ଉପକୂଳ ଓଡିଶା

କଳିଙ୍ଗନଗର ଗୁଳିକାଣ୍ଡର ୧୨ ବର୍ଷ ପୂର୍ତ୍ତି ପାଳନ

କଳିଙ୍ଗନଗର ଗୁଳିକାଣ୍ଡର ୧୨ ବର୍ଷ ପୂର୍ତ୍ତି ପାଳନ
ଯାଜପୁର ଅଫିସ,୨।୧- ଯାଜପୁର ଜିଲା କଳିଙ୍ଗ ନଗର ଅନ୍ତର୍ଗତ ବାରଗାଡିଆରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ମଙ୍ଗଳବାର କଳିଙ୍ଗନଗର ଗୁଳିକାଣ୍ଡର ୧୨ ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏହି ଅବସରରେ ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ବାରଗାଡିଆରେ ଠାରେ ଥିବା ଶହୀଦସ୍ତମ୍ବ ନିକଟରେ ପହଞ୍ଚତ୍ଥିଲେ। ପରେ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ, ୨୦୦୬ ଜାନୁୟାରୀ ୨ରେ କଳିଙ୍ଗ ନଗର ଗୁଳିକାଣ୍ଡ ଘଟିଥିଲା। ଏଥିରେ ୧୩ ଜଣ ଆଦିବାସୀଙ୍କ ମୃତ୍ୟୁ ହୋଇଥିଲା।
All Right Reserved By

ଉପକୂଳ ଓଡିଶା

କେନ୍ଦ୍ରାପଡାରେ ଜାରି ହେଲା କର୍ଫ୍ୟୁ

କେନ୍ଦ୍ରାପଡାରେ ଜାରି ହେଲା କର୍ଫ୍ୟୁ

କେନ୍ଦ୍ରାପଡା ଅଫିସ୍‌/ମାର୍ଶାଘାଇ,  ୨୪।୧(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଟାଉନ୍‌ ହାଇସ୍କୁଲ ପଡ଼ିଆଠାରେ ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରାଯିବା ନେଇ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା ସହର। ସ୍ଥିତି ଅଣାୟତ ହେବାରୁ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ଶୁକ୍ରବାର ସକାଳ ୮ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି

ପୁଣି ଅଶାନ୍ତ କେନ୍ଦ୍ରାପଡା

ପୁଣି ଅଶାନ୍ତ କେନ୍ଦ୍ରାପଡା

କେନ୍ଦ୍ରାପଡା ଅଫିସ୍‌, ୨୪।୧: କେନ୍ଦ୍ରାପଡ଼ା ଟାଉନ୍‌ ହାଇସ୍କୁଲ ପଡ଼ିଆଠାରେ ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରାଯିବା ନେଇ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା ସହର।

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନକୁ ବିରୋଧ: ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା, ଆଳିରେ ରାସ୍ତାରୋକୋ

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନକୁ ବିରୋଧ: ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା, ଆଳିରେ ରାସ୍ତାରୋକୋ

ଆଳି,୨୪।୧(ଡି.ଏନ୍‌.ଏ.): ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରି ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଗୁୁରୁବାର ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦିଆଯାଇଛି। 

କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ରାସ୍ତାରୋକୋ

କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ରାସ୍ତାରୋକୋ

କେନ୍ଦ୍ରପଡା ଅଫିସ୍‌, ୨୪।୧: ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ କେନ୍ଦ୍ରାପଡା ଜିଲା ବନ୍ଦ ଡାକରାକୁ ନେଇ ଜିଲାର ବିଭିନ୍ନ ସ୍ଥାନରେ ରାସ୍ତାରୋକୋ ହୋଇଛି। ସହର ମଧ୍ୟରେ ୧୪୪ ଧାରା ଜାରି ହୋଇଥିବାରୁ ଦୋକାନ ବଜାର ଗୁଡିକ ବନ୍ଦ ରହିଛି। 

ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ: ଭଙ୍ଗା ଚାଳଘରେ ଜରିପାଲ ଘୋଡ଼ାଇ ରହୁଛନ୍ତି ପରିବାର

ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ: ଭଙ୍ଗା ଚାଳଘରେ ଜରିପାଲ ଘୋଡ଼ାଇ ରହୁଛନ୍ତି ପରିବାର

ରଣପୁର,୨୪ା୧ (ସ୍ବ.ପ୍ର.)- ସରକାର ବାସହୀନ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆବାସ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଏବେ ବି ବହୁ ଗରିବ ପରବାର ଅଛନ୍ତି ଯେଉଁମାନଙ୍କ ପାଇଁ ପକ୍କାଘର ସ୍ବପ୍ନ ପାଲଟିଛି। ସେମାନଙ୍କ ପାଇଁ ଜରିପାଲ ଘୋଡା ଭଙ୍ଗା ଚାଳଘର ଭରସା ହୋଇଛି। ଏମିତି ଏକ ନଜିର ନୟାଗଡ଼ ଜିଲା ରଣପୁର ଏନ୍‌ଏସିର ୮ନଂ. ୱାର୍ଡ ଶାମୁକାସାହିରେ ଦେଖିବାକୁ ମିଳିଛି। 

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସର ପଦକ୍ଷେପ:ଶାଶୁଶ୍ୱଶୁରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସର ପଦକ୍ଷେପ:ଶାଶୁଶ୍ୱଶୁରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା

ରଣପୁର,୨୪ା୧ (ସ୍ବ.ପ୍ର.)- ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ଡିହଗାଁ ଗ୍ରାମରେ ଜଣେ ବ୍ୟକ୍ତି ମାସ ମାସ ଧରି ଘରକୁ ଆସୁ ନ ଥିବାରୁ ଏହାକୁ ବିରୋଧ କରି ତାଙ୍କ ସ୍ତ୍ରୀ ନିଜ ଶାଶୁଶ୍ୱଶୁରଙ୍କୁ ନଜରବନ୍ଦୀ କରି ଘରେ ରଖିଥିଲେ। 

