Dharitri News
ଜାତୀୟ |

ଦୁଇ ଘଣ୍ଟାରେ ୬ହତ୍ୟା

ଦୁଇ ଘଣ୍ଟାରେ ୬ହତ୍ୟା ନୂଆଦିଲ୍ଲୀ,୨।୧: ନୂଆଦିଲ୍ଲୀର ପଲବଲ ଅଞ୍ଚଳରେ ମଙ୍ଗଳବାର ରାତି ୨ଟାରୁ ୪ଟା ମଧ୍ୟରେ ୬ଜଣଙ୍କୁ ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସିରିୟଏ କିଲର ଜଣେ ମାନସିକ ରୋଗୀ ବୋଲି ଅନୁମାନ କରାଯାଉଛି। ହାତରେ ଏକ ଲୁହା ରଡ ଧରି ନରେଶ ନାମକ ବ୍ୟକ୍ତି ଜଣକ ପ୍ରଥମେ ହସ୍ପିଟାଲରେ ପଶି ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ। ତା’ପରେ ଜଣେ ରାତି ଜଗୁଆଳିଙ୍କୁ ସମାନ ଢଙ୍ଗରେ ସେ ହତ୍ୟା କରିଥିଲେ। ଜଣକ ପରେ ଜଣେ ଆଖି ଆଗରେ ଯିଏ ପଡିଲା ତାକୁ ସେ ଲୁହା ରଡରେ ପିଟି ହତ୍ୟା କରିଥିଲେ। ଏମିତି ୬ଜଣଙ୍କୁ ହତ୍ୟା କରିବା ପରେ ଏହି ଘଟଣାର ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆଦର୍ଶ ନଗରରୁ ଅଭିଯୁକ୍ତଙ୍କୁ ଆହତ ଅବସ୍ଥାରେ ଗିରଫ କରିଥିଲା। ସମସ୍ତ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କୁ ପଚରା ଉଚରା ସହ ସିସିଟିଭିରେ ରେକର୍ଡ ହୋଇଥିବା ନରେଶଙ୍କର ଏହି ହତ୍ୟାକାଣ୍ଡ ଭିଡିଓକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି।

ଜାତୀୟ |

ଅଭିନବ ଢଙ୍ଗରେ ‘ପଦ୍ମାବତ୍‌’କୁ ବିରୋଧ

ଅଭିନବ ଢଙ୍ଗରେ ‘ପଦ୍ମାବତ୍‌’କୁ ବିରୋଧ

ଭିଲଓ୍ବାରା,୨୨।୧: ରାଜସ୍ଥାନର ଭିଲଓ୍ବାରା ଜିଲାରେ ଜଣେ ଯୁବକ ଫିଲ୍ମ ‘ପଦ୍ମାବତ୍‌’ର ରିଲିଜ୍‌କୁ ନେଇ ଅଭିନବ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି।

ଏକ ପ୍ରତିଶତ ଧନୀଙ୍କ ପାଖରେ ଦେଶର ୭୩ ପ୍ରତିଶତ ସମ୍ପତ୍ତି

ଏକ ପ୍ରତିଶତ ଧନୀଙ୍କ ପାଖରେ ଦେଶର ୭୩ ପ୍ରତିଶତ ସମ୍ପତ୍ତି

ନୂଆଦିଲ୍ଲୀ, ୨୨।୧: ଦେଶ ବିକାଶର ପ୍ରକୃତ ସତ୍ୟ ଏବେ ଲୋକଲୋଚନକୁ ଆସିଛି। ଦେଶର ଏକ ପ୍ରତିଶତ ଧନୀଙ୍କ ପାଖରେ ୭୩ ପ୍ରତିଶତ ସମ୍ପତ୍ତି ରହିଥିବା ଅକ୍ସଫେମ୍‌ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି।

ଲୋୟାଙ୍କ ମୃତ୍ୟୁ ସହ ଜଡ଼ିତ ସମସ୍ତ ମାମଲାର ସୁପ୍ରିମକୋର୍ଟରେ ହେବ ବିଚାର

ଲୋୟାଙ୍କ ମୃତ୍ୟୁ ସହ ଜଡ଼ିତ ସମସ୍ତ ମାମଲାର ସୁପ୍ରିମକୋର୍ଟରେ ହେବ ବିଚାର

ନୂଆଦିଲ୍ଲୀ,୨୨।୧: ସିବିଆଇ ଜଜ୍‌ ବିଏଚ୍‌ ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ।

ବ୍ରାଇଟ୍‌ଲ୍ୟାଣ୍ଡ ସ୍କୁଲ ମାମଲା: ମୁହଁ ଖୋଲିଲେ ଅଭିଯୁକ୍ତ ଛାତ୍ରୀ

ବ୍ରାଇଟ୍‌ଲ୍ୟାଣ୍ଡ ସ୍କୁଲ ମାମଲା: ମୁହଁ ଖୋଲିଲେ ଅଭିଯୁକ୍ତ ଛାତ୍ରୀ

ଲକ୍ଷ୍ନୌ,୨୨।୧: ଲକ୍ଷ୍ନୌର ବ୍ରାଇଟ୍‌ଲ୍ୟାଣ୍ଡ ସ୍କୁଲରେ ଜଣେ ପ୍ରଥମ ଶ୍ରେଣୀ ପିଲାଙ୍କୁ ଛୁରିମାରିବା ଅଭିଯୋଗରେ ଅଭିଯୁକ୍ତ ଛାତ୍ରୀ ଜଣଙ୍କ ସୋମବାର ମୁହଁ ଖୋଲିଛନ୍ତି। ତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଥିବା ସେ କହିଛନ୍ତି।

ଯୋଗୀଙ୍କୁ ଟାର୍ଗେଟ୍‌ କଲେ ଅଖିଳେଶ

ଯୋଗୀଙ୍କୁ ଟାର୍ଗେଟ୍‌ କଲେ ଅଖିଳେଶ

ଲକ୍ଷ୍ନୌ,୨୨।୧: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଉତ୍ତର ପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଯୋଗୀ ଆଦିତ୍ୟନାଥଙ୍କୁ ଦୋଷାରୋପ କରିଛନ୍ତି।

ସାଇବର ଯୁଦ୍ଧରେ ଜିତିଲେ କାରଗିଲ୍‌ ବୀର

ସାଇବର ଯୁଦ୍ଧରେ ଜିତିଲେ କାରଗିଲ୍‌ ବୀର

ନୂଆଦିଲ୍ଲୀ,୨୨।୧: ସେନା ଅଧିକାରୀ ଓ କାରଗିଲ୍‌ ସେନା ଏବେ ପ୍ରକୃତ ଯୁଦ୍ଧକ୍ଷେତ୍ରରେ ଲଢୁଛନ୍ତି। ନିକଟରେ ପାକିସ୍ତାନ ଓ ଚାଇନାର କିଛି ହ୍ୟାକର ଭାରତୀୟ ସେନାଙ୍କ ତଥ୍ୟ ଚୋରାଇବା ଓ ନଷ୍ଟ କରିବାକୁ ଚାହୁଁଥିବା ବେଳେ ଏହାକୁ ଅକାମୀ କରିଦେଇଛନ୍ତି କାରଗିଲ୍‌ ବୀର।

ରୋବୋଟିକ୍‌ ଇଞ୍ଜିନିୟରିଂ ପ୍ରତି ଶିକ୍ଷାର୍ଥୀ ଆଗ୍ରହ ପ୍ରକାଶ କରିବା ଉଚିତ: ରାଷ୍ଟ୍ରପତି

ରୋବୋଟିକ୍‌ ଇଞ୍ଜିନିୟରିଂ ପ୍ରତି ଶିକ୍ଷାର୍ଥୀ ଆଗ୍ରହ ପ୍ରକାଶ କରିବା ଉଚିତ: ରାଷ୍ଟ୍ରପତି

ବଦୋଦରା, ୨୨।୧: ଦେଶର ଶିକ୍ଷାର୍ଥୀମାନେ ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସି ଏବଂ ରୋବୋଟିକ୍‌ ଇଞ୍ଜିନିୟରିଂ ପ୍ରତି ଆଗ୍ରହ ପ୍ରକାଶ କରିବା ଉଚିତ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ସୂଚିତ କରିଛନ୍ତି।

ସରସ୍ବତୀ ପୂଜା ପେଣ୍ଡାଲ ପୋଡ଼ିଲେ ଅସାମାଜିକ ବ୍ୟକ୍ତି

ସରସ୍ବତୀ ପୂଜା ପେଣ୍ଡାଲ ପୋଡ଼ିଲେ ଅସାମାଜିକ ବ୍ୟକ୍ତି

କଲିକତା, ୨୨।୧: ପଶ୍ଚିମବଙ୍ଗ ହାଓ୍ବଡା ଜିଲା ଦାସନଗର ଅଞ୍ଚଳରେ ଏକ ସରସ୍ବତୀ ପୂଜା ପେଣ୍ଡାଲ ରବିବାର ବିଳମ୍ବିତ ରାତିରେ ପୋଡ଼ିଯାଇଛି। କେତେକ ଅସାମାଜିକ ବ୍ୟକ୍ତତି ସଂଘବଦ୍ଧ ଭାବେ ଏହା କରିଥିବା କୁହାଯାଇଛି

ତୁଟୁନାହିଁ ‘ପଦ୍ମାବତ୍‌’ ବିବାଦ

ତୁଟୁନାହିଁ ‘ପଦ୍ମାବତ୍‌’ ବିବାଦ

ନୂଆଦିଲ୍ଲୀ,୨୨।୧: ସଞ୍ଜୟ ଲୀଲା ଭଂସାଲୀଙ୍କ ପିଲ୍ମ ‘ପଦ୍ମାବତ୍‌’ର ରିଲିଜ୍‌କୁ ନେଇ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଥିଲେ ମଧ୍ୟ ବିବାଦ ଥମୁନାହିଁ। ଫିଲ୍ମର ରିଲଜ୍‌ ଡେଟ୍‌ ପାଖେଇ ଆସୁଥିବା ବେଳେ ବିବାଦ ବଢିବାରେ ଲାଗିଛି।

ରୁଷ ସହିତ ଭାରତର ୩୯ ହଜାର କୋଟି ପ୍ରତିରକ୍ଷା ଚୁକ୍ତି

ରୁଷ ସହିତ ଭାରତର ୩୯ ହଜାର କୋଟି ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ,୨୨।୧: ରୁଷ ସହିତ ଭାରତ ଖୁବ୍‌ ଶୀଘ୍ର ଏସ୍‌-୪୦୦ ଆଣ୍ଟି ମିଜାଇଲ ଡିଫେନ୍ସ ସିଷ୍ଟମର ୩୯ ହଜାର କୋଟି ଟଙ୍କାର ଚୁକ୍ତି ପାଇଁ ଚୁଡାନ୍ତ ନିଷ୍ପତ୍ତି ନେବ। ୩୯ ହଜାର କୋଟି ଟଙ୍କାର ଏହି ଚୁକ୍ତିକୁ ନେଇ ଭାରତ ଓ ରୁଷ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଯାଇଛି।

ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଗିରଫ

ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ, ୨୨।୧: ଜାନୁୟାରୀ ୨୬ ପୂର୍ବରୁ ଇଣ୍ଡିଆନ୍‌ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନ ସଦସ୍ୟ ଅବଦୁଲ୍‌ ସୁବାହନ କ୍ୟୁରେଶୀଙ୍କୁ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ ଗିରଫ କରିଛି।

୫ ଦିନରେ ୫ ଯବାନ ଶହୀଦ

୫ ଦିନରେ ୫ ଯବାନ ଶହୀଦ

ଶ୍ରୀନଗର, ୨୨।୧: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖା ତଥା ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ଗତ ୫ ଦିନ ମଧ୍ୟରେ ଏହି ଘଟଣାରେ ଅଖନୁର୍‌, ଆର୍‌.ଏସ୍‌.ପୁରା ଏବଂ କାନାଚକ ଅଞ୍ଚଳରେ ୭ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି।