ମେଟ୍ରୋ |

ଏତଲାକାରୀଙ୍କୁ ଗିରଫ ପୋଲିସକୁ ମହଙ୍ଗାପଡ଼ିଲା

ଖୋର୍ଦ୍ଧା ଅଫିସ, ୨।୧: ଏତଲାକାରୀଙ୍କୁ ଗିରଫ କରିବାକୁ ଯାଇ ଖୋର୍ଦ୍ଧା ଟାଉନ ଥାନା ପୋଲିସ ମଙ୍ଗଳବାର ହଟହଟା ହୋଇଛି। ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଜାଗୁଳେଇପାଟଣାଠାରେ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ପୂର୍ବାହ୍ନ ୧୦ଟାରୁ ଅବରୋଧ ହୋଇଛି। ମିଳିଥିବା ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୋମବାର ଶରଧାପୁରର କେତେଜଣ ଲୋକ ଜାଗୁଳାଇପାଟଣା ଗାଁର ଜଣେ ବ୍ୟକ୍ତିଙ୍କୁ ମାର୍‌ପିଟ୍‌ କରିଥିଲେ। ସମ୍ପୃକ୍ତ ବ୍ୟକ୍ତି ଆକ୍ରମଣକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୋଗକୁ ଅଣଦେଖା କରିଥିଲା। ଆକ୍ରମଣକାରୀଙ୍କ ଅଭିଯୋଗକୁ ଭିତ୍ତିକରି ମଙ୍ଗଳବାର ପୋଲିସ ଏତଲାକାରୀଙ୍କୁ ଗିରଫ କରିବାକୁ ଯାଇଥିଲା।

All Right Reserved By

ମେଟ୍ରୋ |

‘ସ୍କିଲ ଅନ୍‌ ହୁଇଲ୍ସ’ର ଶୁଭାରମ୍ଭ

‘ସ୍କିଲ ଅନ୍‌ ହୁଇଲ୍ସ’ର ଶୁଭାରମ୍ଭ

ଭୁବନେଶ୍ୱର, ୧୮।୭(ବ୍ୟୁରୋ)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ମାଧ୍ୟମିକ ଶିକ୍ଷା ମିଶନ ଏବଂ ଲେଣ୍ଡ୍‌-ଏ-ହ୍ୟାଣ୍ଡ୍‌ ଇଣ୍ଡିଆର ମିଳିତ ଉଦ୍ୟମରେ ଭ୍ରାମ୍ୟମାଣ ବହୁମୁଖୀ ଦକ୍ଷତା ବିକାଶ ପ୍ରୟୋଗଶାଳା ‘ସ୍କିଲ୍‌ ଅନ୍‌ ହୁଇଲ୍ସ’ର ବୁଧବାର ଶୁଭାରମ୍ଭ ହୋଇଛି। ଏହା ଜରିଆରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଯନ୍ତ୍ରପାତିର ସଫଳ ପ୍ରୟୋଗ ସମ୍ପର୍କରେ ଶିକ୍ଷା ମିଳିବ।

ଲାଞ୍ଚ ନେଇ ଏସ୍‌ସିବି କନିଷ୍ଠ କିରାଣୀ ଗିରଫ

ଲାଞ୍ଚ ନେଇ ଏସ୍‌ସିବି କନିଷ୍ଠ କିରାଣୀ ଗିରଫ

କଟକ ଅଫିସ, ୧୮।୭- ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଏସ୍‌ସିବି ମେଡିକାଲର କନିଷ୍ଠ କିରାଣୀ ଦିଲୀପ କୁମାର ରାଉତ। ମଙ୍ଗଳାବାଗ କାଠଗୋଲା ସାହିର ରୋହିତ କୁମାର ନାୟକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଦିଲୀପ ପୂର୍ବ ଦାବି ମୁତାବକ ଏହି ଲାଞ୍ଚ ଗ୍ରହଣ କରୁଥିଲେ। ରୋହିତଙ୍କ ଜେଜେମା ସାଗର ଦେଈ ଏସ୍‌ସିବି ମେଡିକାଲର ଜଣେ ଅବସରପ୍ରାପ୍ତ କର୍ମଚାରୀ।

ଆଇସୋଲେଶନ ୱାର୍ଡକୁ ସ୍ଥାନାନ୍ତର ହେଲେ ବାଲେଶ୍ୱର ରୋଗୀ: ୫ଜଣଙ୍କ ଲିଭରରେ ରହିଛି ସମସ୍ୟା

ଆଇସୋଲେଶନ ୱାର୍ଡକୁ ସ୍ଥାନାନ୍ତର ହେଲେ ବାଲେଶ୍ୱର ରୋଗୀ: ୫ଜଣଙ୍କ ଲିଭରରେ ରହିଛି ସମସ୍ୟା

କଟକ ଅଫିସ, ୧୮।୭- ଅଜଣା ରୋଗରେ ଆକ୍ରାନ୍ତ ହୋଇ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଜିଲାର ୮ଜଣ ରୋଗୀଙ୍କୁ ବୁଧବାର ଆଇସୋଲେଶନ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ରକ୍ତ ପରୀକ୍ଷାରେ ଡେଙ୍ଗୁ ନେଗେଟିଭ୍‌ ବାହାରିଥିବାବେଳେ ସ୍ବାଇନ୍‌ ଫ୍ଲୁ ପାଇଁ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି)କୁ ପଠାଯାଇଛି।

ଚିନାବାଦାମ ବିକ୍ରିକୁ ନେଇ ଚାଷୀ ଅସନ୍ତୋଷ: ରାସ୍ତାରୋକୋ

କୃଷ୍ଣପ୍ରସାଦ, ୧୮।୭(ଡି.ଏନ୍‌.ଏ.): ଚିନାବାଦାମ ବିକ୍ରିକୁ ନେଇ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଚାଷୀମାନେ ଚଢେୟା ଛକରେ ଚିନାବାଦାମ ରଖି ବୁଧବାର ରାସ୍ତାରୋକୋ କରିଛନ୍ତି। ଫଳରେ ପୁରୀ-କୃଷ୍ଣପ୍ରସାଦ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ବଜ୍ରପାତରେ ଜଳିଗଲା ସର୍ଭର ରୁମ୍‌: ୨ ଦିନ ହେଲା ବ୍ୟାଙ୍କ ଅଚଳ

କଣ୍ଟାପଡା, ୧୮।୭(ଡି.ଏନ୍‌.ଏ.): ବଜ୍ରପାତ ଘଟି କଣ୍ଟାପଡା ବ୍ଲକସ୍ଥିତ ଓଲଟପୁର ଇଣ୍ଡିଆନ୍‌ ବ୍ୟାଙ୍କର ସର୍ଭର ରୁମ ଜଳିଯିବା ଫଳରେ ଗତ ୨ଦିନ ହେଲା ବ୍ୟାଙ୍କ ସେବା ବନ୍ଦ ରହିଛି। ଫଳରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବ୍ୟାଙ୍କସେବା ପାଇବାରୁ ବଞ୍ଚିତ ହୋଇଛନ୍ତି।

ବିଧାନ ପରିଷଦ ପ୍ରସଙ୍ଗ: ଅନୁଧ୍ୟାନ କରି ଫେରିଲା କମିଟି

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ବିଧାନ ପରିଷଦ ଗଠନ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବିହାର ଏବଂ ତେଲେଙ୍ଗାନା ଗସ୍ତ କରିଥିବା କମିଟି ଇତି ମଧ୍ୟରେ ଓଡ଼ିଶା ଫେରିଛି।

ଛେରାପହଁରାକୁ ଝାଡୁଦାର କହି ଅଡ଼ୁଆରେ କେନ୍ଦ୍ରମନ୍ତ୍ରୀ: ସିଂହଦ୍ୱାରରେ ସେବାୟତଙ୍କ ପ୍ରତିବାଦ

ଛେରାପହଁରାକୁ ଝାଡୁଦାର କହି ଅଡ଼ୁଆରେ କେନ୍ଦ୍ରମନ୍ତ୍ରୀ: ସିଂହଦ୍ୱାରରେ ସେବାୟତଙ୍କ ପ୍ରତିବାଦ

ପୁରୀ ଅଫିସ, ୧୮।୭: ରଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରାକୁ ଝାଡୁଦାର କହି ଅଡ଼ୁଆରେ ପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଅଳଗୁମ ଗ୍ରାମରୁ ହରିଣ ଉଦ୍ଧାର

ଅଳଗୁମ ଗ୍ରାମରୁ ହରିଣ ଉଦ୍ଧାର

ସାକ୍ଷୀଗୋପାଳ, ୧୮।୭ (ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଳଗୁମ ଗ୍ରାମରୁ ଏକ ଅଣ୍ଡିରା ହରିଣ ବୁଧବାର ଗ୍ରାମବାସୀ ଉଦ୍ଧାର କରିଛନ୍ତି। ଭୋର ସମୟରେ ହରିଣ ଜାଗୁଳେଇ ଠାକୁରାଣୀଙ୍କ ସୁରାଲାଗି ବରଗଛ ମୂଳରେ ବୁଲୁଥିବା ବ୍ରହ୍ମଚାରୀ ପ୍ରଧାନ ଦେଖିଥିଲେ।

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

କଟକ ଅଫିସ, ୧୮।୭: ସିଏମ୍‌ସି ସ୍ବାସ୍ଥ୍ୟକର୍ମୀ ସୁନୀଲ କୁମାର ଦାସଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଥିବା ସୁନୀଲଙ୍କ ଘର ଓ ସିଏମ୍‌ସି ଅଫିସରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଚାଲିଛି।

‘ରଥଯାତ୍ରାର ବୈଦିକ ବିଧି ବ୍ୟବସ୍ଥାକୁ ଶ୍ରୀମନ୍ଦିର ପ୍ରଶାସନ ଉଲ୍ଲଂଘନ କରୁଛି’

‘ରଥଯାତ୍ରାର ବୈଦିକ ବିଧି ବ୍ୟବସ୍ଥାକୁ ଶ୍ରୀମନ୍ଦିର ପ୍ରଶାସନ ଉଲ୍ଲଂଘନ କରୁଛି’

ପୁରୀ ଅଫିସ, ୧୮ା୭: ରଥଯାତ୍ରାର ବୈଦିକ ବିଧି ବ୍ୟବସ୍ଥାକୁ ଶ୍ରୀମନ୍ଦିର ପ୍ରଶାସନ ଉଲ୍ଲଂଘନ କରୁଛି। ଗୋଟିଏ ଦିନରେ ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିବା ଶାସ୍ତ୍ରରେ ଉଲ୍ଲେଖ ରହିଛି। ସେହିଦିନ ହିଁ ଠାକୁର ଆଡ଼ପ ମଣ୍ଡପ ବିଜେ କରିବା ବିଧି ରହିଛି। କିନ୍ତୁ ଏ ସବୁକୁ ଶ୍ରୀମନ୍ଦିର ପ୍ରଶାସନ ଉଲ୍ଲଂଘନ କରୁଥିଲେ ହେଁ ସେବାୟତମାନେ ନୀରବ ରହୁଛନ୍ତି। ଶ୍ରୀମନ୍ଦିର ପ୍ରତି ବିପଦ ଆଶଙ୍କ କରି ଗଜପତି ପତିତପାବନଙ୍କୁ ପ୍ରତିଷ୍ଠା କରାଇଥିଲେ।

ଓଡ଼ିଶା ହେଉଛି ସଂସ୍କୃତିର ମାଟି: ରାଜ୍ୟପାଳ

ଓଡ଼ିଶା ହେଉଛି ସଂସ୍କୃତିର ମାଟି: ରାଜ୍ୟପାଳ

ପୁରୀ ଅଫିସ,୧୮ା୭: ଓଡ଼ିଶାର କଳା ଓ ସଂସ୍କୃତି ବିଶ୍ୱରେ ଉତ୍କର୍ଷତା ଲାଭ କରିଛି। ଏ ମାଟି ହେଉଛି ସଂସ୍କୃତିର ମାଟି। ନିକଟରେ ରାଷ୍ଟ୍ରପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏବଂ ସୋନାଲ ମାନସିଂଙ୍କୁ ରାଜ୍ୟ ସଭା ସଦସ୍ୟ ଭାବେ ମନୋନୀତ କରି ଓଡ଼ିଶାର କଳା ସ୍ଥାପତ୍ୟକୁ ସମ୍ମାନ ଜଣାଇଛନ୍ତି। ଜୟଦେବଙ୍କ ଗୀତଗୋବିନ୍ଦ ସାରା ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ବଡ଼ଶଙ୍ଖ ଯୁବ ସାଂସ୍କୃତିକ ପରିଷଦ ପକ୍ଷରୁ ମଙ୍ଗଳବାର ବଡ଼ଶଙ୍ଖଠାରେ ଆୟୋଜିତ ୨୭ତମ ରଥଯାତ୍ରା ଲୋକନୃତ୍ୟ ମହୋତ୍ସବକୁ ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ।

ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଉଦ୍‌ଘାଟିତ: ଶ୍ରୀକୃଷ୍ଣଙ୍କ ଶଙ୍ଖ ଧ୍ୱନି ଧୃତରାଷ୍ଟ୍ରଙ୍କ ହୃଦୟକୁ ଥରାଇ ଦେଇଥିଲା

ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଉଦ୍‌ଘାଟିତ: ଶ୍ରୀକୃଷ୍ଣଙ୍କ ଶଙ୍ଖ ଧ୍ୱନି ଧୃତରାଷ୍ଟ୍ରଙ୍କ ହୃଦୟକୁ ଥରାଇ ଦେଇଥିଲା

ପୁରୀ ଅଫିସ, ୧୮ା୭: ରାଧାବଲ୍ଲଭ ମଠ ଆନୁକୂଲ୍ୟ ଶରଧାବାଲି ସ୍ଥିତ ରାଧାବଲ୍ଲଭ ସତ୍‌ସଙ୍ଗ ଭବନରେ ଉଦ୍‌ଘାଟିତ ହୋଇଛି ଶ୍ରୀଜଗନ୍ନାଥ ପଞ୍ଚରାତ୍ର କାର୍ଯ୍ୟକ୍ରମ। ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶଙ୍କରାଚାର୍ଯ୍ୟ ଆଶୀର୍ବଚନ ପ୍ରଦାନ କରି କହିଥିଲେ, ମଠ ମନ୍ଦିରର ଜମିକୁ ଶ୍ରୀମନ୍ଦିର ପ୍ରଶାସନ ନିଜ ହାତକୁ ନେଇ ଉପଭୋକ୍ତା ସାଜୁଛି।

Model This Week

ରୂପେଶ