ଘନ କୁହୁଡିରେ ଭାରସାମ୍ୟ ହରାଇ ଓଲଟିଲା ମିନିଟ୍ରକ

ଘନ କୁହୁଡିରେ ଭାରସାମ୍ୟ ହରାଇ ଓଲଟିଲା ମିନିଟ୍ରକ

ଦଶପଲ୍ଲା,୨୪।୧(ଡି.ଏନ.ଏ.)-ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ସୁବଳୟା ନିକଟରେ ଘନ କୁହୁଡିରେ ଭାରସାମ୍ୟ ହରାଇ ଏକ ମିନିଟ୍ରକ ଓଲଟି ପଡିଛି। 

ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ : ୧ ବଳଦ ମୃତ, ୩ ଗୁରୁତର

ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ : ୧ ବଳଦ ମୃତ, ୩ ଗୁରୁତର

ଓଡ଼ଗାଁ, ୨୪।୧(ସ୍ବ.ପ୍ର.)-ଓଡ଼ଗଁା ଖାଡି ତେଲିସାହି ମୁଣ୍ଡରେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ଗୋଟାଏରେ ଏକ ମୋବାଇଲ ଟାୱାର ନିକଟରେ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ସେଠାରେ ଥିବା ୪ ବଖରା ଗୁହାଳ ପୋଡିଯିବା ସହ ଗୋଟିଏ ବଳଦର ମୃତ୍ୟୁ ହୋଇଥିବା ବେଳେ ୩ ବଳଦ ଗୁରୁତର ହୋଇଛନ୍ତି ା 

ଧାନ କିଣାରେ ଚାଷୀଙ୍କୁ ଉପେକ୍ଷା

ଧାନ କିଣାରେ ଚାଷୀଙ୍କୁ ଉପେକ୍ଷା

ଭାପୁର,୨୪।୧(ଡି.ଏନ୍‌.ଏ.)- ଚାଷୀଙ୍କଠାରୁ ସରକାରୀ ଦରରେ ମିଲରମାନେ ଧାନ କ୍ରୟ କରିବା କଥା। ମାତ୍ର ସେବା ସମବାୟ ସମିତି ମାଧ୍ୟମରେ ହେଉଥିବା ଏହି ଧାନ କ୍ରୟ ସମୟରେ ଚାଷୀଙ୍କୁ ଉପେକ୍ଷା କରାଯାଇ ବେପାରୀ ଓ ଦଲାଲମାନଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି। ଏପରି କି ଚାଷୀଙ୍କଠାରୁ ଏକ କୁଇଣ୍ଟାଲ ଧାନରେ ୫ କେଜି ଲେଖାଏଁ କାଟି ନିଆଯାଉଥିବା ମଧ୍ୟ ଅଭିଯୋଗ ହେଉଛି। 

ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଜନ୍ମ ବାର୍ଷିକୀ

ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଜନ୍ମ ବାର୍ଷିକୀ

କୃଷ୍ଣପ୍ରସାଦ,୨୪ା୧(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ନିକଟ ମଲେଶ୍ୱରୀ ଗାଁ ସତ୍‌ସଙ୍ଗ ବିହାରରେ ବୁଧବାର ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୧ ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନ କରାଯାଇଛି। 

ନେତାଜୀ ଜୟନ୍ତୀ ପାଳନକୁ ବିରୋଧ, ଟାଉନ ହାଇସ୍କୁଲ ପଡ଼ିଆରେ ୧୪୪ ଧାରା ଜାରି

ନେତାଜୀ ଜୟନ୍ତୀ ପାଳନକୁ ବିରୋଧ, ଟାଉନ ହାଇସ୍କୁଲ ପଡ଼ିଆରେ ୧୪୪ ଧାରା ଜାରି

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୧- ଟାଉନ ହାଇସ୍କୁଲ ପଡ଼ିଆଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ନେତାଜୀଙ୍କ ଜୟନ୍ତୀ ଉପଲକ୍ଷେ ବୁଧବାର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହାକୁ ସଂଖ୍ୟାଲଘୁ ସେଲ୍‌ ପକ୍ଷରୁ ବିରୋଧ କରାଯିବାରୁ ଏ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।  ଉଭୟ ପକ୍ଷରୁ ପ୍ରାୟ ୧୦ ହଜାର ଲୋକ ହାଇସ୍କୁଲ ପଡ଼ିଆରେ ଏକାଠି ହୋଇଥିବା ବେଳେ ଖବରପାଇ ଜିଲା ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଛନ୍ତି। ତେବେ ଅପରାହ୍ନ ସାଢ଼େ ୪ଟା ବେଳେ ହାଇସ୍କୁଲ ପଡ଼ିଆରେ ଜିଲା ପୋଲିସ ପକ୍ଷରୁ ୧୪୪ ଧାରା ଲାଗୁ କରିଦିଆଯାଇଛି।

ନେତାଜୀ ଜୟନ୍ତୀରେ ଶିଶୁ ଉତ୍ସବ

ନେତାଜୀ ଜୟନ୍ତୀରେ ଶିଶୁ ଉତ୍ସବ

ମାର୍ଶାଘାଇ, ୨୩।୧ (ଡି.ଏନ୍‌.ଏ.)- ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତରେ ନେତାଜୀଙ୍କ ଜନ୍ମ ଦିବସ ଉପଲକ୍ଷେ ପଞ୍ଚାୟତସ୍ତରୀୟ ଶିଶୁ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି।