Dharitri News
ମେଟ୍ରୋ |

ଜିଲା ସଂସ୍କୃତି ଭବନ: ନୂଆବର୍ଷରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଜିଲା ସଂସ୍କୃତି ଭବନ: ନୂଆବର୍ଷରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ପୁରୀ ଅଫିସ, ୧।୧: ନୂଆବର୍ଷରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ଜିଲା ସଂସ୍କୃତି ଭବନ। ଚକ୍ରତୀର୍ଥ ରୋଡସ୍ଥିତ ସଂସ୍କୃତି ଭବନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ୩ହଜାର ବର୍ଗଫୁଟ ଇଲାକାରେ ପ୍ରତିଷ୍ଠିତ ସଂସ୍କୃତି ଭବନରେ ୩କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ୧୫୦ଜଣ ଦର୍ଶକ ବସିବାର ସୁବିଧା ରହିଛି। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତି, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ପୁରୀ ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ, ଲଜିଂ ହାଉସ ଫଣ୍ଡ କମିଟି ଅଧ୍ୟକ୍ଷ ସବ୍ୟସାଚୀ ମହାପାତ୍ର, କାଉନ୍‌ସିଲର ପ୍ରୀତମ୍‌ ଜଗଦ୍ଦେବ, ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଜିଲା ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ଜେନା ଏବଂ ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅମିତାଭ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସଂସ୍କୃତି ଭବନ ନିର୍ମାଣ ପାଇଁ ୨୦୧୧ ଏପ୍ରିଲ ୨୨ରେ ମହେଶ୍ୱର ମହାନ୍ତି ଶିଳାନ୍ୟାସ କରିଥିଲେ। ୨୦୧୨-୧୩ରେ ଟେଣ୍ଡର ହୋଇ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଡେଭଲପ୍‌ମେଣ୍ଟ ଇଞ୍ଜିନିୟରିଂ କର୍ପୋରେଶନ ନାମକ ସଂସ୍ଥାକୁ ଏହି କାର୍ଯ୍ୟ ଦିଆଯାଇଥିଲା। କିନ୍ତୁ କାର୍ଯ୍ୟରେ ବିଳମ୍ବ ଏବଂ ନିମ୍ନମାନର କାର୍ଯ୍ୟ ଲାଗି ଏହା ବିଳମ୍ବିତ ହୋଇଥିଲା। ସଂସ୍କୃତି ଭବନ କୋଠାରେ ୨କୋଟି ୭୨ଲକ୍ଷ ୭୩ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ଏହାର ଚଟାଣରେ ପକାଯାଇଥିବା କାଠକୁ ଗତ କିଛି ମାସ ତଳେ ଉଇ ଖାଇଯାଇଥିଲା। ଏପରି କି ଉଦ୍‌ଘାଟନ ନ ହେଉଣୁ ସଂସ୍କୃତି ଭବନ ଛାତରୁ ସିଲିଂ ବି ଖସିଥିଲା। ଏହାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ତେବେ ଏହା ଶିଳାନ୍ୟାସର ୬ବର୍ଷ ପରେ ଉଦ୍‌ଘାଟିତ ହୋଇଛି। ଅନ୍ୟପକ୍ଷରେ ସଂସ୍କୃତି ଭବନରେ ୧୫୦ଟି ବିଳାସପୂର୍ଣ୍ଣ ଚେୟାର ପକାଯାଇଛି। ଚେୟାର ପାଇଁ ୨୭ଲକ୍ଷ ୨୭ହଜାର ଟଙ୍କା ଖର୍ଚ୍ଚ ହୋଇଛି।

ମେଟ୍ରୋ |

ଗ୍ରାମବସୀଙ୍କ ଗଣଧାରଣା

ଗ୍ରାମବସୀଙ୍କ ଗଣଧାରଣା

ବ୍ରହ୍ମଗିରି,୨୧।୧(ଡି.ଏନ୍‌.ଏ): ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ରେଣ୍ଢା ଗ୍ରାମବସୀଙ୍କ ପକ୍ଷରୁ ପୁରୀ-ବ୍ରହ୍ମଗିରି ଜାତୀୟ ରାଜପଥରେ ରବିବାର ଗଣଧାରଣା ଦିଆଯାଇଛି।

ଅର୍ଥ ତୋସରପାତ: ବିଡିଓ, ଯନ୍ତ୍ରୀଙ୍କ ସମେତ ୩ ଗିରଫ

କଟକ ଅଫିସ, ୨୦।୧- ଗ୍ରାମ ସଡ଼କ ନିର୍ମାଣ କ୍ଷେତ୍ରରେ ଦୁର୍ନୀତି। ୧କୋଟି ୩୨ଲକ୍ଷ ଟଙ୍କାର ପ୍ରକଳ୍ପକୁ ଟେଣ୍ଡର ନ କରି ବିଭାଗ ପକ୍ଷରୁ କରାଯାଇ ୪୨ଲକ୍ଷ ଟଙ୍କା ତୋସରପାତ କରାଯାଇଛି। ଏହି ଅଭିଯୋଗରେ ଭିଜିଲାନ୍ସ ସେଲ୍‌ ପକ୍ଷରୁ ସୁନ୍ଦରଗଡ ଜିଲାର ଲାଠିକଟା ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ ଓ ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ବୁଦ୍ଧେଶ୍ୱର ସାହୁଙ୍କୁ ଶନିବାର ଗିରଫ କରାଯାଇଛି।

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

କଟକ ଅଫିସ, ୨୦।୧- ଅଦାଲତ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ କଲେ ମାମଲାର ତଦନ୍ତ ଅଧିକାରୀ ପୁରସ୍କୃତ ହେବେ। ଓଡିଶା ପୋଲିସ ପକ୍ଷରୁ ଏଭଳି ଅଭିନବ ଯୋଜନା ଶନିବାର କାର୍ଯ୍ୟକାରୀ ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟର ୨୪ ଜଣ ପୋଲିସ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରଶଂସାପତ୍ର ସହ ପ୍ରୋତ୍ସାହନ ରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ନିର୍ଝର ହତ୍ୟାକାଣ୍ଡ: ଭାବୀପତ୍ନୀଙ୍କୁ ପଚରାଉଚରା କରିବ ପୋଲିସ

କଟକ ଅଫିସ, ୨୦।୧- ଚୌଦ୍ୱାର କପାଳେଶ୍ୱରର ଲିଟିଲ ଓରଫ ନିର୍ଝର ବେହେରା ହତ୍ୟା ମାମଲାରେ ପୋଲିସ ନିର୍ଝରଙ୍କ ଭାବୀପତ୍ନୀଙ୍କୁ ପଚରାଉଚରା କରିବ। ଅନ୍ୟପକ୍ଷରେ ଅଭିଯୁକ୍ତ ସମ୍ବିତ କୁମାର ସେନାପତିଙ୍କୁ ଶନିବାର ସାଲେପୁର ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସହରାଞ୍ଚଳ ବସ୍‌ ସେବା: ଗଠନ ହେବ ସିଆରୟୁଟି

ଭୁବନେଶ୍ୱର,୨୦।୧(ବ୍ୟୁରୋ)-ଭୁବନେଶ୍ୱର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସ୍‌ ଲିମିଟେଡ(ବିପିଟିଏସଏଲ) ସହିତ କଟକ ଟ୍ରାନ୍ସପୋର୍ଟ ସର୍ଭିସ୍‌ର ବିଲୟ ହେବ। ଉଭୟ ସଂସ୍ଥାର ବିଲୟ ହୋଇ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(ସିଆରୟୁଟି) ନାମରେ ନୂତନ ପରିବହନ ସଂସ୍ଥା ଗଠନ ହେବ। ଏହି ସଂସ୍ଥା କଟକ, ଭୁବନେଶ୍ୱର, ପୁରୀ ଓ କୋଣାର୍କ ଅଞ୍ଚଳରେ ଜନସାଧାରଣଙ୍କୁ ବସ ସେବା ଯୋଗାଇ ଦେବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁମୋଦନ କରିଛନ୍ତି।

ଶିକ୍ଷୟିତ୍ରୀ ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପଡ଼ିଶା ଘର ଜ୍ୱାଇଁ ହତ୍ୟାକାରୀ

ଶିକ୍ଷୟିତ୍ରୀ ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପଡ଼ିଶା ଘର ଜ୍ୱାଇଁ ହତ୍ୟାକାରୀ

ଖୋର୍ଦ୍ଧା ଅଫିସ,୨୦।୧: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ନିରାକାରପୁର ଥାନା ହରିପୁର ଉଗ୍ରତାରା ନୋଡାଲ ଉପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରି ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ହତ୍ୟାକାରୀ ହେଉଛନ୍ତି ଅଞ୍ଜଳିଙ୍କ ପଡ଼ିଶା ଘରର ଜ୍ୱାଇଁ କୁନୁ ଜେନା(୨୨)।

ବୈଧ ହେବ ସମୁଦ୍ରକୂଳର ବେଆଇନ କୋଠା

ବୈଧ ହେବ ସମୁଦ୍ରକୂଳର ବେଆଇନ କୋଠା

ପୁରୀ ଅଫିସ, ୨୦।୧: ଅନୁମୋଦିତ ଗୃହ ନିର୍ମାଣ ନକ୍ସା ଉଲ୍ଲଂଘନ କରି ସମୁଦ୍ରକୂଳରେ ତିଆରି ହୋଇଥିବା କୋଠାଗୁଡିକ ସମ୍ପର୍କରେ ଓଡ଼ିଶା ପୌର ଆଇନ ଅନୁଯାୟୀ ପୁନଃର୍ବିଚାର କରିବାକୁ ପିକେଡିଏ ନିଷ୍ପତ୍ତି ନେଇଛି।

ଶ୍ରୀକ୍ଷେତ୍ର ଯୁବ ମହୋତ୍ସବ

ଶ୍ରୀକ୍ଷେତ୍ର ଯୁବ ମହୋତ୍ସବ

ପୁରୀ ଅଫିସ, ୨୦।୧: ଯୁବ ଶକ୍ତି ହେଉଛି ରାଷ୍ଟ୍ରଶକ୍ତି। ଯୁବକମାନେ ଜାଗ୍ରତ ହେଲେ ସମାଜର ବିକାଶ ହେବ। ନିଷ୍ଠା ଓ ଏକାଗ୍ରତା ସଫଳତା ଆଣିଦିଏ ବୋଲି ଦି ସିନର୍ଜି ଟ୍ରଷ୍ଟ ଆନୁକୂଲ୍ୟରେ ଶନିବାର ଶରଧାବାଲି ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚଠାରେ ଆୟୋଜିତ ୫ମ ଶ୍ରୀକ୍ଷେତ୍ର ଯୁବ ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୋଲ ଇଣ୍ଡିଆର ନିର୍ଦ୍ଦେଶକ ବିଷ୍ଣୁ ଦାଶ କହିଛନ୍ତି।

ମଞ୍ଚରେ ସ୍ବାଭିମାନୀ ଶିକ୍ଷକଙ୍କ କଥା

ମଞ୍ଚରେ ସ୍ବାଭିମାନୀ ଶିକ୍ଷକଙ୍କ କଥା

ପୁରୀ ଅଫିସ, ୨୦।୧: ସାମ୍ପ୍ରତିକ ସମାଜରେ ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଛି। ତଥାପି ଏମିତି କେତେଜଣ ଶିକ୍ଷକ ଅଛନ୍ତି ଯେଉଁମାନେ ଶିକ୍ଷାଦାନକୁ ନିଜ ବ୍ରତ ବୋଲି ଭାବିଛନ୍ତି। ସେମାନଙ୍କର ଗୋଟିଏ ଲକ୍ଷ୍ୟ ତାଙ୍କ ପରିଶ୍ରମର ଫଳ ରହୁ।

ମହାପ୍ରଭୁଙ୍କ ପଦ୍ମବେଶ

ମହାପ୍ରଭୁଙ୍କ ପଦ୍ମବେଶ

ପୁରୀ ଅଫିସ, ୨୦।୧: ଶ୍ରୀମନ୍ଦିରରେ ଶନିବାର ମହାପ୍ରଭୁଙ୍କ ଅତୀବ ରମଣୀୟ ପଦ୍ମବେଶ ଅନୁଷ୍ଠିତ ହୋଇଛି। ବଡ଼ସିଂହାର ନୀତିରେ ଠାକୁରଙ୍କ ଏହି ବେଶ କରାଯାଇଥିଲା।

କୃଷି ସଭାରେ ଯୁବକଙ୍କୁ ଛୁରି ଭୁଷି ହତ୍ୟା

କୃଷି ସଭାରେ ଯୁବକଙ୍କୁ ଛୁରି ଭୁଷି ହତ୍ୟା

ନିରାକାରପୁର, ୨୦।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ପଞ୍ଚାୟତ ତାଳପଡ଼ା ଗୋଠ ପଡ଼ିଆରେ ଶନିବାର ଅପରାହ୍ନରେ ଜନୈକ ଯୁବକଙ୍କୁ ଛୁରି ଭୁଷି ହତ୍ୟା କରାଯାଇଛି।

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

କଟକ ଅଫିସ, ୨୦।୧: ୨୪ ପୋଲିସ ଅଧିକାରୀଙ୍କୁ ଶନିବାର କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି। ପୋଲିସ ଡିଜି ଆର୍‌. ପି ଶର୍ମା ଉପସ୍ଥିତ ରହି ଏହି ସମ୍ବର୍ଦ୍ଧନା କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକର ଉନ୍ନତମାନର ତଦନ୍ତ ପାଇଁ ଏହି ସମ୍ବର୍ଦ୍ଧନା ଦିଆଯାଇଛି।