏମ୍‌ସି ବିଲ୍‌ : ବିଚାର କରିବ ସଂସଦୀୟ ସ୍ଥାୟୀ କମିଟି

ଏନ୍‌ଏମ୍‌ସି ବିଲ୍‌ : ବିଚାର କରିବ ସଂସଦୀୟ ସ୍ଥାୟୀ କମିଟି
ନୂଆଦିଲ୍ଲୀ,୨।୧: ଭାରତୀୟ ମେଡିକାଲ ପରିଷଦକୁ ଜାତୀୟ ମେଡ଼ିକାଲ କମିଶନ(ଏନ୍‌ଏମ୍‌ସି) ଭାବେ ପରିବର୍ତ୍ତନ କରାଯିବା ନେଇ ଗତ ଶୁକ୍ରବାର ଲୋକସଭାରେ ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଦ୍ୱାରା ପ୍ରସ୍ତାବିତ ବିଲ୍‌ ଆଗତ ହୋଇଥିଲା। ଏହି ବିଲ୍‌କୁ ବିରୋଧ କରି ଦେଶବ୍ୟାପି ୩ ଲକ୍ଷରୁ ଅଧିକ ଡାକ୍ତର ମଙ୍ଗଳବାର ୧୨ ଘଣ୍ଟିଆ ଧର୍ମଘଟ ଦେଇଥିଲେ। ତେବେ ଏହାର ବିଚାର ସଂସଦୀୟ ସ୍ଥାୟୀ କମିଟି କରିବ ବୋଲି କେନ୍ଦ୍ର ସରକାର ସୂଚିତ କରିବାପରେ ଡାକ୍ତରମାନେ ଧର୍ମଘଟ ପ୍ରତ୍ୟାହୃତ କରିଛନ୍ତି। ସୂଚନାଯୋଗ୍ୟ ଏହି ବିଲ୍‌ ଦ୍ୱାରା ମେଡ଼ିକାଲ ଶିକ୍ଷାର ଘରୋଇ କରଣ ବୃଦ୍ଧି ପାଇବ। ଫଳରେ ମଧ୍ୟମ ଓ ଆର୍ଥିକ ଅନଗ୍ରସର ବର୍ଗର ଶିକ୍ଷାର୍ଥୀ ଏହି ପାଠ୍ୟକ୍ରମରେ ନାମ ଲେଖାଇବାର ସୁଯୋଗରୁ ବଞ୍ଚିତ ହେବେ ବୋଲି ଭାରତୀୟ ମେଡ଼ିକାଲ ଆସୋସିଏସନ୍‌ ପକ୍ଷରୁ ସୂଚିତ କରିଥିଲା। ପୂର୍ବରୁ ୧୫ ପ୍ରତିଶତ ସିଟ୍‌ରେ ନାମ ଲେଖା ଫି ମ୍ୟାନେଜମେଣ୍ଟ୍‌ ଧାର୍ଯ୍ୟ କରୁଥିବାବେଳେ ନୂଆ ବିଲ୍‌ ଅନୁସାରେ ଏବେ ୬୦ ପ୍ରତିଶତ ସିଟ୍‌ର ନାମଲେଖା ଫି ମ୍ୟାନେଜମେଣ୍ଟ୍‌ ନିଶ୍ଚିତ କରିବ ବୋଲି କୁହାଯାଇଥିଲା। ଅବଶିଷ୍ଟ ୪୦ ପ୍ରତିଶତ ସିଟ୍‌ ଉପରେ ସରକାରଙ୍କ ନିୟନ୍ତ୍ରଣ ରହିବ। ସେହିପରି ପୁରୁଣା ନିୟମ ଅନୁସାରେ ଭାରତୀୟ ମେଡ଼ିକାଲ ଆସୋସିଏସନରେ ୧୩୬ ଜଣ ସଦସ୍ୟ ରହୁଥିଲେ। ମାତ୍ର ନୂଆ ବିଲ୍‌ ଅନୁସାରେ ସଦସ୍ୟ ସଂଖ୍ୟା ୨୫ ରହିବ। ସେଥିମଧ୍ୟରୁ ୨୦ଜଣ ପ୍ରତିନିଧି ସରକାରଙ୍କ ଦ୍ୱାରା ମନୋନୀତ ହେବେ ଓ ଅବଶିଷ୍ଟ ୫ ପ୍ରତିନିଧି ବିଭିନ୍ନ ରାଜ୍ୟରୁ ନିର୍ବାଚିତ ହେବେ ବୋଲି ବିଲ୍‌ରେ ଦର୍ଶାଯାଇଥିଲା। ଏହି ପ୍ରସ୍ତାବକୁ ଭାରତୀୟ ମେଡିକାଲ ଆସୋସିଏସନ୍‌ ପକ୍ଷରୁ ବିରୋଧ କରାଯାଇଥିଲା।
All Right Reserved By

ଜାତୀୟ |

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମୃତ, ୬ ଆହତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମୃତ, ୬ ଆହତ

ଉତ୍ତରକାଶୀ,୧୫।୧୦: ଉତ୍ତରାଖଣ୍ଡରେ ହୋଇଥିବା ଏକ ମର୍ମନ୍ତୁଦ ସଡ଼କ  ଦୁର୍ଘଟଣାରେ ଅତି କମ୍‌ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଉତ୍ତରକାଶୀ ଜିଲାର ଯୋଗତ-ଚିନ୍ୟାଲୋସୁରଠାରେ ଏକ ଜିପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।

ହିନ୍ଦୁଙ୍କ ଭଳି ସରନେମ୍‌ ନ ଲାଗିବାରୁ ଗର୍ବାରେ ପ୍ରବେଶ ମିଳିଲାନି

ହିନ୍ଦୁଙ୍କ ଭଳି ସରନେମ୍‌ ନ ଲାଗିବାରୁ ଗର୍ବାରେ ପ୍ରବେଶ ମିଳିଲାନି

ଭଦୋଦରା,୧୫।୧୦: ଗୁଜରାଟ ଭଦୋଦରାର ବାସିନ୍ଦା ଡ. କରନ ଜାନି(୨୯)ଙ୍କର ଅଭିଯୋଗ ହେଉଛି ଯେ, ତାଙ୍କର ସରନେମ୍‌ ହିନ୍ଦୁଙ୍କ ସରନେମ୍‌ ଭଳି ନ ଲାଗିବାରୁ ସେ ଓ ତାଙ୍କର ୩ ଜଣ ସାଙ୍ଗକୁ ଗର୍ବା ଡ୍ୟାନ୍ସ ନାଇଟ୍‌ରେ ସ୍ଥାନ ମିଳିନାହିଁ। 

ପାକିସ୍ତାନର ଜେହାଦୀ ଶପିଂ: ଆତଙ୍କବାଦୀଙ୍କ ପାଇଁ ଆଇଏସ୍‌ଆଇ କିଣୁଛି ଅତ୍ୟାଧୁନିକ ପୋଷାକ

ପାକିସ୍ତାନର ଜେହାଦୀ ଶପିଂ: ଆତଙ୍କବାଦୀଙ୍କ ପାଇଁ ଆଇଏସ୍‌ଆଇ କିଣୁଛି ଅତ୍ୟାଧୁନିକ ପୋଷାକ

ନଗର, ୧୫।୧୦: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାକିସ୍ତାନ ଆରମ୍ଭ କରିଛି ଜେହାଦୀ ଶପିଂ। 

‘ବେଟି ପଢାଓ, ବେଟିକୋ ଭାଜପା ଏମ୍‌ଏଲ୍‌ଏ ସେ ବଚାଓ’: ରାହୁଳ ଗାନ୍ଧୀ

‘ବେଟି ପଢାଓ, ବେଟିକୋ ଭାଜପା ଏମ୍‌ଏଲ୍‌ଏ ସେ ବଚାଓ’: ରାହୁଳ ଗାନ୍ଧୀ

ଭୋପାଳ,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଲୋଗାନକୁ ନେଇ କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ। ସେ କହିଛନ୍ତି ମୋଦିଙ୍କ ସ୍ଲୋଗାନ, ‘ବେଟି ବଚାଓ ବେଟି ପଢାଓ’ ଶୁଣିବାକୁ ଠିକ୍‌ ଲାଗୁଛି।

ଭାରତ ସୀମାରେ ଚାଇନାର ଦାଦାଗିରି

ଭାରତ ସୀମାରେ ଚାଇନାର ଦାଦାଗିରି

ନୂଆଦିଲ୍ଲୀ/ବେଜିଂ,୧୫।୧୦: ଭାରତ ସୀମାରେ ପୁଣି ଚାଇନା ଆରମ୍ଭ କରିଛି ଦାଦାଗିରି। ୧୦ ଦିନ ତଳେ ଅରୁଣାଚଳ ପ୍ରଦେଶର ଦିଓ୍ବାଙ୍ଗ ଓ୍ବେଲୀରେ ଚାଇନା ସୈନ୍ୟ ଅନୁପ୍ରବେଶ କରିଥିଲେ। 

ମହିଳାଙ୍କ ତୁଳନାରେ ପୁରୁଷ କର୍ମଚାରୀଙ୍କୁ ଅଧିକ ପସନ୍ଦ କରୁଛନ୍ତି କମ୍ପାନୀ

ମହିଳାଙ୍କ ତୁଳନାରେ ପୁରୁଷ କର୍ମଚାରୀଙ୍କୁ ଅଧିକ ପସନ୍ଦ କରୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୧୦: ମହିଳାଙ୍କ ତୁଳନାରେ ପୁରୁଷ କର୍ମଚାରୀଙ୍କୁ ଅଧିକ ପସନ୍ଦ କରୁଛନ୍ତି କମ୍ପାନୀ।  ଦେଶର ପ୍ରତି ୫ଟିରୁ ୪ଟି କମ୍ପାନୀରେ ମହିଳା କର୍ମଚାରୀଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ୍‌ ରହିଛି। 

ସିକିମକୁ ‘ସମ୍ପୂର୍ଣ୍ଣ ଜୈବିକ ରାଜ୍ୟ’ ମାନ୍ୟତା

ସିକିମକୁ ‘ସମ୍ପୂର୍ଣ୍ଣ ଜୈବିକ ରାଜ୍ୟ’ ମାନ୍ୟତା

ନୂଆଦିଲ୍ଲୀ,୧୫।୧୦: ବିଶ୍ୱରେ ପ୍ରଥମକରି ଶତ ପ୍ରତିଶତ ଜୈବିକ ରାଜ୍ୟ ମାନ୍ୟତା ଲାଭ କରିଛି ସିକିମ। ସୋମବାର ସିକିମ ରୋମ୍‌ରେ ଜାତିସଂଘ ଦ୍ୱାରା ‘ଓସ୍କାର ଫର ଦି ବେଷ୍ଟ ପଲିସିଜ୍‌’ ପୁରସ୍କାର ଲାଭ କରିବ। 

ପ୍ରେମିକାଙ୍କ ଘରେ ପଶି ନିଜକୁ ଗୁଳି କଲେ ପ୍ରେମିକ

ପ୍ରେମିକାଙ୍କ ଘରେ ପଶି ନିଜକୁ ଗୁଳି କଲେ ପ୍ରେମିକ

ନୂଆଦିଲ୍ଲୀ,୧୫।୧୦: ଦକ୍ଷିଣ ପଶ୍ଚିମ ଦିଲ୍ଳୀର କାପସହେଡାରୁ ଆସିଛି ଚକିତ କରିବା ଭଳି ଏକ ଖବର। ଏଠାରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କ ଘରେ ପଶି ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି।

୨୫ ଦିନ ପରେ ଘରୁ ମିଳିଲା ମହିଳାଙ୍କ ମୃତଦେହ

୨୫ ଦିନ ପରେ ଘରୁ ମିଳିଲା ମହିଳାଙ୍କ ମୃତଦେହ

ନୂଆଦିଲ୍ଲୀ,୧୫।୧୦: କ୍ୟାରିୟର ଓ ପଇସା ପଛରେ ଗୋଡାଇଥିବା ଆଧୁନିକ ଯୁଗର ମଣିଷ ପାଖରେ ଆଉ ପାରିବାରିକ ସମ୍ପର୍କ ନ ଥିବାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀର ନୋଏଡାରେ। 

ନନ୍‌ ବଳାତ୍କାର ମାମଲା: ବିଶପଙ୍କୁ ସର୍ତ୍ତମୂଳକ ଜାମିନ

ନନ୍‌ ବଳାତ୍କାର ମାମଲା: ବିଶପଙ୍କୁ ସର୍ତ୍ତମୂଳକ ଜାମିନ

ଥିରୁଭାନନ୍ତପୁରମ୍‌,୧୫।୧୦: କେରଳ ହାଇକୋର୍ଟ ସୋମବାର ନନ୍‌ ବଳାତ୍କାର ମାମଲାର ଅଭିଯୁକ୍ତ ପୋପ୍‌ ଫ୍ରାଙ୍କୋ ମୁଲାକ୍କାଲଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି। 

ସହକର୍ମୀଙ୍କୁ ଲିପ୍ଟ ବଦଳରେ ଗଣ ବଳାତ୍କାର

ସହକର୍ମୀଙ୍କୁ ଲିପ୍ଟ ବଦଳରେ ଗଣ ବଳାତ୍କାର

ନୂଆଦିଲ୍ଲୀ,୧୫।୧୦: ରାଜଧାନୀ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଏକ ମଲ୍ଟି ନ୍ୟାଶନାଲ କମ୍ପାନୀରେ କାମ କରୁଥିବା ଜଣେ ଯୁବତୀ ଗଣ ବଳାତ୍କାର ଶିବାକର ହୋଇଥିବା ଖବର ସାମ୍ନାକୁ ଆସିଛି। 

ରାମଲୀଳାରେ ଅଂଶଗ୍ରହଣ କରୁଛନ୍ତି ମୁସଲମାନ ପରିବାର

ରାମଲୀଳାରେ ଅଂଶଗ୍ରହଣ କରୁଛନ୍ତି ମୁସଲମାନ ପରିବାର

ଲକ୍ଷ୍ନୌ,୧୫।୧୦: ଉତ୍ତରପ୍ରଦେଶ ଲକ୍ଷ୍ନୌର ବକ୍ସି କା ତାଲାବ ଅଞ୍ଚଳରେ ଏକ ମୁସଲମାନ ପରିବାର ଦୀର୍ଘ ୩ ପିଢ଼ିଧରି ରାମଲୀଳାର ଆୟୋଜନ କରୁଛନ୍ତି। ଶାରଦୀୟ ଦୁର୍ଗାପୂଜାରେ ନବରାତ୍ର ଅବସରରେ ଏହି ପରିବାର ଅତି ଭକ୍ତି ତଥା ଶ୍ରଦ୍ଧାର ସହିତ ଏପରି କରିଥାନ୍ତି।