ଖେଳ |

ସାଲାହ ଆରବ ପ୍ଲେୟର ଅଫ ଦି ଇୟର

ସାଲାହ ଆରବ ପ୍ଲେୟର ଅଫ ଦି ଇୟର
କାଇରୋ, ୨।୧(ଏଏଫପି)- ଲିଭରପୁଲ ଏବଂ ଇଜିପ୍ଟ ଷ୍ଟ୍ରାଇକର ମହମ୍ମଦ ସାଲାହ ଆରବ ପ୍ଲେୟର ଅଫ ଦି ଇୟର-୨୦୧୭ ବିବେଚିତ ହୋଇଛନ୍ତି। ବିଭିନ୍ନ ଆରବ ଦେଶର ପାଖାପାଖି ୧୦୦ କ୍ରୀଡ଼ା ଖବରଦାତା ଏହି ପୁରସ୍କାର ପାଇଁ ସାଲାହଙ୍କୁ ମନୋନୀତ କରିଛନ୍ତି। ଏସି ରୋମାରୁ ଆସି ଲିଭରପୁଲରେ ଯୋଗ ଦେବାପରେ ୨୫ ବର୍ଷୀୟ ସାଲାହ କ୍ରମାଗତ ସଫଳ ରହି ପ୍ରିମିୟର ଲିଗ୍‌ରେ ୧୭ଟି ଏବଂ ମୋଟ ୨୩ଟି ଗୋଲ ସ୍କୋର କରି ସାରିଛନ୍ତି। ଚଳିତବର୍ଷ ରୁଷିଆରେ ହେବାକୁଥିବା ଫିଫା ବିଶ୍ୱକପ ପାଇଁ ମଧ୍ୟ ଇଜିପ୍ଟକୁ ଯୋଗ୍ୟତା ଅର୍ଜନ କରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ସୌଦୀ ଆରବରେ ଅଲ୍‌-ହିଲାଲ ପକ୍ଷରୁ ଖେଳୁଥିବା ସିରିଆନ ଓ୍ବିଙ୍ଗର ଓମାର ଖରିବିନ ଦ୍ୱିତୀୟ ଏବଂ ଅଲ୍‌ ଅହଲି ପକ୍ଷରୁ ଖେଳୁଥିବା ଅନ୍ୟତମ ସିରିଆ ଖେଳାଳି ଓମାନ ଅଲ୍‌-ସୋମା ତୃତୀୟ ସ୍ଥାନରେ ରହିଛନ୍ତି। ସାଲାହ ଆଫ୍ରିକାନ ପ୍ଲେୟର ଅଫ ଦି ଇୟର ପୁରସ୍କାର ପାଇଁ ମଧ୍ୟ ହଟ୍‌ ଫେଭରାଇଟ ଅଛନ୍ତି। ଆସନ୍ତା ଗୁରୁବାର ଘାନା ରାଜଧାନୀ ଆକରାଠାରେ ଏହି ପୁରସ୍କାର ପାଇଁ ଖେଳାଳିଙ୍କ ନାମ ଘୋଷଣା ହେବ।
All Right Reserved By

ଖେଳ |

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ଫ୍ରେଞ୍ଚ ଓପନରେ ଖେଳିବେ ଫେଡରର

ମେଲବୋର୍ନ,୨୨।୧- କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଖେଳାଳି ରୋଜର ଫେଡରର ଆଗାମୀ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରେ ଖେଳିବେ।

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

କିଲିମାଞ୍ଜାରୋ ଆରୋହଣ ଅଭିଯାନରେ କୁଶ, ଲିପିକା

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ (୫,୮୯୫ ମି/୧୯,୩୪୦ ଫୁଟ) ଆରୋହଣ କରିବେ ଓଡ଼ିଶାର ଦୁଇ ପର୍ବତାରୋହି ପ୍ରତିଭା କୁଶ ଆର୍ଲବ ଓ ଲିପିକା ସେଠ୍‌। ଏହି ଅଭିଯାନରେ କୋରାପୁଟ ଜିଲାର କୁଶ ଓ ବରଗଡ଼ର ଲିପିକା ସୋମବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛନ୍ତି। କୁଶ ଓ ଲିପିକାଙ୍କୁ ବିଦାୟ ଜଣାଇବା ପାଇଁ ଏଠାରେ ଏକ ଫ୍ଲାଗ୍‌ ଅଫ୍‌ ସେରିମନି ଆୟୋଜନ ହୋଇଥିଲା। 

ହକି ସିରିଜ ଫାଇନାଲ୍ସରେ ଭାରତ:  ଭୁବନେଶ୍ୱରରେ ପୁରୁଷ, ହିରୋସିମାରେ ମହିଳା ଦଳ ଖେଳିବ

ହକି ସିରିଜ ଫାଇନାଲ୍ସରେ ଭାରତ: ଭୁବନେଶ୍ୱରରେ ପୁରୁଷ, ହିରୋସିମାରେ ମହିଳା ଦଳ ଖେଳିବ

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଗତବର୍ଷ ହକି ବିଶ୍ୱକପ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ସମ୍ପନ୍ନ ହୋଇଥିବାବେଳେ ଚଳିତ ବର୍ଷ ଏଠାରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫଆଇଏଚ୍‌) ସିରିଜ ଫାଇନାଲ୍ସ। ୨୦୧୯ରେ ହକି ସିରିଜ ଫାଇନାଲ୍ସର ମୋଟ ୩ଟି ଚରଣ ଅନୁଷ୍ଠିତ ହେବ। ପୁରୁଷ ବିଭାଗର ଦ୍ୱିତୀୟ ଚରଣ ଜୁନ ୬ରୁ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଖେଳାଯିବ। 

ଖେଳାଳିଙ୍କୁ ମୁଣ୍ଡନ ପାଇଁ କହିବା:  ତିନି ଜଣିଆ କମିଟି ତଦନ୍ତ କରିବ

ଖେଳାଳିଙ୍କୁ ମୁଣ୍ଡନ ପାଇଁ କହିବା: ତିନି ଜଣିଆ କମିଟି ତଦନ୍ତ କରିବ

କୋଲକାତା, ୨୨ା୧ (ପି.ଟି.)-ଏକ ମ୍ୟାଚ ହାରିବା ପରେ ରାଜ୍ୟ ୧୯ ବର୍ଷରୁ କମ୍‌ ଖେଳାଳିଙ୍କୁ ମୁଣ୍ଡନ ପାଇଁ କୁହାଯାଇଥିବା ଘଟଣାର ତଦନ୍ତ ପାଇଁ ଏକ ୩ ଜଣିଆ କମିଟି ଗଠନ କରାଯିବ। ବେଙ୍ଗଲ ହକି ଆସୋସିଏଶନ (ବିଏଚ୍‌ଏ) ସମ୍ପାଦକ ସପନ ବାନାର୍ଜୀ ସୋମବାର ସୂଚନା ଦେଇଛନ୍ତି। 

ଅଞ୍ଜଳି-କାଜଲଙ୍କ ଅର୍ଦ୍ଧଶତକ, ଓଡ଼ିଶା ବିଜୟୀ

ଅଞ୍ଜଳି-କାଜଲଙ୍କ ଅର୍ଦ୍ଧଶତକ, ଓଡ଼ିଶା ବିଜୟୀ

କଟକ ଅଫିସ,୨୨ା୧- ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ୨୩ ବର୍ଷରୁ କମ୍‌ ଟି-୨୦ ଟୁର୍ନାମେଣ୍ଟରେ ଓଡ଼ିଶା ୮୬ ରନରେ ଜମ୍ମୁ କଶ୍ମୀରକୁ ପରାସ୍ତ କରିଛି । ଟୁର୍ନାମେଣ୍ଟର ପ୍ରଥମ ୩ଟି ମ୍ୟାଚ ବିଜୟୀ ହେବା ପରେ ଗତ ମ୍ୟାଚ୍‌ରେ ଓଡ଼ିଶା  ୬ ଉଇକେଟରେ ବିଦର୍ଭଠାରୁ ପରାସ୍ତ ହୋଇଥିଲା। ଜମ୍ମୁ-କଶ୍ମୀର ବିପକ୍ଷ ମ୍ୟାଚ୍‌କୁ ସହଜରେ ଜିତି ଓଡ଼ିଶା ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛି । 

