Dharitri News
ଉପକୂଳ ଓଡିଶା

ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଯାଜପୁର ଅଫିସ, ୨।୧: ଯାଜପୁର ଜିଲା ସୁକିନ୍ଦା ବ୍ଲକ ସାରଙ୍ଗପୁର ପଞ୍ଚାୟତ ଗାଡ଼ପୁର ଗ୍ରାମର ୧୭ ବିସ୍ଥାପିତ ଆଦିବାସୀ ପରିବାର ମଙ୍ଗଳବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ନଭେମ୍ବର ୨୦୧୧ରେ ବିସ୍ଥାପିତ ପ୍ରତିଶ୍ରୁତି ଦେଇ ଟାଟା ଷ୍ଟିଲ ଦ୍ୱାରା ଏହି ପରିବାରଙ୍କୁ ବିତାଡ଼ିତ କରାଯାଇଥିଲା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି। କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଅବ୍‌ଦୁଲ୍‌ ଅଲିମ୍‌ ଖାନ୍‌ ଏବଂ ସ୍ବତନ୍ତ୍ର ଭୁଅର୍ଜନ ଅଧିକାରୀ ନିହାର ରଞ୍ଜନ ଦାସ, ଯାଜପୁରରୋଡ଼ ଥାନା ଅଧିକାରିଣୀ ଚିନ୍ମୟୀ ସାହୁ ପ୍ରମୁଖ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି।

ଉପକୂଳ ଓଡିଶା

ଖଣି ଅଞ୍ଚଳରୁ ମହିଳାଙ୍କୁ ରାଜ୍ୟ ବାହାରକୁ ଚାଲାଣ ଅଭିଯୋଗ

କାଳିଆପାଣି,୨୨।୧(ଡି.ଏନ୍‌.ଏ) ଯାଜପୁର ଜିଲା କ୍ରୋମାଇଟ ଖଣି ଅଞ୍ଚଳକୁ ରତ୍ନଗର୍ଭା ବୋଲି କୁହାଯାଉଥିବାବେଳେ ଏହି ଅଞ୍ଚଳରୁ ମହିଳାଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଛି। ପରିବାର ଲୋକଙ୍କ ଅନୁପସ୍ଥତିରେ ଜଣେ ବିବାହିତା ମହିଳାଙ୍କୁ ଅନ୍ୟଜଣେ ସମ୍ପର୍କିୟା ମହିଳା ଦଲାଲଙ୍କ ମାଧ୍ୟମରେ ଶୁକ୍ରବାର ବାହାର ରାଜ୍ୟକୁ କାମ କରିବାକୁ ନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ସୁକିନ୍ଦା ବ୍ଲକର ରାଁସୋଳ ଗ୍ରାମରେ ରାଜାରାମ ମହାନ୍ତ ସ୍ତ୍ରୀ ମାମିନାଙ୍କ ସହ ବାସ କରନ୍ତି। ଶୁକ୍ରବାର ମଧ୍ୟାହ୍ନରେ ସେ ୪ବର୍ଷର ପୁଅକୁ ନେଇ ଟାଟା କାରଖାନାସ୍ଥିତ ବ୍ୟାଙ୍କକୁ ଯାଇଥିଲେ। ବ୍ୟାଙ୍କରୁ ଫେରି ସ୍ତ୍ରୀ ମାମିନା ଘରେ ନ ଥିବା ରାଜାରାମ ଜାଣିବାକୁ ପାଇଥିଲେ। ଏନେଇ ସେ ପଡ଼ୋଶୀଙ୍କୁ ପଚାରିବାରେ ସେମାନେ ମାମିନା କୁଆଡ଼େ ଯାଇଥିବା ସମ୍ପର୍କରେ ଜାଣି ନ ଥିବା କହିଥିଲେ।

ତତ୍‌କ୍ଷଣାତ କ୍ଷତିପୂରଣ ପ୍ରଦାନ କରିବାକୁ ପରାମର୍ଶ

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୨୨।୧ ବ୍ୟବସାୟକୁ ଗୁରୁତ୍ୱ ଦେଇ କଳିଙ୍ଗନଗରରେ ଗଢି ଉଠିଥିବା ଟାଟା ଷ୍ଟିଲ କାରଖାନା କର୍ତ୍ତୃପକ୍ଷ ମାନବିକତାକୁ ଭୁଲି ଯାଇଛନ୍ତି। ଜଣେ କର୍ତ୍ତବ୍ୟରତ ଜବାନ ଓ ତାଙ୍କ ପରିବାରବର୍ଗଙ୍କ ଆଖିରେ ଲୁହ ଦେଇ ଜିଲା ପ୍ରଶାସନକୁ ନ ଜଣାଇ ଜୋର ଜବରଦସ୍ତ ବିସ୍ଥାପନ କରିବା ଘଟଣା ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଦୁର୍ବଳତାର ସୁଯୋଗ ନେଇ ଆଦିବାସୀ ଯବାନଙ୍କ ଘର ଭାଙ୍ଗିବା ସହ ତାଙ୍କ ପନତ୍ୀଙ୍କୁ ଅଶାଳୀନ ବ୍ୟବହାର କରି ମାଡ଼ ମାରିବା ଘଟଣାର ଅଭିଯୋଗ ହୋଇଥିଲେ ହେଁ ଅନୁସୂଚିତ ଜନଜାତି ଓ ଜାତି ନିର୍ଯାତନା ନିରାକରଣ ଆଇନରେ କୌଣସି ମାମଲା ଏଯାଏ ରୁଜୁ ହୋଇନାହିଁ ।

ବିପଦରେ ବୌଦ୍ଧପୀଠ ଉଦୟଗିରି

ବିପଦରେ ବୌଦ୍ଧପୀଠ ଉଦୟଗିରି

ଚଣ୍ଡିଖୋଲ,୨୨।୧(ଡି.ଏନ୍‌.ଏ.) ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଜାତୀୟସ୍ତରରେ ଏକ କୀର୍ତ୍ତିରାଜୀ ଭାବେ ପରିଗଣିତ ହୋଇଥିବାବେଳେ ଏଠାରେ ୩ଥର ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହୋଇସାରିଲାଣି। ଏହାକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ କରିବା ପାଇଁ ଉଦ୍ୟମ ଚାଲିଥିବାବେଳେ ସ୍ଥାନୀୟ ପ୍ରଶାସନ ଓ ପଥର ମାଫିଆଙ୍କ ଯୋଗୁ ଏହି ବୌଦ୍ଧପୀଠ ପାହାଡ଼ର ପାଚେରି କଡ଼ରୁ ବେଆଇନ ଖନନ କରାଯାଇ ଚାଲାଣ କରାଯାଉଅଛି। ଫଳରେ ଖୁବ୍‌ଶୀଘ୍ର ଏହି ପାଚେରି ଭୁଶୁଡ଼ି ପଡ଼ିବ ବୋଲି ସମ୍ଭାବନା ରହିଛି।

ଦଳ ଭିତରେ ଚାଲିଛି ଛାୟାଯୁଦ୍ଧ

ଦଳ ଭିତରେ ଚାଲିଛି ଛାୟାଯୁଦ୍ଧ

ଯାଜପୁର ଅଫିସ,୨୨।୧ ଯାଜପୁର ଜିଲାରେ ଏବେ କୌଣସି ରାଜନୈତିକ ଉଷ୍ମତା ନ ଥିଲେ ହେଁ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ନିର୍ବାଚନକୁ ନେଇ ଚର୍ଚ୍ଚା ଥମୁନି। ଅନ୍ୟସ୍ଥାନର ଫଳାଫଳ ସହିତ ନିଜ ନିର୍ବାଚନ ମଣ୍ଡଳୀକୁ ଯୋଡି ରାଜନୈତିକ ବିଶ୍ଲେଷକମାନେ ବିଭିନ୍ନ ମତପୋଷଣ କରି ଚାଲିଛନ୍ତି। ଏହି କ୍ରମରେ ଜିଲାର ଗୋଟିଏ ସ୍ବତନ୍ତ୍ର ବ୍ଲକକୁ ନେଇ ଗଠିତ ବଡ଼ଚଣା ନିର୍ବାଚନ ମଣ୍ଡଳୀ ରାଜ୍ୟ ରାଜନୀତିରେ ପ୍ରମୁଖ ସ୍ଥାନ ଅଧିକାର କରିଛି। ଏହି ନିର୍ବାଚନ ମଣ୍ଡଳୀରେ ଗତ ୩୫ବର୍ଷ ମଧ୍ୟରେ କଂଗ୍ରେସ ୧୫ବର୍ଷ ଏବଂ ବିଜେଡି ଓ ଏନ୍‌ସିପି ମିଳିତ ଭାବେ ୨୦ବର୍ଷ ସଫଳତା ପାଇଛନ୍ତି । ତେବେ ୨୦୧୪ ନିର୍ବାଚନ ପରେ ଏବେ ବିଜେଡି ସାମ୍ନାରେ ଏକ ନୂଆ ବିକଳ୍ପ ଭାବେ କଂଗ୍ରେସ ଲେଉଟୁ ଥିବାବେଳେ ଭାଜପା ଛିଡ଼ା ହେବାକୁ ଉଦ୍ୟମ କରୁଛି। ହେଲେ କଂଗ୍ରେସ ଓ ଭାଜପା ଦଳ ଭିତରେ କର୍ମୀଙ୍କ ଅପେକ୍ଷା ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଏବେଠୁ ଛାୟାଯୁଦ୍ଧ ଦେଖା ଦେଉଛି। ବିଭିନ୍ନ ସାମଗ୍ରୀ ସହ ଗ୍ୟାସ, ଡିଜେଲ ଓ ପେଟ୍ରୋଲର ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ କେନ୍ଦ୍ରରେ ଶାସିତ ଭାଜପାର ହାୱା କ୍ରମଶଃ ହ୍ରାସ ପାଉଥିବା ପରିଲ୍ଲକ୍ଷିତ ହୋଇଛି। କଳାଧନ ଫେରାଇ ଆଣିବାରେ ବିଫଳ ଭାଜପାର ଦମ୍ଭ ଆଉ ପୂର୍ବବତ ଦେଖିବାକୁ ମିଳୁ ନାହିଁ। ଅନ୍ୟପକ୍ଷେ ବିଜେଡି ନିର୍ବିକାର ଭାବେ ଜଣେ ନେତାଙ୍କୁ ନେଇ ବିବିଧ ରଣନୀତି ଆପଣାଇ ଚାଲିଛି।

ବୈଜୟନ୍ତଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ

ବୈଜୟନ୍ତଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ

ନିଶ୍ଚନ୍ତକୋଇଲି,୨୧।୧(ସ୍ବ.ପ୍ର)- ଏମ୍‌ପି ବୈଜୟନ୍ତ ପଣ୍ଡା ଦଳୀୟ ଶୃଙ୍ଖଳା ଭଙ୍ଗ କରୁଛନ୍ତି ବୋଲି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ନିକଟରେ କର୍ମକର୍ତ୍ତାମାନେ ବାରମ୍ବାର ଅଭିଯୋଗ କରିଥିଲେ। ଏହି ଅଭିଯୋଗର ତଦନ୍ତ ପାଇଁ ପଟ୍ଟନାୟକ ବିଜେଡି କଟକ ଜିଲା ପର୍ଯ୍ୟବେକ୍ଷକ ଉଷାଦେବୀଙ୍କୁ ଦାୟିତ୍ୱ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଉଷାଦେବୀ ରବିବାର ପୂର୍ବାହ୍ନରେ ମାହାଙ୍ଗା ବ୍ଲକ ଓ ଅପରାହ୍ନରେ ନିଶ୍ଚନ୍ତକୋଇଲି ବ୍ଲକ ଗସ୍ତ କରି କର୍ମକର୍ତ୍ତା ଓ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ମତାମତ ସଂଗ୍ରହ କରିଛନ୍ତି।

୨ ବାଇକ୍‌ ମୁହଁ।ମୁହିଁ ଧକ୍କା: ଜଣେ ମୃତ

ବାଲିକୁଦା,୨୧।୧- ବାଲିକୁଦା ବ୍ଲକ ଅନ୍ତର୍ଗତ ଗୋପାଳପୁର ଛକରେ ୨ ବାଇକ୍‌ ମୁହଁ।ମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଏରୋସୀମା ଥାନା ଅନ୍ତର୍ଗତ ଗଡବିଷୁନୀପୁର ଅଞ୍ଚଳର ଝାଟି ସାହୁ। ଜଗତସିଂହପୁର ଟାଉନ୍‌ରୁ ବାଇକ୍‌ରେ ଝାଟି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଗୋପାଳପୁର ଛକ ନିକଟରେ ଅନ୍ୟ ଏକ ବାଇକ ସହ ତାଙ୍କର ଧକ୍କା ହୋଇଥିଲା।

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଘଟଣା: ରାଜ୍ୟ ଗୃହ ବିଭାଗକୁ ତଦନ୍ତ ନିର୍ଦ୍ଦେଶ

କଳିଙ୍ଗନଗର,୨୧।୧(ଡି.ଏନ୍‌.ଏ.) ଟାଟା କାରଖାନା ସମ୍ପ୍ରସାରଣ ପାଇଁ ଜଣେ କର୍ତ୍ତବ୍ୟରତ ଯବାନଙ୍କ ଘର ଭାଙ୍ଗିବା ସହ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗ ଘଟଣାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ହସ୍ତକ୍ଷେପ କରିଛି।

ନିଜାମପୁର ପଞ୍ଚାୟତ ଉପନିର୍ବାଚନ ଫଳାଫଳ ଘୋଷଣା

ନିଜାମପୁର ପଞ୍ଚାୟତ ଉପନିର୍ବାଚନ ଫଳାଫଳ ଘୋଷଣା

ଦଶରଥପୁର,୨୧।୧(ଡିଏନ୍‌ଏ) ଦଶରଥପୁର ବ୍ଲକ ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅଧୀନସ୍ଥ ନିଜାମପୁର ପଞ୍ଚାୟତର ସମିତିସଭ୍ୟ ଆସନ ପାଇଁ ଶୁକ୍ରବାର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶନିବାର ଏହାର ଫଳାଫଳ ଘୋଷଣା ହୋଇଥିବା ବେଳେ ପୂର୍ବତନ ସମିତି ସଭ୍ୟ ସ୍ବର୍ଗତ କେଦାର ଦାସଙ୍କ ସ୍ତ୍ରୀ ରୁକ୍ମଣୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀକାନ୍ତ ଜେନାଙ୍କୁ ୧୭୮୦ ଖଣ୍ଡ ଭୋଟରେ ହରାଇଥିବା ଜଣାପଡ଼ିଛି।

ଚିରସ୍ରୋତା ହେବ ନଦୀ

ବରୀ,୨୧।୧(ସ୍ବ.ପ୍ର.) ଯାଜପୁର ଜିଲାଦେଇ ବ୍ରାହ୍ମଣୀ ଓ ତାର ଶାଖା ନଦୀ ଖରସ୍ରୋତା, କେଲୁଆ ଆଦି ପ୍ରବାହିତ ହୋଇଛି। ନଦୀରେ ଜଳ ନ ଥିବାରୁ ଧୀରେ ଧୀରେ ନଦୀ ଗୁଡ଼ିକ ପୋତି ହୋଇଯାଉଛି। ଯାହାଫଳରେ ଗ୍ରାମାଞ୍ଚଳର ନଳକୂପ ଗୁଡ଼ିକରୁ ଜଳପତନ କମିଯାଉଛି। ପାନୀୟ ଜଳ ସଙ୍କଟ ଦେଖାଦେବା ସହିତ ଗୃହପାଳିତ ପ୍ରାଣୀ ଓ ଚାଷୀ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ତ ସମସ୍ୟାର ସମାଧାନ ହେଉଛି। ଯାହାଫଳରେ ପାଣି ନେଇ ଦେଖାଯାଉଥିବା ସମସ୍ୟା ଦୂର ହୋଇଯିବ।

