ଜାତୀୟ |

ଏନ୍‌ଏମ୍‌ସି ବିଲ୍‌କୁ ବିରୋଧ: ଦେଶବ୍ୟାପି ଡାକ୍ତରଙ୍କ ୧୨ ଘଣ୍ଟିଆ ଧର୍ମଘଟ

 ଏନ୍‌ଏମ୍‌ସି ବିଲ୍‌କୁ ବିରୋଧ: ଦେଶବ୍ୟାପି ଡାକ୍ତରଙ୍କ ୧୨ ଘଣ୍ଟିଆ ଧର୍ମଘଟ
ନୂଆଦିଲ୍ଲୀ,୨।୧: ଜାତୀୟ ମେଡ଼ିକାଲ କମିଶନ(ଏନ୍‌ଏମ୍‌ସି)ବିଲ୍‌କୁ ବିରୋଧ କରି ଦେଶବ୍ୟାପି ୩ ଲକ୍ଷରୁ ଅଧିକ ଡାକ୍ତର ମଙ୍ଗଳବାର ୧୨ ଘଣ୍ଟିଆ ଧର୍ମଘଟ କରିଛନ୍ତି। ଏହି ବିଲ୍‌ ଦ୍ୱାରା ମେଡ଼ିକାଲ ଶିକ୍ଷାର ଘରୋଇ କରଣ ବୃଦ୍ଧି ପାଇବ। ଫଳରେ ମଧ୍ୟମ ଓ ଆର୍ଥିକ ଅନଗ୍ରସର ବର୍ଗର ଶିକ୍ଷାର୍ଥୀ ଏହି ପାଠ୍ୟକ୍ରମରେ ନାମ ଲେଖାଇବାର ସୁଯୋଗରୁ ବଞ୍ଚିତ ହେବେ ବୋଲି ଭାରତୀୟ ମେଡ଼ିକାଲ ଆସୋସିଏସନ୍‌ ପକ୍ଷରୁ ସୂଚିତ କରାଯାଇଛି। ପୂର୍ବରୁ ୧୫ ପ୍ରତିଶତ ସିଟ୍‌ରେ ନାମ ଲେଖା ଫି ମ୍ୟାନେଜମେଣ୍ଟ୍‌ ଧାର୍ଯ୍ୟ କରୁଥିବାବେଳେ ନୂଆ ବିଲ୍‌ ଅନୁସାରେ ଏବେ ୬୦ ପ୍ରତିଶତ ସିଟ୍‌ର ନାମଲେଖା ଫି ମ୍ୟାନେଜମେଣ୍ଟ୍‌ ନିଶ୍ଚିତ କରିବ। ଅବଶିଷ୍ଟ ୪୦ ପ୍ରତିଶତ ସିଟ୍‌ ଉପରେ ସରକାରଙ୍କ ନିୟନ୍ତ୍ରଣ ରହିବ। ସେହିପରି ପୁରୁଣା ନିୟମ ଅନୁସାରେ ଭାରତୀୟ ମେଡ଼ିକାଲ ଆସୋସିଏସନରେ ୧୩୬ ଜଣ ସଦସ୍ୟ ରହୁଥିଲେ। ମାତ୍ର ନୂଆ ବିଲ୍‌ ଅନୁସାରେ ସଦସ୍ୟ ସଂଖ୍ୟା ୨୫ ରହିବ। ସେଥିମଧ୍ୟରୁ ୨୦ଜଣ ପ୍ରତିନିଧି ସରକାରଙ୍କ ଦ୍ୱାରା ମନୋନୀତ ହେବେ ଓ ଅବଶିଷ୍ଟ ୫ ପ୍ରତିନିଧି ବିଭିନ୍ନ ରାଜ୍ୟରୁ ନିର୍ବାଚିତ ହେବେ।
All Right Reserved By

ଜାତୀୟ |

ରାବଣ ପୋଡ଼ି ଦେଖୁଥିବା ବେଳେ ଚଢ଼ିଗଲା ଟ୍ରେନ୍‌, ୩୦ରୁ ଊର୍ଦ୍ଧ୍ୱ ମୃତ

ରାବଣ ପୋଡ଼ି ଦେଖୁଥିବା ବେଳେ ଚଢ଼ିଗଲା ଟ୍ରେନ୍‌, ୩୦ରୁ ଊର୍ଦ୍ଧ୍ୱ ମୃତ

ଅମୃତସର,୧୯ା୧୦-ପଞ୍ଜାବର ଅମୃତସର-ଦିଲ୍ଲୀ ରାଜପଥ କଡ଼ରେ ରେଳଧାରଣାରେ ଠିଆ ହୋଇ ରାବଣପୋଡ଼ି ଦେଖୁଥିବା ସମୟରେ ଟ୍ରେନ୍‌ ଚଢ଼ିଯିବାରୁ ୩୦ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି।  

ପଞ୍ଚକୁଲାରେ ଜଳିଲା ୨୧୦ ଫୁଟ୍‌ର ରାବଣ

ପଞ୍ଚକୁଲାରେ ଜଳିଲା ୨୧୦ ଫୁଟ୍‌ର ରାବଣ

ହରିୟାଣା,୧୯।୧୦: ହରିୟାଣାର ପଞ୍ଚକୁଲାରେ ରାବଣ ପୋଡି ଅବସରରେ ୨୧୦ ଫୁଟର ଏକ ରାବଣ ପିତ୍ତୁଳା ପୋଡା ଯାଇଛି। ସେହିପରି ଶ୍ରୀ ନବଧାର୍ମିକ ଲିଳା କମିଟି ଦ୍ୱାରା ଆୟୋଜିତ ରାବଣ ପୋଡି ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗ ଦେଇଥିଲେ।

ରାବଣରେ ଅଗ୍ନି ସଂଯୋଗ କଲେ ପ୍ରଧାନମନ୍ତ୍ରୀ

ରାବଣରେ ଅଗ୍ନି ସଂଯୋଗ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାବଣ ପିତୁଳାରେ ଅଗ୍ନି ସଂଯୋଗ କରିଛନ୍ତି। ତୀରମାରି ପ୍ରଧାନମନ୍ତ୍ରୀ ପିତୁଳାକୁ ଦହନ କରିବା ସହ ଏଠାରେ ଅନୁଷ୍ଠିତ ହୋଇଥିବା ରାମଲିଳାକୁ ମଧ୍ୟ ଉପଭୋଗ କରିଥିଲେ।

# ମି ଟୂ ଅଭିଯୋଗ ସହି ନ ପାରି ଆାତ୍ମହତ୍ୟା ଉଦ୍ୟମ କଲେ ଅନିର୍ବାଣ

# ମି ଟୂ ଅଭିଯୋଗ ସହି ନ ପାରି ଆାତ୍ମହତ୍ୟା ଉଦ୍ୟମ କଲେ ଅନିର୍ବାଣ

ମୁମ୍ବାଇ,୧୯।୧୦: ବଲିଉଡ ଜଗତରେ ଏବେ # ମି ଟୂ ଅଭିଯାନ ଦ୍ରୁତ ଗତିରେ ମାଡି ଚାଲିଛି। ଏଥିରେ ଅଭିନେତାଙ୍କଠାରୁ ଆରମ୍ଭ କରି ନିର୍ଦ୍ଦେଶକ ପର୍ଯ୍ୟନ୍ତ ସମସ୍ତଙ୍କର ଏକ ଲମ୍ବା ତାଲିକା ହୋଇ ଗଲାଣି।

ଆଶିଷଙ୍କୁ ମିଳିଲାନି ଜାମିନ

ଆଶିଷଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୧୯।୧୦: ରାଜଧାନୀ ଦିଲ୍ଲୀରେ ଥିବା ପଞ୍ଚତାରକା ହୋଟେଲ ହୟାତ ବାହାରେ ବନ୍ଧୁକ ଦେଖାଇ ମହିଳାଙ୍କୁ ଧମକାଉ ଥିବା ଅଭିଯୋଗରେ ବିଏସ୍‌ପି ନେତାଙ୍କ ପୁଅ ଆଶିଷ ପାଣ୍ଡେଙ୍କୁ ଜାମିନ ମିଳିଲା ନାହିଁ । 

ମହାରାଷ୍ଟ୍ର ଗସ୍ତରେ ମୋଦି

ମହାରାଷ୍ଟ୍ର ଗସ୍ତରେ ମୋଦି

ଶିରିଡି,୧୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ର ଗସ୍ତ କରିଛନ୍ତି। ଏହି ଅବସରରେ ସେ ଶରିଡି ଶାଇ ମନ୍ଦିର ଦର୍ଶନ କରିଛନ୍ତି। ଏକ ଜନସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମ୍‌ଏଓ୍ବାଇ-ଜି) ଅଧିନରେ ଘର ମିଳିଥିବା ହିତାଧିକାରୀଙ୍କୁ ଘରର ଚାବି ପ୍ରଦାନ କରିଥିଲେ।

ବିଜୟା ଦଶମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ବିଜୟା ଦଶମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ବିଜୟା ଦଶମୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

ଯୌନ ଶୋଷଣ ଅଭିଯୋଗ ଆସିବାରୁ ନିଜ ଯୌନାଙ୍ଗ କାଟିଲେ ସାଧୁ

ଯୌନ ଶୋଷଣ ଅଭିଯୋଗ ଆସିବାରୁ ନିଜ ଯୌନାଙ୍ଗ କାଟିଲେ ସାଧୁ

ବମନା,୧୯।୧୦: ଉତ୍ତର ପ୍ରଦେଶର ବମନା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମଦନୀ ବାବା ନାମକ ଜଣେ ସାଧୁ ନିଜ ଯୌନାଙ୍ଗ କାଟି ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ବିଜୟା ଦଶମୀରେ ସିନ୍ଦୁର ଖେଳିଲେ ମହିଳା

ବିଜୟା ଦଶମୀରେ ସିନ୍ଦୁର ଖେଳିଲେ ମହିଳା

ରାଞ୍ଚି,୧୯।୧୦: ମାହାମାୟା ଦଶଭୂଜା ଏବେ ଧରାବତରଣ କରିଛନ୍ତି। ତାଙ୍କର ପୂଜା ଅବସରରେ ଶୁକ୍ରବାର ବିଜୟା ଦଶମୀ ଥିବାରୁ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ନିଆରା ପରମ୍ପରା ସିନ୍ଦୁର ଖେଳ। 

ଶାରୀରିକ ସମ୍ପର୍କ ନ ରଖିବାରୁ ମଡେଲଙ୍କୁ ହତ୍ୟା

ଶାରୀରିକ ସମ୍ପର୍କ ନ ରଖିବାରୁ ମଡେଲଙ୍କୁ ହତ୍ୟା

ମୁମ୍ବାଇ,୧୯।୧୦: ମାନସି ଦୀକ୍ଷିତ(୨୦)ଙ୍କ ହତ୍ୟା ରହସ୍ୟ ଏବେ ନୂଆ ମୋଡ ନେଇଛି। ପ୍ରଥମେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଝଗଡା ଓ ମାତ୍ର ୨୫ଶହ ଟଙ୍କା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଥିଲା। 

ମହଙ୍ଗା ପଡ଼ିଲା ବଡ଼ି ମସାଜ୍‌: ଏଏସ୍‌ଆଇ ନିଲମ୍ବିତ

ମହଙ୍ଗା ପଡ଼ିଲା ବଡ଼ି ମସାଜ୍‌: ଏଏସ୍‌ଆଇ ନିଲମ୍ବିତ

ପାଟନା,୧୯।୧୦: ବିହାର କୈମୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାର ଥିବା ଜୈନପୁର ଥାନାର ଏଏସ୍‌ଆଇ ଡ୍ୟୁଟିରେ ଥିବା ସମୟରେ ବଡ଼ି ମସାଜ୍‌ କରି ନିଜର ଚାକିରି ହରାଇଛନ୍ତି। 

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୪ ଆତଙ୍କବାଦୀ ମୃତ

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୪ ଆତଙ୍କବାଦୀ ମୃତ

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀର ଉତ୍ତର କଶ୍ମୀର ଉରି ସେକ୍ଟରରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ପାକିସ୍ତାନ ପଟୁ ଭାରତରେ ପ୍ରବେଶ କରୁଥିବା ୪ ଆତଙ୍କବାଦୀ ଭାରତୀୟ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି।