
ଭୁବନେଶ୍ୱର, ୨।୧(ବ୍ୟୁରୋ): ଆଜି ହେଉଛି ୩୧ତମ ସ୍ବାଧୀନତା ସଂଗ୍ରାମୀ ମହୋତ୍ସବ-୨୦୧୮। ଏହି ଅବସରରେ ରାଜଧାନୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ସ୍ବାଧୀନତା ସଂଗ୍ରାମୀ ଡଃ ହରେକୃଷ୍ଣ ମହତାବଙ୍କ ଜୀବନୀ ସମ୍ବଳିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେଇ କହିଥିଲେ, ଡଃ ମହତାବ ଦେଶର ସ୍ବାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ଦେବା ସହିତ ଓଡ଼ିଶାର ସାମାଜିକ, ଆର୍ଥୀକ ଓ ସାହିତ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଥିଲେ। ସ୍ବାଧୀନତା ସଂଗ୍ରାମୀମାନେ ହେଉଛନ୍ତି ଆମ ଇତିହାସର ଚଳନ୍ତି କିମ୍ବଦନ୍ତୀ। ସେମାନେ ଆମ ସମାଜରେ ପୂଜ୍ୟ। ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟସରକାର ବିଶେଷ ଧ୍ୟାନ ଦିଅନ୍ତି। ୨୦୧୭ ଏପ୍ରିଲରୁ ସେମାନଙ୍କ ପେନ୍ସନ୍ ରିଭିଜନ୍ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।