 ପରିବହନ ସଂସ୍ଥାର ଅମାନତ ରାଶି ବାଜ୍ୟାପ୍ତି ଚେତାବନୀ

ପରିବହନ ସଂସ୍ଥାର ଅମାନତ ରାଶି ବାଜ୍ୟାପ୍ତି ଚେତାବନୀ

ଯାଜପୁର ଅଫିସ,୨୧।୧ ଜିଲା ମିଲର୍ସଙ୍କ ଅସହଯୋଗ, ବର୍ଷାରେ ଅନିୟମିତତା ଏବଂ ଆବଶ୍ୟକ ଜଳସେଚନର ଅଭାବ ଯୋଗୁ ଯାଜପୁର ଜିଲାରେ ଖାଦ୍ୟ ସଙ୍କଟ ଦେଖାଦେଇଛି । ଫଳରେ ଜିଲାର ବିପିଏଲ, ଅନ୍ନପୂର୍ଣ୍ଣା, ଅନ୍ତ୍ୟୋଦୟ, ମଧ୍ୟାହ୍ନ ଭୋଜନ ଆଦି ହିତାଧିକାରୀଙ୍କ ଚାହିଦା ପୂରଣ ପାଇଁ ବାର୍ଷିକ ୧୦ଲକ୍ଷ କୁଇଣ୍ଟାଲ ମଧ୍ୟରୁ ୫ଲକ୍ଷ କୁଇଣ୍ଟାଲ ଚାଉଳ ପଶ୍ଚିମଓଡିଶାରୁ ଆମଦାନୀ କରିବାକୁ ପଡୁଛି। ଏହିକ୍ରମରେ ଚଳିତ ମାସ ୨୦ତାରିଖ ସୁଦ୍ଧା ବରଗଡରୁ ୫ ହଜାର ମେଟ୍ରିକଟନ(ଏମଟି) ଚାଉଳ ଯାଜପୁର ଜିଲାକୁ ଆଣିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ କଳାହାଣ୍ଡି ଜିଲା କୋକସରାସ୍ଥିତ ରାଜ୍ୟସ୍ତରୀୟ ପରିବହନ ଠିକାସଂସ୍ଥା ଶ୍ରୀରାମ କେଟେଲ ଫିଡକୁ ଗତ ୬।୧।୨୦୧୮ରେ କାର୍ଯ୍ୟାଦେଶ ଦିଆଯାଇଥିଲା। କିନ୍ତୁ ଗତ ୧୬ତାରିଖ ସୁଦ୍ଧା ଯାଜପୁର ଜିଲାକୁ କେଜିଏ ବି ଚାଉଳ ପରିବହନ ହୋଇ ପାରିନାହିଁ। ଏହା ଜିଲାର ହିତାଧିକାରୀଙ୍କୁ ସୁରୁଖୁରୁ ଭାବେ ପିଡିଏସ ଚାଉଳ ବଣ୍ଟନ କରିବାରେ ବାଧା ସୃଷ୍ଟି କରିଛି। ତେଣୁ କାହିଁକି ପରିବହନ ଠିକାସଂସ୍ଥା ଶ୍ରୀରାମ କେଟେଲ ଫିଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚୁକ୍ତି ଅନୁଯାୟୀ ଅମାନତ ରାଶି ବାଜ୍ୟାପ୍ତ ନ କରାଯିବ ସେଥିପାଇଁ ଯୋଗାଣ ନିଗମ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ନିଗମର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦାଶ ଏହି ମର୍ମରେ ତାଙ୍କ ପତ୍ରସଂଖ୍ୟା ୧୦୯୮/୧୮।୧।୨୦୧୮ରେ ପରିବହନ ସଂସ୍ଥାର ମାଲିକ କୁଲଦୀପ କୁମାର ଗୁପ୍ତାଙ୍କୁ ୫ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ପେଣ୍ଠପାଳ: ଉପ ନିର୍ବାଚନରେ  ସମିତି ସଭ୍ୟା ଭାବେ ବବିତା ଜିତିଲେ

ପେଣ୍ଠପାଳ: ଉପ ନିର୍ବାଚନରେ ସମିତି ସଭ୍ୟା ଭାବେ ବବିତା ଜିତିଲେ

ପଟ୍ଟାମୁଣ୍ଡାଇ, ୨୧।୧ (ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ସମିତି ସଭ୍ୟ ଉପ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବବିତା ମଳିକ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ମରୁଆ ମଳିକଙ୍କୁ ୬୩୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

ସମିତି ସଭ୍ୟା ଉପନିର୍ବାଚନ: ବିଜେଡିର ବାଜିମାତ

ସମିତି ସଭ୍ୟା ଉପନିର୍ବାଚନ: ବିଜେଡିର ବାଜିମାତ

ଆଳି,୨୧।୧(ଡି.ଏନ୍‌.ଏ.)- ଆଳି ବ୍ଲକ ଅନ୍ତର୍ଗତ ବଡାମ୍ବିଳା ଗ୍ରାମପଞ୍ଚାୟତରେ ସମିତିସଭ୍ୟା ଉପନିର୍ବାଚନର ଫଳାଫଳ ଶନିବାର ଘୋଷଣା ହୋଇଛି। ଏଥିରେ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ବାଜିମାତ କରିଛନ୍ତି। ପ୍ରାର୍ଥୀ ମମତା ତରାଇ ନିକଟତମ କଂଗ୍ରେସ ସମର୍ଥତ୍ତ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ବିଜୟୀ ହୋଇଛନ୍ତି।