ପାଣ୍ଡ୍ୟା-ରାହୁଲ ପ୍ରଭାବ: ବ୍ୟବହାରିକ ପରାମର୍ଶ କାର୍ଯ୍ୟକ୍ରମ

ପାଣ୍ଡ୍ୟା-ରାହୁଲ ପ୍ରଭାବ: ବ୍ୟବହାରିକ ପରାମର୍ଶ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୨୨ା୧ (ପି.ଟି.)-ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପରେ କ୍ରିକେଟର କେ.ଏଲ୍‌. ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଅଡୁଆରେ ପଡ଼ିଛନ୍ତି। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ଘଟେ ସେଥିଲାଗି ପ୍ରଶାସକ କମିଟି (ସିଓଏ)  ଭାରତୀୟ ଟିମ୍‌ ପାଇଁ ବ୍ୟବହାରିକ ପରାମର୍ଶ କାର୍ଯ୍ୟକ୍ରମ ପ୍ରଚଳନ ଲାଗି ବିଚାର କରୁଛି। 

ଏପ୍ରିଲରେ ଓସିଏ ଘରୋଇ ଟୁର୍ନାମେଣ୍ଟ: ଦ୍ୱି-ଦିବସୀୟ ହେବ କଳାହାଣ୍ଡି କପ୍‌

ଏପ୍ରିଲରେ ଓସିଏ ଘରୋଇ ଟୁର୍ନାମେଣ୍ଟ: ଦ୍ୱି-ଦିବସୀୟ ହେବ କଳାହାଣ୍ଡି କପ୍‌

କଟକ ଅଫିସ, ୨୨ା୧-ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ହେବାକୁ ଥିବା ଆଗାମୀ ଘରୋଇ ଟୁର୍ନାମେଣ୍ଟଗୁଡ଼ିକର ଖେଳ ସୂଚୀ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲରୁ ୧୬ ବର୍ଷରୁ କମ୍‌ ବାଳକ ଆନ୍ତଃ ଜିଲା, ୧୯ ବର୍ଷରୁ କମ୍‌ ବାଳକ ଆନ୍ତଃ ଜିଲା, ଆନ୍ତଃ ଜିଲା ମହିଳା ଓ କଳାହାଣ୍ଡି କପ୍‌ ଆରମ୍ଭ ହେବ। 

ଶାମପୁର ପ୍ରିମିୟର ଲିଗ୍‌: କମାଣ୍ଡୋ ଏକାଦଶ ଚାମ୍ପିୟନ

ଶାମପୁର ପ୍ରିମିୟର ଲିଗ୍‌: କମାଣ୍ଡୋ ଏକାଦଶ ଚାମ୍ପିୟନ

ଫୁଲନଖରା,୨୨।୧- କଟକ ମହାନଗର ନିଗମ s୫୬ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ରଣଜିତ୍‌ ଖେଳପଡିଆରେ ଗତ ୩ ଦିନ ଧରି ଚାଲିଥିବା ଶାମପୁର ପ୍ରିମିୟର ଲିଗ୍‌ ଉଦ୍‌ଯାପିତ ହୋଇଯାଇଛି। ସୋମବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ କମାଣ୍ଡୋ ଏକାଦଶ ପ୍ରତିପକ୍ଷ ତେନଜର ଏକାଦଶକୁ ହରାଇ ଚାମ୍ପିୟନ ହୋଇଛି। ଟସ୍‌ ଜିତି କମାଣ୍ଡୋ ୧୦ ଓଭରରେ ୯୪ ରନ ସଂଗ୍ରହ କରିଥିଲା। 

ମହିଳା ଫୁଟବଲ: ହଂକଂକୁ ହରାଇଲା ଭାରତ

ମହିଳା ଫୁଟବଲ: ହଂକଂକୁ ହରାଇଲା ଭାରତ

ହଂକଂ, ୨୨।୧(ପି.ଟି.)- ହଂକଂ ଗସ୍ତରେ ଯାଇଥିବା ଭାରତୀୟ ମହିଳା ଫୁଟବଲ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସୋମବାର ଅନୁଷ୍ଠିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ୫-୨ ଗୋଲରେ ହଂକଂକୁ ପରାସ୍ତ କରିଛି। ଭାରତ ପକ୍ଷରୁ ଡାଙ୍ଗମେଇ ଗ୍ରେସ୍‌ ଦୁଇଟି ଗୋଲ ଦେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। 

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ : କ୍ୱାର୍ଟରରେ ସେରେନା, ଜୋକୋଭିଚ୍‌

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ : କ୍ୱାର୍ଟରରେ ସେରେନା, ଜୋକୋଭିଚ୍‌

ମେଲବୋର୍ନ,୨୨।୧(ଏଏଫପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟରେ ଦୁଇ ଅଭିଜ୍ଞ ଖେଳାଳି ଆମେରିକାର ସେରେନା ଉଇଲିୟମ୍ସ ଓ ନୋଭାକ୍‌ ଜୋକୋଭିଚ୍‌ଙ୍କ ବିଜୟ ଅଭିଯାନ ଜାରି ରହିଛି। 

 ଆନନ୍ଦ ମିଳିତ ଅଗ୍ରଣୀ

ଆନନ୍ଦ ମିଳିତ ଅଗ୍ରଣୀ

ଓ୍ବିଜ୍‌ ଆନ୍‌ ଜୀ (ନେଦରଲାଣ୍ଡ୍ସ), ୨୧ା୧ (ପି.ଟି.)-ଏଠାରେ ଚାଲିଥିବା ଟାଟା ଷ୍ଟିଲ ଚେସ୍‌ ଟୁର୍ନାମେଣ୍ଟରେ ୫ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଆଜରବୈଜାନର ଶାଖ୍ରିୟାର ମାମେଦୟାରୋଭଙ୍କୁ ହରାଇ ଦେଇଛନ୍ତି। ଏହି ବିଜୟ ଦ୍ୱାରା  ୮ମ ରାଉଣ୍ଡ ଖେଳ ପରେ ଆନନ୍ଦ ନରଓ୍ବେର ମାଗ୍ନସ କାର୍ଲସେନଙ୍କ ସହିତ ମିଳିତ ଅଗ୍ରଣୀ ଲାଭ କରିଛନ୍ତି। ଭାରତୀୟ ଖେଳାଳି ବର୍ତ୍ତମାନ ସମ୍ଭାବ୍ୟ ୮ରୁ ୫.୫ ପଏଣ୍ଟ ଅର୍ଜନ କରିପାରିଛନ୍ତି। ଅନ୍ୟପକ୍ଷରେ ବିଶ୍ୱ ଚାମ୍ପିୟନ କାର୍ଲସେନ ୮ମ ରାଉଣ୍ଡରେ ହଙ୍ଗେରୀର ରିଚାର୍ଡ ରାପୋର୍ଟଙ୍କୁ ପରାସ୍ତ କରିଛନ୍ତି।

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍:  ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି

ଦୁବାଇ, ୨୧।୧(ପି.ଟି.)- ସୋମବାର ପ୍ରକାଶିତ ହୋଇଥିବା ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଓ ତା’ର ଅଧିନାୟକ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବିଜୟ ପରେ ଭାରତ ୧୧୬ ପଏଣ୍ଟ ହାସଲ କରି ଦଳୀୟ ର଼୍ୟାଙ୍କିଙ୍ଗ୍‌ରେ ତା’ର ଶୀର୍ଷ ସ୍ଥାନକୁ ଆହୁରି ଦୃଢ କରିଛି।