ରାଜ୍ୟ |

ଚଳିତ ଖରିଫ ଧାନ ସଂଗ୍ରହ ବଢ଼ିଛି: ସୂର୍ଯ୍ୟ ନାରାୟଣ ପାତ୍ର

ଚଳିତ ଖରିଫ ଧାନ ସଂଗ୍ରହ ବଢ଼ିଛି: ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର, ୨।୧(ବ୍ୟୁରୋ): ଖରିଫ ଧାନ ସଂଗ୍ରହ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି ଯେ, ଚଳିତ ଖରିଫ ଧାନ ସଂଗ୍ରହ ବଢ଼ିଛି। ବର୍ତ୍ତମାନ ସୁଦ୍ଧା ୧୪ଲକ୍ଷ ୩୨ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯାଇଛି। ସେହି ଧାନକୁ ୨ମାସ ମଧ୍ୟରେ ମିଲିଂ କରିବାକୁ ମିଲରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ନ ହେଲେ ମିଲରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

All Right Reserved By

Model This Week

ନିକିତା

ରାଜ୍ୟ |

ନାବାଳିକା ବଳାତ୍କାର: ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ନାବାଳିକା ବଳାତ୍କାର: ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡି ପଡିଛି। ମହିଳା ଓ ଶିଶୁକନ୍ୟା ସୁରକ୍ଷିତ ନୁହନ୍ତି। ଛୋଟ ଝିଅମାନଙ୍କୁ ବଳାତ୍କାର କରାଯାଉଛି। ଦୋଷୀକୁ ପୋଲିସ ଘଣ୍ଟ ଘୋଡାଉଛି। ମାସକୁ ୬ ଜଣ ବଳାତ୍କାରର ଶିକାର ହେଉଥିବା ବେଳେ ବର୍ଷକୁ ମାତ୍ର ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉଛି। ସ୍କୁଲ ଛାତ୍ରୀଙ୍କ ଠାରୁ ଆରମ୍ଭ କରି ମହିଳା ପୋଲିସ କନଷ୍ଟେବଳ ମଧ୍ୟ ସୁରକ୍ଷିତ ନୁହନ୍ତି। ପୋଲିସ କର୍ମଚାରୀ ମଧ୍ୟ ବଳାତ୍କାରୀ ପାଲଟି ଯାଉଛନ୍ତି। ସେହି କର୍ମଚାରୀଙ୍କୁ ପଦୋନ୍ନତି ଦେଇ ପୁରସ୍କୃତ କରାଯାଉଛି। ସରକାରଙ୍କ ମାଆକୁ ସମ୍ମାନ ସ୍ଲୋଗାନ ପ୍ରହସନରେ ପରିଣତ ହୋଇଛି। ରାଜ୍ୟର ଆଇନ ଶୃଙ୍ଖଳା ଓ ମହିଳାଙ୍କ ସୁରକ୍ଷାକୁ ନେଇ ବିରୋଧୀ କଂଗ୍ରେସ ଓ ଭାଜପା ଶୁକ୍ରବାର ମୁଲତବୀ ଆଲୋଚନା ବେଳେ ସରକାରଙ୍କ ଉପରେ ଏଭଳି କଠୋର ଭାଷାରେ ବର୍ଷିଥିଲେ। ସରକାର ମହିଳା ଓ ଶିଶୁ କନ୍ୟାଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ସେମାନେ ଦାବି କରିଛନ୍ତି।

ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ଗୋଷ୍ଠୀସଂଘର୍ଷ ଘଟଣା: ୫୪ଙ୍କ ନାମରେ ମାମଲା,ଜେଲ ଗଲେ ୬

ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ଗୋଷ୍ଠୀସଂଘର୍ଷ ଘଟଣା: ୫୪ଙ୍କ ନାମରେ ମାମଲା,ଜେଲ ଗଲେ ୬

ଖଣ୍ଡପଡା,୨୦।୪(ସ୍ବ.ପ୍ର.)-ନୟାଗଡ ଜିଲା ଖଣ୍ଡପଡା ଥାନା ଅନ୍ତର୍ଗତ କଣ୍ଟିଲୋ ପାଣୁସାହୁପାଟଣା ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ଗୋଷ୍ଠୀସଂଘର୍ଷ ଘଟଣାରେ ଉଭୟ ପକ୍ଷରୁ ଥାନାରେ ୫୪ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଖଣ୍ଡପଡା ଜେଲ ହାଜତକୁ ପଠାଇ ଦିଆଯାଇଛି।

କୋରାପୁଟ: କୋମ୍ବିଂ ବେଳେ ମିଳିଲା ବିସ୍ଫୋରକ

କୋରାପୁଟ: କୋମ୍ବିଂ ବେଳେ ମିଳିଲା ବିସ୍ଫୋରକ

କୋରାପୁଟ/ଅନକାଡେଲି,୨୦।୪(ସ୍ବ.ପ୍ର.): କୋରାପୁଟ ଜିଲା ଲମତାପୁଟ ବ୍ଲକର ଅନକାଡେଲି ଅଞ୍ଚଳରେ ବିଏସ୍‌ଏଫ୍‌ର ୧୩ ନମ୍ବର ବାଟାଲିୟନର ଯବାନମାନେ କୋମ୍ବିଂ କରୁଥିବାବେଳେ ବିସ୍ଫୋରକ ଉଦ୍ଧାର କରିଛନ୍ତି। ମାଓବାଦୀମାନେ ଏସବୁ ଅନକାଡେଲି ପଞ୍ଚାୟତ ଖଡ଼ାପୁଟ-ସିନ୍ଧିପୁଟ ମଧ୍ୟସ୍ଥ ଜଙ୍ଗଲରେ ଲୁଚାଇ ରଖିଥିଲେ।

ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକଙ୍କ ଦାବି ପ୍ରସଙ୍ଗ: ପ୍ରତିଶ୍ରୁତି ଦେଇ ଚିନ୍ତାରେ ସରକାର

ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକଙ୍କ ଦାବି ପ୍ରସଙ୍ଗ: ପ୍ରତିଶ୍ରୁତି ଦେଇ ଚିନ୍ତାରେ ସରକାର

ଭୁବନେଶ୍ୱର, ୨୦।୪(ବ୍ୟୁରୋ)- ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକଙ୍କ ଦାବି ପୂରଣ ପାଇଁ ରାଜ୍ୟ ସରକାର ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିଶ୍ରୁତି ଏବେ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କାରଣ ପୂର୍ବରୁ ଏକ ହଜାରରୁ ଊର୍ଦ୍ଧ୍ୱ ବ୍ଲକଗ୍ରାଣ୍ଟ ଅଧ୍ୟାପକ ସରକାରଙ୍କ ନିୟମକୁ ମାନି ସତ୍ୟପାଠ ଦାଖଲ କରିସାରିଛନ୍ତି।

ଟ୍ରେନ୍‌ ଯାତ୍ରା ଅସୁରକ୍ଷିତ : ଆଜାଦ ହିନ୍ଦ୍‌ ଏକସ୍‌ପ୍ରେସ୍‌ ଟ୍ରେନ୍‌ରୁ ୬ ବଣ୍ଡଲ ଡିନାମାଇଟ୍‌ ଜବତ

ଟ୍ରେନ୍‌ ଯାତ୍ରା ଅସୁରକ୍ଷିତ : ଆଜାଦ ହିନ୍ଦ୍‌ ଏକସ୍‌ପ୍ରେସ୍‌ ଟ୍ରେନ୍‌ରୁ ୬ ବଣ୍ଡଲ ଡିନାମାଇଟ୍‌ ଜବତ

ଝାରସୁଗୁଡ଼ା ଅଫିସ,୨୦।୪-ଟ୍ରେନ୍‌ ଯାତ୍ରା ଅସୁରକ୍ଷିତ ହୋଇପଡିଛି। କେତେବେଳେ ବିନା ଇଞ୍ଜିନ୍‌ରେ ଟ୍ରେନ୍‌ ପଛକୁ ଗଡି ଚାଲିଯାଉଛି ତ’ କେତେବେଳେ ଟ୍ରେନ୍‌ ଭିତରେ ଅଗ୍ନିକାଣ୍ଡ ଘଟୁଛି। ଗୁରୁବାର ସକାଳେ ଆଉ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ବ୍ରଜରାଜନଗରଠାରେ ଏକସପ୍ରେସ୍‌ ଟ୍ରେନ୍‌ ଆଜାଦ୍‌ ହିନ୍ଦ୍‌ର ଏକ ଅସଂରକ୍ଷିତ ବଗି (ଜେନେରାଲ କମ୍ପାଣ୍ଟମେଣ୍ଟ)ରୁ ୬ ବଣ୍ଡଲ ଡିନାମାଇଟ୍‌ ଜବତ କରାଯାଇଛି।

ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ ଖୁବ୍‌ଶୀଘ୍ର: ଡିଜିପି

ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ ଖୁବ୍‌ଶୀଘ୍ର: ଡିଜିପି

ଭୁବନେଶ୍ୱର, ୨୦।୪(ବ୍ୟୁରୋ)- ବହୁ ଚର୍ଚ୍ଚିତ ବଲାଙ୍ଗୀର ଜିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ହାତରେ ହତ୍ୟାକାରୀଙ୍କ ସମ୍ପର୍କରେ ସୁରାକ ଲାଗିଛି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଖୁବ୍‌ଶୀଘ୍ର ଏହି ଘଟଣାର ପର୍ଦ୍ଦାଫାଶ କରିବ ବୋଲି ପୋଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଶୁକ୍ରବାର କ୍ୟାପିଟାଲ ଥାନାରେ ମହିଳା ଓ ଶିଶୁ ଡେସ୍କକୁ ଉଦ୍‌ଘାଟନ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ କେତେକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ହତ୍ୟାକାରୀ ଚତୁରତାର ସହ ଏହି ଘଟଣାକୁ ଘଟାଇଥିଲେ। ଯେଉଁଥିପାଇଁ ତଦନ୍ତରେ କିଛିଟା ବିଳମ୍ବ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାର ତଦନ୍ତ କରୁଛି।

୨୨ରୁ ନାଟକ ପରିକ୍ରମା

୨୨ରୁ ନାଟକ ପରିକ୍ରମା

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ଉତ୍ତରପୁରୁଷର ନାଟ୍ୟ ଉତ୍ସବ ‘ନାଟକ ପରିକ୍ରମା-୨୦୧୮’ ଏପ୍ରିଲ ୨୨ ତାରିଖରୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହେବାକୁ ଯାଉଛି। ଏହା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

୪ ଜଣଙ୍କୁ ଅପହରଣ କଲେ ମାଓବାଦୀ

ରାୟଗଡ଼ା ଅଫିସ୍‌,୨୦।୪: ରାୟଗଡ଼ା ଜିଲା ସୀମାନ୍ତ ଅଞ୍ଚଳରୁ ୪ ଜଣ ଗ୍ରାମବାସୀଙ୍କୁ ଅପହରଣ କରିନେଇଛନ୍ତି ମାଓବାଦୀ। ଶୁକ୍ରବାର ଅପରାହ୍ନରେ ଏହି ଅପହରଣ ଖବର ସାମ୍ନାକୁ ଆସିଛି। ରାୟଗଡ଼ାର ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ଗ୍ରାମପଞ୍ଚାୟତ ଲାଖପଦର ଗାଁରୁ ଏହି ୪ ଜଣଙ୍କୁ ଉଠାଇ ନେଇଛନ୍ତି।

ରାଉରକେଲା ମହାନଗର ନିଗମରେ ବହୁ ପଦବୀ ଖାଲି

ରାଉରକେଲା ମହାନଗର ନିଗମରେ ବହୁ ପଦବୀ ଖାଲି

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ୨୦୧୪, ନଭେମ୍ବରରୁ ରାଉରକେଲା ମହାନଗର ନିଗମ ଗଠିତ ହୋଇଛି। ମାତ୍ର ହାଇକୋର୍ଟଙ୍କ ରହିତାଦେଶ ବଳବତ୍ତର ଥିବାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଉ ନ ଥିବା ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉତ୍ତର ରଖିଛନ୍ତି।

ବନ୍ଦ ହୋଇଛି ୧୫,୩୧୫ ଶିଳ୍ପ

ବନ୍ଦ ହୋଇଛି ୧୫,୩୧୫ ଶିଳ୍ପ

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ରାଜ୍ୟରେ ପଞ୍ଜିକୃତ ୧୫, ୩୧୫ଟି ଶିଳ୍ପ ବିଭିନ୍ନ କାରଣରୁ ବନ୍ଦ ଅଛି। ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ ସାମଲ ଶୁକ୍ରବାର ଗୃହରେ ଏହି ତଥ୍ୟ ରଖିଛନ୍ତି।

ଭିଜିଲାନ୍ସ ହାତରେ ଧରା ପଡ଼ିଲେ କିରାଣି

ଭିଜିଲାନ୍ସ ହାତରେ ଧରା ପଡ଼ିଲେ କିରାଣି

ବାଲେଶ୍ୱର ଅଫିସ, ୨୦।୪-ଦଲିଲ ପାସ୍‌ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଣେ କିରାଣି ବାଲେଶ୍ୱର ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡ଼ିଛନ୍ତି। ସେ ହେଲେ ବାଲିଆପାଳ ଉପପ୍ରବନ୍ଧକ ଅଫିସରେ କାର୍ଯ୍ୟରତ ନବକୁମାର ଦାସ।

ଭୂ-ତଳ ଜଳ ଲବଣାକ୍ତକୁ ନେଇ ଏନ୍‌ଜିଟି କ୍ଷୁବ୍ଧ: ଜଳ ନମୁନା ଯାଞ୍ଚ ପାଇଁ ନିର୍ଦ୍ଦେଶ

ଭୂ-ତଳ ଜଳ ଲବଣାକ୍ତକୁ ନେଇ ଏନ୍‌ଜିଟି କ୍ଷୁବ୍ଧ: ଜଳ ନମୁନା ଯାଞ୍ଚ ପାଇଁ ନିର୍ଦ୍ଦେଶ

ପୁରୀ ଅଫିସ, ୨୦।୪: ପୁରୀ ସହରର ଭୂ-ତଳ ଜଳସ୍ତର ହ୍ରାସ ପାଇବା ସହିତ ସମୁଦ୍ର ଜଳ ଭୂ-ତଳ ଜଳ ସ୍ତରରେ ମିଶିଛି। କେତେକ ଅଞ୍ଚଳରେ ଜଳସ୍ତର ଲବଣାକ୍ତ ହୋଇଗଲାଣି। ତେଣୁ ଏକ ଉଚ୍ଚସ୍ତରୀୟ କମିଟି ଗଠନକରି ପୁରୀ ସହରର ସମସ୍ତ ଅଞ୍ଚଳର ଭୂତଳ ଜଳସ୍ତରର ମାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।